ଏଇ ଭାରତରେ

ପ୍ଲାଷ୍ଟିକ ବଟଲ ଓ କଭର ଇତ୍ୟାଦିରୁ ଗ୍ରୋ ବ୍ୟାଗ୍‌ ତିଆରି କରୁଛନ୍ତି ଠାଣେର ଜିନୟ ଗାଡା। ତାଙ୍କୁ ଏବେ ବୟସ ୨୦। ଛାତ୍ରାବସ୍ଥାରେ ସେ ଏଭଳି ଏକ ନୂତନ ଗ୍ରୋ ବ୍ୟାଗ ତିଆରି କରି ପରିବେଶ ପ୍ରଦୂଷଣ କମାଇବାର ପ୍ରୟାସ କରିଛନ୍ତି। ସେ ୨୦୨୧ରେ ମାତ୍ର ୧୭ ବର୍ଷ ବୟସରେ ପ୍ଲାଣ୍ଟେରିଆ ଷ୍ଟାର୍ଟଅପ୍‌ ପ୍ରତିଷ୍ଠା କରି ତା’ମାଧ୍ୟମରେ ଗ୍ରୋ ବ୍ୟାଗ୍‌ ତିଆରି କରୁଛନ୍ତି। ପ୍ଲାଷ୍ଟିକ ବୋତଲ ଓ କଭରକୁ ରିସାଇକେଲ କରି ସେଥିରୁ ଏକପ୍ରକାର କପଡ଼ା ତିଆରି କରାଯାଉଛି ଓ ତାହାକୁ ସିଲାଇ କରି ଗ୍ରୋ ବ୍ୟାଗ୍‌ ପ୍ରସ୍ତୁତ ହେଉଛି। ସେ ୩ ଲକ୍ଷରୁ ଅଧିକ ପ୍ଲାଷ୍ଟିକ ବୋତଲ ରିସାଇକେଲ କରିସାରିଲେଣି। ଏବେ ସୁଦ୍ଧା ସେ ୪,୦୦୦ ଗ୍ରୋ ବ୍ୟାଗ ବିକ୍ରି କରିସାରିଛନ୍ତି। ଲକ୍‌ଡାଉନ ସମୟରେ ଜିନୟ ତୃତୀୟ ବର୍ଷ ବାଣିଜ୍ୟରେ ପଢୁଥିବା ସମୟରେ ଏହିି କାର୍ଯ୍ୟ କରିବା ଲାଗି ନିଷ୍ପତ୍ତି ନେଇଥିଲେ। ତାଙ୍କ ପରିବାରର ଟେକ୍ସଟାଇଲ ବ୍ୟବସାୟ ଥିବାରୁ ସେ ଏହି କାର୍ଯ୍ୟ କରିବାକୁ ଆଗ୍ରହୀ ହୋଇଥିଲେ। ସେ ତିଆରି କରୁଥିବା ଗ୍ରୋ ବ୍ୟାଗ ହାଲୁକା। ସେ ଏବେ ମହାରାଷ୍ଟ୍ର ଭିଓ୍ବାଣ୍ଡିରେ ନୂଆ ଫ୍ୟାକ୍ଟି କରି ଉତ୍ପାଦନ ବୃଦ୍ଧି କରିବା ପାଇଁ ଯୋଜନା କରିଛନ୍ତି। ଏହି ଗ୍ରୋ ବ୍ୟାଗ୍‌ର ମୂଲ୍ୟ ୫୦ରୁ ୨୦୦ ଟଙ୍କା ରଖାଯାଇଛି। ଏହାକୁ ବ୍ୟବହାର କରି ଘରେ, ଅଫିସ ଓ ସାର୍ବଜନୀନ ସ୍ଥାନରେ ଭର୍ଟିକାଲ ଗାର୍ଡେନ କରାଯାଇପାରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବହୁ ସମୟରେ ବ୍ୟକ୍ତି ସମ୍ମୁଖରେ ବୟସ ହାର ମାନେ, ଯାହାର ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଜମ୍ମୁରେ। ୭୨ ବର୍ଷ ବୟସରେ ବିଦ୍ୟା କୌର ନିର୍ଭୟରେ କାର ଚଳାଇ…

ପିତୃ ଶବ୍ଦର ମହାନତା

ପିତୃ’ ବା ତତ୍ସମ ଶବ୍ଦ ଯଥା ପିତା, ତାତ, ଜନକ, ବାପା, ବାପୁ, ବାବୁ, ପାପା, ନନା, ବାବା, ଡାଡି, ଡାଡ୍‌, ଡେ’ ଏହିପରି ଏକାର୍ଥବୋଧକ ଯେତେ…

ମଣିମା ଶୁଣିମା ହେଉ

ବାଲ୍ୟକାଳରେ ଶୁଣିଥିବା କାହାଣୀ ବେଳେବେଳେ ବିସ୍ମୃତିରୁ ବାହୁଡ଼ିଆସେ। ସେତେବେଳେ ଶିଶୁମନକୁ ଖୁବ୍‌ ପ୍ରଭାବିତ କରିଥିବା କାହାଣୀର ବିଲୋଳ ଚରିତ୍ର ଆଖି ଆଗରେ ଉଭାହୁଏ। ସାମ୍ପ୍ରତିକ ସମୟର ଲାଞ୍ଚମିଛ,…

କେବଳ ଦର୍ଶକ

ମଧ୍ୟପ୍ରାଚ୍ୟ ଯୁଦ୍ଧ ଏବେ ଦ୍ୱିତୀୟ ମାସରେ ପ୍ରବେଶ କରିଛି। ଏହା ଏକ ଲମ୍ବା ଯୁଦ୍ଧ ହେବାକୁ ଯାଉଛି ଏବଂ ଏ ସମ୍ପର୍କରେ ମୁଁ କିଛି ଟିପ୍ପଣୀ ଦେବା…

ସନ୍ତାନ ପାଳନ ଓ ମାର୍ଗ ଦର୍ଶନ

ଈଶ୍ୱରଙ୍କ ସୃଷ୍ଟିରେ ମଣିଷ ସର୍ବଶ୍ରେଷ୍ଠ ଜୀବ ରୂପେ ପରିଗଣିତ ହୋଇଥାଏ। ଏହାର କାରଣ ହେଲା ଜୀବଜନ୍ତୁମାନେ ଭଲ, ମନ୍ଦ, ଭୁଲ୍‌, ଠିକ୍‌ ବିବେଚନା କରିବାରେ ଅସମର୍ଥ ହୋଇଥିବା…

ନିର୍ବାଚନ: ଆଞ୍ଚଳିକ ଦଳ ବନାମ ଏନ୍‌ଡିଏ

କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀ ସହ ୪ଟି ରାଜ୍ୟ ବିଧାନସଭା ପାଇଁ ଚଳିତ ମାସରେ ନିର୍ବାଚନ ଅନୁଷ୍ଠିତ ହେବ। ଏହି ସମସ୍ତ ରାଜ୍ୟରେ ରହିଛି ମୋଟ ୮୨୪ଟି…

ଶାସନରେ ଭୟ

ଭାରତରେ ଯେବେ ଏକ ପ୍ରକଳ୍ପ ଅଟକିଯାଏ, ଖର୍ଚ୍ଚ ବଢ଼ିଯାଏ ଆମେ ସ୍ବାଭାବିକ ଭାବରେ ସେଥିରେ ଦୁର୍ନୀତି କଥା ଉଠାଇଥାଉ। କିନ୍ତୁ ବେଳେ ବେଳେ ବ୍ୟବସ୍ଥାର ନିଷ୍କ୍ରିୟତା ଯୋଗୁ…

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri