ଚାଇନା ସହ ଭାରତର ବ୍ୟବସାୟିକ ସମୀକରଣ

ବିଚିତ୍ର ବିଶ୍ୱାଳ

ଭାରତର ସୀମା ଭିତରକୁ ଚାଇନାର ଅନୁପ୍ରବେଶ ଓ ସେଥିପାଇଁ କୋଡ଼ିଏ ଜଣ ଭାରତୀୟ ଯବାନ ଶହୀଦ ହେବା ପରେ ଭାରତ ଓ ଚାଇନା ମଧ୍ୟରେ ସମ୍ପର୍କରେ ଅତ୍ୟନ୍ତ ତିକ୍ତତା ପ୍ରକାଶ ପାଇବା ପରେ କୂଟନୈତିକ ସ୍ତରରେ ଦୁଇ ପକ୍ଷର ଆଲୋଚନା ଯୋଗୁ ଚାଇନା ପଛକୁ ହଟିଛି। ତଥାପି ଏପରି ସ୍ଥିତିରେ ସାଧାରଣ ଭାରତୀୟଙ୍କ ମଧ୍ୟରେ ଚାଇନା ପ୍ରତି ଅତ୍ୟନ୍ତ କ୍ରୋଧ ପ୍ରକାଶ ପାଉଥିବାର ଦେଖାଯାଉଛି। ଚାଇନାର ଦାଦାଗିରି ବିରୋଧରେ ପ୍ରତିବାଦ ସଭା ଓ ଚାଇନା ସାମଗ୍ରୀ ବର୍ଜନ କରିବାକୁ ଅନେକ ଲୋକ ଆହ୍ବାନ ଦେଉଛନ୍ତି। ସାମାଜିକ ଗଣମାଧ୍ୟମଠାରୁ ଆରମ୍ଭ କରି ସବୁଆଡ଼େ ଲୋକମାନେ ଚାଇନା ବିରୋଧରେ ବିଷୋଦ୍‌ଗାର ଓ ଚାଇନା ସାମଗ୍ରୀକୁ ପୋଡ଼ୁଥିବା ଓ ଭାଙ୍ଗୁଥିବାର ଖବରମାନ ଟିଭି ପରଦାରେ ଦେଖିବାକୁ ମିଳୁଛି। ସୀମାରେ ଚାଇନା ଦ୍ୱାରା ୨୦ ଜଣ ଯବାନ ଶହୀଦ ହେବା ପରେ ଭାରତବାସୀଙ୍କର ଏପରି କ୍ରୋଧ ପ୍ରକାଶ ପାଇବା ସ୍ବାଭାବିକ। କିନ୍ତୁ ସରକାର ଏପର୍ଯ୍ୟନ୍ତ ଚାଇନା ବିରୋଧରେ ଠୋସ୍‌ କିଛି କହିଥିବାର ଶୁଣାଯାଉନି। ବରଂ ସରକାର ପ୍ରଥମେ କହୁଥିଲେ ସୀମାରେ ହୋଇଥିବା ସଂଘର୍ଷରେ ଭାରତର କେହି ଯବାନ ନିଖୋଜ ହୋଇନାହାନ୍ତି। କିନ୍ତୁ ପରମୁହୂର୍ତ୍ତରେ ଚାଇନା ଯବାନମାନଙ୍କୁ ଛାଡ଼ିବା ପରେ ଭାରତ ସରକାର ଯବାନଙ୍କ ନିଖୋଜ ଘଟଣାକୁ ସ୍ବୀକାର କରିଛନ୍ତି। ଏଥିରୁ ଗୋଟିଏ କଥା ବୁଝିହେଉଛି ଯେ, ସରକାର ଚାଇନା ବିରୋଧରେ ଦୃଢ଼ଭାବେ କିଛି ପଦକ୍ଷେପ ନେବା ପରିସ୍ଥିତିରେ ନାହାନ୍ତିି। କିନ୍ତୁ ଲୋକମାନେ ଯେତେବେଳେ ଚାଇନା ସାମଗ୍ରୀ ବର୍ଜନକୁ ନେଇ ବାରମ୍ବାର ଦାବି କରିଆସୁଛନ୍ତିି ଓ ସରକାରଙ୍କୁ ଚାଇନା ସହିତ ସମସ୍ତ ପ୍ରକାର ବ୍ୟବସାୟିକ ସମ୍ପର୍କ ଛିନ୍ନ କରିବାକୁ ଆହ୍ବାନ ଦେଉଛନ୍ତି, ସରକାର ସେ ବିଷୟରେ ସମ୍ପୂର୍ଣ୍ଣ ନୀରବ ଅଛନ୍ତିି, କେବଳ ସଂପ୍ରତି ୫୯ଟି ଚାଇନା ‘ଆପ୍‌’କୁ ନିଷିଦ୍ଧ ଘୋଷଣା କରିବା ବ୍ୟତୀତ। ତାହା ପୁଣି ବ୍ୟକ୍ତିଗତ ତଥ୍ୟର ଗୋପନୀୟତା ପ୍ରସଙ୍ଗରେ ନିଷିଦ୍ଧ ଘୋଷଣା କରାଯାଇଛି। ଆମ ସରକାରଙ୍କର ଏହି ପଦକ୍ଷେପ ଚାଇନା ପ୍ରତି ନିଶ୍ଚିତ ଭାବେ ଏକ ଦୃଢ଼ ପଦକ୍ଷେପ ନୁହେଁ। ସରକାରଙ୍କ କିଛି ସମର୍ଥକ ଏକଥା ବି କହୁଛନ୍ତି ଯେ, ଅନ୍ତର୍ଜାତୀୟ ଚୁକ୍ତି ଆଦି ପାଇଁ ଭାରତ ସରକାର ଚାଇନା ସହିତ ବ୍ୟବସାୟିକ ସମ୍ପର୍କ ଛିନ୍ନ କରିପାରିବେ ନାହଁି। ଲୋକମାନେ ଚାଇନା ବସ୍ତୁ ବର୍ଜନ କରିବା ଉଚିତ। ଏହା ଠିକ୍‌ ପର ପାଟିରେ ଲଙ୍କା ଚାଖିବା ପରି। ଅନ୍ତର୍ଜାତୀୟ ଚୁକ୍ତି ଶୁଳ୍କ ଓ ବାଣିଜ୍ୟ ସଂକ୍ରାନ୍ତ ସାଧାରଣ ରାଜିନାମା (ଗ୍ୟାଟ୍‌)ର ଧାରା ୨୧(ଖ) ୩ ଅନୁଯାୟୀ ବିଶ୍ୱ ବାଣିଜ୍ୟ ସଂଗଠନର ଏକ ସଦସ୍ୟ ଦେଶ ଅନ୍ୟ ଏକ ଦେଶ ବିରୋଧରେ ବାଣିଜି୍ୟକ କାର୍ଯ୍ୟାନୁଷ୍ଠାନ ନେଇପାରିବ। ଯୁଦ୍ଧ ସମୟରେ, ନିଜ ଦେଶର ସୁରକ୍ଷା, ସ୍ବାର୍ଥ କିମ୍ବା ଅନ୍ତର୍ଜାତୀୟ ସମ୍ପର୍କରେ ଜରୁରିକାଳୀନ ପରିସ୍ଥିତିକୁ ଦେଖି ଏହି ପଦକ୍ଷେପ ନିଆଯାଇପାରିବ। ଭାରତ ଏବଂ ଚାଇନା ମଧ୍ୟରେ ସଂପ୍ରତି ଦେଶର ସାର୍ବଭୌମତ୍ୱ ଓ ସୁରକ୍ଷା କଥା ଉଠୁଥିବାରୁ ଭାରତ ଚାହଁିଲେ ଚାଇନା ସହିତ ଏପରି ପଦକ୍ଷେପ ନେଇପାରିବ। ପାକିସ୍ତାନ ବିରୋଧରେ ଭାରତ ସରକାର ଶୁଳ୍କ ବୃଦ୍ଧି ପାଇଁ ଯେପରି ପଦକ୍ଷେପ ନେଇଥିଲେ, ଚାଇନା ସହିତ ମଧ୍ୟ ସେପରି ପଦକ୍ଷେପ ନେଇପାରିବ। କିନ୍ତୁ ଅସଲ କଥା ହେଉଛି, ଭାରତ ସରକାର ଚାଇନା ବିରୋଧରେ ସେପରି ପଦକ୍ଷେପ ନେବାକୁ ଚାହଁୁନାହାନ୍ତି। କାରଣ ପାକିସ୍ତାନ ସହିତ ଭାରତର ବାଣିଜ୍ୟର ଆକାର ଆଖିଦୃଶିଆ ନ ଥିଲା, କିନ୍ତୁ ଚାଇନା ସହିତ ଭାରତର ବାଣିଜ୍ୟର ଆକାର ବହୁତ ବଡ଼। ଏଥିରେ ଚାଇନା ଅପେକ୍ଷା ଭାରତର ସ୍ବାର୍ଥ ଅଧିକ ଜଡ଼ିତ।
ଅନ୍ୟପକ୍ଷରେ ପ୍ରଶ୍ନ ଉଠୁଛି, ଭାରତ ସରକାର କ’ଣ ଚାଇନା ସାମଗ୍ରୀକୁ ବର୍ଜନ କରିପାରିବେ? ଭାରତ ଚାଇନା ସହିତ ବ୍ୟବସାୟିକ ସମ୍ପର୍କକୁ ସମ୍ପୂୂର୍ଣ୍ଣ ଭାବେ ଛିନ୍ନ କରିବାକୁ ସମର୍ଥ କି ଓ ଏହାଦ୍ୱାରା ସତରେ କ’ଣ ଚାଇନାର ଆର୍ଥିକ ଅବସ୍ଥା ଦୋହଲିଯିବ? ପରିସଂଖ୍ୟାନରୁ ଜଣାଯାଉଛି ଯେ, ଆର୍ଥିକ ଓ ବ୍ୟବସାୟିକ ପରିସ୍ଥିତିକୁ ନେଇ ଭାରତ ସରକାର ଚାଇନା ସହିତ ପାକିସ୍ତାନ ପରି ବ୍ୟବହାର କରିପାରିବ ନାହଁି। ଯଦି ଆମେ ପରିସଂଖ୍ୟାନ ଉପରେ ଆଖି ପକେଇବା ତେବେ ଜାଣିବା ଯେ, ଆଜି ୨୦୨୦ରେ ଆମ ଅର୍ଥନୀତି ଚାଇନା ଉପରେ ଅଧିକାଂଶ ଭାବେ ନିର୍ଭରଶୀଳ। ଆମେ ଚାଇନା ସାମଗ୍ରୀ ବର୍ଜନ କଲେ ବା ଚାଇନା ସାମଗ୍ରୀ ଉପରେ ପ୍ରତିବନ୍ଧକ ଲଗେଇଲେ ଚାଇନାର ଆର୍ଥିକ ମେରୁଦଣ୍ଡ ଭାଙ୍ଗିଯିବ ନାହଁି। ଏପରି କି ଆମର ପ୍ରତିବନ୍ଧକ ଦ୍ୱାରା ଚାଇନାର ଯେତିକି କ୍ଷତି ହେବ ତା’ଠାରୁ ଅଧିକ କ୍ଷତି ଭାରତର ହେବ। କାରଣ ଏପର୍ଯ୍ୟନ୍ତ ଆମେ କେବଳ ଆତ୍ମନିର୍ଭରଶୀଳତାର ଭାଷଣ ଦେଇ ଆସିଛୁ କିନ୍ତୁ ପ୍ରକୃତ ଅର୍ଥରେ ଆତ୍ମନିର୍ଭରଶୀଳ ହେବାକୁ ପ୍ରୟାସ ବି କରିନାହଁୁ। କୌଣସି ସରକାର ବି ଭାରତକୁ ଆତ୍ମନିର୍ଭରଶୀଳ କରିବା ଦିଗରେ କିଛି ବି ଠୋସ୍‌ ପଦକ୍ଷେପ ନେଇନାହାନ୍ତି।
ଭାରତ ଚାଇନାକୁ ଯେତିକି ପରିମାଣର ରପ୍ତାନି କରୁଛି ତାହା ଭାରତର ସମୁଦାୟ ରପ୍ତାନିର ମାତ୍ର ୫ପ୍ରତିଶତ। ସେହିପରି ଭାରତର ସମୁଦାୟ ଆମଦାନିରେ ଚାଇନାର ଭାଗ ୧୪ପ୍ରତିଶତ। ଅର୍ଥାତ୍‌ ଭାରତ ଯେତିକି ମୂଲ୍ୟର ଜିନିଷ ଆମଦାନି କରୁଛି ତା’ର ୧୪ପ୍ରତିଶତ କେବଳ ଚାଇନାରୁ ଆମଦାନି କରୁଛି। କିନ୍ତୁ ଚାଇନା କ୍ଷେତ୍ରରେ ଏହି ପରିସଂଖ୍ୟାନ ଅତ୍ୟନ୍ତ ନଗଣ୍ୟ। ଚାଇନା ଆମକୁ ଯାହା ରପ୍ତାନି କରୁଛି, ତାହା ତା’ର ସମୁଦାୟ ରପ୍ତାନିର ମାତ୍ର ୩ପ୍ରତିଶତ। ଏହା ବନ୍ଦ ହୋଇଗଲେ, ନିଶ୍ଚିତ ଭାବେ ଚାଇନା ଦୋହଲିଯିବ ନାହିଁ। ସେହିପରି ଚାଇନାର ଆମଦାନିରେ ଭାରତର ଭାଗ ମାତ୍ର ୧ପ୍ରତିଶତ। ପରିସଂଖ୍ୟାନକୁ ଦେଖିଲେ ବୁଝାପଡ଼ୁଛି ଯେ, କାଲି ଯଦି ଆମେ ଚାଇନା ସହିତ ବ୍ୟବସାୟିକ ସମ୍ପର୍କ ଛିନ୍ନ କରିଦେବା ତେବେ ଚାଇନା ଅପେକ୍ଷା ଭାରତ ବେଶି ପ୍ରଭାବିତ ହେବ।
ଦ୍ୱିତୀୟ ଓ ଗୁରୁତ୍ୱପୂର୍ଣ୍ଣ ଘଟଣାଟି ହେଉଛି, ସଂପ୍ରତି ଚାଇନାର କମ୍ପାନୀ ଭାରତର ସଫଳ ଷ୍ଟାର୍ଟଅପ୍‌ କମ୍ପାନୀଗୁଡ଼ିକରେ ପ୍ରାୟ ୪୦୦ କୋଟି ଡଲାରର ଅର୍ଥ ନିବେଶ କରିଛନ୍ତି। ସେଥିରେ ଓୟୋ, ପେଟିଏମ୍‌ ଓ ଜୋମାଟୋ ପରି ସଫଳ ଓ ଘରେ ଘରେ ପରିଚିତ କମ୍ପାନୀଗୁଡ଼ିକ ଅନ୍ତର୍ଭୁକ୍ତ। ଚାଇନାର ଆଲିବାବା ଗ୍ରୁପ୍‌ ‘ପେଟିଏମ୍‌’ରେ ୪୦୦ ମିଲିୟନ୍‌ ଡଲାର, ଜୋମାଟୋରେ ୨୦୦ ମିଲିୟନ୍‌ ଡଲାର, ବିଗ୍‌ ବାସ୍କେଟ୍‌ରେ ୨୫୦ ମିଲିୟନ୍‌ ଡଲାର, ‘ପେଟିଏମ୍‌ ମଲ୍‌’ରେ ୧୫୦ ମିଲିୟନ୍‌ ଡଲାର, ସ୍ନାପ୍‌ଡିଲ୍‌ରେ ୧୦୦ମିଲିୟନ୍‌ ଡଲାର, ବାଇଜୁରେ ୫୦ ମିଲିୟନ୍‌ ଡଲାର ଓ ଓଲା, ସ୍ବିଗି ଆଦିରେ ଚାଇନାର କମ୍ପାନୀଗୁଡ଼ିକ ପ୍ରଚୁର ପରିମାଣର ଟଙ୍କା ନିବେଶ କରିଛନ୍ତି। ଏହି ସବୁ କମ୍ପାନୀ ଓ ତାଙ୍କ ବ୍ୟବସାୟ ଚାଇନାର ଅର୍ଥରେ ହଁି ଚାଲୁଛି। ତେଣୁ ଏପରି ପରିସ୍ଥିତିରେ ଭାରତ ଚାଇନା ସହିତ ବ୍ୟବସାୟିକ ସମ୍ପର୍କ ଛିନ୍ନ କରିବା ସ୍ଥିତିରେ ହଁି ନାହଁି। କାରଣ ଏହାଦ୍ୱାରା ଭାରତର ଅର୍ଥନୀତି ଭୟଙ୍କର ଭାବେ ପ୍ରଭାବିତ ହେବ।
ଏହା ବ୍ୟତୀତ ୨୦୧୭-୧୮ରେ ଭାରତ ପ୍ରାୟ ୬୦ ପ୍ରତିଶତ ଇଲେକ୍ଟ୍ରିକ୍‌ ସାମଗ୍ରୀ ଚାଇନାରୁ ଆମଦାନି କରିଛି। ସେହିପରି ଭାରତରେ ବହୁଳ ଭାବେ ବିକ୍ରି ହେଉଥିବା ୫ଟି ମୋବାଇଲ୍‌ ଫୋନ୍‌ରୁ ୪ଟି ଫୋନ୍‌ ଚାଇନାର। ଭାରତର ମୋବାଇଲ୍‌ ଆମଦାନି କ୍ଷେତ୍ରରେ ଚାଇନାର ଭାଗ ମଧ୍ୟ ୬୦ପ୍ରତିଶତ। ସେହିପରି ପ୍ରାୟ ୩୦ ପ୍ରତିଶତ ଅଟୋମୋବାଇଲ୍‌ ସାମଗ୍ରୀ, ୫୦ପ୍ରତିଶତ ସାଇକେଲ ଓ ୯୦ପ୍ରତିଶତ ଖେଳନା ସାମଗ୍ରୀ ଭାରତ ଚାଇନାରୁ ଆମଦାନି କରିଥାଏ। ଔଷଧ ଆମଦାନି କ୍ଷେତ୍ରରେ ଚାଇନାର ଯୋଗଦାନ ବି କମ୍‌ ନୁହେଁ। ଚାଇନା ସାମଗ୍ରୀର ଆଉ ଗୋଟିଏ ମୁଖ୍ୟ କଥା ହେଉଛି, ତାହା ତୁଳନାତ୍ମକ ଭାବେ ଦାମ୍‌ କମ୍‌ ଓ ଗୁଣବତ୍ତା ଦୃଷ୍ଟିରୁ ବି ଖରାପ ନୁହେଁ। ତେଣୁ ଭାରତର ମଧ୍ୟବିତ୍ତମାନେ ଖୁବ୍‌ ସହଜରେ ଚାଇନା ସାମଗ୍ରୀର ପ୍ରେମରେ ପଡ଼ିଯାଉଛନ୍ତି। ଭାରତ ଯଦି ହଠାତ୍‌ ଚାଇନା ସାମଗ୍ରୀ ଉପରେ ପ୍ରତିବନ୍ଧକ ଲଗେଇ ଦିଏ, ଏହାର ସବୁଠାରୁ ଅଧିକ ପ୍ରଭାବ ପଡ଼ିବ ଭାରତର ମଧ୍ୟବିତ୍ତଙ୍କ ଉପରେ। ଯେଉଁମାନେ ଅଳ୍ପ ମୂଲ୍ୟରେ ସାମଗ୍ରୀ ପାଉଥିଲେ, ସେମାନେ ତାହା ହରେଇବାକୁ ବାଧ୍ୟ ହେବେ। ଆଉ ଗୋଟିଏ କଥା ହେଉଛି, ଭାରତ ଚାଇନାରୁ ମୁଖ୍ୟତଃ ତିଆରି ହୋଇଥିବା ସାମଗ୍ରୀ ଆମଦାନି କରେ ନାହଁି। ବିଭିନ୍ନ ପ୍ରକାର ସାମଗ୍ରୀ ତିଆରି ହେବା ପାଇଁ କଞ୍ଚାମାଲ୍‌ ବି ଆମଦାନି କରିଥାଏ। ଛୋଟ ଛୋଟ ଭାରତୀୟ କମ୍ପାନୀ ଏଥିରେ ଜିନିଷ ତିଆରି କରି ବିକ୍ରି କରିଥାନ୍ତି। ତେଣୁ ଚାଇନା ଉପରେ ପ୍ରତିବନ୍ଧକ ଲଗେଇ ଦେଲେ, ଭାରତର ଛୋଟ ଛୋଟ କମ୍ପାନୀଗୁଡ଼ିକ ବେଶି କ୍ଷତି ସହିବେ ଓ ଏହାର ସିଧା ପ୍ରଭାବ ନିଯୁକ୍ତି ଓ ଆମ ଅର୍ଥବ୍ୟବସ୍ଥା ଉପରେ ପଡ଼ିବ। ଏହା ବର୍ତ୍ତମାନର ଦୁର୍ବଳ ଅର୍ଥବ୍ୟବସ୍ଥାକୁ ଆହୁରି ଦୁର୍ବଳ କରିଦେବ। ବିଭିନ୍ନ ପ୍ରକାର ଔଷଧ ତିଆରି କରିବା ପାଇଁ ଭାରତ ଚାଇନାରୁ କଞ୍ଚାମାଲ୍‌ ଆମଦାନି କରିଥାଏ। ଚାଇନା ସହିତ ବ୍ୟବସାୟିକ ସମ୍ପର୍କ ଛିନ୍ନ କରିଦେଲେ, ଭାରତ ଏତେ ଶୀଘ୍ର ସେହି ସବୁ କଞ୍ଚାମାଲ ଆଉ କେଉଁଠୁ ଆମଦାନି କରିବା ସମ୍ଭବପର ନୁହେଁ। ଏହା ଆମ ଔଷଧ ଉଦ୍ୟୋଗକୁ ବହୁଳ ଭାବେ ପ୍ରଭାବିତ କରିବ। ତେଣୁ ଭାରତ କ୍ଷେତ୍ରରେ ସଂପ୍ରତି ଚାଇନା ସହିତ ବ୍ୟବସାୟିକ ସମ୍ପର୍କ ଛିନ୍ନ କରିବା ପ୍ରାୟତଃ ସମ୍ଭବପର ନୁହେଁ। ସେଥିପାଇଁ ସରକାର ଚାଇନା ସାମଗ୍ରୀକୁ ନେଇ ନୀରବ ଅଛନ୍ତି। ଚାଇନା ସାମଗ୍ରୀକୁ ନେଇ ସରକାରରେ ଥିବା କିଛି କିଛି ନେତା ଓ ସରକାରୀ ସମର୍ଥକ ସଂଗଠନଙ୍କ ବୟାନବାଜି କେବଳ ଲୋକଙ୍କ କ୍ରୋଧକୁ ସାମୟିକ ଭାବେ ଥଣ୍ଡା କରିବା ପାଇଁ ଉଦ୍ଦିଷ୍ଟ।
ଭିରଙ୍ଗ, ତିରଣ, ଜଗତ୍‌ସିଂହପୁର


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ରାଜସ୍ଥାନର ଜୟପୁର ସହରର ବସ୍ତିଗୁଡ଼ିକରେଅନେକ ପିଲା ଅଧାରୁ ପାଠ ଛାଡ଼ି ଶିଶୁ ଶ୍ରମିକ ଭାବେ କାମ କରୁଛନ୍ତି। ଏହିସବୁ ପିଲାଙ୍କ ପାଇଁ ଶିକ୍ଷାର ଆବଶ୍ୟକତାକୁ ଉପଲବ୍ଧି କରି…

ଅଦୃଶ୍ୟ ପ୍ରାଚୀର

ତଳ ମହଲାରେ ଜଣେ। ଉପର ମହଲାରେ ଆଉ ଜଣେ ଭାଇ। ମାଆ ମରିଯିବା ପରେ ଗୋଟେ ଘର ଦି’ ଭାଗ ହୋଇଗଲା। ସାମାନ୍ୟ ସମ୍ପତ୍ତି ଭାଗବଣ୍ଟା ଲାଗି…

ସେମିକଣ୍ଡକ୍ଟର ପ୍ରକଳ୍ପ ଓ ମରୁଭୂମିର ଚିତ୍ର

ପ୍ରତିବର୍ଷ ଜାତିସଂଘ ତରଫରୁ ଆଦିବାସୀ ଅଧିକାର ଦିବସ ଅଗଷ୍ଟ ୯ରେ ପାଳିତ ହୋଇଥାଏ। ୧୯୪୨ ମସିହାର ଏହି ଦିନରେ ମହାତ୍ମା ଗାନ୍ଧୀ କର ବା ମର ଡାକରା…

ପ୍ରତିଦ୍ୱନ୍ଦ୍ୱିତା ବଢୁ

ଭାରତବର୍ଷରେ ସରକାରୀ ସଂସ୍ଥାଗୁଡ଼ିକର ଲକ୍ଷ୍ୟ ଲୋକକଲ୍ୟାଣ ପାଇଁ ରହିବା କଥା। କିନ୍ତୁ ସରକାରୀ ନୀତି ଉତ୍ତମ ନ ରହିବାରୁ ବହୁ ସଂସ୍ଥା କ୍ଷତିରେ ଚାଲିଥାଏ। ୧୯୯୧ରେ ଉଦାରୀକରଣ,…

ପୁଣି ମୁଣ୍ଡ ନୁଆଁଇବେ

ଗାନ୍ଧୀ ଜୟନ୍ତୀର ସ୍ମୃତି ମନରେ ସତେଜ ଥିବାବେଳେ ଏବଂ ଶାନ୍ତିପୂର୍ଣ୍ଣ ସମାବେଶର ଅଧିକାର ପୁନର୍ୱାର ଚର୍ଚ୍ଚାକୁ ଆସିଛି। ଏହି ସମୟରେ ଆସନ୍ତୁ କିଛି ପ୍ରସଙ୍ଗ ଉପରେ ଦୃଷ୍ଟି…

ରାସ୍ତାକଡ଼ ଖାଦ୍ୟ କେତେ ସୁରକ୍ଷିତ

ଦହିବରା-ଆଳୁଦମ୍‌, ଘୁଗୁନି, ଚାଟ୍‌, ଗୁପ୍‌ଚୁପ୍‌, ମୁଢ଼ିମିକ୍ସ, ବରା-ପକୋଡ଼ିଠାରୁ ଆରମ୍ଭ କରି ବିଭିନ୍ନ ପାରମ୍ପରିକ ଖାଦ୍ୟ ସର୍ବଦା ରାସ୍ତାକଡ଼ରେ ସହଜରେ ମିଳେ। ଏପରି ଖାଦ୍ୟ ବହୁ କ୍ଷେତ୍ରରେ ଅପରିଷ୍କାର…

ବନ୍ୟପ୍ରାଣୀ ଚଲାପଥ ସଂଯୋଗୀକରଣ

ଦୁଇଟି ପ୍ରାକୃତିକ ଜଙ୍ଗଲ ପରିସଂସ୍ଥାକୁ ସଂଯୋଗ କରୁଥିବା ସଂକୀର୍ଣ୍ଣ ଅଣଓସାରିଆ ଜଙ୍ଗଲୀ ରାସ୍ତାକୁ କୁହାଯାଏ କରିଡର; ଚଲାପଥ ବା ବନ୍ୟପ୍ରାଣୀ ସଂଯୋଗୀ ପଥ। ଚଳିତବର୍ଷ ଅକ୍ଟୋବର ୨ରୁ…

ବଦଳିର ବାର୍ତ୍ତା

ଅତିରିକ୍ତ ସଚିବ ସ୍ତରରେ ୧୦ ଜଣ ଅଧିକାରୀଙ୍କ ଅଦଳବଦଳ ଏକ ସାଧାରଣ ପ୍ରଶାସନିକ କାର୍ଯ୍ୟ ହୋଇପାରେ। କିନ୍ତୁ ନିକଟରୁ ଦେଖିଲେ ଏହା କେନ୍ଦ୍ର ସରକାର କେଉଁ କ୍ଷେତ୍ରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?