ଏଇ ଭାରତରେ

ଡାକ୍ତରଖାନାରେ ବାହାଘର! ଯେଉଁଠି ସମସ୍ତେ ରୋଗରୁ ମୁକ୍ତି ପାଇବା ପାଇଁ ଆସନ୍ତି ସେଠି ପୁଣି ବିବାହ ଭଳି ଏକ କାର୍ଯ୍ୟ। କଥାଟି ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହୋଇପାରେ। ମାତ୍ର ଏଭଳି ଏକ ଘଟଣା ଘଟିଛି ଉତ୍ତରପ୍ରଦେଶର ଲକ୍ଷ୍ନୌରେ। ଏଠାରେ ଏକ ହସ୍ପିଟାଲର ଆଇସିୟୁ ୱାର୍ଡରେ ରୋଗୀଙ୍କ ସାମ୍ନାରେ ହୋଇଛି ବିବାହ।
ଲକ୍ଷ୍ନୌରେ ରହୁଥିବା ୫୧ ବର୍ଷୀୟ ସୟେଦ ଜୁନେଦ ଇକବାଲ୍‌ ୧୫ ଦିନ ପୂର୍ବରୁ ଅସୁସ୍ଥ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଏହାପରେ ତାଙ୍କ ସ୍ବାସ୍ଥ୍ୟ ଆହୁରି ଅଧିକ ଖରାପ ହୋଇଯାଇଥିଲା ଓ ସେ ଆଇସିୟୁରେ ଭର୍ତ୍ତି ହୋଇଥିଲେ। କିନ୍ତୁ ତାଙ୍କର ଦୁଇ ଝିଅଙ୍କ ବିବାହ ସେହି ମାସରେ ହେବା ପାଇଁ ସ୍ଥିର ହୋଇଥିଲା। ସୟେଦ ଚାହୁଁଥିଲେ ଝିଅଙ୍କ ବିବାହ ନିଜ ଆଖିରେ ଦେଖିବେ। ତାଙ୍କର ଏହି ଇଚ୍ଛା ପୂରଣ କରିବା ପାଇଁ ଘରଲୋକେ ଡାକ୍ତରଙ୍କ ସହ କଥାବାର୍ତ୍ତା କରିଥିଲେ। ଶେଷରେ ଡାକ୍ତରଖାନା ପକ୍ଷରୁ ସମ୍ମତି ମିଳିବା ପରେ ଆଇସିୟୁରେ ଦୁଇଝିଅଙ୍କ ବିବାହ ନିମନ୍ତେ ସମସ୍ତ ଆୟୋଜନ କରାଯାଇଥିଲା। ଆଇସିୟୁର ନିୟମ ଅନୁସାରେ ଉଭୟ ପକ୍ଷର ଲୋକେ ଉପସ୍ଥିତ ହୋଇ ନିକାହ ଶେଷ କରିଥିଲେ। ଡାକ୍ତରଖାନାର ପରିବେଶରେ ଏଭଳି ଏକ ଭିନ୍ନ ଉତ୍ସବ ଦେଖି ସୟଦଙ୍କ ସହିତ ସେଠାରେ ଥିବା ରୋଗୀମାନଙ୍କ ମୁହଁରେ ହସ ଫୁଟି ଉଠିଥିଲା। ତେବେ ଆଇସିୟୁ ଭିତରେ ଅଧିକ ଲୋକଙ୍କ ପ୍ରବେଶ ନେଇ କଟକଣା ଥିବାରୁ ବନ୍ଧୁବାନ୍ଧବ ସମସ୍ତେ ଉପସ୍ଥିତ ହୋଇପାରି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

ଏକଲବ୍ୟ ଓ ଅଙ୍ଗୁଳିମାଳ

କଲବ୍ୟଙ୍କ କାହାଣୀ ହେଉଛି ଜଣେ ନିମ୍ନଜାତିର ବନବାସୀ ବାଳକଙ୍କ କଥା। ବ୍ରାହ୍ମଣ ଗୁରୁ ଦ୍ରୋଣ ତାଙ୍କୁ ଶିଷ୍ୟ ଭାବେ ଗ୍ରହଣ କରିବାକୁ ମନା କରିଥିଲେ। ଏହା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri