ଏଇ ଭାରତରେ

ତାମିଲନାଡୁର ଦୁରାଇ ପୃଥ୍ବୀରାଜ ଦୁର୍ଗମ ଅଞ୍ଚଳର ଗରିବମାନଙ୍କୁ ମାଗଣାରେ ଆମ୍ବୁଲାନ୍ସ ସେବା ଓ ଖାଦ୍ୟ ଯୋଗାଇ ଦେଉଛନ୍ତି। ବିରୁଦ୍ଧୁନଗର ଜିଲା ଅରୁପ୍ପୁକୋଟ୍ଟାଇ ଗାଁରେ ଦୁରାଇଙ୍କ ଘର। ଏବେ ତାଙ୍କ ପାଖରେ ଦୁଇଟି ଆମ୍ବୁଲାନ୍ସ ରହିଛି। ତାଙ୍କ ଗାଁ ନିକଟରୁ ସେ ୪୦ କି.ମି. ମଧ୍ୟରେ ଏହି ସେବା ଯୋଗାଇ ଦେଉଛନ୍ତି। ୨୦୧୧ରେ ଦୁରାଇ କଲେଜରୁ ଡିଗ୍ରୀ ହାସଲ କରିବା ପରେ ଭିଲେଜ ଆଡ୍‌ମିନିଷ୍ଟ୍ରେଶନ ଅଫିସର ଭାବେ କାର୍ଯ୍ୟ କରି ଦରମାର ୫୦% ଟଙ୍କା ସଞ୍ଚୟରେ ଭ୍ୟାନ୍‌ କିଣିଥିଲେ, ଯାହା ଏବେ ଆମ୍ବୁଲାନ୍ସ ଭାବେ ବ୍ୟବହାର ହେଉଛି। ଗରିବମାନଙ୍କ ପାଇଁ ଏହା ସମ୍ପୂର୍ଣ୍ଣ ମାଗଣା ରହିଛି ଓ ଅନ୍ୟମାନେ ଯିଏ ଯାହା ଦେଲେ ତାହାକୁ ଦାନ ଆକାରରେ ଗ୍ରହଣ କରାଯାଉଛି। ଦୁରାଇ ମଧ୍ୟ ତାଙ୍କ ଘରର ଏକ ଭାଗକୁ ଆଶ୍ରୟସ୍ଥଳୀ କରିଛନ୍ତି। ଏଠାରେ ଅସହାୟ ଲୋକମାନେ ମାଗଣାରେ ଖାଇ ବିଶ୍ରାମ ନେବାର ବ୍ୟବସ୍ଥା କରାଯାଇଛି। ‘ରାଜେଶ ଉଦ୍ଧାଭୂମ କରାଙ୍ଗଲ’ ନାମକ ଏନ୍‌ଜିଓ ଦ୍ୱାରା ସମସ୍ତ ସେବାକୁ ପରିଚାଳନା କରୁଛନ୍ତି। ସାନଭାଇ ରାଜେଶ ଏକ ଦୁର୍ଘଟଣାର ଶିକାର ହେବା ପରେ ଆମ୍ବୁଲାନ୍ସ ନ ମିଳିବା ଯୋଗୁ ତାଙ୍କ ପ୍ରାଣ ଚାଲିଯାଇଥିଲା ଓ ପରେ ସାନଭାଇ ନାମରେ ଏହି ଏନ୍‌ଜିଓ ଗଢିଥିଲେ। ଏଥିତ୍ରେ ୧୫ ଜଣ ସ୍ବେଚ୍ଛାସେବୀ ରହିଛନ୍ତି। ହ୍ବାଟ୍‌ସଆପ୍‌ ଗ୍ରୁପରେ ୫୦୦ ଡୋନରଙ୍କଠାରୁ ସେ ପାଣ୍ଠି ସଂଗ୍ରହ କରି ଏହି କାର୍ଯ୍ୟରେ ବିନିଯୋଗ କରୁଛନ୍ତି। କରୋନା ରୋଗୀମାନଙ୍କୁ ହସ୍ପିଟାଲ ଆଣିବା ଲାଗି ଜିଲା କର୍ତ୍ତୃପକ୍ଷ ତାଙ୍କୁ ପିପିଇ କିଟ୍‌ ଯୋଗାଇ ଦେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

ବିକଳ୍ପ ଶେଷ

ବର୍ଷ ବର୍ଷ ଧରି ସିଭିଲ ସର୍ଭିସ ପରୀକ୍ଷାରେ ବ୍ୟବସ୍ଥାଗତ ତ୍ରୁଟି ରହିଥିଲା। ପରୀକ୍ଷାରେ ପାସ୍‌ କରି ଆଇଏଏସ୍‌ କିମ୍ବା ଆଇଏଫ୍‌ଏସ୍‌ରେ ପ୍ରବେଶ କଲେ ମଧ୍ୟ ସେମାନେ ଭଲ…

ଏଇ ଭାରତରେ

ସୁନ୍ଦରବନର ଏକ ଗାଁର ଲୋକେ ଜୀବନ-ଜୀବିକା ସଂଘର୍ଷରେ ବିଜୟୀ ହୋଇଛନ୍ତି। ପଶ୍ଚିମବଙ୍ଗ ସନ୍ଦେଶ୍‌ଖାଲି ବ୍ଲକ ଜେଲିଆଖଲି ଗାଁକୁ ଅନେକ ଛୋଟ ନଦୀ ଘେରିରହିଛି। କୋଲ୍‌କାତାଠାରୁ ୭୨ କି.ମି.…

ରେଡିଓ: ମନର କଥା କହେ

ରେଡିଓ ଆମ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇରହିଛି। ସେ ସୂଚନା ପ୍ରସାରଣ ହେଉ କି ଆନନ୍ଦ ପ୍ରଦାନ, ରେଡିଓ ସବୁବେଳେ ଆମ ସାଥିରେ ରହିଛି। ମନେପଡୁଛି…

ଆସ୍ଥାର ବଜାରୀକରଣ

ଭାରତୀୟ ସଂସ୍କୃତିର ପ୍ରାଣକେନ୍ଦ୍ର ହେଉଛି ଆଧ୍ୟାତ୍ମିକତା। ଏଠାରେ ଦେବଦେବୀମାନେ କେବଳ ପୂଜାପାଠର ମାଧ୍ୟମ ନୁହନ୍ତି, ବରଂ ସେମାନେ ଆମ ଜୀବନଶୈଳୀ, ସଂସ୍କାର ଏବଂ ନୈତିକତାର ପ୍ରତୀକ। ହିନ୍ଦୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri