ଏଇ ଭାରତରେ

ବର୍ଷେ କିମ୍ବା ଦୁଇ ବର୍ଷ ନୁହେଁ, ୧୦ ବର୍ଷ ଲାଗିଯାଇଛି ଗୋଟିଏ ଘଣ୍ଟା ସଜାଡ଼ିବାକୁ। ଏହି ଘଣ୍ଟା ସାଧାରଣ ଘଣ୍ଟା ନୁହେଁ, ଏହା ହେଉଛି ମୁମ୍ବାଇର ରାଜବାଇ କ୍ଲକ ଟାଓ୍ବାରର ୧୪୬ ବର୍ଷର ପୁରୁଣା ଘଡ଼ି। ଏହାକୁ ମରାମତି କରି କାର୍ଯ୍ୟକ୍ଷମ କରିପାରିଛନ୍ତି ମହେନ୍ଦ୍ର ପ୍ରସାଦ ଗୁପ୍ତା। ପେସାରେ ସେ ଜଣେ ଇଲେକ୍ଟ୍ରିସିଆନ। ପ୍ରତିଦିନ ୨୩୬ଟି ପାହାଚ ଚଢ଼ି ଟାଓ୍ବାର ଉପରକୁ ଯାଇ ସେ ଘଣ୍ଟା କାମ କରନ୍ତି ଏବଂ ୧୦ ବର୍ଷ ପରେ ମଧ୍ୟ ତାହା ଏବେ ଚାଲୁଛି। ରାଜବାଇ ଘଡ଼ିର ଓଜନ ପାଖାପାଖି ୩୦୦ କେଜି। ଲଣ୍ଡନର ବିଗ୍‌ବେନ ଘଣ୍ଟା ଢାଞ୍ଚାରେ ୧୮୭୮ରେ ରାଜବାଇ କ୍ଲକ୍‌ ଟାଓ୍ବାର ନିର୍ମାଣ କରାଯାଇଥିଲା। ବ୍ରିଟେନର ସ୍ଥପତି ସାର୍‌ ଜର୍ଜ ଗିଲବର୍ଟ ସ୍କଟ ଏହାର ଡିଜାଇନ କରିଥିଲେ ଏବଂ ଷ୍ଟକ୍‌ବ୍ରୋକର ପ୍ରେମଚାନ୍ଦ ରୟଚାନ୍ଦ ତାଙ୍କ ମା’ ରାଜବାଇଙ୍କ ସ୍ମୃତିରେ ଏହାକୁ ପାଣ୍ଠି ଯୋଗାଇ ଦେଇଥିଲେ। ମୁମ୍ବାଇ ବିଶ୍ୱବିଦ୍ୟାଳୟର ଫୋର୍ଟ କ୍ୟାମ୍ପସ୍‌ରେ ଥିବା ଏହି ଟାଓ୍ବାରର ଉଚ୍ଚତା ୨୮୦ ଫୁଟ। ଆରମ୍ଭରୁ ରାଜବାଇ ଘଡ଼ିରେ ୧୪ଟି ବେଲ୍‌ ଏକାଥରକେ ବାଜୁଥିଲା। ଏବେ ମରାମତି କରାଯିବା ପରେ ପ୍ରତି ୧୫ ମିନିଟରେ ୫ଟି ବେଲ୍‌ ବାଜୁଛି। ଐତିହାସିକ ତଥ୍ୟ କହେ, ଏହି ଟାଓ୍ବାର ରୟଚାନ୍ଦଙ୍କ ଘର ନିକଟରେ ଥିଲା। ରାଜବାଇ ଦୃଷ୍ଟିବାଧିତ ଥିବାରୁ ସେ ଏହି ଘଣ୍ଟା ଶବ୍ଦରୁ ସମୟ ଜାଣିପାରୁଥିଲେ।

 

Dharitri – The Largest & Most Trusted Odia Daily


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?