ଏଇ ଭାରତରେ

ଡାକ୍ତରମାନେ ମାଗଣାରେ ଚିକିତ୍ସା କରୁଥିବା ବିଷୟ ନିୟମିତ ଭାବେ ପ୍ରକାଶ ପାଉଛି। କିନ୍ତୁ ୭୦ ବର୍ଷ ବୟସରେ ଡାକ୍ତର ଅରୁଣୋଦୟ ମଣ୍ଡଳ ୧୬୦ କି.ମି.ଦୂର ଯାତ୍ରା କରି ମାଗଣାରେ ରୋଗୀ ଚିକିତ୍ସା କରିବା ଘଟଣା ନିଶ୍ଚିତ ଭାବେ ଭିନ୍ନ ଓ ପ୍ରେରଣାଦାୟକ। ଏହି କାର୍ଯ୍ୟ ସେ ପଶ୍ଚିମବଙ୍ଗ ସୁନ୍ଦରବନ ଅଞ୍ଚଳରେ ଜାରି ରଖିଛନ୍ତି। ଡା.ମଣ୍ଡଳ ସପ୍ତାହାନ୍ତରେ କୋଲକାତାରୁ ସୁନ୍ଦରବନରେ ଥିବା ତାଙ୍କ ସୁଜନ କ୍ଲିନିକ୍‌କୁ ଯାଉଛନ୍ତି। ଏହି କ୍ଲିନିକ୍‌ ଦୁର୍ଗମ ହିଙ୍ଗାଲଗଞ୍ଜ ଅଞ୍ଚଳରେ ରହିଛି। ୨୦୦୦ ମସିହାରୁ ସେ ଏହି ସେବା କରିଆସୁଛନ୍ତି। ପ୍ରତିବର୍ଷ ସେ ୧୨,୦୦୦ରୁ ଅଧିକ ରୋଗୀଙ୍କ ଚିକିତ୍ସା କରୁଛନ୍ତି। ୨୩ ବର୍ଷ ହେଲା ସେ ସପ୍ତାହାନ୍ତରେ ବଡିଭୋରୁ ଉଠି ଦମ୍‌ ଦମ୍‌ କ୍ୟାଣ୍ଟନମେଣ୍ଟ ରେଲଓ୍ବେ ଷ୍ଟେଶନରୁ ଟ୍ରେନ ଯୋଗେ ହସନାବାଦକୁ ଯାଇ ସେଠାରୁ ଅଟୋରିକ୍ସା ଯୋଗେ ଲେବୁଖାଲି ଏବଂ ପୁନର୍ବାର ସେଠାରୁ ନଦୀ ପାର ହୋଇ ହିଙ୍ଗାଲଗଞ୍ଜ କ୍ଲିନିକରେ ପହଞ୍ଚୁଛନ୍ତି। ଏଥିପାଇଁ ୬ ଘଣ୍ଟା ଯାତ୍ରାରେ ୧୬୦ କି.ମି. ଯିବାକୁ ହେଉଛି। ଦୀର୍ଘବର୍ଷ ହେଲା ମାଗଣାରେ ଚିକିତ୍ସା କରୁଥିବାରୁ ସୁନ୍ଦରବନ ଲୋକେ ତାଙ୍କୁ ଶ୍ରଦ୍ଧାରେ ‘ସୁନ୍ଦରବନ କି ସୁଜାନ’ ବୋଲି ସମ୍ବୋଧନ କରନ୍ତି। ଡା. ମଣ୍ଡଳ କୋଲକାତା ନ୍ୟାଶନାଲ ମେଡିକାଲ କଲେଜରୁ ଡିଗ୍ରୀ ହାସଲ କରିବା ପରେ ଡ. ବି. ରୟ ମେଡିକାଲ କଲେଜ ଫର୍‌ ଚିଲ୍‌ଡ୍ରେନରେ ଚାକିରି କରିଥିଲେ। ପରେ ଚାକିରି ଛାଡ଼ି ସୁନ୍ଦରବନର ହିଙ୍ଗାଲଗଞ୍ଜକୁ ଚିକିତ୍ସାର କେନ୍ଦ୍ର ଭାବେ ଗ୍ରହଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜୀବନର ନୈତିକ ମୂଲ୍ୟବୋଧ

କଥାରେ ଅଛି-‘ଥିଲେ ଥାଉ ପଛେ ଗୁଣ ହଜାର, ଚରିତ୍ର ନଥିଲେ ସବୁ ଅସାର।’ ସୁତରାଂ ଆମ ଜୀବନରେ ନୈତିକ ମୂଲ୍ୟବୋଧର ଏକ ମୁଖ୍ୟ ଆଧାର ହେଉଛି –…

ପେଟ୍ରୋଡଲାର ସାମ୍ରାଜ୍ୟ

ପୃଥିବୀର କୌଣସି ଏକ ପେଟ୍ରୋଲ୍‌ ପମ୍ପରେ ଗାଡ଼ିରେ ଇନ୍ଧନ ଭରିବା ଦୃଶ୍ୟ ସାଧାରଣ ହୋଇପାରେ, କିନ୍ତୁ ଏହା ପ୍ରଚ୍ଛଦପଟରେ ଏକ ବିଶାଳ ଆର୍ଥିକ ବ୍ୟବସ୍ଥା କାମ କରୁଥାଏ,…

ଆମେରିକା ଅପଦସ୍ଥ

ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜକୁ ୪୮ ଘଣ୍ଟା ମଧ୍ୟରେ ସମ୍ପୂର୍ଣ୍ଣ ଖୋଲା ନ କଲେ ଇରାନକୁ ଭୟାବହ ସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ…

ତିନି ଚିରଞ୍ଜୀବୀଙ୍କ ବିଚାର

ଶହୀଦ ଭଗତ ସିଂ, ସୁଖଦେବ ଓ ଶିବରାମ ରାଜଗୁରୁଙ୍କ ଅପରାଧଜନିତ ବିଚାରକୁ କଦାପି ବିଚାର କୁହାଯାଇ ପାରିବ ନାହିଁ। ତାହା ଅନ୍ୟାୟ, ଅବିବେକିତା ଓ ଅସଭ୍ୟତାର ଏକ…

ପରମାଣୁ ଅସ୍ତ୍ର ଛାୟାରୁ ମୁକ୍ତି

ବର୍ତ୍ତମାନର ବିଶ୍ୱରେ ଲାଗିରହିଛି ତିନୋଟି ମହାସମର। ତନ୍ମଧ୍ୟରୁ ରୁଷିଆ-ୟୁକ୍ରେନ୍‌ ଏବଂ ଇସ୍ରାଏଲ-ପାଲେଷ୍ଟାଇନ୍‌ ଯୁଦ୍ଧ ବର୍ଷ ବର୍ଷ ଧରି ଚାଲିଥିଲା ବେଳେ ନିକଟରେ ଆରମ୍ଭ ହୋଇଛି ଅତୀବ ଭୟଙ୍କର…

ଭାରତ ଦେବ ୟୁଆନ୍‌

ଇରାନ୍‌ ସହିତ ଆମେରିକା ଓ ଇସ୍ରାଏଲ ଯୁଦ୍ଧ ଚତୁର୍ଥ ସପ୍ତାହରେ ପହଞ୍ଚିଛି। ସଦ୍ୟ ଘଟଣା ଦେଖିଲେ ଗୋଟିଏ ପଟେ ନତାଞ୍ଜ ଆଣବିକ କେନ୍ଦ୍ର ଉପରେ ଆମେରିକା ଓ…

ଜଳ ନୋବେଲ ବିଜେତା

ବର୍ତ୍ତମାନର ଭୂରାଜନୈତିକ ଓ ଅର୍ଥନୈତିକ ସ୍ଥିତି ଇରାନ୍‌ ଓ ଆମେରିକା-ଇସ୍ରାଏଲ ଯୁଦ୍ଧ ଯୋଗୁ ଘୋର ପ୍ରଭାବିତ। ଏହାକୁ ନେଇ ପୃଥିବୀ ସନ୍ତ୍ରସ୍ତ। ଏଭଳି ସ୍ଥଳେ ୨୨ ମାର୍ଚ୍ଚରେ…

ପ୍ରକୃତ ଖଳନାୟକ

ଚାହେଁ ଇରାନ ବିଜୟୀ ହେଉ। ବିଜୟର ଅର୍ଥକୁ ଇରାନ ଏହିପରି ପରିଭାଷିତ କରେ: ଇରାନ ଉପରେ ଅନେକ ଦଶନ୍ଧି ଧରି ଆମେରିକା ଲାଗୁକରିଥିବା କଟକଣାକୁ ହଟାଇବା ଦରକାର;…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri