ବୟସ କହିଲେ ୧୦ ବର୍ଷ। କିନ୍ତୁ ବୃକ୍ଷରୋପଣ କରି ୧୬୭ଟି ପୁରସ୍କାର ଜିତି ଏକ ଉଦାହରଣ ସୃଷ୍ଟି କରିଛନ୍ତି ମେରଠର ଇୟା ଦୀକ୍ଷିତ। ସେ ୨୮୩ ସପ୍ତାହ ହେଲା ସପ୍ତାହାନ୍ତରେ ଗଛ ଲଗାଇ ଆସୁଛନ୍ତି। କେବଳ ଏତିକି ନୁହେଁ ଗତ ୫ ବର୍ଷ ହେଲା ସେ ଗଛ ଲଗାଇ ତାଙ୍କ ଜନ୍ମଦିନ ପାଳନ କରୁଛନ୍ତି। ଇୟା କାର୍ଟୁନ ଚ୍ୟାନେଲରେ ଗଛ ଲଗାଇବା ଓ ବଢିବା ଦୃଶ୍ୟ ଦେଖିବା ପରେ ଗଛ ଲଗାଇବା ଲାଗି ମନ ବଳାଇଥିଲେ। ପ୍ରଥମେ ସେ ଏକ ନିମ୍ବଗଛ ଲଗାଇଥିଲେ। ପରେ ତାଙ୍କ ସ୍କୁଲ ଓ ଆଖପାଖ ଅଞ୍ଚଳରେ ସେ ଗଛ ଲଗାଇବା ଆରମ୍ଭ କରିଦେଲେ। ସେ ତାଙ୍କ ପଞ୍ଚମ ଜନ୍ମଦିନରେ ୧୦୦୮ ଏବଂ ଷଷ୍ଠ ଜନ୍ମଦିନରେ ୨୫୦୦ ଗଛ ଲଗାଇଛନ୍ତି। ମୋଟ୍ରେ ଏବେ ସୁଦ୍ଧା ୨୦,୦୦୦ ଗଛ ଲଗାଇସାରିଲେଣି। ଏଥିପାଇଁ ସେ ଗ୍ରୀନ୍ ଇୟା ସ୍ମାଇଲ କ୍ଲବ୍ ଗଠନ କରିଛନ୍ତି। ସେ ମେରଠ ସହର ବ୍ୟତୀତ ଦିଲ୍ଲୀ -ଗାଜିପୁରରେ ଥିବା ଏସିଆର ସର୍ବବୃହତ୍ ଡମ୍ପିଂ ୟାର୍ଡ ସମେତ ଲକ୍ଷ୍ନୌ, ଇନ୍ଦୋର ଓ ଗୁରୁଗ୍ରାମରେ ମଧ୍ୟ ଗଛ ଲଗାଇ ତାହାର ରକ୍ଷଣାବେକ୍ଷଣ କରୁଛନ୍ତି। ଏହି କାର୍ଯ୍ୟରେ ସେ ତାଙ୍କ ସାଥୀ ତଥା ଆଖପାଖର ପିିଲାମାନଙ୍କୁ ସାମିଲ କରିଛନ୍ତି।
ସ୍ବାସ୍ଥ୍ୟ ଓ ଜୀବନଶୈଳୀ
ପିଲାବେଳର ପାଠ କିଛି ମନେ ଥାଉ କି ନ ଥାଉ, ଏଇ ପଦଟି ସମସ୍ତଙ୍କର ମନେଥିବ – ‘ବିଦ୍ୟା ଅଟଇ ମହାଧନ, ବାଳକେ କର ଉପାର୍ଜନ’।...
୨୦୨୬ର ଚିନ୍ତା
୨୦୨୬ ଦେଶର ରାଜନୈତିକ ଦଳ ଓ ସରକାର ପାଇଁ ବ୍ୟସ୍ତବହୁଳ ହେବା ଅବଶ୍ୟମ୍ଭାବୀ। ଆସାମ, କେରଳ, ତାମିଲନାଡ଼ୁ, ପଶ୍ଚିମବଙ୍ଗ ଓ କେନ୍ଦ୍ରଶାସିତ ଅଞ୍ଚଳ ପୁଡ଼ୁଚେରୀରେ ଆଲୋଚ୍ୟ...
କାର୍ଯ୍ୟରେ ବିଳମ୍ବ
ଜମି ବିବାଦ ଦେଖାଦେଲେ ସରକାରୀ କାମଗୁଡ଼ିକର ସମୟସୀମା ଗଡ଼ିଚାଲେ। ଠିକାଦାର ବିଳମ୍ବ କରନ୍ତି କିମ୍ବା ଏଥିରେ ଜଡ଼ିତ ବିଭାଗଗୁଡ଼ିକ ନିଜ ମୁଣ୍ଡରୁ ଦୋଷ ଖସାଇବାକୁ ଚେଷ୍ଟା...
ଏଇ ଭାରତରେ
ଚାକିରି ଛାଡ଼ି ଛତିଶଗଡ଼ର ଚାଷୀ ସମୀକ୍ଷା ଚନ୍ଦ୍ରକର ଟମାଟୋ ଓ ଅନ୍ୟାନ୍ୟ ପରିବା ଚାଷକରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ସମୀକ୍ଷା ଏମ୍ବିଏ ପାସ୍ କରିବା...
ଜୀବନର ଧାଁ ଦଉଡ଼
ବହୁତ ତରତର ବା ବ୍ୟସ୍ତ ଥିବା ମଣିଷକୁ ଦେଖି ମନରେ ଉଙ୍କିମାରେ ପ୍ରଶ୍ନଟିଏ, ଇଏ ଏତେ ବ୍ୟସ୍ତ କାହିଁକି? କାମଟି ଧୀରେ ଧୀରେ କଲେ କ’ଣ...
ଟଙ୍କାଖିଆ ମଣିଷ
ପିଲାବେଳର କଥା ମନେପଡ଼େ। ସେତେବେଳେ (ଆଜକୁ ଚାଳିଶ ବର୍ଷ ପୂର୍ବେ) ବିଶେଷକରି ଗାଁ ଲୋକେ ଚାକିରି କରିବା କିମ୍ବା ବାହାର ରାଜ୍ୟକୁ ଯାଇ ଦାଦନ ଖଟିବାକୁ...
ଦୁଇ ଦେଶ ଲୁଟୁଛନ୍ତି
ସମ୍ଭବତଃ ୨୦୨୫ ବର୍ଷଟି ସମସ୍ତଙ୍କର ମନେ ରହିବ, କାରଣ ଆମେରିକାର ରାଷ୍ଟ୍ରପତି ଏହି ବର୍ଷ ବୈଶ୍ୱିକ ବାଣିଜ୍ୟ ବ୍ୟବସ୍ଥାକୁ ଶେଷ କରିଦେଇଛନ୍ତି। କନ୍ତୁ ସତ କଥା...
ଏଇ ଭାରତରେ
ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍ ନ ନେଇ ପଲିଥିନରେ ପରିବା...
Archives


