ଏଇ ଭାରତରେ

ବିନା ମାଟିରେ ଗ୍ରୋ ବ୍ୟାଗ୍‌ରେ ପରିବା ଫଳୁଛି। ଏହା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। କେରଳର ଜଣେ କୃଷି ଅଧିକାରୀ ଜନ୍‌ ଶେରୀଙ୍କ ଦ୍ୱାରା ଏହା ସମ୍ଭବ ହୋଇପାରିଛି। କେରଳର ଏଗ୍ରିକଲ୍‌ଚର ଇନୋଭେଶନ ବ୍ୟୁରୋର ସହକାରୀ ନିର୍ଦ୍ଦେଶକ ଜନ୍‌ ବିନା ମାଟିରେ ୧୪୦ ବର୍ଗଫୁଟ୍‌ ଅଗଣାରେ ଟମାଟୋ, ଭେଣ୍ଡି, କଲରା, ଛଚିନ୍ଦ୍ରା, ଝୁଡ଼ଙ୍ଗ, ଲଙ୍କା, ବାଇଗଣ ଆଦି ୩୫ ପ୍ରକାର ପରିବା ଫଳାଉଛନ୍ତି। ଧାନ କୁଣ୍ଡାକୁ ନେଇ ପଟିଂ ମିକ୍ସ ପଦ୍ଧତିରେ ଗ୍ରୋ ବ୍ୟାଗ୍‌ରେ ପରିବା ଚାଷ କରୁଛନ୍ତି। ଏହି ପଦ୍ଧତିରେ କୁଣ୍ଡା ସହ ନଡ଼ିଆ କତାର ନରମ ଗୁଣ୍ଡ ଓ ଗୋବରଗୁଣ୍ଡକୁ ବିଭିନ୍ନ ଅନୁପାତରେ ସ୍ତର ସ୍ତର କରି ଗ୍ରୋ ବ୍ୟାଗ୍‌ରେ ରଖି ଗଛ ଲଗାଯାଉଛି। ପରେ ପାଣି ଥିବା ଏକ ପ୍ଲାଷ୍ଟିକ୍‌ ଟ୍ରେରେ ସେ ଗ୍ରୋ ବ୍ୟାଗକୁ ରଖୁଛନ୍ତି, ଯଦ୍ଦ୍ବାରା ଗଛ ଆବଶ୍ୟକ ପାଣି ଶୋଷି ପାରୁଛି। କୁଣ୍ଡାରେ ଥିବା ଅଧିତ୍ତ୍କ ସିଲିକା, କାର୍ବନ, କ୍ୟାଲ୍‌ସିୟମ ଏବଂ ମ୍ୟାଗ୍ନେସିୟମ ଗଛ ବଢ଼ିବାରେ ସାହାଯ୍ୟ କରେ ବୋଲି କହନ୍ତି ଜନ୍‌। ଗଛକୁ ସବଳ କରିବା ପାଇଁ ପ୍ରତି ସପ୍ତାହରେ ସେ ୧:୧୦ ଅନୁପାତରେ ଗୋବର ଓ ପାଣିର ୧୦ ଲିଟର ଦ୍ରବଣ ସହ ୫୦ ଗ୍ରାମ ପଟାସ୍‌ ମିଶାଇ ଉପଯୋଗ କରୁଛନ୍ତି। ଏକ ପରିବେଶ ଉପଯୋଗୀ ପଦ୍ଧତିରେ କମ୍‌ ଜାଗାରେ ବିନା ମାଟିରେ ଅଧିକ ପରିବା ଉପତ୍ାଦନର ଏହି ଉପାୟ ଏବେ ବେଶ୍‌ ଗ୍ରହଣୀୟ ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆତ୍ମସ୍ଥ ସୁଖ ସନ୍ଧାନେ

ଜଣେ ବ୍ୟକ୍ତି ଥରେ ଜଣେ ସାଧୁବାବାଙ୍କ ନିକଟରେ ପହଞ୍ଚିଲେ ଏକ ଗମ୍ଭୀର ସମସ୍ୟା ନେଇ। ବାବା ଜଣକ ତାଙ୍କୁ ଆଗମନର କାରଣ ପୁଚ୍ଛା କରନ୍ତେ ସେ...

ଜମି ମାଲିକାନା କୃଷକ ହାତକୁ ଯାଉ

କୃଷି ବିଭାଗ ପକ୍ଷରୁ କୁହାଯାଇଛି ଯେ, କୃଷି ଉପତ୍ାଦନ ଦୁଇଗୁଣ ବୃଦ୍ଧି ହୋଇଛି ଏବଂ ଓଡ଼ିଶା ଏ ଦିଗରେ ପ୍ରଥମ। ଜଳସେଚନ ସୁବିଧା ମଧ୍ୟ ଗତ...

ଜିଆ ଖାଉଛି ମାଛକୁ

ଗାଡ଼ିଆରେ ବନିଶିରେ ମାଛ ଧରାଯାଉଥିବାର ଏକ ଦୃଶ୍ୟକୁ ଅବତାରଣା କରାଯାଉ। ଜଣେ ବ୍ୟକ୍ତି ବାଉଁଶ ଛଡ଼ିରେ ସୂତା ଲଗାଇ ସେଥିରେ କଣ୍ଟା ଓହଳାଇ ଥାଏ। ସୂତାକୁ...

ଦୁର୍ଘଟଣାର କାରଣ ପଥ ସମ୍ମୋହନ

ବର୍ତ୍ତମାନ ସହଜ ଗମନାଗମନ ବ୍ୟବସ୍ଥା ପାଇଁ ମଣିଷ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ନିମନ୍ତେ ସମୟ କମ୍‌ ହୋଇଯାଇଛି। ବିଶ୍ୱର ଗୋଟିଏ କୋଣରୁ ଅନ୍ୟ...

ସରକାର ଚାହୁଁଛନ୍ତି

ଲୋକଙ୍କର ଉପକାରରେ ଆସୁ ବା ନ ଆସୁ ରାଜ୍ୟର ଲାଭ ହେଉ ବା କ୍ଷତି, ବ୍ୟବସ୍ଥାରେ କିଛି ପରିବର୍ତ୍ତନ ହେଉ ବା ନ ହେଉ ସରକାର...

ଜଗନ୍ନାଥ ଗ୍ରହଣୀୟ

‘ନାମରେ କ’ଣ ଅଛି ? ଯାହାକୁ ଆମେ ଗୋଲାପ କହୁଛୁ, ଅନ୍ୟ କୌଣସି ନାମରେ ଡାକିଲେ ମଧ୍ୟ ତା’ର ସୁଗନ୍ଧ ସେହିପରି ମିଠା ରହିବ।’ ନାମକୁ...

ଏଇ ଭାରତରେ

ଦୃଢ଼ ଇଚ୍ଛାଶକ୍ତି ଥିବା ମଣିଷ ଲକ୍ଷ୍ୟ ହାସଲ ନ ହେବା ଯାଏ ଥକିଯାଏ ନାହିଁ। ସବୁ ବାଧା ଏପରିକି ସୁଯୋଗକୁ ମଧ୍ୟ ପଛକରି ସେଠାରେ ପହଞ୍ଚିଯାଆନ୍ତି...

ଡଙ୍ଗରୁଣୀର ବାଟରେ ପ୍ରାଥମିକ ଶିକ୍ଷା

ଆମ୍ବଗଛ ଭିତରୁ ଧୀରେ ଧୀରେ ଶୀତୁଆ ଖରା ପିଲାଙ୍କ ଉପରେ ଅଣେଇହୋଇ ଆସୁଥାଏ। ରାୟଗଡ଼ା ଜିଲା ବିଷମକଟକ ବ୍ଲକ୍‌ର ନିର୍ଗୁଣ୍ଡି ଗାଆଁ। ଗାଆଁ ଭିତରୁ ପବନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri