ଏଇ ଭାରତରେ

ତିନିଚକିଆ ସାଇକେଲ, ତାହା ପୁଣି ଚାଲୁଛି ସୌର ଶକ୍ତିରେ। ଏମିତିକା ସାଇକେଲ ତିଆରି କରିଛନ୍ତି କୋଚିର ଦୁଇ ଇଞ୍ଜିନିୟର ଅଜିମ ହସ୍‌ମି ଏବଂ ଅବଦୁଲ ହଡି ମୁଥେରି। ସେମାନଙ୍କ ଦ୍ୱାରା ପ୍ରତିଷ୍ଠିତ ସୁଗଡ ମୋବିଲିଟି ପ୍ରାଇଭେଟ ଲିମିଟେଡ୍‌ ଦ୍ୱାରା ଟ୍ରାଇସାଇକେଲ ତିଆରି କରାଯାଇଛି। ଏହି କମ୍ପାନୀ ୨୦୨୧ରେ ଗଠନ କରାଯାଇଥିଲା। ଟ୍ରାଇ ସାଇକେଲରେ ୩୦୦ କେ.ଜି. ଜିନିଷ ନିଆଯାଇପାରୁଛି। ଘଣ୍ଟାକୁ ଏହା ୪୫ କି.ମି. ବେଗରେ ଯାଉଛି। ଏହା ମଧ୍ୟ ବର୍ଜ୍ୟ ବୋହିବା ଲାଗି ଉପଯୋଗୀ ବୋଲି କୁହନ୍ତି ଅଜିମ। ଏଥିରେ ମଧ୍ୟ ଗିୟର ବ୍ୟବସ୍ଥା ରଖାଯାଇଛି। ମେ’ ୨୦୨୩ରେ ପ୍ରଥମେ ଟ୍ରାଇ ସାଇକେଲ ତିଆରି ଆରମ୍ଭ କରାଯାଇଥିଲା। ଏବେ ଏହା ଶେଷ କରାଯାଇ ବିକ୍ରି ଆରମ୍ଭ ହୋଇଛି ଓ ଏବେସୁଦ୍ଧା କମ୍ପାନୀ ୨୦ଟି ସାଇକେଲ ବିକ୍ରି କରିସାରିଲାଣି। ଆସନ୍ତା ବର୍ଷ ୫୦୦ ସାଇକେଲ ବିକ୍ରି କରିବା ଲାଗି ଲକ୍ଷ୍ୟ ରଖିଛନ୍ତି ଦୁଇ ଇଞ୍ଜିନିୟର ବନ୍ଧୁ। ଏହାର ଦାମ୍‌ ୧ ଲକ୍ଷରୁ ଦେଢ଼ ଲକ୍ଷ ରଖାଯାଇଛି। ଶତ ପ୍ରତିଶତ ସୌର ଶକ୍ତିରେ ଏହା ଚାଲୁଥିବାରୁ ଏହାର ବ୍ୟବହାର ପ୍ରଦୂଷଣ କମାଇବାରେ ସାହାଯ୍ୟ କରିବ।


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

ଏକଲବ୍ୟ ଓ ଅଙ୍ଗୁଳିମାଳ

କଲବ୍ୟଙ୍କ କାହାଣୀ ହେଉଛି ଜଣେ ନିମ୍ନଜାତିର ବନବାସୀ ବାଳକଙ୍କ କଥା। ବ୍ରାହ୍ମଣ ଗୁରୁ ଦ୍ରୋଣ ତାଙ୍କୁ ଶିଷ୍ୟ ଭାବେ ଗ୍ରହଣ କରିବାକୁ ମନା କରିଥିଲେ। ଏହା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri