ଏଇ ଭାରତରେ

ପ୍ରତିବର୍ଷ ଭାରତରେ ପାଖାପାଖି ୮ ମିଲିୟନ ଟନ୍‌ ଫୁଲ ନଦୀରେ ଫିଙ୍ଗିଦିଆଯାଉଛି ଓ ନଦୀ ପ୍ରଦୂଷଣର ୧୬ ଭାଗ ଏହା ଯୋଗୁ ଘଟୁଛି ବୋଲି ଇଣ୍ଟରନ୍ୟାଶନାଲ ଜର୍ନାଲ ଫର୍‌ ରିସର୍ଚ୍ଚ ଇନ୍‌ ଆପ୍ଲାଏଡ ସାଇନ୍ସ ଆଣ୍ଡ୍‌ ଇଞ୍ଜିନିୟରିଂ ଟେକ୍‌ନୋଲୋଜି ରିପୋର୍ଟରେ ପ୍ରକାଶ ପାଇଛି। ବାସ୍ତବରେ ଏହା ଏକ ଚିନ୍ତାଜନକ ବିଷୟ। ନଦୀ ପ୍ରଦୂଷଣ ରୋକିବା ଲାଗି ବ୍ୟବହୃତ ଫୁଲର ରିସାଇକେଲିଂ ବା ପୁନଃଉପଯୋଗ ଜରୁରୀ ଏବଂ ଏ କ୍ଷେତ୍ରରେ ଦିଲ୍ଲୀର ପୁନମ୍‌ ସିଂଙ୍କ ପଦକ୍ଷେପ ପ୍ରଶଂସନୀୟ। ସେ ମାସକୁ ୧,୦୦୦ କେଜି ବର୍ଜ୍ୟ ଫୁଲ ରିସାଇକେଲିଂ କରୁଛନ୍ତି ଏବଂ ସଚେତନତା କାର୍ଯ୍ୟକ୍ରମରେ ୩,୦୦୦ରୁ ଅଧିକ ମହିଳାଙ୍କୁ ଆତ୍ମନିର୍ଭର ହେବା ଲାଗି କୁଶଳୀ କରିପାରିଛନ୍ତି। ପୁନମ୍‌ ବର୍ଜ୍ୟ ଫୁଲ ରିସାଇକେଲିଂ କରି ମାସକୁ ୨ ଲକ୍ଷ ଟଙ୍କା ରୋଜଗାର କରିପାରୁଛନ୍ତି। ଜୁନ୍‌ ୨୦୧୯ରେ ସେ ‘ଆରୁହି ଏଣ୍ଟରପ୍ରାଇଜେସ’ ପ୍ରତିଷ୍ଠା କରି ତା’ମାଧ୍ୟମରେ ଏହି କାର୍ଯ୍ୟ କରୁଛନ୍ତି। ସେ ସକାଳ ୫ଟାରୁ ଉଠି ଦିଲ୍ଲୀ ଏନ୍‌ସିଆରର ୧୫ରୁ ଅଧିକ ମନ୍ଦିରରୁ ଫୁଲ ସଂଗ୍ରହ କରୁଛନ୍ତି। ଏବେ ପ୍ରତି ୩ଦିନରେ ସେ ୧୦୦ କେଜି ବର୍ଜ୍ୟ ଫୁଲ ପାଉଛନ୍ତି। ସେଗୁଡ଼ିକୁ ଶୁଖାଇ ପାଉଡର କରି ସେଥିରୁ ଧୂପକାଠି, ଦେବଦେବୀ ମୂର୍ତ୍ତି ଏବଂ ଏୟାର ଫ୍ରେଶନର ପ୍ରସ୍ତୁତ କରୁଛନ୍ତି। ପୁନମ୍‌ ୫ ଜଣ ମହିଳାଙ୍କୁ ଏହି କାର୍ଯ୍ୟରେ ନିଯୁକ୍ତ କରିଛନ୍ତି ଓ ସେମାନଙ୍କୁ ‘ଫ୍ଲାଓ୍ବାର ରିସାଇକେଲର’ କୁହାଯାଉଛି। ଫୁଲରୁ ପ୍ରସ୍ତୁତ ଉତ୍ପାଦକୁ ୫୦ରୁ ୩୫୦ ଟଙ୍କା ମଧ୍ୟରେ ବିକ୍ରି କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

ବିକଳ୍ପ ଶେଷ

ବର୍ଷ ବର୍ଷ ଧରି ସିଭିଲ ସର୍ଭିସ ପରୀକ୍ଷାରେ ବ୍ୟବସ୍ଥାଗତ ତ୍ରୁଟି ରହିଥିଲା। ପରୀକ୍ଷାରେ ପାସ୍‌ କରି ଆଇଏଏସ୍‌ କିମ୍ବା ଆଇଏଫ୍‌ଏସ୍‌ରେ ପ୍ରବେଶ କଲେ ମଧ୍ୟ ସେମାନେ ଭଲ…

ଏଇ ଭାରତରେ

ସୁନ୍ଦରବନର ଏକ ଗାଁର ଲୋକେ ଜୀବନ-ଜୀବିକା ସଂଘର୍ଷରେ ବିଜୟୀ ହୋଇଛନ୍ତି। ପଶ୍ଚିମବଙ୍ଗ ସନ୍ଦେଶ୍‌ଖାଲି ବ୍ଲକ ଜେଲିଆଖଲି ଗାଁକୁ ଅନେକ ଛୋଟ ନଦୀ ଘେରିରହିଛି। କୋଲ୍‌କାତାଠାରୁ ୭୨ କି.ମି.…

ରେଡିଓ: ମନର କଥା କହେ

ରେଡିଓ ଆମ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇରହିଛି। ସେ ସୂଚନା ପ୍ରସାରଣ ହେଉ କି ଆନନ୍ଦ ପ୍ରଦାନ, ରେଡିଓ ସବୁବେଳେ ଆମ ସାଥିରେ ରହିଛି। ମନେପଡୁଛି…

ଆସ୍ଥାର ବଜାରୀକରଣ

ଭାରତୀୟ ସଂସ୍କୃତିର ପ୍ରାଣକେନ୍ଦ୍ର ହେଉଛି ଆଧ୍ୟାତ୍ମିକତା। ଏଠାରେ ଦେବଦେବୀମାନେ କେବଳ ପୂଜାପାଠର ମାଧ୍ୟମ ନୁହନ୍ତି, ବରଂ ସେମାନେ ଆମ ଜୀବନଶୈଳୀ, ସଂସ୍କାର ଏବଂ ନୈତିକତାର ପ୍ରତୀକ। ହିନ୍ଦୁ…

ଏକତରଫା ମୂଲଚାଲ

ଦୁଇଦଶନ୍ଧିରୁ ଅଧିକ ସମୟ ଧରି ଭାରତକୁ ଏକ ନିରପେକ୍ଷ ଭାଗୀଦାରି ଭାବେ ଆମେରିକା ବିବେଚନା କରିଆସିଛି। ଭାରତର ବିକାଶଶୀଳ ଶକ୍ତି, ଦକ୍ଷତାସମ୍ପନ୍ନ ମିଲିଟାରି ଏବଂ ଗଣତାନ୍ତ୍ରିକ ପରିଚୟ…

ଚଉପାଢ଼ିର ନୀରବତା

ଧୁନିକତା, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ସୁବର୍ଣ୍ଣ ଯୁଗ ଭାବରେ ଅଭିହିତ ଏକବିଂଶ ଶତାବ୍ଦୀରେ ମୋବାଇଲ, ଇଣ୍ଟରନେଟ, ସାମାଜିକ ଗଣମାଧ୍ୟମ, କୃତ୍ରିମ ବୁଦ୍ଧିମତ୍ତା ଆଦି ମାଧ୍ୟମରେ ସମଗ୍ର ବିଶ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri