ଚାଇନା ସହ ଭାରତର ବ୍ୟବସାୟିକ ସମୀକରଣ

ବିଚିତ୍ର ବିଶ୍ୱାଳ

ଭାରତର ସୀମା ଭିତରକୁ ଚାଇନାର ଅନୁପ୍ରବେଶ ଓ ସେଥିପାଇଁ କୋଡ଼ିଏ ଜଣ ଭାରତୀୟ ଯବାନ ଶହୀଦ ହେବା ପରେ ଭାରତ ଓ ଚାଇନା ମଧ୍ୟରେ ସମ୍ପର୍କରେ ଅତ୍ୟନ୍ତ ତିକ୍ତତା ପ୍ରକାଶ ପାଇବା ପରେ କୂଟନୈତିକ ସ୍ତରରେ ଦୁଇ ପକ୍ଷର ଆଲୋଚନା ଯୋଗୁ ଚାଇନା ପଛକୁ ହଟିଛି। ତଥାପି ଏପରି ସ୍ଥିତିରେ ସାଧାରଣ ଭାରତୀୟଙ୍କ ମଧ୍ୟରେ ଚାଇନା ପ୍ରତି ଅତ୍ୟନ୍ତ କ୍ରୋଧ ପ୍ରକାଶ ପାଉଥିବାର ଦେଖାଯାଉଛି। ଚାଇନାର ଦାଦାଗିରି ବିରୋଧରେ ପ୍ରତିବାଦ ସଭା ଓ ଚାଇନା ସାମଗ୍ରୀ ବର୍ଜନ କରିବାକୁ ଅନେକ ଲୋକ ଆହ୍ବାନ ଦେଉଛନ୍ତି। ସାମାଜିକ ଗଣମାଧ୍ୟମଠାରୁ ଆରମ୍ଭ କରି ସବୁଆଡ଼େ ଲୋକମାନେ ଚାଇନା ବିରୋଧରେ ବିଷୋଦ୍‌ଗାର ଓ ଚାଇନା ସାମଗ୍ରୀକୁ ପୋଡ଼ୁଥିବା ଓ ଭାଙ୍ଗୁଥିବାର ଖବରମାନ ଟିଭି ପରଦାରେ ଦେଖିବାକୁ ମିଳୁଛି। ସୀମାରେ ଚାଇନା ଦ୍ୱାରା ୨୦ ଜଣ ଯବାନ ଶହୀଦ ହେବା ପରେ ଭାରତବାସୀଙ୍କର ଏପରି କ୍ରୋଧ ପ୍ରକାଶ ପାଇବା ସ୍ବାଭାବିକ। କିନ୍ତୁ ସରକାର ଏପର୍ଯ୍ୟନ୍ତ ଚାଇନା ବିରୋଧରେ ଠୋସ୍‌ କିଛି କହିଥିବାର ଶୁଣାଯାଉନି। ବରଂ ସରକାର ପ୍ରଥମେ କହୁଥିଲେ ସୀମାରେ ହୋଇଥିବା ସଂଘର୍ଷରେ ଭାରତର କେହି ଯବାନ ନିଖୋଜ ହୋଇନାହାନ୍ତି। କିନ୍ତୁ ପରମୁହୂର୍ତ୍ତରେ ଚାଇନା ଯବାନମାନଙ୍କୁ ଛାଡ଼ିବା ପରେ ଭାରତ ସରକାର ଯବାନଙ୍କ ନିଖୋଜ ଘଟଣାକୁ ସ୍ବୀକାର କରିଛନ୍ତି। ଏଥିରୁ ଗୋଟିଏ କଥା ବୁଝିହେଉଛି ଯେ, ସରକାର ଚାଇନା ବିରୋଧରେ ଦୃଢ଼ଭାବେ କିଛି ପଦକ୍ଷେପ ନେବା ପରିସ୍ଥିତିରେ ନାହାନ୍ତିି। କିନ୍ତୁ ଲୋକମାନେ ଯେତେବେଳେ ଚାଇନା ସାମଗ୍ରୀ ବର୍ଜନକୁ ନେଇ ବାରମ୍ବାର ଦାବି କରିଆସୁଛନ୍ତିି ଓ ସରକାରଙ୍କୁ ଚାଇନା ସହିତ ସମସ୍ତ ପ୍ରକାର ବ୍ୟବସାୟିକ ସମ୍ପର୍କ ଛିନ୍ନ କରିବାକୁ ଆହ୍ବାନ ଦେଉଛନ୍ତି, ସରକାର ସେ ବିଷୟରେ ସମ୍ପୂର୍ଣ୍ଣ ନୀରବ ଅଛନ୍ତିି, କେବଳ ସଂପ୍ରତି ୫୯ଟି ଚାଇନା ‘ଆପ୍‌’କୁ ନିଷିଦ୍ଧ ଘୋଷଣା କରିବା ବ୍ୟତୀତ। ତାହା ପୁଣି ବ୍ୟକ୍ତିଗତ ତଥ୍ୟର ଗୋପନୀୟତା ପ୍ରସଙ୍ଗରେ ନିଷିଦ୍ଧ ଘୋଷଣା କରାଯାଇଛି। ଆମ ସରକାରଙ୍କର ଏହି ପଦକ୍ଷେପ ଚାଇନା ପ୍ରତି ନିଶ୍ଚିତ ଭାବେ ଏକ ଦୃଢ଼ ପଦକ୍ଷେପ ନୁହେଁ। ସରକାରଙ୍କ କିଛି ସମର୍ଥକ ଏକଥା ବି କହୁଛନ୍ତି ଯେ, ଅନ୍ତର୍ଜାତୀୟ ଚୁକ୍ତି ଆଦି ପାଇଁ ଭାରତ ସରକାର ଚାଇନା ସହିତ ବ୍ୟବସାୟିକ ସମ୍ପର୍କ ଛିନ୍ନ କରିପାରିବେ ନାହଁି। ଲୋକମାନେ ଚାଇନା ବସ୍ତୁ ବର୍ଜନ କରିବା ଉଚିତ। ଏହା ଠିକ୍‌ ପର ପାଟିରେ ଲଙ୍କା ଚାଖିବା ପରି। ଅନ୍ତର୍ଜାତୀୟ ଚୁକ୍ତି ଶୁଳ୍କ ଓ ବାଣିଜ୍ୟ ସଂକ୍ରାନ୍ତ ସାଧାରଣ ରାଜିନାମା (ଗ୍ୟାଟ୍‌)ର ଧାରା ୨୧(ଖ) ୩ ଅନୁଯାୟୀ ବିଶ୍ୱ ବାଣିଜ୍ୟ ସଂଗଠନର ଏକ ସଦସ୍ୟ ଦେଶ ଅନ୍ୟ ଏକ ଦେଶ ବିରୋଧରେ ବାଣିଜି୍ୟକ କାର୍ଯ୍ୟାନୁଷ୍ଠାନ ନେଇପାରିବ। ଯୁଦ୍ଧ ସମୟରେ, ନିଜ ଦେଶର ସୁରକ୍ଷା, ସ୍ବାର୍ଥ କିମ୍ବା ଅନ୍ତର୍ଜାତୀୟ ସମ୍ପର୍କରେ ଜରୁରିକାଳୀନ ପରିସ୍ଥିତିକୁ ଦେଖି ଏହି ପଦକ୍ଷେପ ନିଆଯାଇପାରିବ। ଭାରତ ଏବଂ ଚାଇନା ମଧ୍ୟରେ ସଂପ୍ରତି ଦେଶର ସାର୍ବଭୌମତ୍ୱ ଓ ସୁରକ୍ଷା କଥା ଉଠୁଥିବାରୁ ଭାରତ ଚାହଁିଲେ ଚାଇନା ସହିତ ଏପରି ପଦକ୍ଷେପ ନେଇପାରିବ। ପାକିସ୍ତାନ ବିରୋଧରେ ଭାରତ ସରକାର ଶୁଳ୍କ ବୃଦ୍ଧି ପାଇଁ ଯେପରି ପଦକ୍ଷେପ ନେଇଥିଲେ, ଚାଇନା ସହିତ ମଧ୍ୟ ସେପରି ପଦକ୍ଷେପ ନେଇପାରିବ। କିନ୍ତୁ ଅସଲ କଥା ହେଉଛି, ଭାରତ ସରକାର ଚାଇନା ବିରୋଧରେ ସେପରି ପଦକ୍ଷେପ ନେବାକୁ ଚାହଁୁନାହାନ୍ତି। କାରଣ ପାକିସ୍ତାନ ସହିତ ଭାରତର ବାଣିଜ୍ୟର ଆକାର ଆଖିଦୃଶିଆ ନ ଥିଲା, କିନ୍ତୁ ଚାଇନା ସହିତ ଭାରତର ବାଣିଜ୍ୟର ଆକାର ବହୁତ ବଡ଼। ଏଥିରେ ଚାଇନା ଅପେକ୍ଷା ଭାରତର ସ୍ବାର୍ଥ ଅଧିକ ଜଡ଼ିତ।
ଅନ୍ୟପକ୍ଷରେ ପ୍ରଶ୍ନ ଉଠୁଛି, ଭାରତ ସରକାର କ’ଣ ଚାଇନା ସାମଗ୍ରୀକୁ ବର୍ଜନ କରିପାରିବେ? ଭାରତ ଚାଇନା ସହିତ ବ୍ୟବସାୟିକ ସମ୍ପର୍କକୁ ସମ୍ପୂୂର୍ଣ୍ଣ ଭାବେ ଛିନ୍ନ କରିବାକୁ ସମର୍ଥ କି ଓ ଏହାଦ୍ୱାରା ସତରେ କ’ଣ ଚାଇନାର ଆର୍ଥିକ ଅବସ୍ଥା ଦୋହଲିଯିବ? ପରିସଂଖ୍ୟାନରୁ ଜଣାଯାଉଛି ଯେ, ଆର୍ଥିକ ଓ ବ୍ୟବସାୟିକ ପରିସ୍ଥିତିକୁ ନେଇ ଭାରତ ସରକାର ଚାଇନା ସହିତ ପାକିସ୍ତାନ ପରି ବ୍ୟବହାର କରିପାରିବ ନାହଁି। ଯଦି ଆମେ ପରିସଂଖ୍ୟାନ ଉପରେ ଆଖି ପକେଇବା ତେବେ ଜାଣିବା ଯେ, ଆଜି ୨୦୨୦ରେ ଆମ ଅର୍ଥନୀତି ଚାଇନା ଉପରେ ଅଧିକାଂଶ ଭାବେ ନିର୍ଭରଶୀଳ। ଆମେ ଚାଇନା ସାମଗ୍ରୀ ବର୍ଜନ କଲେ ବା ଚାଇନା ସାମଗ୍ରୀ ଉପରେ ପ୍ରତିବନ୍ଧକ ଲଗେଇଲେ ଚାଇନାର ଆର୍ଥିକ ମେରୁଦଣ୍ଡ ଭାଙ୍ଗିଯିବ ନାହଁି। ଏପରି କି ଆମର ପ୍ରତିବନ୍ଧକ ଦ୍ୱାରା ଚାଇନାର ଯେତିକି କ୍ଷତି ହେବ ତା’ଠାରୁ ଅଧିକ କ୍ଷତି ଭାରତର ହେବ। କାରଣ ଏପର୍ଯ୍ୟନ୍ତ ଆମେ କେବଳ ଆତ୍ମନିର୍ଭରଶୀଳତାର ଭାଷଣ ଦେଇ ଆସିଛୁ କିନ୍ତୁ ପ୍ରକୃତ ଅର୍ଥରେ ଆତ୍ମନିର୍ଭରଶୀଳ ହେବାକୁ ପ୍ରୟାସ ବି କରିନାହଁୁ। କୌଣସି ସରକାର ବି ଭାରତକୁ ଆତ୍ମନିର୍ଭରଶୀଳ କରିବା ଦିଗରେ କିଛି ବି ଠୋସ୍‌ ପଦକ୍ଷେପ ନେଇନାହାନ୍ତି।
ଭାରତ ଚାଇନାକୁ ଯେତିକି ପରିମାଣର ରପ୍ତାନି କରୁଛି ତାହା ଭାରତର ସମୁଦାୟ ରପ୍ତାନିର ମାତ୍ର ୫ପ୍ରତିଶତ। ସେହିପରି ଭାରତର ସମୁଦାୟ ଆମଦାନିରେ ଚାଇନାର ଭାଗ ୧୪ପ୍ରତିଶତ। ଅର୍ଥାତ୍‌ ଭାରତ ଯେତିକି ମୂଲ୍ୟର ଜିନିଷ ଆମଦାନି କରୁଛି ତା’ର ୧୪ପ୍ରତିଶତ କେବଳ ଚାଇନାରୁ ଆମଦାନି କରୁଛି। କିନ୍ତୁ ଚାଇନା କ୍ଷେତ୍ରରେ ଏହି ପରିସଂଖ୍ୟାନ ଅତ୍ୟନ୍ତ ନଗଣ୍ୟ। ଚାଇନା ଆମକୁ ଯାହା ରପ୍ତାନି କରୁଛି, ତାହା ତା’ର ସମୁଦାୟ ରପ୍ତାନିର ମାତ୍ର ୩ପ୍ରତିଶତ। ଏହା ବନ୍ଦ ହୋଇଗଲେ, ନିଶ୍ଚିତ ଭାବେ ଚାଇନା ଦୋହଲିଯିବ ନାହିଁ। ସେହିପରି ଚାଇନାର ଆମଦାନିରେ ଭାରତର ଭାଗ ମାତ୍ର ୧ପ୍ରତିଶତ। ପରିସଂଖ୍ୟାନକୁ ଦେଖିଲେ ବୁଝାପଡ଼ୁଛି ଯେ, କାଲି ଯଦି ଆମେ ଚାଇନା ସହିତ ବ୍ୟବସାୟିକ ସମ୍ପର୍କ ଛିନ୍ନ କରିଦେବା ତେବେ ଚାଇନା ଅପେକ୍ଷା ଭାରତ ବେଶି ପ୍ରଭାବିତ ହେବ।
ଦ୍ୱିତୀୟ ଓ ଗୁରୁତ୍ୱପୂର୍ଣ୍ଣ ଘଟଣାଟି ହେଉଛି, ସଂପ୍ରତି ଚାଇନାର କମ୍ପାନୀ ଭାରତର ସଫଳ ଷ୍ଟାର୍ଟଅପ୍‌ କମ୍ପାନୀଗୁଡ଼ିକରେ ପ୍ରାୟ ୪୦୦ କୋଟି ଡଲାରର ଅର୍ଥ ନିବେଶ କରିଛନ୍ତି। ସେଥିରେ ଓୟୋ, ପେଟିଏମ୍‌ ଓ ଜୋମାଟୋ ପରି ସଫଳ ଓ ଘରେ ଘରେ ପରିଚିତ କମ୍ପାନୀଗୁଡ଼ିକ ଅନ୍ତର୍ଭୁକ୍ତ। ଚାଇନାର ଆଲିବାବା ଗ୍ରୁପ୍‌ ‘ପେଟିଏମ୍‌’ରେ ୪୦୦ ମିଲିୟନ୍‌ ଡଲାର, ଜୋମାଟୋରେ ୨୦୦ ମିଲିୟନ୍‌ ଡଲାର, ବିଗ୍‌ ବାସ୍କେଟ୍‌ରେ ୨୫୦ ମିଲିୟନ୍‌ ଡଲାର, ‘ପେଟିଏମ୍‌ ମଲ୍‌’ରେ ୧୫୦ ମିଲିୟନ୍‌ ଡଲାର, ସ୍ନାପ୍‌ଡିଲ୍‌ରେ ୧୦୦ମିଲିୟନ୍‌ ଡଲାର, ବାଇଜୁରେ ୫୦ ମିଲିୟନ୍‌ ଡଲାର ଓ ଓଲା, ସ୍ବିଗି ଆଦିରେ ଚାଇନାର କମ୍ପାନୀଗୁଡ଼ିକ ପ୍ରଚୁର ପରିମାଣର ଟଙ୍କା ନିବେଶ କରିଛନ୍ତି। ଏହି ସବୁ କମ୍ପାନୀ ଓ ତାଙ୍କ ବ୍ୟବସାୟ ଚାଇନାର ଅର୍ଥରେ ହଁି ଚାଲୁଛି। ତେଣୁ ଏପରି ପରିସ୍ଥିତିରେ ଭାରତ ଚାଇନା ସହିତ ବ୍ୟବସାୟିକ ସମ୍ପର୍କ ଛିନ୍ନ କରିବା ସ୍ଥିତିରେ ହଁି ନାହଁି। କାରଣ ଏହାଦ୍ୱାରା ଭାରତର ଅର୍ଥନୀତି ଭୟଙ୍କର ଭାବେ ପ୍ରଭାବିତ ହେବ।
ଏହା ବ୍ୟତୀତ ୨୦୧୭-୧୮ରେ ଭାରତ ପ୍ରାୟ ୬୦ ପ୍ରତିଶତ ଇଲେକ୍ଟ୍ରିକ୍‌ ସାମଗ୍ରୀ ଚାଇନାରୁ ଆମଦାନି କରିଛି। ସେହିପରି ଭାରତରେ ବହୁଳ ଭାବେ ବିକ୍ରି ହେଉଥିବା ୫ଟି ମୋବାଇଲ୍‌ ଫୋନ୍‌ରୁ ୪ଟି ଫୋନ୍‌ ଚାଇନାର। ଭାରତର ମୋବାଇଲ୍‌ ଆମଦାନି କ୍ଷେତ୍ରରେ ଚାଇନାର ଭାଗ ମଧ୍ୟ ୬୦ପ୍ରତିଶତ। ସେହିପରି ପ୍ରାୟ ୩୦ ପ୍ରତିଶତ ଅଟୋମୋବାଇଲ୍‌ ସାମଗ୍ରୀ, ୫୦ପ୍ରତିଶତ ସାଇକେଲ ଓ ୯୦ପ୍ରତିଶତ ଖେଳନା ସାମଗ୍ରୀ ଭାରତ ଚାଇନାରୁ ଆମଦାନି କରିଥାଏ। ଔଷଧ ଆମଦାନି କ୍ଷେତ୍ରରେ ଚାଇନାର ଯୋଗଦାନ ବି କମ୍‌ ନୁହେଁ। ଚାଇନା ସାମଗ୍ରୀର ଆଉ ଗୋଟିଏ ମୁଖ୍ୟ କଥା ହେଉଛି, ତାହା ତୁଳନାତ୍ମକ ଭାବେ ଦାମ୍‌ କମ୍‌ ଓ ଗୁଣବତ୍ତା ଦୃଷ୍ଟିରୁ ବି ଖରାପ ନୁହେଁ। ତେଣୁ ଭାରତର ମଧ୍ୟବିତ୍ତମାନେ ଖୁବ୍‌ ସହଜରେ ଚାଇନା ସାମଗ୍ରୀର ପ୍ରେମରେ ପଡ଼ିଯାଉଛନ୍ତି। ଭାରତ ଯଦି ହଠାତ୍‌ ଚାଇନା ସାମଗ୍ରୀ ଉପରେ ପ୍ରତିବନ୍ଧକ ଲଗେଇ ଦିଏ, ଏହାର ସବୁଠାରୁ ଅଧିକ ପ୍ରଭାବ ପଡ଼ିବ ଭାରତର ମଧ୍ୟବିତ୍ତଙ୍କ ଉପରେ। ଯେଉଁମାନେ ଅଳ୍ପ ମୂଲ୍ୟରେ ସାମଗ୍ରୀ ପାଉଥିଲେ, ସେମାନେ ତାହା ହରେଇବାକୁ ବାଧ୍ୟ ହେବେ। ଆଉ ଗୋଟିଏ କଥା ହେଉଛି, ଭାରତ ଚାଇନାରୁ ମୁଖ୍ୟତଃ ତିଆରି ହୋଇଥିବା ସାମଗ୍ରୀ ଆମଦାନି କରେ ନାହଁି। ବିଭିନ୍ନ ପ୍ରକାର ସାମଗ୍ରୀ ତିଆରି ହେବା ପାଇଁ କଞ୍ଚାମାଲ୍‌ ବି ଆମଦାନି କରିଥାଏ। ଛୋଟ ଛୋଟ ଭାରତୀୟ କମ୍ପାନୀ ଏଥିରେ ଜିନିଷ ତିଆରି କରି ବିକ୍ରି କରିଥାନ୍ତି। ତେଣୁ ଚାଇନା ଉପରେ ପ୍ରତିବନ୍ଧକ ଲଗେଇ ଦେଲେ, ଭାରତର ଛୋଟ ଛୋଟ କମ୍ପାନୀଗୁଡ଼ିକ ବେଶି କ୍ଷତି ସହିବେ ଓ ଏହାର ସିଧା ପ୍ରଭାବ ନିଯୁକ୍ତି ଓ ଆମ ଅର୍ଥବ୍ୟବସ୍ଥା ଉପରେ ପଡ଼ିବ। ଏହା ବର୍ତ୍ତମାନର ଦୁର୍ବଳ ଅର୍ଥବ୍ୟବସ୍ଥାକୁ ଆହୁରି ଦୁର୍ବଳ କରିଦେବ। ବିଭିନ୍ନ ପ୍ରକାର ଔଷଧ ତିଆରି କରିବା ପାଇଁ ଭାରତ ଚାଇନାରୁ କଞ୍ଚାମାଲ୍‌ ଆମଦାନି କରିଥାଏ। ଚାଇନା ସହିତ ବ୍ୟବସାୟିକ ସମ୍ପର୍କ ଛିନ୍ନ କରିଦେଲେ, ଭାରତ ଏତେ ଶୀଘ୍ର ସେହି ସବୁ କଞ୍ଚାମାଲ ଆଉ କେଉଁଠୁ ଆମଦାନି କରିବା ସମ୍ଭବପର ନୁହେଁ। ଏହା ଆମ ଔଷଧ ଉଦ୍ୟୋଗକୁ ବହୁଳ ଭାବେ ପ୍ରଭାବିତ କରିବ। ତେଣୁ ଭାରତ କ୍ଷେତ୍ରରେ ସଂପ୍ରତି ଚାଇନା ସହିତ ବ୍ୟବସାୟିକ ସମ୍ପର୍କ ଛିନ୍ନ କରିବା ପ୍ରାୟତଃ ସମ୍ଭବପର ନୁହେଁ। ସେଥିପାଇଁ ସରକାର ଚାଇନା ସାମଗ୍ରୀକୁ ନେଇ ନୀରବ ଅଛନ୍ତି। ଚାଇନା ସାମଗ୍ରୀକୁ ନେଇ ସରକାରରେ ଥିବା କିଛି କିଛି ନେତା ଓ ସରକାରୀ ସମର୍ଥକ ସଂଗଠନଙ୍କ ବୟାନବାଜି କେବଳ ଲୋକଙ୍କ କ୍ରୋଧକୁ ସାମୟିକ ଭାବେ ଥଣ୍ଡା କରିବା ପାଇଁ ଉଦ୍ଦିଷ୍ଟ।
ଭିରଙ୍ଗ, ତିରଣ, ଜଗତ୍‌ସିଂହପୁର


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନରେ ବାବୁ

ପ୍ରତି ଥର ନିର୍ବାଚନ ରଣାଙ୍ଗନରେ ହାକିମ ବାବୁମାନଙ୍କ ଗହଳି ଦେଖାଯାଏ। ରାଜନୀତିରେ ଲୋକମାନଙ୍କ ସହିତ ମିଶିବା ସହ ସାଧାରଣ ଜନତାଙ୍କୁ ପରଖି ସେମାନଙ୍କ ସେବା କରିବାର...

ଭୋଟଦାନ ପ୍ରତି ଅନାଗ୍ରହ

ସାଧାରଣତଃ ପ୍ରତି ପାଞ୍ଚବର୍ଷରେ ଥରେ ଭୋଟଦାନ ଭାରତୀୟ ସମ୍ବିଧାନ ଅନୁଯାୟୀ ସ୍ଥିରୀକୃତ ହୋଇଛି। ବେଳେବେଳେ ବିଭିନ୍ନ କାରଣରୁ ଏହି ସମୟସୀମା ହ୍ରାସ ପାଇଥାଏ। ବିରୋଧୀ ଦଳ...

ପାଶ୍ଚାତ୍ୟର ଅଧୋଗତି

ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣକୁ ୨ବର୍ଷରୁ ଅଧିକ ସମୟ ହୋଇଗଲାଣି। ଏହି ଆକ୍ରମଣ ଆରମ୍ଭହେବା ପରଠାରୁ ପାଶ୍ଚାତ୍ୟ ଯୁଦ୍ଧ ସ୍ଥିତିରେ ନିଜର କୌଣସି କ୍ଷତି ନ...

ଏଇ ଭାରତରେ

ହାଇଦ୍ରାବାଦର ଶ୍ରୀନିବାସ ରାଓ ମାଧବରାମ ପେସାରେ ଜଣେ ଡାକ୍ତର । କିନ୍ତୁ ତାଙ୍କ ନିଶା ହେଉଛି ଡ୍ରାଗନ ଚାଷ। ତେଲଙ୍ଗାନାର ସାଙ୍ଗାରେଡିରେ ଥିବା ତାଙ୍କର ୪୭...

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri