ଏଇ ଭାରତରେ

ଅଦରକାରୀ ପୁରୁଣା ଜିନିଷର ପୁନଃବ୍ୟବହାର କରି ଏକ ସୁନ୍ଦର ବଗିଚା କରିଛନ୍ତି ଉତ୍ତରପ୍ରଦେଶ ମିରଟର ସୁରଭି ଯାଦବ। ସେ ଅଦରକାରୀ ବୋତଲ, ବାସନ ଏବଂ ଅନ୍ୟାନ୍ୟ ବର୍ଜ୍ୟକୁ ଉପଯୋଗ କରି ବଗିଚାରେ ୩୦୦ରୁ ଅଧିକ ଗଛ ଲଗାଇଛନ୍ତି। ଏହିି ବଗିଚା ତାଙ୍କ ଶାଶୁଙ୍କ ସ୍ମୃତିରେ କରିଛନ୍ତି। ଶାଶୁଙ୍କର କୋଭିଡ୍‌-୧୯ରେ ମୃତ୍ୟୁ ହୋଇଥିଲା ଓ ଏହାର ମାତ୍ର ଦୁଇ ବର୍ଷ ପୂର୍ବରୁ ସୁରଭି ତାଙ୍କ ଘରକୁ ବୋହୂ ହୋଇ ଆସିଥିଲେ। ଶାଶୁଙ୍କ ସହିତ ସମ୍ପର୍କ ଏତେ ଭଲ ଥିଲା ଯେ ସୁରଭି ତାଙ୍କୁ ମନେରଖିବା ଲାଗି ଅଗଣାରେ ଏହି ବଗିଚା ଆରମ୍ଭ କରିଥିଲେ। ବିଶେଷକରି ତାଙ୍କ ସମୟରେ ଘରେ ବ୍ୟବହୃତ ହୋଇଥିବା ପୁରୁଣା ବୋତଲ, ଜାର୍‌, ବାସନ ଆଦିକୁ ବଗିଚାରେ ବ୍ୟବହାର କରାଯାଇଛି। ସେ ମଧ୍ୟ ୟୁଟ୍ୟୁବ୍‌ ଓ ଇନ୍‌ଷ୍ଟାଗ୍ରାମ୍‌ରେ ବଗିଚା ସମ୍ପର୍କରେ ମତ ରଖୁଛନ୍ତି। ବଗିଚାରେ ବିଭିନ୍ନ ପ୍ରକାର ସୌନ୍ଦର୍ଯ୍ୟବର୍ଦ୍ଧକ ଗଛ ସହିତ ଫୁଲଗଛ ଲଗାଇଛନ୍ତି। ଏହା ବ୍ୟତୀତ ସେଠାରେ ପରିବା ଚାଷ ମଧ୍ୟ କରୁଛନ୍ତି। ସେ ଟମାଟୋ, ବାଇଗଣ, ପୋଇ, ମେଥି, ବିନ୍ସ ଓ ଲଙ୍କା ଅମଳ କରୁଛନ୍ତି, ଯାହା ତାଙ୍କ ପରିବାରର ଆବଶ୍ୟକତା ପୂରଣ କରିପାରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମୁମ୍ବାଇର ବାଲ୍‌ ଗୋପାଲ ମିତ୍ର ମଣ୍ଡଳ ଦ୍ୱାରା ଏବେ ନିଆରା ଢଙ୍ଗରେ ଗଣେଶ ମୂର୍ତ୍ତି ନିର୍ମାଣ କରାଯାଉଛି। ସିଦ୍ଧିବିନାୟକ ସୋସାଇଟି ଦ୍ୱାରା ପରିଚାଳିତ ଏହି ମଣ୍ଡଳରେ ପ୍ରଥମରୁ…

ଯୋଗାଯୋଗର ଭାଷା ଜାଣିବା ଜରୁରୀ

ମୋର ୨ଜଣ ପୁତୁରା କେନ୍ଦ୍ରୀୟ ବିଦ୍ୟାଳୟରେ ପଢୁଛନ୍ତି। ମୁଁ ସେମାନଙ୍କୁ ପାଠ ପଢ଼ାଇବା ବେଳେ ସେମାନେ କୁହନ୍ତି, ଦାଦା ସରଳ ଭାଷାରେ ବିଷୟଗୁଡିକ ବୁଝାଇଦିଅ, ଯେମିତି ବିଦ୍ୟାଳୟରେ…

ଡିଜିଟାଲ କାରବାରରେ ସନ୍ଦେହ

କୌଶଳକରି ଅନ୍‌ଲାଇନ ଅର୍ଥ ହସ୍ତାନ୍ତର ବ୍ୟବସ୍ଥା ୟୁନିଫାଏଡ୍‌ ପେମେଣ୍ଟ ଇଣ୍ଟରଫେସ୍‌ (ୟୁପିଆଇ) ଉପରେ କେନ୍ଦ୍ର ସରକାର ଚାପ ଦେଇଛନ୍ତି । ଅର୍ଥାତ୍‌ ପ୍ରଚଳନହେବା ପରଠାରୁ ନଗଦ ଟଙ୍କା…

ଫୁଟ୍‌ପାଥରୁ ବି ବିଦା

ଭାରତୀୟ ଅର୍ଥନୀତି ୮ ନଭେମ୍ବର ୨୦୧୬ରେ ବିମୁଦ୍ରୀକରଣ ପରେ ଏପରି ତଳକୁ ଖସିଯାଇଛି ଯେ, ତାହା ଆଜିଯାଏ ସଳଖି ଠିଆ ହୋଇପାରୁନାହିଁ। ସେତେବେଳେ ସୂକ୍ଷ୍ମ, କ୍ଷୁଦ୍ର ଓ…

ଏଇ ଭାରତରେ

ଏବେ ଦେଶରେ ବର୍ଜ୍ୟ ପରିଚାଳନା ପାଇଁ ଅନେକ ବ୍ୟକ୍ତି ଓ ସଂସ୍ଥା ଚେଷ୍ଟା କରୁଛନ୍ତି। ଏହି କ୍ରମରେ ହରିୟାଣା ବୁଦ୍ଧ କଲେଜ ଫ୍ୟାଶନ ଛାତ୍ରୀଛାତ୍ରଙ୍କ ଉଦ୍ୟମ ପ୍ରଶଂସନୀୟ।…

ପୁରସ୍କାର ପସରା

ବୁଲାବିକାଳି ତା’ ପସରା ଧରି ନିତିଦିନିଆ ବେପାର କରେ ଗାଁ ଗାଁ ବୁଲି। ଯାହା ବିକ୍ରିବଟା ହୁଏ, ସେଥିରେ ଚଳେ। ପରିବାର ସଦସ୍ୟଙ୍କ ପେଟ ପୋଷେ। ବୁଲାବିକାଳିର…

ନିଃସନ୍ତାନ କର ଭଗବାନ

ମୋଟେ ସହଜ ନୁହେଁ ଭଗବାନଙ୍କୁ ଏମିତି ବର ମାଗିବା! ଶିଶୁ ସନ୍ତାନର ଓଠରୁ ଝରି ପଡୁଥିବା ‘ବାପା’ ଡାକ ଶୁଣିବାରେ ପିତୃତ୍ୱ ଯେମିତି ଅନିର୍ବଚନୀୟ ଉଲ୍ଲାସରେ ଜଡ଼ସଡ଼…

କ୍ଷଣସ୍ଥାୟୀ କରୁଛନ୍ତି କ୍ଷତି

ଭାରତ ନୂଆଦିଲ୍ଲୀଠାରେ ବ୍ରିକ୍ସ ଶିଖର ସମ୍ମିଳନୀ ଆୟୋଜନ କରି ବାହାବା ନେଲା। ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ ଓ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଗସ୍ତକୁ ବିରାଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?