ଏଇ ଭାରତରେ

ବିପର୍ଯ୍ୟୟକୁ ସାମ୍‌ନା କରି ପୁଣି ଅଣ୍ଟାସଳଖି ସ୍ବାବଲମ୍ବୀ ହେବାରେ ଆନ୍ଧ୍ରପ୍ରଦେଶର ପାଳଗୁଟାପଲ୍ଲି ଗାଁର ମହିଳାମାନେ ଉଦାହରଣ ସୃଷ୍ଟି କରିଛନ୍ତି। ସେମାନେ ପରିବେଶ ଉପଯୋଗୀ କପଡ଼ା ବ୍ୟାଗ୍‌ ତିଆରି କରି ତାହାକୁ ବିଦେଶରେ ପହଞ୍ଚାଉଛନ୍ତି। ଚିତ୍ତୋର ଜିଲାର ମରୁଡ଼ି ପ୍ରପୀଡ଼ିତ ଗଁା ପାଳଗୁଟାପଲ୍ଲିରେ ରହନ୍ତି ୬୦ଟି ପରିବାର। ୨୦୧୦ରୁ ୨୦୧୫ ଯାଏ ୫ ବର୍ଷ ମରୁଡ଼ି ଲାଗି ରହିବା ପରେ ଚାଷରେ କ୍ଷତି ହେଲା। ପୁରୁଷମାନେ କିଛି କାମ ପାଇଲେ ନାହିଁିଁ। ଅନେକ ଗାଈଗୋରୁ ବିକ୍ରିକରି ବାହାରକୁ ପଳାଇଗଲେ। କିନ୍ତୁ ସେହି ଗାଁର ସଫ୍ଟଓ୍ବେର ଇଞ୍ଜିନିୟର ଅପର୍ଣ୍ଣା କ୍ରିଷ୍ଣ ଏହାକୁ ନିରୀକ୍ଷଣ କରିବା ପରେ ଯେଉଁମାନେ ଗାଁରେ ରହିଥିଲେ, ସେମାନଙ୍କ ସହ ଆଲୋଚନା କରି କପଡ଼ା ବ୍ୟାଗ୍‌ ତିଆରି କରିବାକୁ ପ୍ରୋତ୍ସାହିତ କରିଥିଲେ। ନିଜେ ମଧ୍ୟ ସେମାନଙ୍କ ସହ ସାମିଲ ହୋଇଥିଲେ। ଅପର୍ଣ୍ଣା ପ୍ରଥମେ ୪ ଜଣ ମହିଳାଙ୍କୁ ନେଇ ବ୍ୟାଗ୍‌ ତିଆରି କରିଥିଲେ। ବର୍ତ୍ତମାନ ଏହି କାର୍ଯ୍ୟରେ ଅନେକ ମହିଳା ଯୋଗଦେଇ ରୋଜଗାର କରୁଛନ୍ତି। ସେମାନେ ୫୦ ପ୍ରକାର ବ୍ୟାଗ ତିଆରି କରି ଦେଶ ବିଦେଶରେ ୫୦,୦୦୦ ବ୍ୟାଗ୍‌ ବିକ୍ରି କରିସାରିଲେଣି। ସେମାନଙ୍କ ହାତ ତିଆରି ବ୍ୟାଗ୍‌ ଇଂଲଣ୍ଡ, ଆମେରିକା ଏବଂ କାନାଡ଼ାରେ ପହଞ୍ଚତ୍ପାରିଛି। ମହିଳାମାନେ ଏବେ ମାସକୁ ୫,୦୦୦ ଟଙ୍କା ରୋଜଗାର କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

ଯିଶୁଖ୍ରୀଷ୍ଟଙ୍କ ଜନ୍ମ ମହତ୍ତ୍ୱ

ଶ୍ୱର ଜଗତକୁ ଏତେ ପ୍ରେମ କଲେ ଯେ, ତାଙ୍କ ନିଜର ଅଦ୍ୱିତୀୟ ପୁତ୍ର ପ୍ରଭୁ ଯିଶୁଙ୍କୁ ପୃଥିବୀକୁ ପଠାଇଲେ। ଏଣୁ ଯେ କେହି ଯିଶୁଙ୍କଠାରେ ବିଶ୍ୱାସ...

ଗାନ୍ଧୀ ନୂଅଁାଖାଇ

ନୂଆ ଫସଲ ଅମଳ ପରେ ଆମ ଓଡ଼ିଶାରେ ବିଭିନ୍ନ ତିଥି ନେଇ ନୂଅଁାଖାଇ ପାଳନ କରାଯାଏ। ବିଶେଷକରି ଓଡ଼ିଶାର ପଶ୍ଚିମାଞ୍ଚଳରେ ନୂଆଖାଇ ବା ନୂଅଁାଖାଇ ଏକ...

ଜୈନ ଗ୍ରନ୍ଥ ଓ କର୍ମ ସିଦ୍ଧାନ୍ତ

ଜୈନ ଗ୍ରନ୍ଥ ଅନୁଯାୟୀ, ପରମସତ୍ତାଙ୍କ ହିସାବ ଖାତାରେ ପ୍ରତ୍ୟେକ କର୍ମର ଭଲ ମନ୍ଦ ଫଳ ରହିଛି। ନିଜର ଲୋଭ ଓ ମୋହ (ଖାଇବାଠାରୁ ଆରମ୍ଭକରି ବିଭିନ୍ନ...

ଆସାମର ହାତୀ-ଟ୍ରେନ୍‌ ଧକ୍କା

ଶନିବାର(୨୦-୧୨-୨୫) ବିଳମ୍ବିତ ରାତିରେ ଆସାମରେ ଘଟିଥିବା ହାତୀ-ଟ୍ରେନ୍‌ ଧକ୍କା ଏକ ବଡ଼ ଘଟଣା। ଗୋଟିଏ ଧକ୍କାରେ ୮ଟି ହାତୀଙ୍କ ମୃତ୍ୟୁ ହୋଇଛି। ଆସାମରେ ଏହା ଏପର୍ଯ୍ୟନ୍ତ...

ଶିକ୍ଷା ଓ ଶିକ୍ଷକ

ଶିକ୍ଷା ହେଉଛି ଗୋଟିଏ ଦେଶର ସବୁଠୁ ମୌଳିକ ଓ ଶକ୍ତିଶାଳୀ ସାମାଜିକ ଭିତ୍ତିଭୂମି। ଏହା କେବଳ ପାଠପଢ଼ା, ପରୀକ୍ଷା, ସାର୍ଟିଫିକେଟ କିମ୍ବା ଚାକିରି ପାଇବାର ଉପାୟ...

ଦିଲ୍ଲୀରୁ ଯିବ ରାଜଧାନୀ

ଦିଲ୍ଲୀ ଭାରତର ରାଜଧାନୀ ହୋଇଥିବାରୁ ଦେଶର ବିଭିନ୍ନ ପ୍ରାନ୍ତର ଲୋକ ସେଠାରେ ରହିବାକୁ କିମ୍ବା ବୁଲିଯିବାକୁ ପସନ୍ଦ କରିଥାଆନ୍ତି। ସେଠି ପାର୍ଲାମେଣ୍ଟ, ଲାଲ୍‌କିଲ୍ଲା, ସୁପ୍ରିମକୋର୍ଟ, ଇଣ୍ଡିଆ...

ଏବର ଚାଷବାସ

କୃଷି ବିନା ସମ୍ଭବ ନୁହେଁ ଖୁସି। ଖୁସି ସେହିଠାରୁ ଆସେ ଯେଉଁଠି ଥାଏ ଅନ୍ନ। ଅନ୍ନଗ୍ରହଣ ନାଶକରେ ଭୋକ। ଭୋକରୁ ଉତ୍ତୀର୍ଣ୍ଣ ହେବାକୁ ହେଲେ ମାଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri