ଏଇ ଭାରତରେ

ବୟସ ୮୨। ତଥାପି କର୍ମଚଞ୍ଚଳ ଜୀବନର ଦୃଷ୍ଟାନ୍ତ ସାଜିଛନ୍ତି ତାମିଲନାଡୁର ଧନାମ ପଟି। ସେ ଗୋଟିଏ ଇଡ୍‌ଲିକୁ ୨ ଟଙ୍କାରେ ବିକ୍ରି କରୁଛନ୍ତି। ଧନାମ ରହନ୍ତି ପୁଡୁକୋଟ୍ଟାଇରେ। ସେଇଠି ଦେଖିବାକୁ ମିଳେ ତାଙ୍କ ଇଡ୍‌ଲି ଦୋକାନ। ମାଟି ଘରେ ଚାଲିଛି ଏହି ଦୋକାନ। ଏଠାରେ ଚେୟାର କିମ୍ବା ଟେବୁଲ ନାହିଁ। କିନ୍ତୁ ଲୋକେ ଆଦରରେ ପେଟେ ଇଡ୍‌ଲି, ସମ୍ବର ଓ ଚଟ୍‌ନି ଖାଇ ତୃପ୍ତ ହେଉଛନ୍ତି। ଧମାନ ପ୍ରଥମେ ୧୯୮୦ ଦଶକରେ ୩ ପଇସାରେ ଇଡ୍‌ଲି ବିକ୍ରି ଆରମ୍ଭ କରିଥିଲେ। ଚାରି ବର୍ଷ ପୂର୍ବେ ବି ଗୋଟିଏ ଇଡ୍‌ଲିକୁ ୧ ଟଙ୍କାରେ ବିକ୍ରି କରୁଥିଲେ ଓ ଏବେ ଏହା ୨ ଟଙ୍କା ହୋଇଛି। ସକାଳ ୭ଟା ସୁଦ୍ଧା ଇଡ୍‌ଲି ପ୍ରସ୍ତୁତ ହୋଇଯାଏ। ତା’ପରେ କପେ ଚା’ପିଇ ଦୋକାନରେ ସେ ବସିଯାଆନ୍ତି । ଧନାମଙ୍କର ଦୁଇ ସନ୍ତାନ ଅଛନ୍ତି। ତାଙ୍କ ସ୍ବାମୀ ରୋଗଗ୍ରସ୍ତ ହୋଇପଡ଼ିବାରୁ ପରିବାର ଚଳାଇବା ଲାଗି ସେ ଏହି ଇଡ୍‌ଲି ବିକ୍ରି ଆରମ୍ଭ କରିଥିଲେ। ଏଥିତ୍ରେ କମ୍‌ ଲାଭ ହେଉଥିଲେ ବି ସେଥିରେ ଦୋକାନ ଚଳାଇ ପରିବାର ପ୍ରତିପୋଷଣ କଷ୍ଟ ହୋଇପଡ଼ୁଛି, ତଥାପି ଧମାନ ଲୋକଙ୍କୁ କମ୍‌ ମୂଲ୍ୟରେ ଖୁଆଇବାରେ ଆନନ୍ଦିତ ହେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜଳ ନୋବେଲ ବିଜେତା

ବର୍ତ୍ତମାନର ଭୂରାଜନୈତିକ ଓ ଅର୍ଥନୈତିକ ସ୍ଥିତି ଇରାନ୍‌ ଓ ଆମେରିକା-ଇସ୍ରାଏଲ ଯୁଦ୍ଧ ଯୋଗୁ ଘୋର ପ୍ରଭାବିତ। ଏହାକୁ ନେଇ ପୃଥିବୀ ସନ୍ତ୍ରସ୍ତ। ଏଭଳି ସ୍ଥଳେ ୨୨ ମାର୍ଚ୍ଚରେ…

ପ୍ରକୃତ ଖଳନାୟକ

ଚାହେଁ ଇରାନ ବିଜୟୀ ହେଉ। ବିଜୟର ଅର୍ଥକୁ ଇରାନ ଏହିପରି ପରିଭାଷିତ କରେ: ଇରାନ ଉପରେ ଅନେକ ଦଶନ୍ଧି ଧରି ଆମେରିକା ଲାଗୁକରିଥିବା କଟକଣାକୁ ହଟାଇବା ଦରକାର;…

ପରୀକ୍ଷା ଋତୁ ଓ କୁତୁକୁତୁ

ମଣିଷ ଜୀବନଟା ଗୋଟେ ପରୀକ୍ଷା। ସେ ପରୀକ୍ଷାରେ କିଏ ବହୁତ ପଢିଲା ପରେ ବାରମ୍ବାର ଫେଲ୍‌ ହେଉଥାଏ ତ ଆଉ କିଏ ଆଦୌ ନ ପଢି କପିକୁପା…

ଆକାଶ ଛାତ

ଘର ତିଆରି କରିବାବେଳେ ଆମେ ଖରା, ବର୍ଷା, ଶୀତ ଓ ଅନ୍ୟାନ୍ୟ ଆପଦ ବିପଦରୁ ରକ୍ଷା ପାଇବା ପାଇଁ ଛାତଟିଏ ନିର୍ମାଣ କରୁ। ଘର ପାଇଁ ଛାତ…

ପ୍ରସ୍ତାବ ପ୍ରତ୍ୟାହାର

ବେଳେବେଳେ ସରକାରୀ ନୀତିର ରହସ୍ୟମୟ ତଥା ବାଧାସୃଷ୍ଟିକାରୀ ନିଷ୍ପତ୍ତି ସମ୍ପର୍କିତ ଖବର ଦେଖିବାକୁ ମିଳେ। ତିନି ମାସ ମଧ୍ୟରେ ଭାରତର ସଂଶୋଧିତ ଭୂମିକମ୍ପ ଅଞ୍ଚଳ ନିର୍ଦ୍ଧାରଣ ବ୍ୟବସ୍ଥା…

ସରଳ ଓ ଜଟିଳତାର ଭାଗମାପ

ସାଧାରଣତଃ ଆମେ ଲୋକଙ୍କଠାରୁ ଏପରି ଶୁଣିବାକୁ ପାଉ ଯଥା ”ଆମ ସାଇର ରାମବାବୁ ଖୁବ୍‌ ସରଳ, ସିଧାସାଦା ଲୋକ। ତାଙ୍କ ପୁଅ ରମେଶ ମଧ୍ୟ ଠିକ୍‌ ତାଙ୍କ…

ବିଷ ବଳୟର ଧାରା

ବ୍ରିଟିଶ ଜୀବବିଜ୍ଞାନୀ ତଥା ରିଭର ମନଷ୍ଟର୍ସ ଉପସ୍ଥାପକ ଜେରେମି ୱେଡ୍‌ ରହସ୍ୟମୟ ମିଠାପାଣି ପ୍ରାଣୀଙ୍କୁ ଖୋଜିବାରେ ପ୍ରସିଦ୍ଧ। ତାଙ୍କର ଯାତ୍ରା କେବଳ ମାଛ ଧରିବା ନୁହେଁ, ପ୍ରକୃତି…

ସମ୍ଭାବ୍ୟ ଖାଦ୍ୟ ସଙ୍କଟ

ଇରାନ୍‌ ବିରୋଧରେ ଆମେରିକା-ଇସ୍ରାଏଲ୍‌ ଯୁଦ୍ଧ ଆରମ୍ଭ କରିବା ପରଠାରୁ ହର୍ମୁଜ ଷ୍ଟ୍ରେଟ୍‌ରେ ସଙ୍କଟ ଦେଖାଯାଇଛି। ସେହି ସମୁଦ୍ର ପଥ ଦେଇ ପ୍ରତିଦିନ ପାଖାପାଖି ୧୦୦ ଜାହାଜ ଯାଉଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri