ଏଇ ଭାରତରେ

ଦେଶ ବିକାଶର ଆଧାର ହେଉଛି ଗାଁ, ଯାହାକୁ ଅନୁଭବ କରିଛନ୍ତି ତେଲଙ୍ଗାନାର ସରପଞ୍ଚ ଗଡ୍‌ଜେ ମିନାକ୍ଷୀ। ତାଙ୍କ ଉଦ୍ୟମରେ ଆଡିଲାବାଦ ଜିଲାର ମୁଖରା କେ. ଗାଁ ଭାରତର ସମସ୍ତ ଗ୍ରାମ ପଞ୍ଚାୟତ ପାଇଁ ଆଦର୍ଶ ପାଲଟିଛି। ପାହାଡ଼ ଓ ଜଙ୍ଗଲ ଘେରା ଏହି ଗାଁର ଲୋକେ ସେମାନଙ୍କ ବର୍ଜ୍ୟ ପରିଚାଳନା କରୁଛନ୍ତି, ଯାହା ପାହାଡ଼ିଆ ଅଞ୍ଚଳକୁ ସ୍ବଚ୍ଛ ରଖୁଛି। ପଞ୍ଚାୟତ ତରଫରୁ ପ୍ରତ୍ୟେକ ପରିବାରକୁ ଦୁଇଟି ଡଷ୍ଟବିନ୍‌ ଦିଆଯାଇଛି ଏବଂ ସଂଗୃହୀତ ବର୍ଜ୍ୟରୁ ଜିଆଖତ ପ୍ରସ୍ତୁତ କରାଯାଇ ତାହାକୁ ବିକ୍ରି କରାଯାଉଛି। ବିଗତ ୩ -୪ ବର୍ଷରେ ଜିଆଖତରୁ ୧୦ ଲକ୍ଷ ଟଙ୍କା ରୋଜଗାର ହୋଇଛି। କେବଳ ଏତିକି ନୁହେଁ ପଞ୍ଚାୟତ ମଧ୍ୟ ପ୍ଲାଷ୍ଟିକ ବର୍ଜ୍ୟରୁ ଏହି ସମୟ ମଧ୍ୟରେ ୭୦ ହଜାର ଟଙ୍କା ଆୟ କରିଛି। ଗାଁର ପ୍ରତିଟି ପରିବାର ସୌରଶକ୍ତି ଉତ୍ପାଦନ କରି ବ୍ୟବହାର କରୁଛନ୍ତି। ପ୍ରତ୍ୟେକ ପରିବାରକୁ ପିଇବା ପାଣି ଯୋଗାଇ ଦିଆଯାଇଛି। ଏତେସବୁ କାର୍ଯ୍ୟ କରିଥିବା ମିନାକ୍ଷୀ ଗାଁରେ ୫ମ ଶ୍ରେଣୀ ଯାଏ ପଢ଼ିବା ପରେ ଗାଁଠାରୁ ଦୂର ସ୍କୁଲରେ ଦ୍ୱାଦଶ ପର୍ଯ୍ୟନ୍ତ ପଢ଼ିଛନ୍ତି। ଏଥିପାଇଁ ପ୍ରତିଦିନ ତାଙ୍କୁ ୧୧ କି.ମି. ଯିବାକୁ ପଡ଼ୁଥିଲା। ତେବେ ୨୦୧୯ରେ ସେ ସରପଞ୍ଚ ଭାବେ ନିର୍ବାଚିତ ହେବା ପରେ ପଞ୍ଚାୟତର ବିକାଶରେ ମନ ଦେଇଥିଲେ। ସେତେବେଳେ ଗାଁରେ ୨୦ଟି ପାଇଖାନା ଥିବାବେଳେ ଏବେ ସମସ୍ତ ପରିବାରରେ ପାଇଖାନା ହୋଇସାରିଛି। ମଶା ନିୟନ୍ତ୍ରଣ ପାଇଁ ପ୍ରତି ପରିବାର ପାଇଁ ସେ ସକ୍‌ପିଟ ନିର୍ମାଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଳାଶ୍ରମରେ ବାପୁ

ଦ୍ବିତୀୟ ପର୍ଯ୍ୟାୟ ହରିଜନ ପଦଯାତ୍ରା ଆରମ୍ଭ (୨୧-୫-୧୯୩୪) ହେବାର ୧୨ ଦିନ ପରେ ଅର୍ଥାତ ଜୁନ୍‌ ୨ ତାରିଖ ଦିନ ବାପୁ ଯାଜପୁର ପାର୍‌ ହୋଇ ଭଦ୍ରକ…

ହିଂସାର ଉତ୍ସବ

ଏକ ସମୟ ଥିଲା ଯେତେବେଳେ ସିନେମା ସମାଜକୁ ଏକ ଦର୍ପଣ ଭାବରେ ନେଇଥିଲା। ସମାଜର ଦାରିଦ୍ର୍ୟ, ଶୋଷଣ, ପ୍ରେମ ଓ ପ୍ରତାରଣା ଏହାର ବିଷୟବସ୍ତୁ ଥିଲା। କିନ୍ତୁ…

ଇଡି ପୁନର୍ଗଠନ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ବିସ୍ତାର କରିବା ପାଇଁ କେନ୍ଦ୍ର ନିଷ୍ପତ୍ତି ନେଇଛି। ଏହା ଦର୍ଶାଏ ଯେ, ଇଡି ଆଉ ଏକ ସ୍ବତନ୍ତ୍ର ଆର୍ଥିକ ତଦନ୍ତ ସଂସ୍ଥା ନୁହେ,ଁ…

ଏଇ ଭାରତରେ

କେରଳମର ଯୁବ ଫଟୋଗ୍ରାଫର ନନ୍ଦୁ କେ.ଏସ୍‌. କହନ୍ତି, କ୍ୟାମେରା କେବଳ ସୁନ୍ଦର ଦୃଶ୍ୟ ଉତ୍ତୋଳନ ପାଇଁ ନୁହେଁ; ବରଂ ଏହା ସ୍ବଚ୍ଛତା, ଏକତା ଆଣିପାରେ, ପଦକ୍ଷେପ ପାଇଁ…

ଏକାଧିକ ବ୍ୟାଙ୍କ ଆକାଉଣ୍ଟ ରହିଛି କି

ମୋ କଲେଜ ପଢ଼ା ସମୟର ସାଙ୍ଗ ‘ନରେନ୍ଦ୍ର’ କଥା କହୁଛି। ତାଙ୍କର ଏକ ଭଲ ଅଭ୍ୟାସ ଥିଲା ଡାକଘର ବ୍ୟତୀତ ସେ ସମୟରେ ଯେତେ ସବୁ ଛୋଟବଡ଼…

ପୁସ୍ତକରେ ବନ୍ଦୀ ଶୈଶବ

ଏକ ସମୟ ଥିଲା, ସା ହେଲେ ପିଲାଙ୍କ ଚିତ୍କାର ଓ ଦୌଡ଼ାଦୌଡ଼ିରେ ଗାଁର ଖେଳପଡ଼ିଆ ହସୁଥିଲା। ଖେଳପଡ଼ିଆରେ ସେମାନେ ଶିଖୁଥିଲେ ସହଯୋଗ, ମିତ୍ରତା, ସହନଶୀଳତା ଓ ଜୀବନର…

ଦୁଇ ଆଞ୍ଚଳିକ ପ୍ରତିଦ୍ୱନ୍ଦ୍ୱୀ

ନିକଟରେ ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓ ଭାରତ ଗସ୍ତରେ ଆସିଥିଲେ। ସେତେବେଳେ ସେ କହିଥିଲେ, ଭାରତ ହେଉଛି ଆମେରିକାର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ରଣନୈତିକ ଭାଗୀଦାରି ।…

ପରିଚୟ ଖୋଜୁଛି ଭଦ୍ରକ ଗୁଡ଼

ଉପକୂଳ ଓଡ଼ିଶାରେ ଆଖୁଚାଷ କହିଲେ ଭଦ୍ରକ ଆଖୁକୁ ବୁଝାଏ। ଭଦ୍ରକ ଗୁଡ଼ର ବି ସେତିକି ଚାହିଦା ଥିଲା। ା ଯାଜପୁର, ବାଲେଶ୍ୱର,କେନ୍ଦୁଝରକୁ ଭଦ୍ରକ ଗୁଡ଼ ରପତ୍ାନି ହୁଏ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri