ଏଇ ଭାରତରେ

ଅଦରକାରୀ ପୁରୁଣା ଜିନିଷର ପୁନଃବ୍ୟବହାର କରି ଏକ ସୁନ୍ଦର ବଗିଚା କରିଛନ୍ତି ଉତ୍ତରପ୍ରଦେଶ ମିରଟର ସୁରଭି ଯାଦବ। ସେ ଅଦରକାରୀ ବୋତଲ, ବାସନ ଏବଂ ଅନ୍ୟାନ୍ୟ ବର୍ଜ୍ୟକୁ ଉପଯୋଗ କରି ବଗିଚାରେ ୩୦୦ରୁ ଅଧିକ ଗଛ ଲଗାଇଛନ୍ତି। ଏହିି ବଗିଚା ତାଙ୍କ ଶାଶୁଙ୍କ ସ୍ମୃତିରେ କରିଛନ୍ତି। ଶାଶୁଙ୍କର କୋଭିଡ୍‌-୧୯ରେ ମୃତ୍ୟୁ ହୋଇଥିଲା ଓ ଏହାର ମାତ୍ର ଦୁଇ ବର୍ଷ ପୂର୍ବରୁ ସୁରଭି ତାଙ୍କ ଘରକୁ ବୋହୂ ହୋଇ ଆସିଥିଲେ। ଶାଶୁଙ୍କ ସହିତ ସମ୍ପର୍କ ଏତେ ଭଲ ଥିଲା ଯେ ସୁରଭି ତାଙ୍କୁ ମନେରଖିବା ଲାଗି ଅଗଣାରେ ଏହି ବଗିଚା ଆରମ୍ଭ କରିଥିଲେ। ବିଶେଷକରି ତାଙ୍କ ସମୟରେ ଘରେ ବ୍ୟବହୃତ ହୋଇଥିବା ପୁରୁଣା ବୋତଲ, ଜାର୍‌, ବାସନ ଆଦିକୁ ବଗିଚାରେ ବ୍ୟବହାର କରାଯାଇଛି। ସେ ମଧ୍ୟ ୟୁଟ୍ୟୁବ୍‌ ଓ ଇନ୍‌ଷ୍ଟାଗ୍ରାମ୍‌ରେ ବଗିଚା ସମ୍ପର୍କରେ ମତ ରଖୁଛନ୍ତି। ବଗିଚାରେ ବିଭିନ୍ନ ପ୍ରକାର ସୌନ୍ଦର୍ଯ୍ୟବର୍ଦ୍ଧକ ଗଛ ସହିତ ଫୁଲଗଛ ଲଗାଇଛନ୍ତି। ଏହା ବ୍ୟତୀତ ସେଠାରେ ପରିବା ଚାଷ ମଧ୍ୟ କରୁଛନ୍ତି। ସେ ଟମାଟୋ, ବାଇଗଣ, ପୋଇ, ମେଥି, ବିନ୍ସ ଓ ଲଙ୍କା ଅମଳ କରୁଛନ୍ତି, ଯାହା ତାଙ୍କ ପରିବାରର ଆବଶ୍ୟକତା ପୂରଣ କରିପାରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଦ୍ୟାର୍ଥୀଙ୍କ ଦାୟିତ୍ୱ ରାଗିଂମୁକ୍ତ ଶିକ୍ଷାନୁଷ୍ଠାନ

ପ୍ରତ୍ୟେକ ସରକାରୀ ଓ ଘରୋଇ ଶିକ୍ଷାନୁଷ୍ଠାନ ହେଉଛି ପବିତ୍ର ଶିକ୍ଷାର ମନ୍ଦିର, ଯେଉଁଠି ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଗଠନ ହୁଏ। ତେଣୁ ସେଠାରେ ମନ୍ଦିର ସମାନ ଶାନ୍ତିର...

କ୍ରାନ୍ତିକାରୀ ସମ୍ବତ୍ସର ୧୯୩୬ ଓ ଭଗବତୀଚରଣ

ସମୟ ସ୍ଥିର ନୁହେଁ, ଗତିଶୀଳ। କାଳର ଅସ୍ଥିରତା ଭିତରେ କେବେ କେବେ ଏପରି ଏକ ସମ୍ବତ୍ସରର ଆବିର୍ଭାବ ଘଟେ, ଯାହା କାଳକାଳକୁ ମାନବ-ଚିନ୍ତନର କୀର୍ତ୍ତିକଳସ ସ୍ଥାପନ...

ଅଖଣ୍ଡତାକୁ ବିପଦ

ରାଜନୀତିରେ ଏବେ ପ୍ରଭାବ ବିସ୍ତାର ପାଇଁ ଏକ ନୂଆ ମାନସିକତା ସାମ୍ନାକୁ ଆସିଛି। ପ୍ରଥମେ ଜାତି, ତା’ପରେ ଧର୍ମ ଆଧାରିତ ରାଜନୀତିର ଖେଳ ଭାରତୀୟମାନେ ଦେଖିବାର...

ଏଇ ଭାରତରେ

କେବଳ ଶିକ୍ଷାଦାନରେ ସୀମିତ ନ ରହି ସ୍କୁଲର କଳେବର ବଦଳାଇବାରେ ପ୍ରମୁଖ ଭୂମିକା ନେଇଛନ୍ତି ମଧ୍ୟପ୍ରଦେଶର ଜଣେ ଶିକ୍ଷକ। ରାଜଗଡ଼ର ମୋହନପୁର କଲୋନିରେ ଥିବା ଇଣ୍ଟିଗ୍ରେଟେଡ୍‌...

ହସ ଥେରାପି

ଜଣେ ଧନୀ ଏବଂ ପ୍ରତିଷ୍ଠିତ ବ୍ୟକ୍ତି ମାନସିକ ବିଷାଦରୁ ମୁକ୍ତି ପାଇବା ପାଇଁ ମନୋବିଶେଷଜ୍ଞଙ୍କ ସହିତ ଦେଖା କରିବାକୁ ଆବଶ୍ୟକ ମଣିଲେ। ବିଶେଷଜ୍ଞଙ୍କ ସହିତ କିଛି...

ବିଶ୍ୱ ଆଶ୍ଚର୍ଯ୍ୟ ପଥରେ ଓଡ଼ିଶା

ସରକାର ଘୋଷଣା କରିଛନ୍ତି ଯେ, ୨୦୩୬ ସୁଦ୍ଧା ଓଡ଼ିଶା ଏକ ‘ବିକଶିତ’ ରାଜ୍ୟ ହୋଇଯିବ। ଓଡ଼ିଶା ଯଦି ଆଉ ମାତ୍ର ୧୨ ବର୍ଷରେ ‘ବିକଶିତ’ ରାଜ୍ୟ...

ଆଇଲାଲୋ ‘ଦାନା’

ବାତ୍ୟା ଆସୁଛି, ପରିବା କିଣି ପକାଇବା। ଘରେ ଲୁଣ, ଲଙ୍କା, ଖାଇବାତେଲ ସହିତ ଡିଜେଲ ଓ ପେଟ୍ରୋଲ ମଧ୍ୟ କିଣି ଠୁଳ କରିବା। ସେଇଥିପାଇଁ ଧାଡ଼ିରେ...

ଏଇ ଭାରତରେ

ଗୋଟେ ମଇଁଷିର ଦାମ୍‌ ୧ ଲକ୍ଷ ଟଙ୍କାରୁ ଅଧିକ ହେବା କଥା ହୁଏତ କେହି ଭାବି ନ ଥିବେ। ମାତ୍ର ମଇଁଷିର ଦାମ୍‌ ବି ୨୩...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri