ଏଇ ଭାରତରେ

ଜିଆଖତ ବ୍ୟବସାୟ ଆରମ୍ଭ ହୋଇଥିଲା ୫୦୦ ଟଙ୍କାରେ। ଏବେ ଏଥିରୁ ମାସକୁ ୩ ଲକ୍ଷରୁ ଅଧିକ ଟଙ୍କା ରୋଜଗାର କରୁଛନ୍ତି ଆସାମର କନିକା ତାଲୁକଦାର। ସେ ନଲବାରି କୃଷି ବିଜ୍ଞାନ କେନ୍ଦ୍ରରୁ ପ୍ରଶିକ୍ଷଣ ନେଇ ଜିଆଖତ ପ୍ରସ୍ତୁତ କରିବା ଆରମ୍ଭ କରିଥିଲେ। ଏବେ ସେ ଜିଆଖତ ପ୍ରସ୍ତୁତ କରିବା ସହ ଏଥିରୁ ଭର୍ମିଓ୍ବାଶ୍‌ ଲିକ୍ୟୁଡି ମଧ୍ୟ ତିଆରି କରୁଛନ୍ତି। ଜିଆଖତ ଲାଗି ସେ ଗୋବର ସହିତ ଶସ୍ୟ ବର୍ଜ୍ୟ ଓ ଜୈବିକ ଅଳିଆ ବ୍ୟବହାର କରୁଛନ୍ତି। ଜିଆଖତକୁ ସେ ଆସାମ କୃଷି ବିଭାଗକୁ ବିକ୍ରି କରିବା ସହ ମେଘାଳୟ, ନାଗାଲାଣ୍ଡ ଓ ଆସାମର ନର୍ସରିଗୁଡ଼ିକୁ ଯୋଗାଉଛନ୍ତି। ଏହି ବ୍ୟବସାୟରେ ସେ ଅନେକଙ୍କୁ ନିଯୁକ୍ତି ଦେଇଛନ୍ତି। କନିକା ଶିଶୁକନ୍ୟାକୁ ଜନ୍ମଦେବା ପରେ ତାଙ୍କ ସ୍ବାମୀଙ୍କ ମୃତ୍ୟୁ ଘଟିଥିଲା। ତାଙ୍କ ପିତା ତାଙ୍କୁ ନିଜ ଘରକୁ ନେଇଯାଇଥିଲେ। କିନ୍ତୁ କନିକା ବୃଦ୍ଧ ମାତାପିତାଙ୍କ ଉପରେ ବୋଝ ନ ହେବା ଲାଗି ପ୍ରଥମେ ଲୁଗା ବୁଣି ମାସକୁ ୧୦୦୦ ଟଙ୍କା ରୋଜଗାର କରୁଥିଲେ। ଏହା ପରିବାର ଚଳାଇବା ଏବଂ ଝିଅକୁ ପଢ଼ାଇବା ଲାଗି ପଯର୍ର୍‌ୟାପ୍ତ ନ ହେବାରୁ ସେ ଜିଆଖତ ପ୍ରସ୍ତୁତ କରିବାକୁ ନିଷ୍ପତ୍ତି ନେଇଥିଲେ। ଏବେ ସେ ହେଉଛନ୍ତି ଆସାମର ଜଣେ ଅଗ୍ରଣୀ ଜିଆଖତ ବ୍ୟବସାୟୀ।


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri