ଏଇ ଭାରତରେ

ଶହ ଶହ ଚାଷୀଙ୍କୁ ସଶକ୍ତ କରି ଏକ ଉଦାହରଣ ସୃଷ୍ଟି କରିଛନ୍ତି କଶ୍ମୀରର କୃଷକ ଭରତ ଭୂଷଣ। ସେ ଡୋଡା ଜିଲାର ଲେର୍ହୋଟେ ଗାଁରେ ଜୈବିକ ପଦ୍ଧତିରେ ଲାଭେଣ୍ଡର ଚାଷ କରନ୍ତି। ୧୦ ବର୍ଷ ପୂର୍ବେ ଭରତ ଏହି ଚାଷ ଆରମ୍ଭ କରିଥିଲେ। ଏବେ ଏଥିରୁ ସେ ପର୍ଯ୍ୟାପ୍ତ ଲାଭ ପାଇବା ସହ କଶ୍ମୀରର ବିଭିନ୍ନ ଗାଁକୁ ଯାଇ ଚାଷୀମାନଙ୍କୁ ଲାଭେଣ୍ଡର ଚାଷ କରିବାକୁ ଉତ୍ସାହିତ କରୁଛନ୍ତି। ଏଥିପାଇଁ ବି ସେମାନଙ୍କୁ ସହଯୋଗ କରୁଛନ୍ତି। ଦୀର୍ଘଦିନ ଚେଷ୍ଟାକରି ଏବେ ସୁଦ୍ଧା ୫୦୦ରୁ ଊର୍ଦ୍ଧ୍ୱ ଚାଷୀଙ୍କୁ ଲାଭେଣ୍ଡର ଚାଷ ପ୍ରତି ଅକୃଷ୍ଟ କରିପାରିଛନ୍ତି। ଚାଷୀମାନେ ୧୦୦ ହେକ୍ଟରରୁ ଊର୍ଦ୍ଧ୍ୱ ଜମିରେ ଜୈବିକ ପଦ୍ଧତିରେ ଏହି ଚାଷ କରି ପ୍ରତ୍ୟେକେ ୩ ଲକ୍ଷ ଟଙ୍କା ଯାଏ ରୋଜଗାର କରୁଛନ୍ତି। ଭରତ ତାଙ୍କ ନର୍ସରୀରେ ଲାଭେଣ୍ଡର ଚାରା ଉତାରି ଚାଷୀମାନଙ୍କୁ ଯୋଗାଇ ଦେଉଛନ୍ତି। ଏହି କାର୍ଯ୍ୟରେ ଭରତ ଆଖପାଖ ଅଞ୍ଚଳର ବହୁ ମହିଳାଙ୍କୁ ନିଯୁକ୍ତି ଦେଇଛନ୍ତି। କାଉନସିଲ ଅଫ୍‌ ସାଇଣ୍ଟିଫିକ ଆଣ୍ଡ ଇଣ୍ଡଷ୍ଟ୍ରିଆଲ ରିସର୍ଚ୍ଚ( ସିଏସ୍‌ଆଇଆର୍‌)ର ବୈଜ୍ଞାନିକମାନେ ମଧ୍ୟ ଏହି ଚାଷୀମାନଙ୍କୁ ସହଯୋଗ କରିବାକୁ ଆଗେଇ ଆସିଛନ୍ତି। ଚାଷୀମାନେ କିଭଳି ସହଜରେ ଲାଭେଣ୍ଡର ତେଲ ପ୍ରସ୍ତୁତ କରିପାରିବେ ସେଥିପାଇଁ ପ୍ରଶାସନ ‘ମିଶନ ଆରୋମା’ ଆରମ୍ଭ କରି ବିଭିନ୍ନ ସ୍ଥାନରେ ଅଏଲ ଡିଷ୍ଟିଲେଶନ ମେଶିନ ବସାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହାକାଶ ହାବେଳି

ପୃଥିବୀରେ ଅଳିଆ ଆବର୍ଜନା ଏତେ ମାତ୍ରାରେ ବଢ଼ିଗଲାଣି ଯେ, ତାହାକୁ ସହ୍ୟ କରିବା କ୍ଷମତା ଏହି ଗ୍ରହର କମି ଆସୁଛି ବୋଲି ବୈଜ୍ଞାନିକମାନେ ଆଶଙ୍କା ବ୍ୟକ୍ତ...

ଯାତ୍ରାରୁ ରୋଜଗାର

ଡ. ପ୍ରମୋଦ କୁମାର ପଣ୍ଡା ଉତ୍କଳ ହେଉଛି ଉତ୍କୃଷ୍ଟ କଳାର ଦେଶ। କେଉଁ ଆଦିମ କାଳରୁ ଆମ ରାଜ୍ୟରେ କଳା ସଂସ୍କୃତିକୁ ଉଚ୍ଚସ୍ଥାନ ଦିଆଯାଇ ଆସୁଛି।...

ନିର୍ଦ୍ଦୋଷ ଦଣ୍ଡିତ ନ ହେଉ

ଭାରତ ସମ୍ବିଧାନର ଧାରା ୨୧ ପ୍ରତ୍ୟେକ ଭାରତୀୟଙ୍କୁ ବଞ୍ଚତ୍ବାର ଅଧିକାର (ରାଇଟ୍‌ ଟୁ ଲାଇଫ୍‌) ପ୍ରଦାନ କରିଛି। ଯେତେବେଳେ ସେହି ଅଧିକାର ଉପରେ ଆଘାତ ଲାଗେ,...

ଅସମୟରେ ଇଲେକ୍ଟୋରାଲ ବଣ୍ଡ୍‌ ବିକ୍ରିକୁ ଅନୁମତି

ନୀତୀନ ସେଠୀ ଜାନୁୟାରୀ ୨, ୨୦୧୮ରେ ଭାଜପା ସରକାର ବିବାଦୀୟ ଇଲେକ୍ଟୋରାଲ ବଣ୍ଡ୍‌ର ନିୟମକାନୁନ ସମ୍ପର୍କରେ ବିଜ୍ଞପ୍ତି ଜାରି କରିଥିଲେ। ତା’ପରେ ଅଚିରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ...

କାଳର କଡ଼ ଲେଉଟାଣି

ଉପେନ୍ଦ୍ର ବିଶ୍ୱାଳ ପ୍ରତ୍ୟହ ପ୍ରଭାତରେ ପକ୍ଷୀଟିଏ ପହଞ୍ଚତ୍ଥାଏ ଦାଣ୍ଡ ଦୁଆରେ। ପୋକ, ପତଙ୍ଗାଦିକୁ ଖୁଣ୍ଟି ଖାଏ। ତା’ର କୁନି କୁନି ପାଦର ଟିକି ଟିକି ଚାଲି,...

ତଥାପି ବଞ୍ଚିଛି ମାନବିକତା

ଡ. ରମେଶ ଚନ୍ଦ୍ର ପରିଡ଼ା ମଣିଷ କ୍ରମେ ଅଧିକରୁ ଅଧିକ କ୍ରୂର ହୋଇଚାଲିଛି। ଫଳରେ ବଢ଼ି ବଢ଼ି ଚାଲିଛି ଯୁଦ୍ଧ ଘନଘଟା, ଅପରାଧ, ଆତଙ୍କବାଦ ଭଳି...

ପୁରୁଣା ମେଧା

ଯୁବପିଢ଼ି ପାଇଁ ଆଇଟି ସେକ୍ଟର କର୍ମଶକ୍ତି ଭାବେ ଉଭାହୋଇଛି। ସେଥିପାଇଁ ଅଧିକ ସଂଖ୍ୟକ ଭାରତୀୟ ଆଇଟି ପ୍ରଫେସନାଲ ନିଯୁକ୍ତି ଓ ରୋଜଗାର ଆଶାରେ ଆମେରିକା, କାନାଡା,...

ଜିନ୍‌ ପରିବର୍ତ୍ତିତ ସୋରିଷରେ ବିପଦ

ସୋରିଷ ବିନା ରୋଷେଇ ଅଧୁରା। ଏବେ ସେଇ ସୋରିଷ ଉପରେ ବହୁରାଷ୍ଟ୍ରୀୟ କମ୍ପାନୀଙ୍କ ନଜର ଲାଗିଛି। ପ୍ରାକୃତିକ ସୋରିଷର ଜିନ୍‌ରେ ପରିବର୍ତ୍ତନ କରି ଜିନ୍‌ ପରିବର୍ତ୍ତିତ...

Advertisement
Archives

Model This Week