ଏଇ ଭାରତରେ

ବୟସ କହିଲେ ୧୦ ବର୍ଷ। କିନ୍ତୁ ବୃକ୍ଷରୋପଣ କରି ୧୬୭ଟି ପୁରସ୍କାର ଜିତି ଏକ ଉଦାହରଣ ସୃଷ୍ଟି କରିଛନ୍ତି ମେରଠର ଇୟା ଦୀକ୍ଷିତ। ସେ ୨୮୩ ସପ୍ତାହ ହେଲା ସପ୍ତାହାନ୍ତରେ ଗଛ ଲଗାଇ ଆସୁଛନ୍ତି। କେବଳ ଏତିକି ନୁହେଁ ଗତ ୫ ବର୍ଷ ହେଲା ସେ ଗଛ ଲଗାଇ ତାଙ୍କ ଜନ୍ମଦିନ ପାଳନ କରୁଛନ୍ତି। ଇୟା କାର୍ଟୁନ ଚ୍ୟାନେଲରେ ଗଛ ଲଗାଇବା ଓ ବଢିବା ଦୃଶ୍ୟ ଦେଖିବା ପରେ ଗଛ ଲଗାଇବା ଲାଗି ମନ ବଳାଇଥିଲେ। ପ୍ରଥମେ ସେ ଏକ ନିମ୍ବଗଛ ଲଗାଇଥିଲେ। ପରେ ତାଙ୍କ ସ୍କୁଲ ଓ ଆଖପାଖ ଅଞ୍ଚଳରେ ସେ ଗଛ ଲଗାଇବା ଆରମ୍ଭ କରିଦେଲେ। ସେ ତାଙ୍କ ପଞ୍ଚମ ଜନ୍ମଦିନରେ ୧୦୦୮ ଏବଂ ଷଷ୍ଠ ଜନ୍ମଦିନରେ ୨୫୦୦ ଗଛ ଲଗାଇଛନ୍ତି। ମୋଟ୍‌ରେ ଏବେ ସୁଦ୍ଧା ୨୦,୦୦୦ ଗଛ ଲଗାଇସାରିଲେଣି। ଏଥିପାଇଁ ସେ ଗ୍ରୀନ୍‌ ଇୟା ସ୍ମାଇଲ କ୍ଲବ୍‌ ଗଠନ କରିଛନ୍ତି। ସେ ମେରଠ ସହର ବ୍ୟତୀତ ଦିଲ୍ଲୀ -ଗାଜିପୁରରେ ଥିବା ଏସିଆର ସର୍ବବୃହତ୍‌ ଡମ୍ପିଂ ୟାର୍ଡ ସମେତ ଲକ୍ଷ୍ନୌ, ଇନ୍ଦୋର ଓ ଗୁରୁଗ୍ରାମରେ ମଧ୍ୟ ଗଛ ଲଗାଇ ତାହାର ରକ୍ଷଣାବେକ୍ଷଣ କରୁଛନ୍ତି। ଏହି କାର୍ଯ୍ୟରେ ସେ ତାଙ୍କ ସାଥୀ ତଥା ଆଖପାଖର ପିିଲାମାନଙ୍କୁ ସାମିଲ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ମଣିପୁର ପାଇଁ ସମୟ ନାହିଁ

କିଛି ଦିନର ବ୍ୟବଧାନ ପରେ ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ସଦ୍ୟ ହିଂସା ଦେଖାଦେଇଛି। ବିଷ୍ଣୁପୁର ଜିଲାର ମୋଇରାଙ୍ଗ ତ୍ରୋଙ୍ଗଲାଓବି ଅଞ୍ଚଳରେ ୬ ଏପ୍ରିଲରେ ଉଗ୍ରବାଦୀଙ୍କ ବୋମା…

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

ମାଷ୍ଟର ନାହାନ୍ତି

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ) ପକ୍ଷରୁ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ନୂଆ ପାଠ୍ୟକ୍ରମ ଅଣାଯାଇଛି। ଛାତ୍ରୀଛାତ୍ରମାନେ ୩ଟି ଭାଷା ପଢ଼ିବାର ବ୍ୟବସ୍ଥା ହୋଇଥିବା ବେଳେ ସେଥିମଧ୍ୟରୁ…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri