ଏଇ ଭାରତରେ

ବ୍ୟକ୍ତିଗତ ଚେଷ୍ଟାରେ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ଲାଗି ଏକ ଜଳ ବିଶୁଦ୍ଧୀକରଣ ଟେକ୍‌ନୋଲାଜି ବିକାଶ କରିଛନ୍ତି ମହାରାଷ୍ଟ୍ରର ଅଭିଜିତ ଗଣ। ଏହା ଦ୍ୱାରା ଗାଁଗୁଡ଼ିକରେ ବିଶୁଦ୍ଧ ପାନୀୟ ଜଳ ସମସ୍ୟା ଅନେକାଂଶରେ ସମାଧାନ ହେବା ସହ ଗମ୍ଭୀର ଫ୍ଲରୋସିସ୍‌ ରୋଗ ଦୂର ହୋଇପାରୁଛି। ଏହି କାର୍ଯ୍ୟରେ ଅଭିଜତି ଏକ ଟିମ୍‌କୁ ନିୟୋଜିତ କରିଛନ୍ତି। ସେମାନେ ‘ରାଇଟ ଓ୍ବାଟର ସଲ୍ୟୁଶନ’ ଅଭିଯାନ ମାଧ୍ୟମରେ ମହାରାଷ୍ଟ୍ର ସମେତ ଦେଶରେ ମୋଟ ୫,୨୦୦ ପ୍ଲାଣ୍ଟ ସ୍ଥାପନ କରି ସାରିଲେଣି। ଫଳରେ ପ୍ରତିଦିନ ୧୦ ମିଲିୟନ ସ୍ବଚ୍ଛ ପାନୀୟ ଜଳ ଯୋଗାଯାଇପାରୁଛି। ବହୁ ଦୁର୍ଗମ ଅଞ୍ଚଳରେ ଲୋକଙ୍କୁ ପାଣି ପାଇଁ ଆଉ ଦୂରକୁ ଯିବାକୁ ପଡ଼ୁନାହିଁ। ଅଭିଜିତ ମହାରାଷ୍ଟ୍ର ସରାକରଙ୍କ ଅନୁରୋଧ କ୍ରମରେ ଡୋଙ୍ଗରଗାଁଓରେ ପ୍ରଥମ ପ୍ଲାଣ୍ଟ ସ୍ଥାପନ କରିଥିଲେ ଏବଂ ଏବେ ସେହି ରାଜ୍ୟରେ ୫୦ଟି ପ୍ଲାଣ୍ଟ ବସାଇ ସାରିଲେଣି। ସେ ମଧ୍ୟପ୍ରଦେଶ, ଛତିଶଗଡ଼, ଝାଡ଼ଖଣ୍ଡ, ରାଜସ୍ଥାନ, ବିହାର, ପଶ୍ଚିମବଙ୍ଗ ଓ କର୍ନାଟକରେ ଆଗାମୀ ଦୁଇ ବର୍ଷ ମଧ୍ୟରେ ୨୫,୦୦୦ ଗାଁରେ ସ୍ବଚ୍ଛ ଜଳ ପାଇଁ ପ୍ଲାଣ୍ଟ ବସାଇବା ପାଇଁ ଯୋଜନା କରିଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହାୟତାରେ ଏହି କାର୍ଯ୍ୟ ସମ୍ପନ୍ନ ହେଲେ ଦିନକୁ ୧.୫ ବିଲିୟନ ଲିଟର ପାନୀୟ ଜଳ ଲୋକଙ୍କୁ ଯୋଗାଯାଇପାରିବ ବୋଲିି କହିଛନ୍ତି ଅଭିଜିତ।


Enter your email to get our daily news in your inbox.

All Right Reserved By Dharitri.Com

ଏମିତି ଥିଲା ଗାଁ

ଭାରତର ଆତ୍ମା ହେଉଛି ଗାଁ। ସଭ୍ୟତା, ସଂସ୍କୃତି, ପରମ୍ପରା, ସାମାଜିକ ବନ୍ଧନ ଓ ସଦାଚାରର ପ୍ରାଣକେନ୍ଦ୍ର ଯେଉଁଠି ଗୋଟିଏ ଘରେ ସୋରିଷ ଫୁଟିଲେ ସମ୍ପୂର୍ଣ୍ଣ ଗାଁକୁ ବାସିଥାଏ।…

କୃଷି ରପ୍ତାନିର ନୂତନ ଆଶା

ରାଜ୍ୟର କୃଷିବିକାଶ ଓ କୃଷକମାନଙ୍କ ଆୟବୃଦ୍ଧି ପାଇଁ କୃଷି-ରପ୍ତାନି ଏକ ପ୍ରମୁଖ ମାର୍ଗ। କୃଷି-ରପ୍ତାନି ପାଇଁ ପାରମ୍ପରିକ ଜୈବିକ କୃଷି ଓ ଅତ୍ୟାଧୁନିକ କୃଷି ଅଧିକ ସୁଯୋଗ…

ଲକ୍ଷ୍ୟହୀନ ଯୁଦ୍ଧ

ଇରାନ୍‌ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ପରେ ମଧ୍ୟପ୍ରାଚ୍ୟରେ ସୃଷ୍ଟି ହୋଇଥିବା ଯୁଦ୍ଧ ୨୩ ମାର୍ଚ୍ଚରେ ଭିନ୍ନ ମୋଡ଼ରେ ପହଞ୍ଚିଥିଲା। ଏହିଦିନ ଆମେରିକା ରାଷ୍ଟ୍ରପତି…

ଜୀବନର ନୈତିକ ମୂଲ୍ୟବୋଧ

କଥାରେ ଅଛି-‘ଥିଲେ ଥାଉ ପଛେ ଗୁଣ ହଜାର, ଚରିତ୍ର ନଥିଲେ ସବୁ ଅସାର।’ ସୁତରାଂ ଆମ ଜୀବନରେ ନୈତିକ ମୂଲ୍ୟବୋଧର ଏକ ମୁଖ୍ୟ ଆଧାର ହେଉଛି –…

ପେଟ୍ରୋଡଲାର ସାମ୍ରାଜ୍ୟ

ପୃଥିବୀର କୌଣସି ଏକ ପେଟ୍ରୋଲ୍‌ ପମ୍ପରେ ଗାଡ଼ିରେ ଇନ୍ଧନ ଭରିବା ଦୃଶ୍ୟ ସାଧାରଣ ହୋଇପାରେ, କିନ୍ତୁ ଏହା ପ୍ରଚ୍ଛଦପଟରେ ଏକ ବିଶାଳ ଆର୍ଥିକ ବ୍ୟବସ୍ଥା କାମ କରୁଥାଏ,…

ଆମେରିକା ଅପଦସ୍ଥ

ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜକୁ ୪୮ ଘଣ୍ଟା ମଧ୍ୟରେ ସମ୍ପୂର୍ଣ୍ଣ ଖୋଲା ନ କଲେ ଇରାନକୁ ଭୟାବହ ସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ…

ତିନି ଚିରଞ୍ଜୀବୀଙ୍କ ବିଚାର

ଶହୀଦ ଭଗତ ସିଂ, ସୁଖଦେବ ଓ ଶିବରାମ ରାଜଗୁରୁଙ୍କ ଅପରାଧଜନିତ ବିଚାରକୁ କଦାପି ବିଚାର କୁହାଯାଇ ପାରିବ ନାହିଁ। ତାହା ଅନ୍ୟାୟ, ଅବିବେକିତା ଓ ଅସଭ୍ୟତାର ଏକ…

ପରମାଣୁ ଅସ୍ତ୍ର ଛାୟାରୁ ମୁକ୍ତି

ବର୍ତ୍ତମାନର ବିଶ୍ୱରେ ଲାଗିରହିଛି ତିନୋଟି ମହାସମର। ତନ୍ମଧ୍ୟରୁ ରୁଷିଆ-ୟୁକ୍ରେନ୍‌ ଏବଂ ଇସ୍ରାଏଲ-ପାଲେଷ୍ଟାଇନ୍‌ ଯୁଦ୍ଧ ବର୍ଷ ବର୍ଷ ଧରି ଚାଲିଥିଲା ବେଳେ ନିକଟରେ ଆରମ୍ଭ ହୋଇଛି ଅତୀବ ଭୟଙ୍କର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri