ଏଇ ଭାରତରେ

କିଛି ପ୍ରାଣୀଙ୍କ ଚମଡ଼ାରୁ ଜୋତା ତିଆରି ହୁଏ ଏକଥା ସମସ୍ତେ ଜାଣନ୍ତି। ହେଲେ ମଣିଷ ଶରୀରର ଚମଡ଼ାରୁ ଜୋତା ତିଆରି କରିବା କଥା କେହି ଚିନ୍ତା କରି ନ ଥିବେ। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ଉଜ୍ଜୟିନୀରେ। ଏଠାରେ ରୌନକ ଗୁଜାର ନାମକ ବ୍ୟକ୍ତି ନିଜ ଦେହର ଚର୍ମରେ ଜୋତା ତିଆରି କରି ମାଆଙ୍କୁ ଉପହାର ଦେଇଛନ୍ତି। ରୌନକଙ୍କ ଏଭଳି ଚିନ୍ତାଧାରା ସୃଷ୍ଟି ହୋଇଥିଲା ଯେତେବେଳେ ସେ ଉଜ୍ଜୟିନୀର ସନ୍ଦିପନୀନଗରରେ ଅନୁଷ୍ଠିତ ୭ଦିନିଆ ଭାଗବତ କଥା ଶୁଣିଥିଲେ। ଏହାପରେ ସେ ରାମାୟଣର ଚରିତ୍ର ପ୍ରଭୁ ରାମଙ୍କ ବ୍ୟକ୍ତିତ୍ୱରେ ଏତେ ପ୍ରଭାବିତ ହୋଇଥିଲେ ଯେ ମା’ବାପାଙ୍କ ପାଇଁ ତାଙ୍କ ମନରେ ପ୍ରବଳ ଭକ୍ତିଭାବ ଜାଗ୍ରତ ହୋଇଥିଲା। ତେଣୁ ସେ ମା’ବାପାଙ୍କ ପାଇଁ ଯଥା ସମ୍ଭବ ସବୁକିଛି କରିବାକୁ ଚାହୁଁଥିଲେ। ଅନ୍ୟପକ୍ଷରେ ତାଙ୍କ ଗୋଡରେ ପୋଲିସ ଗୁଳି ବାଜିଥିବାରୁ ତାଙ୍କୁ ନିଜ ଜଙ୍ଘ ଅପରେଶନ କରିବାର ଥିଲା। ଏହି ସୁଯୋଗରେ ସେ ତାଙ୍କ ଜଙ୍ଘରୁ କିଛି ଚମଡା କାଢି ଜଣେ ମୋଚିକୁ ଦେଇ ଏକ ଜୋତା ତିଆରି କରିଥିଲେ। ସେହି ଜୋତାଟିକୁ ସେ ତାଙ୍କ ମା’ଙ୍କୁ ଦେଇ ଅତି ଆନନ୍ଦିତ ହୋଇ ପଡିଥିଲେ। ରୌନକଙ୍କ ମା’ ମଧ୍ୟ ପୁଅଠାରୁ ଏଭଳି ଏକ ଉପହାର ପାଇ ଅତ୍ୟନ୍ତ ଭାବବିହ୍ବଳ ହୋଇଯାଇଥିଲେ। ଏବେ ସୋସିଆଲ ମିଡିଆରେ ଏହି ଖବର ପ୍ରସାରିତ ହେବା ପରେ ଲୋକଙ୍କୁ ଖୁବ୍‌ ପ୍ରଭାବିତ କରିପାରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନିଷ୍ଠା ଓ ପ୍ରତିବଦ୍ଧତା ସଫଳତା ଆଣେ, ଯାହା ପ୍ରମାଣ କରିପାରିଛନ୍ତି ଉତ୍ତରାଖଣ୍ଡର ସୁଶାନ୍ତ ୟୁନିଆଲ ଏବଂ ତାଙ୍କ ଭାଇ। ଦୁଇ ଭାଇ ସବୁଠୁ ବଡ଼ ଛତୁ ଛତ୍ପାଦନ…

ଡିଜିଟାଲ ଗଣମାଧ୍ୟମ ଓ ଶିଶୁ

ନିକଟରେ ବିଶ୍ୱର ପ୍ରଥମ ଦେଶ ରୂପେ ଅଷ୍ଟ୍ରେଲିଆ ଆଇନ କରିଛି ୧୬ ବର୍ଷରୁ କମ୍‌ ବୟସ୍କ ପିଲାଙ୍କ ପାଇଁ ୧୦ ବଡ଼ ବଡ଼ ଡିଜିଟାଲ ଗଣମାଧ୍ୟମକୁ ନିଷିଦ୍ଧ…

ଗମ୍ଭୀର ସ୍ଥିତିରେ ବାୟୁ ପ୍ରଦୂଷଣ

ସମ୍ପ୍ରତି ବାୟୁ ପ୍ରଦୂଷଣ ଏକ ଜଟିଳ, ବୈଶ୍ୱିକ ଜରୁରିକାଳୀନ ପରିସ୍ଥିତି ପାଲଟିଛି। ଭାରତ ପରିପ୍ରେକ୍ଷୀରେ ଏହା ସ୍ବାସ୍ଥ୍ୟ ନିମନ୍ତେ ପରିବେଶୀୟ ବିପଦ ଭାବରେ ଉଭା ହୋଇଛି। ନିକଟରେ…

ଆଇସ୍‌କ୍ରିମ୍‌ ଖାଇଲେ

କଟକ ଜିଲା ବାଙ୍କୀ ତହସିଲ ଅନ୍ତର୍ଗତ କୁମୁସର ଗାଁରେ ୯ ଫେବୃଆରୀରେ ଅନୁଷ୍ଠିତ ଏକ ଅଷ୍ଟପ୍ରହରୀ କାର୍ଯ୍ୟକ୍ରମରେ ଆଇସ୍‌କ୍ରିମ ଖାଇ ୧୮ ଜଣ ପିଲା ଅସୁସ୍ଥ ହୋଇଥିବା…

ଏଇ ଭାରତରେ

ଅଜିମ ପ୍ରେମଜୀ ବିଶ୍ୱବିଦ୍ୟାଳୟ ଛାତ୍ରୀଛାତ୍ରଙ୍କ ଏକ ଟିମର ବର୍ଜ୍ୟପରିଚାଳନା ଅତ୍ୟନ୍ତ ପ୍ରଶଂସନୀୟ। କର୍ନାଟକ ବେଙ୍ଗାଲୁରୁ ନିକଟରେ ଥିବା ବିଲାପୁରା ଗାଁକୁ ସମ୍ପୂର୍ଣ୍ଣ ବର୍ଜ୍ୟମୁକ୍ତ କରାଯାଇପାରିଛି। ଦେଖିବାକୁ ଗଲେ…

ଦୁଃଖ ଖୋଜୁଥିବା ମଣିଷ

କିଛି ଏମିତି ଅଜବ ଲୋକ ଅଛନ୍ତି, ଆପଣ ବି ଭେଟିଥିବେ କେଉଁଠି କେତେବେଳେ। ଜଞ୍ଜାଳମୁକ୍ତ ହୋଇ ପରିବାରକୁ ନେଇ ନିଜ ଭିତରେ ସୁଖୀ ଥିବା ମଣିଷଟି ସମସ୍ତଙ୍କୁ…

ଉଠିବା ଦରକାର, ଉଡ଼ିବା ପଛକଥା

ପ୍ରଥମ ବିଶ୍ୱଯୁଦ୍ଧ ସମୟର ଇଟାଲୀୟ ଆମ୍ବୁଲାନ୍ସ ଚାଳକ, ପରବର୍ତ୍ତୀ ସମୟରେ ଗୁରୁତର ଆହତ ଅର୍ନେଷ୍ଟ ହେମିଂୱେଙ୍କ କଥା ଆଜି ବି ପାସୋରି ପାରି ନାହାନ୍ତି ଅର୍ଥନୈତିକ ବିଶାରଦଗଣ।…

ଦୋଳି ଦୁର୍ଘଟଣା

ପ୍ରମୋଦ ଉଦ୍ୟାନ କିମ୍ବା ମନୋରଞ୍ଜନର ଖୋରାକ ଯୋଗାଉଥିବା କୌଣସି ମେଳାକୁ ବୁଲିଯିବା ବେଳେ ଆନନ୍ଦ ଲାଭ କରିବା ଥାଏ ମୂଳ ଲକ୍ଷ୍ୟ। କିନ୍ତୁ ତାହା ନିରାନନ୍ଦ ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri