ଏଇ ଭାରତରେ

ଅନେକଙ୍କର ଜୀବନ ଜୀବିକା ସଂଘର୍ଷର କାହାଣୀ ପ୍ରେରଣାଦାୟୀ ହୋଇଥାଏ, ଯାହା ଘଟିଛି ଗାଜିଆବାଦର ବାଇକ୍‌ ମେକାନିକ୍‌ ପୁନମ୍‌ ଦେବୀଙ୍କ ଜୀବନରେ। ପୁନମ୍‌ଙ୍କ ସ୍ବାମୀ ପେସାରେ ଜଣେ ମେକାନିକ୍‌। କିନ୍ତୁ ଏକ ଦୁର୍ଘଟଣା ପରେ ସେ ପକ୍ଷାଘାତର ଶିକାର ହୋଇଥିଲେ। ପରିବାରର ରୋଜଗାର ଶୂନ ହୋଇଯିବାରୁ ଦାୟିତ୍ୱ ପୁନମଙ୍କ ଉପରକୁ ଆସିଲା। ସେ ପତିଙ୍କ ଭଳି ମେକାନିକ୍‌ କାମ କରିବାକୁ ଆଗେଇ ଆସିଲେ। ପୁରୁଷକୈନ୍ଦ୍ରିକ କାର୍ଯ୍ୟକୁ ସଫଳତାର ସହ ନିର୍ବାହ କରିପାରିବେ ନାହିଁ ବୋଲି ଅନେକ ଆରମ୍ଭରୁ ମନେ କରିଥିଲେ। କିନ୍ତୁ ଏବେ ପୁନମ୍‌ ତାଙ୍କ ଦକ୍ଷତା ପ୍ରତିପାଦିତ କରି ଅନ୍ୟ ଅସହାୟା ମହିଳାଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟି ଯାଇଛନ୍ତି। ଆରମ୍ଭରୁ ସେ ଏହି କାର୍ଯ୍ୟରେ ଅସୁବିଧାର ସମ୍ମୁଖୀନ ହୋଇଥିଲେ ବି ତାହାକୁ ଅତିକ୍ରମ କରିଯାଇଛନ୍ତି। ସେ ନିୟମିତ ସକାଳୁ ଘରକାମ ସାରି ଗ୍ୟାରେଜ ଯାଉଛନ୍ତି। ସେଠାରେ ବିଳମ୍ବିତ ରାତିଯାଏ କାମ କରୁଛନ୍ତି। ଏହି ରୋଜଗାରରେ ଏବେ ତାଙ୍କ ପରିବାର ଭଲରେ ଚଳୁଛି ଓ ପିଲାମାନେ ବି ପଢ଼ିପାରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାଧବଙ୍କ ଦୃଷ୍ଟିରେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହତ୍ତ୍ୱପୂର୍ଣ୍ଣ ସଫଳତାରେ ପହଞ୍ଚତ୍ୱେ ବୋଲି ରାମ ମାଧବ ଏକ ସୁନ୍ଦର ଲେଖା ଲେଖିଛନ୍ତି। ସେ ଲେଖିଛନ୍ତି, ଜୁନ୍‌ ୧୦ରେ ପ୍ରଧାନମନ୍ତ୍ରୀ ଭାବରେ ମୋଦି…

ବାଳାଶ୍ରମରେ ବାପୁ

ଦ୍ବିତୀୟ ପର୍ଯ୍ୟାୟ ହରିଜନ ପଦଯାତ୍ରା ଆରମ୍ଭ (୨୧-୫-୧୯୩୪) ହେବାର ୧୨ ଦିନ ପରେ ଅର୍ଥାତ ଜୁନ୍‌ ୨ ତାରିଖ ଦିନ ବାପୁ ଯାଜପୁର ପାର୍‌ ହୋଇ ଭଦ୍ରକ…

ହିଂସାର ଉତ୍ସବ

ଏକ ସମୟ ଥିଲା ଯେତେବେଳେ ସିନେମା ସମାଜକୁ ଏକ ଦର୍ପଣ ଭାବରେ ନେଇଥିଲା। ସମାଜର ଦାରିଦ୍ର୍ୟ, ଶୋଷଣ, ପ୍ରେମ ଓ ପ୍ରତାରଣା ଏହାର ବିଷୟବସ୍ତୁ ଥିଲା। କିନ୍ତୁ…

ଇଡି ପୁନର୍ଗଠନ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ବିସ୍ତାର କରିବା ପାଇଁ କେନ୍ଦ୍ର ନିଷ୍ପତ୍ତି ନେଇଛି। ଏହା ଦର୍ଶାଏ ଯେ, ଇଡି ଆଉ ଏକ ସ୍ବତନ୍ତ୍ର ଆର୍ଥିକ ତଦନ୍ତ ସଂସ୍ଥା ନୁହେ,ଁ…

ଏଇ ଭାରତରେ

କେରଳମର ଯୁବ ଫଟୋଗ୍ରାଫର ନନ୍ଦୁ କେ.ଏସ୍‌. କହନ୍ତି, କ୍ୟାମେରା କେବଳ ସୁନ୍ଦର ଦୃଶ୍ୟ ଉତ୍ତୋଳନ ପାଇଁ ନୁହେଁ; ବରଂ ଏହା ସ୍ବଚ୍ଛତା, ଏକତା ଆଣିପାରେ, ପଦକ୍ଷେପ ପାଇଁ…

ଏକାଧିକ ବ୍ୟାଙ୍କ ଆକାଉଣ୍ଟ ରହିଛି କି

ମୋ କଲେଜ ପଢ଼ା ସମୟର ସାଙ୍ଗ ‘ନରେନ୍ଦ୍ର’ କଥା କହୁଛି। ତାଙ୍କର ଏକ ଭଲ ଅଭ୍ୟାସ ଥିଲା ଡାକଘର ବ୍ୟତୀତ ସେ ସମୟରେ ଯେତେ ସବୁ ଛୋଟବଡ଼…

ପୁସ୍ତକରେ ବନ୍ଦୀ ଶୈଶବ

ଏକ ସମୟ ଥିଲା, ସା ହେଲେ ପିଲାଙ୍କ ଚିତ୍କାର ଓ ଦୌଡ଼ାଦୌଡ଼ିରେ ଗାଁର ଖେଳପଡ଼ିଆ ହସୁଥିଲା। ଖେଳପଡ଼ିଆରେ ସେମାନେ ଶିଖୁଥିଲେ ସହଯୋଗ, ମିତ୍ରତା, ସହନଶୀଳତା ଓ ଜୀବନର…

ଦୁଇ ଆଞ୍ଚଳିକ ପ୍ରତିଦ୍ୱନ୍ଦ୍ୱୀ

ନିକଟରେ ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓ ଭାରତ ଗସ୍ତରେ ଆସିଥିଲେ। ସେତେବେଳେ ସେ କହିଥିଲେ, ଭାରତ ହେଉଛି ଆମେରିକାର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ରଣନୈତିକ ଭାଗୀଦାରି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri