ଏଇ ଭାରତରେ

ବୋନ୍‌ କ୍ୟାନ୍‌ସରରେ ପୀଡ଼ିତ ହୋଇ ବି ହାର୍‌ ମାନିନାହାନ୍ତି ଉତ୍ତରପ୍ରଦେଶର ସନ୍ଦୀପ କୁମାର। ଗ୍ରାମୀଣ ଅଞ୍ଚଳରେ ସ୍ବାସ୍ଥ୍ୟସେବାର ଆବଶ୍ୟକତାକୁ ଉପଲବ୍ଧି କରି ସେ ସେଠାରେ ଏହାକୁ ପହଞ୍ଚାଇବାରେ ଲାଗିଛନ୍ତି। ଏହି କାର୍ଯ୍ୟ ସେ ନିଆରା ଢଙ୍ଗରେ କରୁଛନ୍ତି। ଗ୍ରାମୀଣ ଲୋକମାନଙ୍କୁ ସହରରେ ରହୁଥିବା ପ୍ରତିଷ୍ଠିତ ଡାକ୍ତରମାନଙ୍କ ସହ ପରାମର୍ଶ କରିବାର ସୁଯୋଗ ସୃଷ୍ଟି କରୁଛନ୍ତି। ସନ୍ଦୀପ ଏଥିପାଇଁ ‘ଡିଜି ସ୍ବାସ୍ଥ୍ୟ’ଅଭିଯାନ ଆରମ୍ଭ କରିଛନ୍ତି। ଏହା ମାଧ୍ୟମରେ ଡାକ୍ତରଙ୍କ ସହ ରୋଗୀମାନେ ପରାମର୍ଶ କରିବା ଲାଗି କୌଣସି ଦେୟ ଦେବାକୁ ପଡ଼ୁନାହିଁ। ଏବେ ସୁଦ୍ଧା ସେ ୨୮,୦୦୦ ରୋଗୀଙ୍କୁ ମାଗଣା ଚିକିତ୍ସା ସେବା ଯୋଗାଇ ସାରିଲେଣି। ସନ୍ଥ କବିର ନଗର ଜିଲାର କଥାଇଚା ଗଁାରେ ଜନ୍ମିତ ସନ୍ଦୀପଙ୍କୁ ଚିକିତ୍ସା ପାଇଁ ୪୦ କି.ମି. ଯିବାକୁ ପଡ଼ୁଥିଲା ଓ ପରେ ସେ ସୁସ୍ଥ ହୋଇପାରିଥିଲେ। ଏହି ସମୟରେ ଗ୍ରାମୀଣ ରୋଗୀମାନଙ୍କ ଅସହାୟତାକୁ ସେ ନିକଟରୁ ଲକ୍ଷ୍ୟ କରିପାରିଥିଲେ। ୨୦୨୦ କୋଭିଡ୍‌ ମହାମାରୀ କଟକଣା ବେଳେ ସେ ଗାଁକୁ ଫେରିଆସି ପ୍ରଥମେ ୪ ଲକ୍ଷ ଟଙ୍କା ହାତରୁ ଖର୍ଚ୍ଚ କରି ଏକ ଟେଲିକନ୍‌ସଲଟେଶନ ସେଣ୍ଟର ଖୋଲିଲେ। ଏବେ ଉତ୍ତରପ୍ରଦେଶରେ ୫ଟି ସେଣ୍ଟର ଖୋଲିସାରିଲେଣି ଓ ଏସବୁରେ ସେ ୧୩୭ ସ୍ବାସ୍ଥ୍ୟକର୍ମୀଙ୍କୁ ସେବାରେ ନିୟୋଜିତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବର୍ଜ୍ୟ ପରିଚାଳନାରେ ବେଙ୍ଗାଲୁରୁର ବ୍ରିଗେଡ ମିଡୋଜ କଲୋନି ଏକ ଉଦାହରଣ ସୃଷ୍ଟି କରିଛି। ଏହି କଲୋନିର ଆପାର୍ଟମେଣ୍ଟଗୁଡ଼ିକରେ ପାଖାପାଖି ୭,୦୦୦ ପରିବାର ରହୁଛନ୍ତି। ସେମାନେ ଏକ ସୋସାଇଟି…

ଚାଲ ଦୁଷ୍ଟାମି କରିବା

ପିଲା ଜନ୍ମ ହେଲା। ଘରେ ମିଠା ବଣ୍ଟାଗଲା। ଫୋନ୍‌ରେ ଫଟୋ ଉଠିଲା। ସୋସିଆଲ ମିଡିଆରେ ପୋଷ୍ଟହେଲା ‘ଆମ ଘରକୁ ନୂଆ ଅତିଥି ଆସିଲା।’କେହି କହିଲେ ‘ଲକ୍ଷ୍ମୀ ଆସିଛି।’…

ଶାସକ, ଶାସନ ଓ ସଭ୍ୟତା

ତ କିଛି ବର୍ଷ ପୂର୍ବେ ‘ମୋଗଲ ତାମସା’ର ଏକ ମଞ୍ଚାଭିନୟ ଦେଖିବାର ସୁଯୋଗ ପାଇଥିଲି, ଯାହାକୁ ପରିଚାଳନା କରୁଥିଲେ ଭଦ୍ରକର ବାଦଲ ସିକଦାର। ନୃତ୍ୟ ଓ ଅଭିନୟର…

ବିଚାରପତି ଭଗବାନ୍‌ ନୁହନ୍ତି

ସାଧାରଣରେ ଲୋକେ କହିଥାଆନ୍ତି, ବିଚାର କୋର୍ଟରେ ହେବ। ଅର୍ଥାତ୍‌ କୌଣସି ବିବାଦ ଦେଖାଦେଲେ ଅଦାଲତ ଉପରେ ଜନସାଧାରଣଙ୍କ ଭରସା ଥିଲା। ଏବେ ଏକ ଭିନ୍ନ ଚିତ୍ର ଦେଖିବାକୁ…

କଠିନ ପଥ

ଏବେ ଦେଶ ସମ୍ମୁଖରେ କ’ଣ ସମସ୍ୟା ଅଛି, ସ୍ୱାଧୀନତାର ମୌଳିକ ଲକ୍ଷ୍ୟ ପୂରଣ ହୋଇଛି କି ନା ତାହା ଆଲୋଚନା ହେବା ଉଚିତ। ରାଜନୈତିକ ସ୍ୱାଧୀନତା ସତରେ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

ପବିତ୍ର ବନ

ବନ ସଂରକ୍ଷଣ ୨ପ୍ରକାର ପଦ୍ଧତିରେ କରାଯାଇଥାଏ। ପ୍ରଥମରେ ‘ଇନ୍‌ ସିଟୁ’ ଏବଂ ୨ୟରେ ‘ଏକ୍‌ସ ସିଟୁ’ ସଂରକ୍ଷଣ। କିନ୍ତୁ ଜଙ୍ଗଲକୁ ତା’ର ପ୍ରାକୃତିକ ସ୍ଥିତିରେ ସଂରକ୍ଷିତ ବା…

ସ୍ବାଗତଯୋଗ୍ୟ ସମୀକ୍ଷା

ଓଡ଼ିଶାର ପରବର୍ତ୍ତୀ ପୋଲିସ ମହାନିର୍ଦ୍ଦେଶକ(ଡିଜିପି) ନିଯୁକ୍ତିକୁ ନେଇ ବିବାଦ ଲାଗିରହିଛି। ପ୍ରକୃତରେ ସଞ୍ଜୀବ ପଣ୍ଡା କିମ୍ବା ଏହି ଦୌଡ଼ରେ ଥିବା ଅନ୍ୟ ଅଧିକାରୀମାନଙ୍କୁ ନେଇ ଏହା ହୋଇନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri