ଏଇ ଭାରତରେ

ପ୍ରତିବର୍ଷ ଭାରତରେ ପାଖାପାଖି ୮ ମିଲିୟନ ଟନ୍‌ ଫୁଲ ନଦୀରେ ଫିଙ୍ଗିଦିଆଯାଉଛି ଓ ନଦୀ ପ୍ରଦୂଷଣର ୧୬ ଭାଗ ଏହା ଯୋଗୁ ଘଟୁଛି ବୋଲି ଇଣ୍ଟରନ୍ୟାଶନାଲ ଜର୍ନାଲ ଫର୍‌ ରିସର୍ଚ୍ଚ ଇନ୍‌ ଆପ୍ଲାଏଡ ସାଇନ୍ସ ଆଣ୍ଡ୍‌ ଇଞ୍ଜିନିୟରିଂ ଟେକ୍‌ନୋଲୋଜି ରିପୋର୍ଟରେ ପ୍ରକାଶ ପାଇଛି। ବାସ୍ତବରେ ଏହା ଏକ ଚିନ୍ତାଜନକ ବିଷୟ। ନଦୀ ପ୍ରଦୂଷଣ ରୋକିବା ଲାଗି ବ୍ୟବହୃତ ଫୁଲର ରିସାଇକେଲିଂ ବା ପୁନଃଉପଯୋଗ ଜରୁରୀ ଏବଂ ଏ କ୍ଷେତ୍ରରେ ଦିଲ୍ଲୀର ପୁନମ୍‌ ସିଂଙ୍କ ପଦକ୍ଷେପ ପ୍ରଶଂସନୀୟ। ସେ ମାସକୁ ୧,୦୦୦ କେଜି ବର୍ଜ୍ୟ ଫୁଲ ରିସାଇକେଲିଂ କରୁଛନ୍ତି ଏବଂ ସଚେତନତା କାର୍ଯ୍ୟକ୍ରମରେ ୩,୦୦୦ରୁ ଅଧିକ ମହିଳାଙ୍କୁ ଆତ୍ମନିର୍ଭର ହେବା ଲାଗି କୁଶଳୀ କରିପାରିଛନ୍ତି। ପୁନମ୍‌ ବର୍ଜ୍ୟ ଫୁଲ ରିସାଇକେଲିଂ କରି ମାସକୁ ୨ ଲକ୍ଷ ଟଙ୍କା ରୋଜଗାର କରିପାରୁଛନ୍ତି। ଜୁନ୍‌ ୨୦୧୯ରେ ସେ ‘ଆରୁହି ଏଣ୍ଟରପ୍ରାଇଜେସ’ ପ୍ରତିଷ୍ଠା କରି ତା’ମାଧ୍ୟମରେ ଏହି କାର୍ଯ୍ୟ କରୁଛନ୍ତି। ସେ ସକାଳ ୫ଟାରୁ ଉଠି ଦିଲ୍ଲୀ ଏନ୍‌ସିଆରର ୧୫ରୁ ଅଧିକ ମନ୍ଦିରରୁ ଫୁଲ ସଂଗ୍ରହ କରୁଛନ୍ତି। ଏବେ ପ୍ରତି ୩ଦିନରେ ସେ ୧୦୦ କେଜି ବର୍ଜ୍ୟ ଫୁଲ ପାଉଛନ୍ତି। ସେଗୁଡ଼ିକୁ ଶୁଖାଇ ପାଉଡର କରି ସେଥିରୁ ଧୂପକାଠି, ଦେବଦେବୀ ମୂର୍ତ୍ତି ଏବଂ ଏୟାର ଫ୍ରେଶନର ପ୍ରସ୍ତୁତ କରୁଛନ୍ତି। ପୁନମ୍‌ ୫ ଜଣ ମହିଳାଙ୍କୁ ଏହି କାର୍ଯ୍ୟରେ ନିଯୁକ୍ତ କରିଛନ୍ତି ଓ ସେମାନଙ୍କୁ ‘ଫ୍ଲାଓ୍ବାର ରିସାଇକେଲର’ କୁହାଯାଉଛି। ଫୁଲରୁ ପ୍ରସ୍ତୁତ ଉତ୍ପାଦକୁ ୫୦ରୁ ୩୫୦ ଟଙ୍କା ମଧ୍ୟରେ ବିକ୍ରି କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଆସାମର ହାତୀ-ଟ୍ରେନ୍‌ ଧକ୍କା

ଶନିବାର(୨୦-୧୨-୨୫) ବିଳମ୍ବିତ ରାତିରେ ଆସାମରେ ଘଟିଥିବା ହାତୀ-ଟ୍ରେନ୍‌ ଧକ୍କା ଏକ ବଡ଼ ଘଟଣା। ଗୋଟିଏ ଧକ୍କାରେ ୮ଟି ହାତୀଙ୍କ ମୃତ୍ୟୁ ହୋଇଛି। ଆସାମରେ ଏହା ଏପର୍ଯ୍ୟନ୍ତ...

ଶିକ୍ଷା ଓ ଶିକ୍ଷକ

ଶିକ୍ଷା ହେଉଛି ଗୋଟିଏ ଦେଶର ସବୁଠୁ ମୌଳିକ ଓ ଶକ୍ତିଶାଳୀ ସାମାଜିକ ଭିତ୍ତିଭୂମି। ଏହା କେବଳ ପାଠପଢ଼ା, ପରୀକ୍ଷା, ସାର୍ଟିଫିକେଟ କିମ୍ବା ଚାକିରି ପାଇବାର ଉପାୟ...

ଦିଲ୍ଲୀରୁ ଯିବ ରାଜଧାନୀ

ଦିଲ୍ଲୀ ଭାରତର ରାଜଧାନୀ ହୋଇଥିବାରୁ ଦେଶର ବିଭିନ୍ନ ପ୍ରାନ୍ତର ଲୋକ ସେଠାରେ ରହିବାକୁ କିମ୍ବା ବୁଲିଯିବାକୁ ପସନ୍ଦ କରିଥାଆନ୍ତି। ସେଠି ପାର୍ଲାମେଣ୍ଟ, ଲାଲ୍‌କିଲ୍ଲା, ସୁପ୍ରିମକୋର୍ଟ, ଇଣ୍ଡିଆ...

ଏବର ଚାଷବାସ

କୃଷି ବିନା ସମ୍ଭବ ନୁହେଁ ଖୁସି। ଖୁସି ସେହିଠାରୁ ଆସେ ଯେଉଁଠି ଥାଏ ଅନ୍ନ। ଅନ୍ନଗ୍ରହଣ ନାଶକରେ ଭୋକ। ଭୋକରୁ ଉତ୍ତୀର୍ଣ୍ଣ ହେବାକୁ ହେଲେ ମାଟି...

ସଙ୍କଟରେ ଗ୍ରାମୀଣ ଶ୍ରମିକଙ୍କ ରୋଜଗାର

ବହୁଚର୍ଚ୍ଚିତ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମାଞ୍ଚଳ ରୋଜଗାର ଗ୍ୟାରେଣ୍ଟି ଆଇନ ବା ଏମ୍‌ଜିଏନ୍‌ଆର୍‌ଇଜିଏ କୁ ସମାପ୍ତ କରି ତା’ ସ୍ଥାନରେ ‘ବିକଶିତ ଭାରତ ରୋଜଗାର ଓ...

ଭେଜାଲ ପାଇଁ ମୃତ୍ୟୁଦଣ୍ଡ

ବିଶ୍ୱରେ ସମ୍ଭବତଃ ଭାରତ ଏକମାତ୍ର ଦେଶ ଯେଉଁଠାରେ ଜୀବନରକ୍ଷାକାରୀ ଔଷଧ ଓ ଖାଦ୍ୟରେ ଅପମିଶ୍ରଣ ବା ଭେଜାଲ ବଢ଼ିଚାଲିଛି। ଏଭଳି ଖବର ଅନ୍ୟ ଦେଶରୁ ଆସୁଥିବା...

ଏଇ ଭାରତରେ

ମହାରାଷ୍ଟ୍ରର ୨୦୪ଟି ମରୁଡ଼ିପ୍ରବଣ ଗାଁରେ ଜଳ ସଙ୍କଟ ଦୂର କରିବାକୁ ପ୍ରୟାସ ଜାରି ରଖିଛନ୍ତି ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ।...

ମୋବାଇଲ ସ୍କ୍ରିନ୍‌ ଆସକ୍ତି

କାଳେ ନିଦରୁ ଉଠିବାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, ଆଖି ସବୁଠାରୁ ଅଧିକ ଯେଉଁ ବସ୍ତୁଟିକୁ ଦେଖୁଛି, ତାହା ହେଉଛି ଆମ ମୋବାଇଲ୍‌ ସ୍କ୍ରିନ୍‌।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri