ଏଇ ଭାରତରେ

ନିଜେ ଓ ନିଜର ପରିବାରକୁ ଅସହାୟ ବୃଦ୍ଧାବୃଦ୍ଧଙ୍କ ସେବାରେ ଯୋଡ଼ି ଏକ ଉଦାହରଣ ସୃଷ୍ଟି କରିଛନ୍ତି ଗୁଜରାଟ ଦିସାର ଆଶାବେନ ରାଜପୁରୋହିତ। ୩୦ ବର୍ଷୀୟା ଆଶା ଏବେ ୨୨ ଜଣ ବୃଦ୍ଧାବୃଦ୍ଧଙ୍କ ସେବା କରୁଛନ୍ତି। ଆଶା ଆଶ୍ରୟସ୍ଥଳୀର ନାମ ଦେଇଛନ୍ତି ‘ସୁଦାମା ବୃଦ୍ଧାଶ୍ରମ’। ଏହି ବୃଦ୍ଧାଶ୍ରମ ତାଙ୍କ ପିତା କାନ୍ତିଲାଲ ରାଜପୁରୋହିତ ୧୨ ବର୍ଷ ପୂର୍ବେ ଆରମ୍ଭ କରିଥିଲେ । କାନ୍ତିଲାଲଙ୍କ ଦେହାନ୍ତ ପୂର୍ବରୁ ସେ ଆଶ୍ରମର ଦାୟିତ୍ୱ ଝିଅ ଆଶାଙ୍କୁ ଦେଇଥିଲେ। ପିତାଙ୍କ କଥା ରଖି ଆଶା ଏହି କାମ କରୁଛନ୍ତି। ବୃଦ୍ଧାବୃଦ୍ଧଙ୍କ ସେବା କରିବା ଲାଗି ସେ ଗୃହସ୍ଥ ଜୀବନ ଛାଡ଼ି ଆଶ୍ରମରେ ରହୁଛନ୍ତି। ଏପରିକି ଆଶା ତାଙ୍କ ପୁଅକୁ ବି ନିଜଠାରୁ ଦୂରରେ ରଖିଛନ୍ତି। ପ୍ରଥମେ ଏହି ଆଶ୍ରମରେ ୧୦ରୁ ୧୪ ଜଣ ବୃଦ୍ଧ ରହୁଥିଲେ। ବୃଦ୍ଧାଶ୍ରମ ଲୋକଙ୍କ ସାହାଯ୍ୟରେ ଚାଲୁଛି। ଆଶ୍ରମରେ ଅର୍ଥାଭାବ ଥିବାରୁ ଆଶା ନିଜେ ରୋଷେଇଠାରୁ ଆରମ୍ଭକରି ଘର ସଫା କରିବା ଓ ବୃଦ୍ଧାବୃଦ୍ଧମାନଙ୍କୁ ଔଷଧ ସେବନ କରାଉଛନ୍ତି। ସେ ୪ ବର୍ଷ ହେଲା ଆଶ୍ରମରେ ରହୁଛନ୍ତି। ତାଙ୍କୁ ସେହି ଜାଗା ଏତେ ଭଲ ଲାଗୁଛି ଓ ତାଙ୍କ ମା’ ତାଙ୍କୁ ଏଭଳି ସେବା କରିବାକୁ ଜନ୍ମ ଦେଇଛନ୍ତି ବୋଲି କହନ୍ତି ଆଶା।


Enter your email to get our daily news in your inbox.

All Right Reserved By Dharitri.Com

ପବିତ୍ର ବନ

ବନ ସଂରକ୍ଷଣ ୨ପ୍ରକାର ପଦ୍ଧତିରେ କରାଯାଇଥାଏ। ପ୍ରଥମରେ ‘ଇନ୍‌ ସିଟୁ’ ଏବଂ ୨ୟରେ ‘ଏକ୍‌ସ ସିଟୁ’ ସଂରକ୍ଷଣ। କିନ୍ତୁ ଜଙ୍ଗଲକୁ ତା’ର ପ୍ରାକୃତିକ ସ୍ଥିତିରେ ସଂରକ୍ଷିତ ବା…

ସ୍ବାଗତଯୋଗ୍ୟ ସମୀକ୍ଷା

ଓଡ଼ିଶାର ପରବର୍ତ୍ତୀ ପୋଲିସ ମହାନିର୍ଦ୍ଦେଶକ(ଡିଜିପି) ନିଯୁକ୍ତିକୁ ନେଇ ବିବାଦ ଲାଗିରହିଛି। ପ୍ରକୃତରେ ସଞ୍ଜୀବ ପଣ୍ଡା କିମ୍ବା ଏହି ଦୌଡ଼ରେ ଥିବା ଅନ୍ୟ ଅଧିକାରୀମାନଙ୍କୁ ନେଇ ଏହା ହୋଇନାହିଁ।…

ଏଇ ଭାରତରେ

ଜମ୍ମୁକଶ୍ମୀରରେ ଆର୍ଦ୍ରଭୂମି ଓ ବହିରାଗତ ପକ୍ଷୀଙ୍କ ସୁରକ୍ଷାରେ ଲାଗିପଡ଼ିଛନ୍ତି ଏକ ମହିଳା ଟିମ୍‌। ଏହି ଟିମ୍‌ରେ ୧୫ ଜଣ ମହିଳା ଓ ବାଳିକା ରହିଛନ୍ତି। ସେମାନେ ସଲିମ…

ସମାଜର ବିଫଳତା ନା ସମୟର ଆବଶ୍ୟକତା

ଗଛର ମୂଳ ଯେତେ ଦୃଢ଼, ଗଛ ସେତେ ସୁଦୃଢ଼। ସେହିପରି ବୟୋଜ୍ୟେଷ୍ଠମାନେ ହେଉଛନ୍ତି ପରିବାର ଓ ସମାଜର ମୂଳଦୁଆ। ସେମାନଙ୍କ ଅନୁଭବ, ତ୍ୟାଗ ଓ ଜୀବନବୋଧ ସମାଜକୁ…

ଚାଇନା ପାଇଁ ଆହ୍ବାନ

ନିକଟରେ ଚାଇନାର ପୂର୍ବତନ ପ୍ରଧାନମନ୍ତ୍ରୀ ଝୁ ରୋଙ୍ଗ୍‌ଜିଙ୍କର ୯୭ ବର୍ଷ ବୟସରେ ମୃତ୍ୟୁହେବା ପରେ ତାଙ୍କ ପାଇଁ ଚତୁର୍ଦ୍ଦିଗରୁ ଶ୍ରଦ୍ଧାଞ୍ଜଳିର ସୁଅ ଛୁଟିଥିଲା। ସେ ଥିଲେ ଆର୍ଥିକ…

ଡିଜିଟାଲ ସାର୍ବଭୌମତ୍ୱ

ଆଜିକାଲି ଭୌଗୋଳିକ ସୀମା ସରହଦକୁ ଅତିକ୍ରମକରି ମଣିଷ ଆଭାସିକ ଡିଜିଟାଲ ପୃଥିବୀରେ ଦୈନିକ ଜୀବନଯାପନ କଲାଣି। ଇଣ୍ଟରନେଟ୍‌ ଆସିବା ପରେ ଭୌଗୋଳିକ ସୀମା ପ୍ରତିରକ୍ଷା ପାଇଁ ରହିଲା,…

ସୁନାପିଲା

ପିଲାଦିନେ ଭାରି ଭଲ ଲାଗୁଥିଲା ଶୁଣିବାକୁ। ସୁନାପିଲା ବୋଲି ମୋତେ କେହି କହିଦେଲେ ଛାତି ଭିତରଟା କୁରୁଳି ଉଠେ। ମୋତେ ଆଙ୍ଗୁଠି ଦେଖାଇ ଆମ ଘରକୁ ବୁଲି…

ବିଲୁପ୍ତି ପଥେ ପୂର୍ବଜଙ୍କ ସମ୍ପଦ

ପ୍ରାୟ ଆମେ ସମସ୍ତେ ଆମ ପୂର୍ବପୁରୁଷଙ୍କ ସମ୍ପଦକୁ ନେଇ ବର୍ତ୍ତମାନର ଜୀବନ ବଞ୍ଚୁଛେ। ପୂର୍ବପୁରୁଷ ରହୁଥିବା ଘର, ସେମାନଙ୍କ ଦ୍ୱାରା ଅର୍ଜିତ କୃଷିକ୍ଷେତ୍ର, ଜାଗାବାଡ଼ି ଏପରିକି ଅନେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri