ଏଇ ଭାରତରେ

ଚିକେନ ସେଣ୍ଟରରୁ ବାହାରୁଥିବା ପର ଓ ବର୍ଜ୍ୟରୁ ଉଲ ଭଳି ସୂତା ପ୍ରସ୍ତୁତ କରୁଛନ୍ତି ରାଜସ୍ଥାନର ରାଧେଶ ଅଗରହାରି। କେବଳ ଏତିକି ନୁହେଁ ଏହି ବର୍ଜ୍ୟରୁ ସେ କାଗଜ ପ୍ରସ୍ତୁତ କରୁଛନ୍ତିି। ‘ଗୋଲ୍ଡେନ ଫିଦର’ ଷ୍ଟାର୍ଟଅପ୍‌ ମାଧ୍ୟମରେ ସେ ଏହା କରୁଛନ୍ତି ଏବଂ ଏବେ ସୁଦ୍ଧା ସେ ୭୩ ଲକ୍ଷ କେଜି ଚିକେନ ବର୍ଜ୍ୟ କାମରେ ଲଗାଇ ସାରିଲେଣି। ଏହା ଦ୍ୱାରା ମୁଖ୍ୟତଃ ନଦୀ ଜଳ ପ୍ରଦୂଷଣ ରୋକାଯାଇପାରୁଛି ବୋଲି କହନ୍ତି ରାଧେଶ। ଏହି କାର୍ଯ୍ୟରେ ସଫଳତା ପାଇବା ଲାଗି ତାଙ୍କୁ ୧୩ ବର୍ଷ ଲାଗିଯାଇଛି। ଚିକେନ ବର୍ଜ୍ୟରୁ ପ୍ରସ୍ତୁତ ସୂତାରୁ ଶାଲ, ଷ୍ଟଲ୍‌, ବେଡ୍‌ଶିଟ ଆଦି ତିଆରି କରାଯାଉଛି । ଏହା ସହ କାଗଜରେ ଡାଏରୀ କରାଯାଉଛି। ବର୍ଜ୍ୟରୁ ମଧ୍ୟ ଖତ ଓ ମାଛ ଖାଦ୍ୟ ପ୍ରସ୍ତୁତ ହେଉଛି। ରାଧେଶ ଟେକ୍ସଟାଇଲ ଡିଜାଇନରେ ନର୍ଦ୍ଦର୍ନ ଇଣ୍ଡିଆନ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଫ୍ୟାଶନ ଟେକ୍ନୋଲୋଜିରୁ ଡିଗ୍ରୀ ହାସଲ କରିବା ପରେ ଇଣ୍ଡିଆନ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ କ୍ରାଫ୍ଟ, ଜୟପୁରରୁ ଶିକ୍ଷା ଲାଭ କରିଛନ୍ତି। ସେ ରାଜସ୍ଥାନର ୧୨୦୦ ଆଦିବାସୀ ମହିଳାଙ୍କୁ ପ୍ରଶିକ୍ଷଣ ଦେଇ ଏହି କାର୍ଯ୍ୟରେ ନିଯୁକ୍ତ କରିଛନ୍ତି। ଜୟପୁର ଓ ପୁଣେରେ ସେ କମ୍ପାନୀ ପ୍ରତିଷ୍ଠା କରି ଉପତ୍ାଦନ ଆରମ୍ଭ କରିଛନ୍ତି ଓ ବାର୍ଷିକ ୧.୫ କୋଟି ଟଙ୍କା ରୋଜଗାର କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଫଳତାର ସ୍ମାରକୀ

ଚଳିତ ମାସରୁ ୱାଶିଂଟନ ଡିସିରେ ଡୋନାଲ୍ଡ ଟ୍ରମ୍ପ୍‌ ଏକ ତୋରଣାକୃତି ବିଜୟ ସ୍ମାରକୀ କାମ ଆରମ୍ଭ କରିବାକୁ ଯାଉଛନ୍ତି। ପ୍ୟାରିସ୍‌ର ‘ଆର୍କ ଡି ଟ୍ରାୟୋମ୍ଫ’ ଢାଞ୍ଚାରେ ଏହାକୁ…

ଏଆଇ ସୁରକ୍ଷା ଚିନ୍ତା

ଓପନ୍‌ଏଆଇର ସିଇଓ ସାମ୍‌ ଅଲ୍ଟମ୍ୟାନ୍‌ ସ୍ପଷ୍ଟ କରିଛନ୍ତି ଯେ ସୁରକ୍ଷା ଚିନ୍ତା ଯୋଗୁ କମ୍ପାନୀ ୨୦୨୬ରେ ଏହାର ଆଇପିଓ (ପ୍ରାରମ୍ଭିକ ପବ୍ଲିକ୍‌ ଅଫରିଂ) ଲଞ୍ଚ କରିବ ନାହିଁ।…

ଗଣତନ୍ତ୍ରର ରାଜତନ୍ତ୍ରୀକରଣ

ଗତ ଜୁଲାଇରେ ବିହାର ରାଜ୍ୟ କିନ୍ନର ଜନମଙ୍ଗଳ ସମିତି ସେହି ସମାଜର ମଙ୍ଗଳ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଶେଷ ଅବଦାନକୁ ସ୍ବୀକୃତି ଦେଇ ତାଙ୍କର ଏକ…

କଠୋର ଆଭିମୁଖ୍ୟ

ସପ୍ତାହେ ମଧ୍ୟରେ ୪ଜଣ ବରିଷ୍ଠ ଅଧିକାରୀଙ୍କୁ ସେମାନଙ୍କର ମୂଳ କ୍ୟାଡରକୁ ଫେରାଇ ଦିଆଯିବା ଏକ ଉଲ୍ଲେଖନୀୟ ଘଟଣା। ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଏକ ବର୍ଦ୍ଧିତ ‘କୁଲିଂ-ଅଫ୍‌’…

ଏଇ ଭାରତରେ

ତାମିଲନାଡୁର ସତ୍ୟମଙ୍ଗଳମ୍‌ ବ୍ୟାଘ୍ର ସଂରକ୍ଷିତ ଜଙ୍ଗଲରେ ଲାଟାନା ଘାସ ଏବେ ଆଦିବାସୀଙ୍କ ପାଇଁ ଜୀବିକାର ସାହାରା ପାଲଟିଛି। କେବଳ ଏତିକି ନୁହେଁ ଜଙ୍ଗଳ ଅର୍ଥନୀତିକୁ ମଧ୍ୟ ସଶକ୍ତ…

ବିକାଶ ବେଦିରେ ବଳି

ଓଡ଼ିଶାର ଆଦିବାସୀମାନଙ୍କ ଅସ୍ତିତ୍ୱ ଦିନକୁ ଦିନ ଅଧିକ ବିପନ୍ନ ହେଉଥିବା ଦେଖିବାକୁ ମିଳୁଛି। ସେମାନଙ୍କର ମାଟି, ପାଣି, ଜଙ୍ଗଲ, ଝରଣା, ପାହାଡ଼ ଧୀରେ ଧୀରେ ସେମାନଙ୍କ କବଳରୁ…

ନିଜକୁ ଚିହ୍ନିବା

ଓଡ଼ିଆରେ ଗୋଟିଏ ଢଗ ଅଛି, ”ନିଜ ବୁଦ୍ଧିରେ ଶୃଗାଳ ହେବ ପଛେ, ପର ବୁଦ୍ଧିରେ ସିଂହ ହେବନାହିଁ।“ ଏହି ଢଗଟି ପରୋକ୍ଷରେ ପ୍ରସଙ୍ଗ ‘ନିଜକୁ ନିଜେ ଚିହ୍ନିବା’ର…

ଡାଟା ସେଣ୍ଟରକୁ ବିରୋଧ

ଦି ଗ୍ରେଟ୍‌ ରିପ୍ଲେସମେଣ୍ଟ’ ଧାରଣା ଦର୍ଶାଏ ଯେ ସ୍ଥାନୀୟ ଲୋକଙ୍କୁ ଉଦ୍ଦେଶ୍ୟମୂଳକ ଭାବରେ ପ୍ରବାସୀମାନଙ୍କ ଦ୍ୱାରା ହଟାଯାଉଛି। ଫ୍ରାନ୍ସର ଲେଖକ ରେନାଡ୍‌ କାମୁସ ଏହି ଶବ୍ଦ ପ୍ରଥମେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?