ଏଇ ଭାରତରେ

ଡାକ୍ତରଖାନାରେ ବାହାଘର! ଯେଉଁଠି ସମସ୍ତେ ରୋଗରୁ ମୁକ୍ତି ପାଇବା ପାଇଁ ଆସନ୍ତି ସେଠି ପୁଣି ବିବାହ ଭଳି ଏକ କାର୍ଯ୍ୟ। କଥାଟି ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହୋଇପାରେ। ମାତ୍ର ଏଭଳି ଏକ ଘଟଣା ଘଟିଛି ଉତ୍ତରପ୍ରଦେଶର ଲକ୍ଷ୍ନୌରେ। ଏଠାରେ ଏକ ହସ୍ପିଟାଲର ଆଇସିୟୁ ୱାର୍ଡରେ ରୋଗୀଙ୍କ ସାମ୍ନାରେ ହୋଇଛି ବିବାହ।
ଲକ୍ଷ୍ନୌରେ ରହୁଥିବା ୫୧ ବର୍ଷୀୟ ସୟେଦ ଜୁନେଦ ଇକବାଲ୍‌ ୧୫ ଦିନ ପୂର୍ବରୁ ଅସୁସ୍ଥ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଏହାପରେ ତାଙ୍କ ସ୍ବାସ୍ଥ୍ୟ ଆହୁରି ଅଧିକ ଖରାପ ହୋଇଯାଇଥିଲା ଓ ସେ ଆଇସିୟୁରେ ଭର୍ତ୍ତି ହୋଇଥିଲେ। କିନ୍ତୁ ତାଙ୍କର ଦୁଇ ଝିଅଙ୍କ ବିବାହ ସେହି ମାସରେ ହେବା ପାଇଁ ସ୍ଥିର ହୋଇଥିଲା। ସୟେଦ ଚାହୁଁଥିଲେ ଝିଅଙ୍କ ବିବାହ ନିଜ ଆଖିରେ ଦେଖିବେ। ତାଙ୍କର ଏହି ଇଚ୍ଛା ପୂରଣ କରିବା ପାଇଁ ଘରଲୋକେ ଡାକ୍ତରଙ୍କ ସହ କଥାବାର୍ତ୍ତା କରିଥିଲେ। ଶେଷରେ ଡାକ୍ତରଖାନା ପକ୍ଷରୁ ସମ୍ମତି ମିଳିବା ପରେ ଆଇସିୟୁରେ ଦୁଇଝିଅଙ୍କ ବିବାହ ନିମନ୍ତେ ସମସ୍ତ ଆୟୋଜନ କରାଯାଇଥିଲା। ଆଇସିୟୁର ନିୟମ ଅନୁସାରେ ଉଭୟ ପକ୍ଷର ଲୋକେ ଉପସ୍ଥିତ ହୋଇ ନିକାହ ଶେଷ କରିଥିଲେ। ଡାକ୍ତରଖାନାର ପରିବେଶରେ ଏଭଳି ଏକ ଭିନ୍ନ ଉତ୍ସବ ଦେଖି ସୟଦଙ୍କ ସହିତ ସେଠାରେ ଥିବା ରୋଗୀମାନଙ୍କ ମୁହଁରେ ହସ ଫୁଟି ଉଠିଥିଲା। ତେବେ ଆଇସିୟୁ ଭିତରେ ଅଧିକ ଲୋକଙ୍କ ପ୍ରବେଶ ନେଇ କଟକଣା ଥିବାରୁ ବନ୍ଧୁବାନ୍ଧବ ସମସ୍ତେ ଉପସ୍ଥିତ ହୋଇପାରି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଦ୍ୟାର୍ଥୀଙ୍କ ଦାୟିତ୍ୱ ରାଗିଂମୁକ୍ତ ଶିକ୍ଷାନୁଷ୍ଠାନ

ପ୍ରତ୍ୟେକ ସରକାରୀ ଓ ଘରୋଇ ଶିକ୍ଷାନୁଷ୍ଠାନ ହେଉଛି ପବିତ୍ର ଶିକ୍ଷାର ମନ୍ଦିର, ଯେଉଁଠି ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଗଠନ ହୁଏ। ତେଣୁ ସେଠାରେ ମନ୍ଦିର ସମାନ ଶାନ୍ତିର...

କ୍ରାନ୍ତିକାରୀ ସମ୍ବତ୍ସର ୧୯୩୬ ଓ ଭଗବତୀଚରଣ

ସମୟ ସ୍ଥିର ନୁହେଁ, ଗତିଶୀଳ। କାଳର ଅସ୍ଥିରତା ଭିତରେ କେବେ କେବେ ଏପରି ଏକ ସମ୍ବତ୍ସରର ଆବିର୍ଭାବ ଘଟେ, ଯାହା କାଳକାଳକୁ ମାନବ-ଚିନ୍ତନର କୀର୍ତ୍ତିକଳସ ସ୍ଥାପନ...

ଅଖଣ୍ଡତାକୁ ବିପଦ

ରାଜନୀତିରେ ଏବେ ପ୍ରଭାବ ବିସ୍ତାର ପାଇଁ ଏକ ନୂଆ ମାନସିକତା ସାମ୍ନାକୁ ଆସିଛି। ପ୍ରଥମେ ଜାତି, ତା’ପରେ ଧର୍ମ ଆଧାରିତ ରାଜନୀତିର ଖେଳ ଭାରତୀୟମାନେ ଦେଖିବାର...

ଏଇ ଭାରତରେ

କେବଳ ଶିକ୍ଷାଦାନରେ ସୀମିତ ନ ରହି ସ୍କୁଲର କଳେବର ବଦଳାଇବାରେ ପ୍ରମୁଖ ଭୂମିକା ନେଇଛନ୍ତି ମଧ୍ୟପ୍ରଦେଶର ଜଣେ ଶିକ୍ଷକ। ରାଜଗଡ଼ର ମୋହନପୁର କଲୋନିରେ ଥିବା ଇଣ୍ଟିଗ୍ରେଟେଡ୍‌...

ହସ ଥେରାପି

ଜଣେ ଧନୀ ଏବଂ ପ୍ରତିଷ୍ଠିତ ବ୍ୟକ୍ତି ମାନସିକ ବିଷାଦରୁ ମୁକ୍ତି ପାଇବା ପାଇଁ ମନୋବିଶେଷଜ୍ଞଙ୍କ ସହିତ ଦେଖା କରିବାକୁ ଆବଶ୍ୟକ ମଣିଲେ। ବିଶେଷଜ୍ଞଙ୍କ ସହିତ କିଛି...

ବିଶ୍ୱ ଆଶ୍ଚର୍ଯ୍ୟ ପଥରେ ଓଡ଼ିଶା

ସରକାର ଘୋଷଣା କରିଛନ୍ତି ଯେ, ୨୦୩୬ ସୁଦ୍ଧା ଓଡ଼ିଶା ଏକ ‘ବିକଶିତ’ ରାଜ୍ୟ ହୋଇଯିବ। ଓଡ଼ିଶା ଯଦି ଆଉ ମାତ୍ର ୧୨ ବର୍ଷରେ ‘ବିକଶିତ’ ରାଜ୍ୟ...

ଆଇଲାଲୋ ‘ଦାନା’

ବାତ୍ୟା ଆସୁଛି, ପରିବା କିଣି ପକାଇବା। ଘରେ ଲୁଣ, ଲଙ୍କା, ଖାଇବାତେଲ ସହିତ ଡିଜେଲ ଓ ପେଟ୍ରୋଲ ମଧ୍ୟ କିଣି ଠୁଳ କରିବା। ସେଇଥିପାଇଁ ଧାଡ଼ିରେ...

ଏଇ ଭାରତରେ

ଗୋଟେ ମଇଁଷିର ଦାମ୍‌ ୧ ଲକ୍ଷ ଟଙ୍କାରୁ ଅଧିକ ହେବା କଥା ହୁଏତ କେହି ଭାବି ନ ଥିବେ। ମାତ୍ର ମଇଁଷିର ଦାମ୍‌ ବି ୨୩...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri