ବୟସ କହିଲେ ୧୦ ବର୍ଷ। କିନ୍ତୁ ବୃକ୍ଷରୋପଣ କରି ୧୬୭ଟି ପୁରସ୍କାର ଜିତି ଏକ ଉଦାହରଣ ସୃଷ୍ଟି କରିଛନ୍ତି ମେରଠର ଇୟା ଦୀକ୍ଷିତ। ସେ ୨୮୩ ସପ୍ତାହ ହେଲା ସପ୍ତାହାନ୍ତରେ ଗଛ ଲଗାଇ ଆସୁଛନ୍ତି। କେବଳ ଏତିକି ନୁହେଁ ଗତ ୫ ବର୍ଷ ହେଲା ସେ ଗଛ ଲଗାଇ ତାଙ୍କ ଜନ୍ମଦିନ ପାଳନ କରୁଛନ୍ତି। ଇୟା କାର୍ଟୁନ ଚ୍ୟାନେଲରେ ଗଛ ଲଗାଇବା ଓ ବଢିବା ଦୃଶ୍ୟ ଦେଖିବା ପରେ ଗଛ ଲଗାଇବା ଲାଗି ମନ ବଳାଇଥିଲେ। ପ୍ରଥମେ ସେ ଏକ ନିମ୍ବଗଛ ଲଗାଇଥିଲେ। ପରେ ତାଙ୍କ ସ୍କୁଲ ଓ ଆଖପାଖ ଅଞ୍ଚଳରେ ସେ ଗଛ ଲଗାଇବା ଆରମ୍ଭ କରିଦେଲେ। ସେ ତାଙ୍କ ପଞ୍ଚମ ଜନ୍ମଦିନରେ ୧୦୦୮ ଏବଂ ଷଷ୍ଠ ଜନ୍ମଦିନରେ ୨୫୦୦ ଗଛ ଲଗାଇଛନ୍ତି। ମୋଟ୍ରେ ଏବେ ସୁଦ୍ଧା ୨୦,୦୦୦ ଗଛ ଲଗାଇସାରିଲେଣି। ଏଥିପାଇଁ ସେ ଗ୍ରୀନ୍ ଇୟା ସ୍ମାଇଲ କ୍ଲବ୍ ଗଠନ କରିଛନ୍ତି। ସେ ମେରଠ ସହର ବ୍ୟତୀତ ଦିଲ୍ଲୀ -ଗାଜିପୁରରେ ଥିବା ଏସିଆର ସର୍ବବୃହତ୍ ଡମ୍ପିଂ ୟାର୍ଡ ସମେତ ଲକ୍ଷ୍ନୌ, ଇନ୍ଦୋର ଓ ଗୁରୁଗ୍ରାମରେ ମଧ୍ୟ ଗଛ ଲଗାଇ ତାହାର ରକ୍ଷଣାବେକ୍ଷଣ କରୁଛନ୍ତି। ଏହି କାର୍ଯ୍ୟରେ ସେ ତାଙ୍କ ସାଥୀ ତଥା ଆଖପାଖର ପିିଲାମାନଙ୍କୁ ସାମିଲ କରିଛନ୍ତି।

ଏଇ ଭାରତରେ
ପେସାରେ ଡାକ୍ତର, କିନ୍ତୁ ସେ ରହୁଥିବା ଦକ୍ଷିଣ ଦିଲ୍ଲୀର ନବଜୀବନ ବିହାର କଲୋନିକୁ ବର୍ଜ୍ୟମୁକ୍ତ କରିପାରିଛନ୍ତି। ଏହି ମହିଳା ଡାକ୍ତର ଜଣକ ହେଉଛନ୍ତି ଡା. ରୁବି...

ଭବିଷ୍ୟତ କେତେ ସୁରକ୍ଷିତ
ଆମେ ସଭିଏଁ ଜାଣୁ ବୃଦ୍ଧି ଓ ବିକାଶ ସଜୀବର ଏକ ଲକ୍ଷଣ। ପ୍ରାଣୀ ହେଉ କି ଉଦ୍ଭିଦ ଏମାନେ ଛୋଟରୁ ବଡ଼ ହୁଅନ୍ତି। କିନ୍ତୁ ନିର୍ଜୀବର...

ସମବାୟରେ କୃଷିର ବିକାଶ
ସ୍ବାଧୀନତା ପରେ ଭାରତ ଖାଦ୍ୟଶସ୍ୟରେ ନିଅଣ୍ଟ ଥିବାରୁ ସମସ୍ତଙ୍କୁ ଦୁଇଓଳି ଖାଦ୍ୟ ଦେବା ପାଇଁ ସରକାର ‘ମାର୍ଶାଲ’ ଯୋଜନାରେ ‘ପିଏଲ୍ଏ ୪୮୦’ ଚୁକ୍ତି ଅନୁଯାୟୀ ଦେଶର...

ହଇଜା ଆସିଲା
ଚିକିତ୍ସା କ୍ଷେତ୍ରରେ ବ୍ୟାପକ ଯୋଜନା ସତ୍ତ୍ୱେ ବାରମ୍ବାର ଡାଇରିଆ ବ୍ୟାପୁଛି। ଏହାକୁ ନିୟନ୍ତ୍ରଣ କରାଯାଇପାରୁନାହିଁ। ଏବେ ଯାଜପୁର ଜିଲାରେ ଏହାର ସଂକ୍ରମଣ ଉଦ୍ବେଗର କାରଣ ହୋଇଛି...

ମୁକ୍ତିର ସ୍ବାଦ
ମୁକ୍ତି ହେଉଛି ମନୁଷ୍ୟର ଜନ୍ମଗତ ଅଧିକାର। ମୁକ୍ତି ହେଉଛି ସତ୍-ଚିତ୍-ଆନନ୍ଦ। ମୁକ୍ତି ହେଉଛି ଅମରତ୍ୱ। ମୁକ୍ତି ହେଉଛି ଜ୍ଞାନ, ଶାନ୍ତି ଓ ଆନନ୍ଦର ସମନ୍ବୟ। ସଚେତନ...

ଓଡ଼ିଆରେ ଶାସନ; କେତେ ବାସ୍ତବ କେତେ ସ୍ବପ୍ନ
ଯେଉଁ ଜାତି ନିଜର ମାତୃଭାଷାକୁ ଯେତେ ଅଧିକ ଗୁରୁତ୍ୱ ଦେଇଛି ସେ ଜାତି ସେତେ ଅଧିକ ସମୃଦ୍ଧ। ଏହା ଏକ ପ୍ରବନ୍ଧ, ଉପନ୍ୟାସ ବା ଗଳ୍ପର...

ସବୁଥିରେ ବେପାର ନ ହେଉ
ଭାରତରେ ଏଇ କିଛିବର୍ଷ ହେବ ବିକାଶ ନାମରେ ପ୍ରକୃତିଦତ୍ତ ପରିବେଶ ସହ ସାଲିସ କରିଦିଆଯାଉଥିବାରୁ ବିପର୍ଯ୍ୟୟ ମାତ୍ରାଧିକ ହେଲାଣି। ତାହାର ପରିଣାମ ସ୍ପଷ୍ଟ ଦୃଶ୍ୟମାନ ହେଉଥିବା...

ଏଇ ଭାରତରେ
ଝିଅମାନଙ୍କୁ ରାସ୍ତାରେ ବୁଲେଟ୍ ଚଲାଇବାର ପ୍ରାୟତଃ କେହି ଦେଖି ନ ଥିବେ। ହେଲେ ମଧ୍ୟପ୍ରଦେଶର ଜବଲପୁରରେ ଏମିତି କିଛି ଦେଖିବା ନୂଆ କଥା ନୁହେଁ। ଝିଅମାନେ...
Archives
