ଏଇ ଭାରତରେ

ହିମାଚଳପ୍ରଦେଶର ଆନି ବ୍ଲକର କାମନ୍ଦ ପଞ୍ଚାୟତର ଗାଢ଼ାରୀ ଗାଁରେ ରହନ୍ତି ୭୩ ବର୍ଷ ବୟସ୍କା ଲୁରମା ଦେବୀ। ସେ ବୁଲାପ୍ରାଣୀଙ୍କୁ ଖାଇବାକୁ ଦେଇ ଖୁବ୍‌ ଆନନ୍ଦିତ ହୋଇଥାନ୍ତି। ଲୁରମା ପ୍ରାଣୀଙ୍କ ପାଇଁ ଘାସ ଏବଂ ପାଣିର ବ୍ୟବସ୍ଥା କରିଥାନ୍ତି। ଘାଟି ଉପରେ ଏକ କିଲୋମିଟର ଦୂରରୁ ପିଠିରେ ପାଣି ବୋହି ନେଇ ସେମାନଙ୍କୁ ପିଇବାକୁ ଦିଅନ୍ତି। ଲୁରମା ଦେବୀ ଆଜି ପର୍ଯ୍ୟନ୍ତ କୌଣସି ସରକାରୀ ଯୋଜନାର ଲାଭ ପାଇ ନାହାନ୍ତି କିମ୍ବା ଏ ବିଷୟରେ ଅବଗତ ନୁହନ୍ତି। ସେ ଘସି ଓ ଖତରୁ ପାଉଥିବା ସ୍ବଳ୍ପ ଟଙ୍କାରେ ଚଳନ୍ତି ଓ ଏଥିରେ ପ୍ରାଣୀଙ୍କ ଚିକିତ୍ସାରେ ଖର୍ଚ୍ଚ କରିଥାନ୍ତି। କେହି କିଛି ଖାଇବାକୁ ଦେଲେ ଲୁରମା ଖାଇଥାନ୍ତି। ଲୁରମା ଦେବୀଙ୍କ ଜୀବନ ଅତ୍ୟନ୍ତ ସଂଘର୍ଷମୟ। ସ୍ବାମୀ ଚାଲିଯିବା ପରେ ସେ ବୁଲା ପ୍ରାଣୀମାନଙ୍କୁ ରଖିବା ଆରମ୍ଭ କଲେ। ପ୍ରଥମେ ୨୫ ଗାଈ, ଷଣ୍ଡ ଏବଂ ବାଛୁରିଙ୍କୁ ଲୁରମା ଏକ ଗୁମ୍ଫାରେ ରଖିଥିଲେ। ଜଙ୍ଗଲୀ ଜନ୍ତୁ ଲୁରମା ଦେବୀଙ୍କ ୧୪ଟି ପ୍ରାଣୀଙ୍କୁ ଶିକାର କରିଥିଲେ। ବର୍ତ୍ତମାନ ୧୧ଟି ପ୍ରାଣୀଙ୍କୁ ବଞ୍ଚାଇବା ପାଇଁ ଚେଷ୍ଟା ଜାରି ରଖିଛନ୍ତି। ଲୁରମା ଦେବୀ କହନ୍ତି, ପିଲାଦିନରୁ ପଶୁମାନଙ୍କ ପ୍ରତି ତାଙ୍କର ଏକ ଭଲପାଇବା ଅଛି। ସେ ମଧ୍ୟ ବାକି ଜୀବନ ସେମାନଙ୍କୁ ପାଳନ କରିବାରେ ବିତାଇବାକୁ ଚାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପବିତ୍ର ବନ

ବନ ସଂରକ୍ଷଣ ୨ପ୍ରକାର ପଦ୍ଧତିରେ କରାଯାଇଥାଏ। ପ୍ରଥମରେ ‘ଇନ୍‌ ସିଟୁ’ ଏବଂ ୨ୟରେ ‘ଏକ୍‌ସ ସିଟୁ’ ସଂରକ୍ଷଣ। କିନ୍ତୁ ଜଙ୍ଗଲକୁ ତା’ର ପ୍ରାକୃତିକ ସ୍ଥିତିରେ ସଂରକ୍ଷିତ ବା…

ସ୍ବାଗତଯୋଗ୍ୟ ସମୀକ୍ଷା

ଓଡ଼ିଶାର ପରବର୍ତ୍ତୀ ପୋଲିସ ମହାନିର୍ଦ୍ଦେଶକ(ଡିଜିପି) ନିଯୁକ୍ତିକୁ ନେଇ ବିବାଦ ଲାଗିରହିଛି। ପ୍ରକୃତରେ ସଞ୍ଜୀବ ପଣ୍ଡା କିମ୍ବା ଏହି ଦୌଡ଼ରେ ଥିବା ଅନ୍ୟ ଅଧିକାରୀମାନଙ୍କୁ ନେଇ ଏହା ହୋଇନାହିଁ।…

ଏଇ ଭାରତରେ

ଜମ୍ମୁକଶ୍ମୀରରେ ଆର୍ଦ୍ରଭୂମି ଓ ବହିରାଗତ ପକ୍ଷୀଙ୍କ ସୁରକ୍ଷାରେ ଲାଗିପଡ଼ିଛନ୍ତି ଏକ ମହିଳା ଟିମ୍‌। ଏହି ଟିମ୍‌ରେ ୧୫ ଜଣ ମହିଳା ଓ ବାଳିକା ରହିଛନ୍ତି। ସେମାନେ ସଲିମ…

ସମାଜର ବିଫଳତା ନା ସମୟର ଆବଶ୍ୟକତା

ଗଛର ମୂଳ ଯେତେ ଦୃଢ଼, ଗଛ ସେତେ ସୁଦୃଢ଼। ସେହିପରି ବୟୋଜ୍ୟେଷ୍ଠମାନେ ହେଉଛନ୍ତି ପରିବାର ଓ ସମାଜର ମୂଳଦୁଆ। ସେମାନଙ୍କ ଅନୁଭବ, ତ୍ୟାଗ ଓ ଜୀବନବୋଧ ସମାଜକୁ…

ଚାଇନା ପାଇଁ ଆହ୍ବାନ

ନିକଟରେ ଚାଇନାର ପୂର୍ବତନ ପ୍ରଧାନମନ୍ତ୍ରୀ ଝୁ ରୋଙ୍ଗ୍‌ଜିଙ୍କର ୯୭ ବର୍ଷ ବୟସରେ ମୃତ୍ୟୁହେବା ପରେ ତାଙ୍କ ପାଇଁ ଚତୁର୍ଦ୍ଦିଗରୁ ଶ୍ରଦ୍ଧାଞ୍ଜଳିର ସୁଅ ଛୁଟିଥିଲା। ସେ ଥିଲେ ଆର୍ଥିକ…

ଡିଜିଟାଲ ସାର୍ବଭୌମତ୍ୱ

ଆଜିକାଲି ଭୌଗୋଳିକ ସୀମା ସରହଦକୁ ଅତିକ୍ରମକରି ମଣିଷ ଆଭାସିକ ଡିଜିଟାଲ ପୃଥିବୀରେ ଦୈନିକ ଜୀବନଯାପନ କଲାଣି। ଇଣ୍ଟରନେଟ୍‌ ଆସିବା ପରେ ଭୌଗୋଳିକ ସୀମା ପ୍ରତିରକ୍ଷା ପାଇଁ ରହିଲା,…

ସୁନାପିଲା

ପିଲାଦିନେ ଭାରି ଭଲ ଲାଗୁଥିଲା ଶୁଣିବାକୁ। ସୁନାପିଲା ବୋଲି ମୋତେ କେହି କହିଦେଲେ ଛାତି ଭିତରଟା କୁରୁଳି ଉଠେ। ମୋତେ ଆଙ୍ଗୁଠି ଦେଖାଇ ଆମ ଘରକୁ ବୁଲି…

ବିଲୁପ୍ତି ପଥେ ପୂର୍ବଜଙ୍କ ସମ୍ପଦ

ପ୍ରାୟ ଆମେ ସମସ୍ତେ ଆମ ପୂର୍ବପୁରୁଷଙ୍କ ସମ୍ପଦକୁ ନେଇ ବର୍ତ୍ତମାନର ଜୀବନ ବଞ୍ଚୁଛେ। ପୂର୍ବପୁରୁଷ ରହୁଥିବା ଘର, ସେମାନଙ୍କ ଦ୍ୱାରା ଅର୍ଜିତ କୃଷିକ୍ଷେତ୍ର, ଜାଗାବାଡ଼ି ଏପରିକି ଅନେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri