ଏଇ ଭାରତରେ

ଶାଗୁଣା ବଂଶ ରକ୍ଷା କରିବା ଲାଗି ମହାରାଷ୍ଟ୍ରର ପ୍ରେମସାଗର ମିସ୍ତ୍ରୀଙ୍କ ପ୍ରୟାସ ବେଶ୍‌ ପ୍ରଶଂସନୀୟ। ବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିବା ପରେ ଶିକ୍ଷକ ଭାବେ ଦାୟିତ୍ୱ ନିର୍ବାହ କରୁଥିଲେ। ୧୯୯୮ରୁ ଚାକିରି ଛାଡ଼ି ସେ ଏହି କାର୍ଯ୍ୟ କରୁଛନ୍ତି। ୧୯୯୯ରେ ଇକୋ ଏନ୍‌ଡେଞ୍ଜରଡ୍‌ ସ୍ପେସିସ କଞ୍ଜର୍‌ଭେଶନ ଆଣ୍ଡ୍‌ ପ୍ରୋଟେକ୍‌ଶନ (ଇଇଏସ୍‌ସିଏପି) ଏନ୍‌ଜିଓ ଗଢ଼ି ତା’ ମାଧ୍ୟମରେ ଶାଗୁଣାଙ୍କ ବଂଶବୃଦ୍ଧି କରିବା ସହ ସେମାନଙ୍କ ସୁରକ୍ଷା ଓ ବାସସ୍ଥଳୀ, ଖାଦ୍ୟ ନିଶ୍ଚିତ କରୁଛନ୍ତି। କୋଙ୍କଣ ଜିଲା ଚିରଗାଁଓରେ ଦୁଇ ପ୍ରଜାତିର ଶାଗୁଣାଙ୍କ ବଂଶବୃଦ୍ଧି କରାଯାଉଛି। ୨୨ରୁ ଏବେ ଶାଗୁଣା ସଂଖ୍ୟା ୩୫୦ରେ ପହଞ୍ଚିଛି ବୋଲି କହନ୍ତି ୫୧ ବର୍ଷୀୟ ପ୍ରେମସାଗର। ଶାଗୁଣା ରହୁଥିବା ଅଞ୍ଚଳଗୁଡ଼ିକରେ ସେଠାକାର ଗ୍ରାମବାସୀଙ୍କ ସହଯୋଗରେ ସେ ୫,୦୦୦ ଗଛ ମଧ୍ୟ ରୋପଣ କରିଛନ୍ତି। ଶାଗୁଣାଙ୍କୁ ଖାଦ୍ୟ ଯୋଗାଇ ଦେବା ଲାଗି ସେ ଗ୍ରାମବାସୀଙ୍କୁ ନେଇ ଏକ ନେଟଓ୍ବର୍କ ଗଠନ କରିଛନ୍ତି। ବଜାରରୁ ମାଂସ କିଣି ଶାଗୁଣାଙ୍କୁ ଖାଇବାକୁ ଦେଉଛନ୍ତି। ଛୋଟ ଶାଗୁଣାଛୁଆ ଉଡ଼ି ଶିଖିବା ସମୟରେ ଗଛରେ ଅନ୍ୟ ବସାରେ ଥିବା ଅଣ୍ଡା ଭାଙ୍ଗିଦିଅନ୍ତି। ପ୍ରେମସାଗର ସେମାନଙ୍କୁ ଉଦ୍ଧାର କରି ଯନତ୍ ନିଅନ୍ତି ଓ ୨.୫କେ.ଜି. ଓଜନ ହେବା ପରେ ଛୁଆଙ୍କୁ ପୁଣି ସେମାନଙ୍କ ବାସସ୍ଥାନରେ ଛାଡ଼ି ଦିଅନ୍ତି। କରୋନା ମହାମାରୀ ସମୟରେ ଶାଗୁଣାଙ୍କ ଖାଦ୍ୟ ଅଭାବ ଦୂର କରିବା ପାଇଁ ସେ ୩.୫ ଲକ୍ଷ ଟଙ୍କା ଋଣ କରିବା ସହ ଲୋକମାନଙ୍କଠାରୁ ୧ ଲକ୍ଷ ଟଙ୍କା ପାଣ୍ଠି ଯୋଗାଡ଼ କରିଛନ୍ତି। ଏଥିରେ ଏବେ ସେ ଶାଗୁଣାଙ୍କୁ ଖାଦ୍ୟ ଯୋଗାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୃଜନଶୀଳତାର ପରିଭାଷା

ଗୋଟିଏ ରାଷ୍ଟ୍ରର ସାର୍ବଭୌମତ୍ୱର ସୁରକ୍ଷା ଓ ରାଷ୍ଟ୍ରର ନିର୍ମାଣ ନିମନ୍ତେ ସମ୍ପତ୍ତି ଏବଂ ସାମରିକ ଶକ୍ତିର ଆବଶ୍ୟକତା ରହିଛି। କିନ୍ତୁ ଏହା ଗୋଟିଏ ଜାତିର ଅନ୍ତର୍ନିହିତ ଶକ୍ତି…

ଫୁଲ ବଜାର ଅଭାବ

ଓଡ଼ିଶା ପାଖରେ ପ୍ରଚୁର ପରିମାଣର ବିଭିନ୍ନ ଖଣିଜ ଦ୍ରବ୍ୟ ଗଚ୍ଛିତ ଅଛି। ହେଲେ ଆମେ ଏ ପର୍ଯ୍ୟନ୍ତ ଶିଳ୍ପ ବିକଶିତ ରାଜ୍ୟ ହୋଇପାରିନାହୁଁ। ଅବଶ୍ୟ ଖଣିଜ ଦ୍ରବ୍ୟ…

ଜିଦିରୁ ବଢ଼ୁଛି ଉତ୍ତେଜନା

ଇରାନ୍‌ ସହ ଶାନ୍ତିଚୁକ୍ତି ବିଳମ୍ବ ହେବା ଦେଖି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ କ୍ଷୁବ୍ଧ ହୋଇ ତେହରାନ ଉପରେ ପୁନଶ୍ଚ ଆକ୍ରମଣ କରିବେ ବୋଲି କିଛିଦିନ ହେବ…

ଏଇ ଭାରତରେ

ଅଶୋକ ଗୁପ୍ତାଙ୍କ ବୟସ ୨୧। ହେଲେ ପରିବେଶ ସମ୍ପର୍କିତ ଉନ୍ନତ ବିଚାର ତାଙ୍କୁ ସମାଜରେ ଭିନ୍ନ ପରିଚୟ ଦେଇଛି। ସେ ଉତ୍ତରପ୍ରଦେଶର ମନୋରମା ନଦୀକୁ ସଫା କରିପାରିଛନ୍ତି।…

ପିଲାଶୂନ୍ୟ ପଡ଼ିଆ

ଖେଳ ପଡ଼ିଆ ଆଜିକାଲି ମେଲା ପଡୁଛି। କେଉଁଠି ଘାସ ଉଠି ଗଲାଣି ତ କେଉଁଠି ଅନାବାନା ଗଛପତ୍ରରେ ଅସନା ହୋଇଗଲାଣି। ଯେଉଁଠି ପିଲାଙ୍କର ଗହଳଚହଳ ଲାଗି ରହୁଥିଲା…

ବଳିପଡ଼ୁଛନ୍ତି ବିଦ୍ୟାର୍ଥୀ

ଡାକ୍ତରୀ ପ୍ରବେଶିକା ପରୀକ୍ଷା ଏନ୍‌ଇଇଟି-ୟୁଜି ୨୦୨୬ରେ ବ୍ୟାପକ ଦୁର୍ନୀତି ହୋଇଛି ବୋଲି ଦେଶସାରା ‘ଘୋ’ ସୃଷ୍ଟି ହୋଇଥିବା ବେଳେ ସୁପ୍ରିମକୋର୍ଟ ୨୫ ମେ’ରେ ପରୀକ୍ଷା ପରିଚାଳନା କରିଥିବା…

ଭାରତର ବିକାଶ ଯାତ୍ରା

ଯେତେବେଳେ ମୁଁ ତିରୁପ୍ପୁରର ଏକ ବିଦ୍ୟାଳୟରେ ପଢୁଥିବା ଜଣେ ଛୋଟ ବାଳକ ଥିଲି, ସେତେବେଳେ ଆମ ଦେଶକୁ ନେଇ ମୋ ମନରେ ଅନେକ ସ୍ବପ୍ନ ଥିଲା। ମୋ…

ସାହିତ୍ୟରେ ଶସ୍ତା ରାଜନୀତି

ହଁଆଜ୍ଞା, ଅକବି ଓ ଅଲେଖକ ପ୍ରବଳ! ଚିନ୍ତାରେ କବି ଓ ଲେଖକକୁଳ। ସବଳ ଡମ୍ଫା,ଡହରା,ଟାଉଟର। ଦୁର୍ବଳ, ସ୍ରଷ୍ଟା, ସାଧକ, କଳାକାର। କବିବର ରାଧାନାଥ ରାୟଙ୍କ କାଳଜୟୀ କବିତାଂଶ;…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri