ଏଇ ଭାରତରେ

ଦେଶ ବିକାଶର ଆଧାର ହେଉଛି ଗାଁ, ଯାହାକୁ ଅନୁଭବ କରିଛନ୍ତି ତେଲଙ୍ଗାନାର ସରପଞ୍ଚ ଗଡ୍‌ଜେ ମିନାକ୍ଷୀ। ତାଙ୍କ ଉଦ୍ୟମରେ ଆଡିଲାବାଦ ଜିଲାର ମୁଖରା କେ. ଗାଁ ଭାରତର ସମସ୍ତ ଗ୍ରାମ ପଞ୍ଚାୟତ ପାଇଁ ଆଦର୍ଶ ପାଲଟିଛି। ପାହାଡ଼ ଓ ଜଙ୍ଗଲ ଘେରା ଏହି ଗାଁର ଲୋକେ ସେମାନଙ୍କ ବର୍ଜ୍ୟ ପରିଚାଳନା କରୁଛନ୍ତି, ଯାହା ପାହାଡ଼ିଆ ଅଞ୍ଚଳକୁ ସ୍ବଚ୍ଛ ରଖୁଛି। ପଞ୍ଚାୟତ ତରଫରୁ ପ୍ରତ୍ୟେକ ପରିବାରକୁ ଦୁଇଟି ଡଷ୍ଟବିନ୍‌ ଦିଆଯାଇଛି ଏବଂ ସଂଗୃହୀତ ବର୍ଜ୍ୟରୁ ଜିଆଖତ ପ୍ରସ୍ତୁତ କରାଯାଇ ତାହାକୁ ବିକ୍ରି କରାଯାଉଛି। ବିଗତ ୩ -୪ ବର୍ଷରେ ଜିଆଖତରୁ ୧୦ ଲକ୍ଷ ଟଙ୍କା ରୋଜଗାର ହୋଇଛି। କେବଳ ଏତିକି ନୁହେଁ ପଞ୍ଚାୟତ ମଧ୍ୟ ପ୍ଲାଷ୍ଟିକ ବର୍ଜ୍ୟରୁ ଏହି ସମୟ ମଧ୍ୟରେ ୭୦ ହଜାର ଟଙ୍କା ଆୟ କରିଛି। ଗାଁର ପ୍ରତିଟି ପରିବାର ସୌରଶକ୍ତି ଉତ୍ପାଦନ କରି ବ୍ୟବହାର କରୁଛନ୍ତି। ପ୍ରତ୍ୟେକ ପରିବାରକୁ ପିଇବା ପାଣି ଯୋଗାଇ ଦିଆଯାଇଛି। ଏତେସବୁ କାର୍ଯ୍ୟ କରିଥିବା ମିନାକ୍ଷୀ ଗାଁରେ ୫ମ ଶ୍ରେଣୀ ଯାଏ ପଢ଼ିବା ପରେ ଗାଁଠାରୁ ଦୂର ସ୍କୁଲରେ ଦ୍ୱାଦଶ ପର୍ଯ୍ୟନ୍ତ ପଢ଼ିଛନ୍ତି। ଏଥିପାଇଁ ପ୍ରତିଦିନ ତାଙ୍କୁ ୧୧ କି.ମି. ଯିବାକୁ ପଡ଼ୁଥିଲା। ତେବେ ୨୦୧୯ରେ ସେ ସରପଞ୍ଚ ଭାବେ ନିର୍ବାଚିତ ହେବା ପରେ ପଞ୍ଚାୟତର ବିକାଶରେ ମନ ଦେଇଥିଲେ। ସେତେବେଳେ ଗାଁରେ ୨୦ଟି ପାଇଖାନା ଥିବାବେଳେ ଏବେ ସମସ୍ତ ପରିବାରରେ ପାଇଖାନା ହୋଇସାରିଛି। ମଶା ନିୟନ୍ତ୍ରଣ ପାଇଁ ପ୍ରତି ପରିବାର ପାଇଁ ସେ ସକ୍‌ପିଟ ନିର୍ମାଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅସ୍ତମିତ ଅସ୍ମିତା

ଦୁବଂଶ ଧ୍ବଂସ ମୂଳରେ ଥିଲା କୋକୁଆ। ବାସ୍ତବରେ କୋକୁଆର ସ୍ବରୂପ କେହି ଦେଖି ନ ଥିଲେ। କୋକୁଆ କୌଣସି ଜୀବ ବା ଜୀବାଣୁ ନ ଥିଲା।...

ଭଙ୍ଗା ପୋଲର ଆତ୍ମକଥା

ହେଉଛି ଭଙ୍ଗା ପୋଲ। ନାମକରଣ ହେବା ପରେ ପରେ ମୁଁ ଭାଙ୍ଗିଗଲି, ସେଥିପାଇଁ ମୋତେ ମୋ ନାମରେ କେହି ଜାଣନ୍ତି ନାହିଁ। ଦିନେ ଦିବାଲୋକରେ ସମସ୍ତଙ୍କ...

ତାଲିବାନ୍‌ ଶାସନରେ ଲିଙ୍ଗଗତ ବିଭେଦ

ଆଜକୁ ତିନି ବର୍ଷ ପୂର୍ବେ ଆଫଗାନିସ୍ତାନରେ ତାଲିବାନ୍‌ କ୍ଷମତାକୁ ଫେରିଥିଲା। ତା’ ପରଠାରୁ ସେଠାରେ ଝିଇମାନେ ମାଧ୍ୟମିକ ବିଦ୍ୟାଳୟରେ ପଢ଼ିପାରିନାହାନ୍ତି। ସେମାନଙ୍କ ପାଇଁ ମୌଳିକ ଶିକ୍ଷାର...

ଏଇ ଭାରତରେ

ପରିବେଶ ସ୍ବଚ୍ଛ ରଖିବା ଲାଗି ଏକ ଅଭିନବ ଉପାୟ ଆପଣାଇଛନ୍ତି ମନୋଜ ରଞ୍ଜନ। ସେ ଅଳିଆ ଗଦା ହେଉଥିବା ସ୍ଥାନରେ ସୁନ୍ଦର ବଗିଚା କରି କଲୋନିରେ...

ତାଳଗଛ ଓ ବଜ୍ରପାତ

ଇଂ. ମାୟାଧର ସ୍ବାଇଁ ଓଡ଼ିଶା ସରକାର ଏହି ବର୍ଷ ଜୁଲାଇ ପ୍ରଥମ ସପ୍ତାହରେ ରାଜ୍ୟରେ ତାଳଗଛ କାଟିବାରେ କଟକଣା ଲଗାଇଛନ୍ତି। ବନ ବିଭାଗର ବିନା ଅନୁମତିରେ...

ଗୀତାରେ ପରିବାର

ଦେବଦତ୍ତ ପଟ୍ଟନାୟକ ଭଗବଦ୍‌ ଗୀତାରେ ସମସ୍ୟା କଥାକୁ ଅତି ସ୍ପଷ୍ଟ ଭାବେ ଦର୍ଶାଯାଇଛି ଓ ଏହାର ବର୍ଣ୍ଣନା ପ୍ରଥମ ଅଧ୍ୟାୟରେ ଦେଖିବାକୁ ମିଳେ। ପରିବାରର କିଏ...

ବର୍ଷାଋତୁରେ ଶିଶୁରୋଗ

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ ବର୍ଷାଋତୁ ଶିଶୁମାନଙ୍କ ପାଇଁ ସ୍ବାସ୍ଥ୍ୟପ୍ରଦ ହୋଇ ନ ଥାଏ। ଏହି ସମୟରେ ସ୍ବାସ୍ଥ୍ୟ ବିଭାଗ, ଡାକ୍ତର, ସ୍ବାସ୍ଥ୍ୟକର୍ମୀ ସମସ୍ତେ ଯେକୌଣସି ଆକସ୍ମିକ...

ଏଇ ଭାରତରେ

ଏମିତି ଘର, ଯେଉଁଠି ମଣିଷ ଓ ପକ୍ଷୀ ଉଭୟ ରହୁଛନ୍ତି। ଏମିତିକା ଘରଟିଏ ଦେଖିବାକୁ ମିଳେ ନୋଏଡାରେ। ଉକ୍ତ ଘର ଏକ ଅଶ୍ୱତ୍ଥ ଗଛ ନିକଟରେ...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri