ଏଇ ଭାରତରେ

ଡାକ୍ତରମାନେ ମାଗଣାରେ ଚିକିତ୍ସା କରୁଥିବା ବିଷୟ ନିୟମିତ ଭାବେ ପ୍ରକାଶ ପାଉଛି। କିନ୍ତୁ ୭୦ ବର୍ଷ ବୟସରେ ଡାକ୍ତର ଅରୁଣୋଦୟ ମଣ୍ଡଳ ୧୬୦ କି.ମି.ଦୂର ଯାତ୍ରା କରି ମାଗଣାରେ ରୋଗୀ ଚିକିତ୍ସା କରିବା ଘଟଣା ନିଶ୍ଚିତ ଭାବେ ଭିନ୍ନ ଓ ପ୍ରେରଣାଦାୟକ। ଏହି କାର୍ଯ୍ୟ ସେ ପଶ୍ଚିମବଙ୍ଗ ସୁନ୍ଦରବନ ଅଞ୍ଚଳରେ ଜାରି ରଖିଛନ୍ତି। ଡା.ମଣ୍ଡଳ ସପ୍ତାହାନ୍ତରେ କୋଲକାତାରୁ ସୁନ୍ଦରବନରେ ଥିବା ତାଙ୍କ ସୁଜନ କ୍ଲିନିକ୍‌କୁ ଯାଉଛନ୍ତି। ଏହି କ୍ଲିନିକ୍‌ ଦୁର୍ଗମ ହିଙ୍ଗାଲଗଞ୍ଜ ଅଞ୍ଚଳରେ ରହିଛି। ୨୦୦୦ ମସିହାରୁ ସେ ଏହି ସେବା କରିଆସୁଛନ୍ତି। ପ୍ରତିବର୍ଷ ସେ ୧୨,୦୦୦ରୁ ଅଧିକ ରୋଗୀଙ୍କ ଚିକିତ୍ସା କରୁଛନ୍ତି। ୨୩ ବର୍ଷ ହେଲା ସେ ସପ୍ତାହାନ୍ତରେ ବଡିଭୋରୁ ଉଠି ଦମ୍‌ ଦମ୍‌ କ୍ୟାଣ୍ଟନମେଣ୍ଟ ରେଲଓ୍ବେ ଷ୍ଟେଶନରୁ ଟ୍ରେନ ଯୋଗେ ହସନାବାଦକୁ ଯାଇ ସେଠାରୁ ଅଟୋରିକ୍ସା ଯୋଗେ ଲେବୁଖାଲି ଏବଂ ପୁନର୍ବାର ସେଠାରୁ ନଦୀ ପାର ହୋଇ ହିଙ୍ଗାଲଗଞ୍ଜ କ୍ଲିନିକରେ ପହଞ୍ଚୁଛନ୍ତି। ଏଥିପାଇଁ ୬ ଘଣ୍ଟା ଯାତ୍ରାରେ ୧୬୦ କି.ମି. ଯିବାକୁ ହେଉଛି। ଦୀର୍ଘବର୍ଷ ହେଲା ମାଗଣାରେ ଚିକିତ୍ସା କରୁଥିବାରୁ ସୁନ୍ଦରବନ ଲୋକେ ତାଙ୍କୁ ଶ୍ରଦ୍ଧାରେ ‘ସୁନ୍ଦରବନ କି ସୁଜାନ’ ବୋଲି ସମ୍ବୋଧନ କରନ୍ତି। ଡା. ମଣ୍ଡଳ କୋଲକାତା ନ୍ୟାଶନାଲ ମେଡିକାଲ କଲେଜରୁ ଡିଗ୍ରୀ ହାସଲ କରିବା ପରେ ଡ. ବି. ରୟ ମେଡିକାଲ କଲେଜ ଫର୍‌ ଚିଲ୍‌ଡ୍ରେନରେ ଚାକିରି କରିଥିଲେ। ପରେ ଚାକିରି ଛାଡ଼ି ସୁନ୍ଦରବନର ହିଙ୍ଗାଲଗଞ୍ଜକୁ ଚିକିତ୍ସାର କେନ୍ଦ୍ର ଭାବେ ଗ୍ରହଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭାରତର ଗ୍ରାମାଞ୍ଚଳର ବହୁ ମେଡିକାଲରେ ଏବେ ମଧ୍ୟ ଆଇସିୟୁର ଅଭାବ ରହିଛି। ଫଳରେ ଗ୍ରାମାଞ୍ଚଳ ଲୋକମାନେ ଉନ୍ନତ ଚିକିତ୍ସା ସେବା ପାଇବାରୁ ବଞ୍ଚିତ ହେଉଛନ୍ତି। ଆବଶ୍ୟକ...

ଏକ ପରିବେଶୀୟ ଆହ୍ୱାନ

ନିଭର୍ସିଟି ଅଫ ଶିକାଗୋର ଏନର୍ଜି ପଲିସି ଇନ୍‌ଷ୍ଟିଟ୍ୟୁଟ (ଏପିକ) ଦ୍ୱାରା ପ୍ରକାଶିତ ୨୦୨୫ ବାୟୁ ଗୁଣବତ୍ତା ଜୀବନ ସୂଚକାଙ୍କ (ଏୟାର କ୍ୱାଲିଟି ଲାଇଫ ଇଣ୍ଡେକ୍ସ ବା...

ସୃଷ୍ଟିର ଚିରନ୍ତନ ଆଧାର

ନୁଷ୍ୟର ଉଚ୍ଚତର ଚେତନଶୀଳତା ତାକୁ ବାଧ୍ୟ କରିଛି ଏ ବିଶ୍ୱବ୍ରହ୍ମାଣ୍ଡ ସୃଷ୍ଟିର ରହସ୍ୟ ଉପରେ ପ୍ରଶ୍ନ ଉତ୍‌ଥାପନ କରିବା ପାଇଁ। ଏ ଜଗତର ସୃଷ୍ଟି କିପରି...

ବିଭାଜନକାରୀ ରାଜନୀତି

ଡିସେମ୍ୱର ୬ ଆଧୁନିକ ଭାରତର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଆନ୍ଦୋଳନ କଥା ସ୍ମରଣ କରାଇଦିଏ। ରାଜନୀତିକୁ ସବୁଦିନ ପାଇଁ ପରିବର୍ତ୍ତନ କରିଦେଇଥିବା ଏହି ଆନ୍ଦୋଳନ ବିଷୟରେ ଲେଖିବା...

ଏଇ ଭାରତରେ

ପ୍ରବେଶିକାର ଲିଖିତ ଓ ଶାରୀରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ପୋଲିସରେ ନିଯୁକ୍ତି ମିଳିଥାଏ। ଏଥିପାଇଁ ଅଶାୟୀମାନେ ବୟସ ସୀମା ମଧ୍ୟରେ ନିଜକୁ ପ୍ରସ୍ତୁତ କରିଥାନ୍ତି।...

ସ୍ମାର୍ଟ ସିଟି ଲୋକର ବ୍ୟଥା

ପ୍ରବଳ ଶୀତରେ କିଛି ବେସାହାରା ଲୋକ ପୋଲ ତଳେ, ଦୋକାନ ପିଣ୍ଡାରେ, ପାର୍କ ବେଞ୍ଚ ଉପରେ କଟାଉଥିବା ଦେଖାଯାଏ। ସେମାନଙ୍କ ମଧ୍ୟରୁ କୌଣସି ବୃଦ୍ଧାବୃଦ୍ଧ ରୋଗୀଙ୍କ...

ଗଣତନ୍ତ୍ର କ’ଣ ଦଳ-ମୁଖ୍ୟଙ୍କ ତନ୍ତ୍ର

ଯେଉଁ ଦଳର କେନ୍ଦ୍ର ସରକାର ସମ୍ବିଧାନ ଦିବସ (ନଭେମ୍ବର ୨୯) ପାଳନ କରି ସମ୍ବିଧାନର ଆଦର୍ଶକୁ ସର୍ବୋଚ୍ଚ ସ୍ଥାନ ଦେଉଛି ସେହି ଦଳର ରାଜ୍ୟ ସରକାର...

ପରିଚିତଙ୍କ ହାତରେ ପଦବୀ

ଭବିଷ୍ୟତରେ କାର୍ଯ୍ୟକୁ ସୁଚାରୁରୂପେ ସଞ୍ଚାଳନକରିବା ପାଇଁ ସବୁଠାରୁ ନିରାପଦ ଉପାୟ ଉପରେ ଆନ୍ଧ୍ରପ୍ରଦେଶ ନିଷ୍ପତ୍ତି ନେଇଥିବା ଜଣାଯାଇଛି। ଏଥିରେ ଏହାର ଶ୍ରେଷ୍ଠ ବାବୁମାନଙ୍କ ପାଇଁ ରହୁଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri