ଏଇ ଭାରତରେ

ବୟସ ଏକ ସଂଖ୍ୟା, ଏହା ପ୍ରମାଣ କରି ଦେଖାଇଛନ୍ତି ସୁରଟର ବକୁଳାବେନ ପଟେଲ। ତାଙ୍କ ବୟସ ଏବେ ୮୦। ସେ ୫୯ ବର୍ଷରେ ସୁଇମିଂ ଶିଖି ୫୦୦ରୁ ଅଧିକ ମେଡାଲ ଓ ଟ୍ରଫି ଜିତିଛନ୍ତି। ସେ ଭାରତ ନାଟ୍ୟମ୍‌ରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି। ୭୫ ବର୍ଷ ବୟସରେ ସେ ଅଢ଼େଇ ଘଣ୍ଟା ନୃତ୍ୟ ପ୍ରଦର୍ଶନ କରି ବୁକ୍‌ ଅଫ୍‌ ଲିମ୍‌କା ରେକର୍ଡସରେ ସ୍ଥାନ ପାଇଛନ୍ତି। ଏହି ନୃତ୍ୟ ପ୍ରଦର୍ଶନରେ ସେ ହେଉଛନ୍ତି ବୟୋଜ୍ୟେଷ୍ଠ ମହିଳା। ବକୁଳାବେନ ପିଲାଦିନୁ ମାତାପିତାଙ୍କୁ ହରାଇଥିଲେ। ଏହି କାରଣରୁ ଅଧିକ ପଢ଼ିପାରି ନ ଥିଲେ। ନବମରେ ପଢୁଥିବାବେଳେ ତାଙ୍କର ବିବାହ ହୋଇଯାଇଥିଲା। ତେବେ ପିଲାଦିନରୁ ଖେଳ ପ୍ରତି ରୁଚି ରଖିଥିବା ବକୁଳାବେନ ଗୃହିଣୀ ଜୀବନରେ ତାହାକୁ ସାକାର କରିଛନ୍ତି। ୧୯୯୪ରେ ସ୍ବାମୀଙ୍କ ଦେହାନ୍ତ ପରେ ପିଲାଙ୍କ ଯତ୍ନ ନେବା ସହ ସୁଇମିଂ ଓ ନାଚ ଶିଖିବା ଆରମ୍ଭ କରିଥିଲେ। ଏବେ ୮୦ ବର୍ଷ ବୟସରେ ବକୁଳାବେନ ୮୦ ଦେଶରେ ସୁଇମିଂ ପ୍ରତିଯୋଗିତାରେ ଭାଗ ନେଇଛନ୍ତି। ସେ ପ୍ରଶାନ୍ତ ମହାସାଗର, ଆଟଲାଣ୍ଟିକ ମହାସାଗର, ବଙ୍ଗୋପସାଗରରେ ପହଁରି ପୁରସ୍କୃତ ହୋଇଛନ୍ତି। ସେ ସକାଳ ୪ଟାରୁ ଉଠି ସୁଇମିଂ ପାଇଁ ୫ କି.ମି. ଚାଲି ଚାଲି ଯାଆନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସବୁ ଜଣାଇବ ‘ଫାଇବ୍ରୋ ସ୍କାନ୍‌’

ବର୍ଷାଋତୁରେ ଲିଭର ସମ୍ବନ୍ଧୀୟ ବଡ଼ ସମସ୍ୟା କାରକ ରୋଗଗୁଡ଼ିକ ହେଉଛି ‘ଜଣ୍ଡିସ୍‌’, ‘ଡେଙ୍ଗୁ’, ‘ଝାଡ଼ାବାନ୍ତି’ ଇତ୍ୟାଦି। ତେବେ ଏସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ ହେଉଛି ଅନେକଙ୍କ କ୍ଷେତ୍ରରେ ପେଟ…

ଯେଉଁ ଅନ୍ଧକାରର ଅବସାନ ନାହିଁ

ଆମ ଦେଶରେ କେତେକ ଘଟଣା ବର୍ତ୍ତମାନର ପ୍ରବାହରେ ଘଟିଚାଲିଛି ଯାହାର ଅନ୍ତ ଘଟୁନାହିଁ। ଆମେ କାଳର ହିସାବ ରଖନ୍ତି ନାହିଁ। ଯେପରି ଆଜି ପରେ କାଲି, ବିଂଶଶତାବ୍ଦୀ…

ରୋଷେଇ ଘରେ ଇଥାନଲ

ମଣିଷ ଆଦିମ ଯୁଗରେ ପଥରକୁ ପଥରରେ ଘସି ନିଅଁା ବାହାର କରିଥିଲା। ସେବେଠାରୁ ତାହାର ଅନୁସନ୍ଧିତ୍ସୁ ମନ ବିକଳ୍ପ ବାହାର କରିବାରେ ଲାଗିରହିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ…

ଏଇ ଭାରତରେ

ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ନୂତନତ୍ୱ ସନ୍ଧାନର ପଥ ଦେଖାଏ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟର…

ମଶାରି ମଶା

ମଣିଷ କୁଆଡେ ସମୟର ଦାସ। ଏ କଥା କହନ୍ତି ସଭିଏଁ। ବୋଧହୁଏ ସମୟ ସୁଅରେ ସେଇ ଉକ୍ତିରେ ସାମାନ୍ୟ ବ୍ୟତିକ୍ରମ ହେଲା ଭଳିଆ ଛୋଟିଆ ଅନୁଭବଟେ କାହିଁକି…

ଜୁଆଙ୍ଗ ଯୁବତୀଙ୍କ ଜଳନ୍ତା ଜୁଇ

କିଛିଦିନ ହେଲାଣି ଅରୁଚିକର ଖବରମାନଙ୍କର ଶୋଭାଯାତ୍ରାରେ ଓଡ଼ିଶାବାସୀ ବ୍ୟଥିତ-ଭାବପ୍ରବଣ ଓଡ଼ିଆଙ୍କ ପାଇଁ ଅନେକ ଚିନ୍ତାର କାରଣ ପାଲଟିଛି। ଜୁନ୍‌ ଏକୋଇଶରେ ତାମିଲନାଡୁର ଚିଙ୍ଗୁଡ଼ି ପ୍ରସ୍ତୁତୀକରଣ କାରଖାନାରେ ହୋଇଥିବା…

ଇସ୍ରୋ ସଙ୍କଟ

ଘରୋଇ ମହାକାଶ ଗବେଷଣା କ୍ଷେତ୍ରରେ ଭାରତକୁ ୧୮ ଜୁଲାଇରେ ବଡ଼ ସଫଳତା ମିଳିଛି । ହାଇଦ୍ରାବାଦର ବେସରକାରୀ ମହାକାଶ ସଂସ୍ଥା ସ୍କାଏରୁଟ୍‌ ଏରୋସ୍ପେସ୍‌ ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ…

ଏଇ ଭାରତରେ

ଏମ୍‌. ନାଗରାଜୈହ ବେଙ୍ଗାଲୁରୁର ବସ୍ତିରେ ରହୁଥିବା ପିଲାଙ୍କ ଭବିଷ୍ୟତ ଗଢ଼ିବା ଲାଗି ଚେଷ୍ଟା ଜାରି ରଖିଛନ୍ତି। ସେ ଅଧାରୁ ପାଠ ଛାଡ଼ିଦେଇଥିବା ଏବଂ ଶିଶୁ ଶ୍ରମିକ ଭାବରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri