ଏଇ ଭାରତରେ

ଖଣି ଶ୍ରମିକରୁ ଶିକ୍ଷାର ବର୍ତ୍ତିକା ସାଜିଛନ୍ତି ଝାଡ଼ଖଣ୍ଡର ନୀରଜ ମୁର୍ମୁ। ଗିରିଡିହର ଡୁଲିୟାକରମ୍‌ ଗାଁରେ ତାଙ୍କ ଘର। ଆଦିବାସୀ ପରିବାରରେ ଜନ୍ମିତ ମୁର୍ମୁଙ୍କୁ ଏବେ ବୟସ ୨୨। ସେ ଏକ ସ୍କୁଲ୍‌ ପ୍ରତିଷ୍ଠା କରି ଅସହାୟ ପିଲାମାନଙ୍କୁ ମାଗଣାରେ ପଢ଼ାଉଛନ୍ତି। ଏମାନଙ୍କ ମଧ୍ୟରେ ଖଣିରେ କାମ କରୁଥିବା ଶିଶୁ ଶ୍ରମିକଙ୍କ ସଂଖ୍ୟା ଅଧିକ । ନୀରଜ ୯ ବର୍ଷ ବୟସରେ ମା’ ସାଙ୍ଗରେ ଖଣିକୁ ଯାଉଥିଲେ। ଏହା ଭିତରେ ବେଳେବେଳେ ସ୍କୁଲ ବି ଯାଆନ୍ତି। ପଢ଼ା ଛାଡି ମିକା ଖଣିରେ ସେ ୨୦୧୧ ଯାଏ ଜଣେ ଶିଶୁ ଶ୍ରମିକ ଭାବେ କାର୍ଯ୍ୟ କରିଛନ୍ତି। ପୁଣି ଅଷ୍ଟମ ଶ୍ରେଣୀରେ ନାମ ଲେଖାଇ ମାଟ୍ରିକ ପାସ୍‌ କରିବା ପରେ ଇଞ୍ଜିନିୟରିଂରେ ଡିପ୍ଲୋମା କରିବାକୁ ସେ ଚେନ୍ନାଇ ଯାଇଥିଲେ। ସ୍ବାସ୍ଥ୍ୟଗତ କାରଣରୁ ସେଥିରୁ ଓହରି ଯାଇ ଘରେ ରହି ଇଣ୍ଟରମିଡିଏଟ ପାସ୍‌ କଲେ। ଏହି ସମୟରେ ଶିକ୍ଷକମାନଙ୍କ ଷ୍ଟ୍ରାଇକ୍‌ ଯୋଗୁ ପିଲାମାନେ ପାଠ ଛାଡି ଖଣିରେ ବହୁ ସଂଖ୍ୟାରେ କାମ କରିବାକୁ ଲାଗିଲେ ।
କିନ୍ତୁ ନୀରଜ ଏମାନଙ୍କୁ ଉଦ୍ଧାର କରି ୨୦୧୮ରେ ତାଙ୍କ ଗାଁରେ ଏକ ଭଡ଼ା ଘରେ ସ୍କୁଲ୍‌ ପ୍ରତିଷ୍ଠା କରି ପଢ଼ାଇବା ଆରମ୍ଭ କରିଥିଲେ। ତାଙ୍କ ସ୍କୁଲ ନାଁ କୈଳାସ ସତ୍ୟାର୍ଥୀ ସ୍କୁଲ। ପ୍ରଥମରୁ ଅଷ୍ଟମ ଶ୍ରେଣୀର ପିଲାମାନଙ୍କୁ ପଢ଼ାଉଛନ୍ତି। ଏବେ ସ୍କୁଲରେ ୨୦୦ରୁ ଊର୍ଦ୍ଧ୍ୱ ଶିଶୁ ପଢୁଛନ୍ତି। ସ୍କୁଲରେ ନୀରଜଙ୍କ ଜଣେ ସାଙ୍ଗଙ୍କ ସହ ତାଙ୍କ ଭଉଣୀ ପଢ଼ାଉଛନ୍ତି। ଏବେ ସୁଦ୍ଧା ସେ ୨୦ ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରି ସ୍କୁଲକୁ ଆଣିପାରିଛନ୍ତି। ସେ ଇନ୍ଦିରା ଗାନ୍ଧୀ ମୁକ୍ତ ବିଶ୍ୱବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ ବି ହାସଲ କରିଛନ୍ତି। ବି.ଏଡ୍‌. ପାସ୍‌ କରିବା ପରେ ଖଣି ଅଞ୍ଚଳରେ ଅଧିକ ସ୍କୁଲ ଖୋଲି ଶିଶୁ ଶ୍ରମିକମାନଙ୍କୁ ଉଦ୍ଧାର କରି ପଢ଼ାଇବାର ଲକ୍ଷ୍ୟ ରଖିଛନ୍ତି ନୀରଜ। ଏହି କାର୍ଯ୍ୟ ଲାଗି ସେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପୁରସ୍କୃତ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ମଣିପୁର ପାଇଁ ସମୟ ନାହିଁ

କିଛି ଦିନର ବ୍ୟବଧାନ ପରେ ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ସଦ୍ୟ ହିଂସା ଦେଖାଦେଇଛି। ବିଷ୍ଣୁପୁର ଜିଲାର ମୋଇରାଙ୍ଗ ତ୍ରୋଙ୍ଗଲାଓବି ଅଞ୍ଚଳରେ ୬ ଏପ୍ରିଲରେ ଉଗ୍ରବାଦୀଙ୍କ ବୋମା…

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

ମାଷ୍ଟର ନାହାନ୍ତି

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ) ପକ୍ଷରୁ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ନୂଆ ପାଠ୍ୟକ୍ରମ ଅଣାଯାଇଛି। ଛାତ୍ରୀଛାତ୍ରମାନେ ୩ଟି ଭାଷା ପଢ଼ିବାର ବ୍ୟବସ୍ଥା ହୋଇଥିବା ବେଳେ ସେଥିମଧ୍ୟରୁ…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri