ଏଇ ଭାରତରେ

ସୁସ୍ଥ ଶରୀର ଓ ମନ ପାଇଁ ଯୋଗର ଆବଶ୍ୟକତା ରହିଛି। ଏଥିପାଇଁ ଅନେକ ଶାନ୍ତ ପରିବେଶରେ ରହି ଯୋଗ କରନ୍ତି। କେହି କେହି ପ୍ରାକୃତିକ ପରିବେଶରେ କିମ୍ବା ପାର୍କରେ ମଧ୍ୟ ଯୋଗ କରନ୍ତି। ହେଲେ ପାଣି ଭିତରେ ବି ଯୋଗ କରାଯାଇପାରେ! ଏକ କଥା କେବେ ଶୁଣିଛନ୍ତି! ଏହା ଶୁଣି ହୁଏତ ଆଶ୍ଚର୍ଯ୍ୟ ଲାଗିପାରେ। ମାତ୍ର ଦୀର୍ଘ ୩୨ ବର୍ଷ ହେଲାଣି ଏଭଳିଭାବେ ଯୋଗ କରୁଛନ୍ତି ହରେଶ ଚତୁର୍ବେଦୀ। ଉତ୍ତରପ୍ରଦେଶର ଆଗ୍ରାରେ ରହନ୍ତି ହରେଶ। ଏବେ ତାଙ୍କୁ ବୟସ ୭୦ ବର୍ଷ। ପେସାରେ ଜଣେ ଓକିଲ। ହେଲେ ପ୍ରତିଦିନ ସେ ପାଣି ଭିତରେ ଘଣ୍ଟା ଘଣ୍ଟା ରହି ପ୍ରାଣାୟାମ, ପଦ୍ମାସନ, ବ୍ରହ୍ମାସନ, ତାଡକାସନ, ଗରୁଡାସନ ଆଦି ମୁଦ୍ରାରେ ବସି ରହିପାରନ୍ତି। ତେବେ କୌଣସି ପ୍ରକାରର ରେକର୍ଡ କିମ୍ବା ଲୋକଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ସେ ଏପରି ଭିନ୍ନଭାବେ ଯୋଗ କରୁନାହାନ୍ତି। ବରଂ ନିଜକୁ ସୁସ୍ଥ ରଖିବା ପାଇଁ ୩୨ ବର୍ଷ ହେଲାଣି ସେ ଏହିଭଳି ପାଣି ଭିତରେ ଯୋଗାସନ ଆଦି କରୁଛନ୍ତି। ତେବେ ହରିଶ କୁହନ୍ତି, ପାଣି ଭିତରେ ଯୋଗ କରିବା ପାଇଁ ଅଭ୍ୟାସର ଆବଶ୍ୟକତା ରହିଛି। ତେବେ ଥରେ ଅଭ୍ୟାସ କରିପାରିଲେ, ଏହା ଅଧିକ ଫଳପ୍ରଦ ବୋଲି ସେ କହନ୍ତି। ଡାଇବେଟିସ୍‌, ବ୍ଲଡପ୍ରେସର, ଆଣ୍ଠୁଗଣ୍ଠି ଦରଜ ଆଦି ବିଭିନ୍ନ ରୋଗରୁ ଏହି ମାଧ୍ୟମରେ ମୁକ୍ତି ମିଳିପାରେ। ତେଣୁ ଯୁବପିଢ଼ିଙ୍କୁ ଜଳଯୋଗ ଶିକ୍ଷା ଦେଇ ସେ ଏକ ସୁସ୍ଥ ସମାଜ ଗଠନର ଲକ୍ଷ୍ୟ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସବୁ ଜଣାଇବ ‘ଫାଇବ୍ରୋ ସ୍କାନ୍‌’

ବର୍ଷାଋତୁରେ ଲିଭର ସମ୍ବନ୍ଧୀୟ ବଡ଼ ସମସ୍ୟା କାରକ ରୋଗଗୁଡ଼ିକ ହେଉଛି ‘ଜଣ୍ଡିସ୍‌’, ‘ଡେଙ୍ଗୁ’, ‘ଝାଡ଼ାବାନ୍ତି’ ଇତ୍ୟାଦି। ତେବେ ଏସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ ହେଉଛି ଅନେକଙ୍କ କ୍ଷେତ୍ରରେ ପେଟ…

ଯେଉଁ ଅନ୍ଧକାରର ଅବସାନ ନାହିଁ

ଆମ ଦେଶରେ କେତେକ ଘଟଣା ବର୍ତ୍ତମାନର ପ୍ରବାହରେ ଘଟିଚାଲିଛି ଯାହାର ଅନ୍ତ ଘଟୁନାହିଁ। ଆମେ କାଳର ହିସାବ ରଖନ୍ତି ନାହିଁ। ଯେପରି ଆଜି ପରେ କାଲି, ବିଂଶଶତାବ୍ଦୀ…

ରୋଷେଇ ଘରେ ଇଥାନଲ

ମଣିଷ ଆଦିମ ଯୁଗରେ ପଥରକୁ ପଥରରେ ଘସି ନିଅଁା ବାହାର କରିଥିଲା। ସେବେଠାରୁ ତାହାର ଅନୁସନ୍ଧିତ୍ସୁ ମନ ବିକଳ୍ପ ବାହାର କରିବାରେ ଲାଗିରହିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ…

ଏଇ ଭାରତରେ

ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ନୂତନତ୍ୱ ସନ୍ଧାନର ପଥ ଦେଖାଏ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟର…

ମଶାରି ମଶା

ମଣିଷ କୁଆଡେ ସମୟର ଦାସ। ଏ କଥା କହନ୍ତି ସଭିଏଁ। ବୋଧହୁଏ ସମୟ ସୁଅରେ ସେଇ ଉକ୍ତିରେ ସାମାନ୍ୟ ବ୍ୟତିକ୍ରମ ହେଲା ଭଳିଆ ଛୋଟିଆ ଅନୁଭବଟେ କାହିଁକି…

ଜୁଆଙ୍ଗ ଯୁବତୀଙ୍କ ଜଳନ୍ତା ଜୁଇ

କିଛିଦିନ ହେଲାଣି ଅରୁଚିକର ଖବରମାନଙ୍କର ଶୋଭାଯାତ୍ରାରେ ଓଡ଼ିଶାବାସୀ ବ୍ୟଥିତ-ଭାବପ୍ରବଣ ଓଡ଼ିଆଙ୍କ ପାଇଁ ଅନେକ ଚିନ୍ତାର କାରଣ ପାଲଟିଛି। ଜୁନ୍‌ ଏକୋଇଶରେ ତାମିଲନାଡୁର ଚିଙ୍ଗୁଡ଼ି ପ୍ରସ୍ତୁତୀକରଣ କାରଖାନାରେ ହୋଇଥିବା…

ଇସ୍ରୋ ସଙ୍କଟ

ଘରୋଇ ମହାକାଶ ଗବେଷଣା କ୍ଷେତ୍ରରେ ଭାରତକୁ ୧୮ ଜୁଲାଇରେ ବଡ଼ ସଫଳତା ମିଳିଛି । ହାଇଦ୍ରାବାଦର ବେସରକାରୀ ମହାକାଶ ସଂସ୍ଥା ସ୍କାଏରୁଟ୍‌ ଏରୋସ୍ପେସ୍‌ ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ…

ଏଇ ଭାରତରେ

ଏମ୍‌. ନାଗରାଜୈହ ବେଙ୍ଗାଲୁରୁର ବସ୍ତିରେ ରହୁଥିବା ପିଲାଙ୍କ ଭବିଷ୍ୟତ ଗଢ଼ିବା ଲାଗି ଚେଷ୍ଟା ଜାରି ରଖିଛନ୍ତି। ସେ ଅଧାରୁ ପାଠ ଛାଡ଼ିଦେଇଥିବା ଏବଂ ଶିଶୁ ଶ୍ରମିକ ଭାବରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri