ଏଇ ଭାରତରେ

ବର୍ଷା ବନ୍ୟା ବହୁ ସମୟରେ ପିିଆଜ ଚାଷକୁ ବିପର୍ଯ୍ୟୟ କରିଦେଉଛି ଅନ୍ୟପକ୍ଷରେ ଭଣ୍ଡାର ବ୍ୟବସ୍ଥାର ଅଭାବ ପିଆଜ ଦରବୃଦ୍ଧିର କାରଣ ପାଲଟୁଛି ତେବେ ଭଣ୍ଡାର ବ୍ୟବସ୍ଥା ବିନା ବହୁଦିନ ରଖାଯାଇପାରୁଥିବା ଏକ କିସମର ପିଆଜ ପ୍ରସ୍ତୁତ କରିଛନ୍ତି ମହାରାଷ୍ଟ୍ରର ଜଣେ କୃଷକ ମହାରାଷ୍ଟ୍ରର ଡୁଆଣ୍ଡ ନିବାସୀ ସନ୍ଦୀପ ଘୋଲେ ଏହି ପିଆଜର ନାମ ରଖିଛନ୍ତିସନ୍ଦିପ ଓନିୟନ ସନ୍ଦିପ ୨୦୦୮ରେ ପିଆଜ ଚାଷ କରିଥିଲେ ଅମଳ ପରେ ତାହା କିପରି ବହୁଦିନ ଧରି ଗଚ୍ଛିତ ରଖାଯାଇପାରିବ, ସେ ସମ୍ପର୍କରେ ଗବେଷଣା ଜାରି ରଖିଥିଲେ ୨୦୧୨ରୁ ନୂଆ କିସମର ପିଆଜ ବିହନ ବିକାଶ କରିବାର କାର୍ଯ୍ୟକୁ ବ୍ୟାପକ କରି ଦୀର୍ଘ ଆଠବର୍ଷ ପରେ ସଫଳ ହୋଇଛନ୍ତି ସନ୍ଦିପ ଓନିୟନ ରୋଗ ପ୍ରତିରୋଧକ ଶକ୍ତି ଅଧିକ ଅମଳ ପରେ ପଚି ବହୁଦିନ ରହୁଥିବା ପିଆଜକୁ ସେ ଲଗାଇ ସେଥିରୁ ମଞ୍ଜି ସଂଗ୍ରହ କରୁଥିଲେ ପୁଣି ସେହି ମଞ୍ଜିକୁ ଲଗାଇ ଅମଳ ପରେ ସମାନ ପଦ୍ଧତିରେ ମଞ୍ଜି ସଂଗ୍ରହ କରି ପରବର୍ତ୍ତୀ ଚାଷକୁ ଆଗଉଥିଲେ ଏହିପରି ବର୍ଷ ପରେ ବର୍ଷ ଚାଷ କରିବା ପରେ ଏବେ ସମ୍ପୂର୍ଣ୍ଣ ନୂଆ କିସମ ବିହନ ପ୍ରସ୍ତୁତ କରିଛନ୍ତି ଯାହା ଅମଳ ପରେ ଶୀଘ୍ର ନଷ୍ଟ ହେଉନି ଏହି ନୂଆ କିସମର ପିଆଜର ରଙ୍ଗ ଫିକା ନାଲି ଏହା ଉପରେ ଦୁଇଟି ଚୋପା ବି ରହୁଛି ସନ୍ଦିପ କଳାରେ ଡିଗ୍ରୀ ହାସଲ କରିବାପରେ ପିଆଜ ଚାଷ କରି ଏଭଳି ସଫଳତା ପାଇଥିବାରୁ ଡାଇରେକ୍ଟୋରେଟ ଅଫ ଓନିୟନ ଆଣ୍ଡ ଗାର୍ଲିକ ରିସର୍ଚ୍ଚ ପକ୍ଷରୁ ତାଙ୍କୁ ପ୍ରଗତିଶୀଳ କୃଷକ ପୁରସ୍କାର ପ୍ରଦାନ କରାଯାଇଛି ସନ୍ଦିପ ବିକାଶ କରିଥିବା ପିଆଜକୁ କୋଙ୍କୋଣର କୃଷି ବିଶ୍ୱବିଦ୍ୟାଳୟ ଅଧିକ ଅମଳକ୍ଷମ ବିହନର ସ୍ବୀକୃତି ଦେବାପରେ ଏହି ବିହନକୁ ବିଭିନ୍ନ ରାଜ୍ୟକୁ କୃଷକମାନଙ୍କୁ ପ୍ରଦାନ କରାଯାଇଛି


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ରାଜସ୍ଥାନର କୋଲିଆ ଗାଁର ଗୁପ୍ତା ପରିବାରର ପ୍ରୟାସରେ ଅନେକ ହଜାର ମହିଳା ସଶକ୍ତହେବା ସହ ରୋଜଗାରକ୍ଷମ ହୋଇପାରିଛନ୍ତି। ୨୦୧୫ରେ ଏକ କୌଶଳ ବିକାଶ କେନ୍ଦ୍ର ଖୋଲି...

ଉତ୍ସବ ଓ ଭାଷଣ

ଗୋଟିଏ ବର୍ଷ ସରୁଛି, ଆଉ ଗୋଟିଏ ଆସୁଛି। ଏଇ ଗମନାଗମନ ବେଳରେ ସାରା ରାଇଜ ଉତ୍ସବମୁଖର ହୋଇଉଠିଛି। ଶିକ୍ଷା ଅନୁଷ୍ଠାନରେ ଚାଲିଛି କ୍ରୀଡ଼ା ଉତ୍ସବ, ପୁରସ୍କାର...

ପେନ୍‌ସନ୍‌ଭୋଗୀଙ୍କ ଆଶଙ୍କା

ଏବେ ସାମାଜିକ ଗଣମାଧ୍ୟମରେ ଗୋଟିଏ ବାର୍ତ୍ତା ପ୍ରଚାରିତ ହେଉଛି ଯେ ଆଗାମୀ ଅଷ୍ଟମ ଦରମା ଆୟୁକ୍ତଙ୍କ ସୁପାରିସରେ ପେନ୍‌ସନଭୋଗୀଙ୍କ ପେନ୍‌ସନ୍‌ ପରିମାଣ ପୁନଃ ନିର୍ଦ୍ଧାରିତ ହେବନାହିଁ।...

ନୀରବ ଘାତକ

ବାୟୁ ପ୍ରଦୂଷଣ କୋଭିଡ୍‌ ପରବର୍ତ୍ତୀ କାଳରେ ଭାରତର ସବୁଠାରୁ ଗମ୍ଭୀର ଜନସ୍ବାସ୍ଥ୍ୟ ସଙ୍କଟ ବୋଲି ଜଣାପଡ଼ିଛି। ଚିକିତ୍ସା ବିଶେଷଜ୍ଞମାନେ ସତର୍କ କରାଇଛନ୍ତି ଯେ, ଜରୁରୀ ଓ...

ଏଇ ଭାରତରେ

ତ୍ରିପୁରା ସେପାହିଜାଲା ଜିଲାରେ ଅତ୍ୟଧିକ ବାଲ୍ୟବିବାହ ହୋଇଥାଏ। ଏବେ କିନ୍ତୁ ତାହା ବହୁ ପରିମାଣରେ କମିଯାଇଛି। ସେପାହିଜାଲା ଜିଲାପାଳ ସିଦ୍ଧାର୍ଥ ଜୟସ୍ବାଲଙ୍କ ଦ୍ୱାରା ଏହା ସମ୍ଭବ...

ସତରେ ଆମେ କ’ଣ ମଣିଷ

ତପଡ଼ାରୁ ପୁରୀ ଫେରିବା ବାଟରେ ଏକ ଅଜବ ତଥା ଭାରାକ୍ରାନ୍ତ ଅନୁଭୂତି ନେଇ ଘରକୁ ଫେରିଲି। ବିଶେଷକରି ସାତପଡ଼ାରୁ ବ୍ରହ୍ମଗିରି ମୁଖ୍ୟ ରାସ୍ତାରେ ପଲପଲ ଗାଈ,...

ଭାରତର ସାଗରକେନ୍ଦ୍ର

ସାମଗ୍ରିକ ଭାବେ ମହାକାଶ ଏବଂ ବିଶେଷକରି ଚନ୍ଦ୍ର ଓ ମଙ୍ଗଳ ଉପରେ ବିଗତ ବର୍ଷ ବର୍ଷ ଧରି ଚାଲିଛି ବିବିଧ ଗବେଷଣା। ଏବେ ସେଠାରେ ନିୟମିତ...

ଓଟ ଉପରେ ବରଫ

ଓଟକୁ ମରୁଭୂମିର ଜାହାଜ ବୋଲି କୁହାଯାଏ। ବିସ୍ତୀର୍ଣ୍ଣ ବାଲୁକା ଉପରେ ଏହି ପ୍ରାଣୀ ମାଇଲ ମାଇଲ ଯାଉଥିବାର ଦୃଶ୍ୟ ଆଖିରେ ଯେଉଁମାନେ ଦେଖି ନ ଥିବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri