Posted inରାଜ୍ୟ

ରିକିଙ୍କ ସଙ୍ଗୀତରେ ପରିବେଶ

ସାରା ବିଶ୍ୱ ପାଇଁ ଜଳବାୟୁ ପରିବର୍ତ୍ତନ ଏବେ ଆହ୍ବାନ ସୃଷ୍ଟି କରିଛି। ଏହାର ମୁକାବିଲା କ୍ଷେତ୍ରରେ ଯୁବପିଢ଼ିଙ୍କର ବଡ଼ ଭୂମିକା ରହୁଛି। ସେମାନେ କିପରି ସଚେତନ ହୋଇ ଅନ୍ୟମାନଙ୍କୁ ଏ କ୍ଷେତ୍ରରେ ସହଭାଗୀ କରାଇବେ, ସେଥିପାଇଁ ‘ଧରିତ୍ରୀ’ ଆୟୋଜନ କରୁଛି ‘ଯୁବ ସମ୍ମିଳନୀ’ ବା ‘ୟୁଥ୍‌ କନ୍‌କ୍ଲେଭ୍‌’। ଚଳିତବର୍ଷର ପ୍ରସଙ୍ଗ ରହିଛି ‘କ୍ଲାଇମେଟ୍‌ ଚେଞ୍ଜ: ଦି ପାଥ୍‌ ଆହେଡ୍‌’। ରାଜ୍ୟର ଯୁବପିଢ଼ିଙ୍କ ମଧ୍ୟରେ ଜଳବାୟୁ ପରିବର୍ତ୍ତନ ନେଇ ସଚେତନତା ସୃଷ୍ଟି କରିବା ପାଇଁ ଆସନ୍ତା ୨୪ ତାରିଖରେ ‘ଯୁବ ସମ୍ମିଳନୀ’ର ତୃତୀୟ ସଂସ୍କରଣ ଅନୁଷ୍ଠିତ ହେବ। ‘ଧରିତ୍ରୀ’ର ୫୦ତମ ଜନ୍ମବାର୍ଷିକୀ ପାଳନ ଅବସରରେ ହେବାକୁ ଥିବା ଏହି ୟୁଥ୍‌ କନ୍‌କ୍ଲେଭ୍‌ରେ ରାଜ୍ୟ ଓ ଦେଶର ବିଭିନ୍ନ ପ୍ରାନ୍ତରରୁ ଯୁବ ପରିବେଶବିତ୍‌ମାନେ ଯୋଗଦେବେ।

‘ଧରିତ୍ରୀ’ ପକ୍ଷରୁ ଆୟୋଜନ ହେଉଥିବା ଯୁବ ସମ୍ମିଳନୀରେ ଯୋଗଦେବେ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଭାରତୀୟ ମ୍ୟୁଜିକ୍‌ କମ୍ପୋଜର ରିକି କେଜ୍‌। ଜଣେ ପରିବେଶବିତ୍‌ ଭାବେ ମଧ୍ୟ ତାଙ୍କର ଆଉ ଏକ ପରିଚୟ ରହିଛି। ତିନିଥର ଗ୍ରାମୀ ଆୱାର୍ଡ ପାଇଥିବା ରିକି ତାଙ୍କ ସଙ୍ଗୀତରେ ପରିବେଶକୁ ସ୍ଥାନ ଦେଇଥାନ୍ତି। ନ୍ୟୁୟର୍କ, ଜେନେଭାସ୍ଥିତ ଜାତିସଂଘ କାର୍ଯ୍ୟାଳୟ ସମେତ ୩୦ ରାଷ୍ଟ୍ରରେ ସେ ସଙ୍ଗୀତ ପରିବେଷଣ କରି ବିଶ୍ୱବାସୀଙ୍କ ହୃଦୟ ଜିଣିଛନ୍ତି। ୨୦୧୫ରେ ଆୟୋଜିତ ୫୭ତମ ଗ୍ରାମୀ ଆୱାଡର୍‌ସରେ ‘ଉଇଣ୍ଡ୍ସ ଅଫ୍‌ ସମ୍‌ସାର’ ପାଇଁ ସେ ପ୍ରଥମଥର ପୁରସ୍କାର ପାଇଥିଲେ। ଏହାପରେ ୨୦୨୨ ଓ ୨୦୨୩ରେ ‘ଡିଭାଇନ୍‌ ଟାଇଡ୍ସ’ର ମ୍ୟୁଜିକ୍‌ କମ୍ପୋଜ୍‌ କରି ସେ ଲଗାତର ୨ବର୍ଷ ଗ୍ରାମୀ ଆୱାର୍ଡ ହାସଲ କରିଛନ୍ତି। ୨୦୨୦ରେ ଜିକ୍ୟୁ ମାଗାଜିନ୍‌ ପକ୍ଷରୁ ତାଙ୍କୁ ‘ଜିକ୍ୟୁ ହିରୋ’ ନାମରେ ନାମିତ କରାଯାଇଥିଲା। ଏଥିସହ ସେ ୨୦ ଦେଶରୁ ୧୦୦ରୁ ଅଧିକ ପୁରସ୍କାର ଓ ସମ୍ମାନ ପାଇଛନ୍ତି।
୧୯୮୧ ମସିହା ଅଗଷ୍ଟ ୫ରେ ଭାରତୀୟ ବଂଶୋଦ୍ଭବ ମାତାପିତାଙ୍କଠାରୁ ରିକି ଆମେରିକାର ଉତ୍ତର କରୋଲିନାଠାରେ ଜନ୍ମଗ୍ରହଣ କରିଥିଲେ। ସେତେବେଳେ ତାଙ୍କ ବାପା ଡ. ଜ୍ଞାନ କେଜ୍‌ ସେଠାରେ ଜଣେ ଜେନେରାଲ୍‌ ଫିଜିସିଆନ୍‌ ଥିଲେ। ମା’ଙ୍କ ନଁା ପମି କେଜ୍‌। ୧୯୮୬ରେ ପରିବାର ସହ ରିକି ଭାରତ ଫେରିଥିଲେ। ଏହାପରେ ୮ବର୍ଷ ବୟସରେ ରିକି ବେଙ୍ଗାଲୁରୁସ୍ଥିତ ‘ବିଶପ୍‌ କଟନ ବୟଜ୍‌’ ସ୍କୁଲରେ ଶିକ୍ଷାଲାଭ କଲେ। ଏଥିସହ ସେଠାରେ ଅକ୍ସଫୋର୍ଡ ଡେଣ୍ଟାଲ କଲେଜରେ ପାଠ ପଢ଼ିଥିଲେ। ଡାକ୍ତର ପରିବାରରେ ଜନ୍ମ ନେଇଥିଲେ ମଧ୍ୟ ସଙ୍ଗୀତ ପ୍ରତି ତାଙ୍କର ଦୁର୍ବଳତା ଥିଲା। ତେଣୁ ସେ ସଙ୍ଗୀତକୁ କ୍ୟାରିଅର କଲେ। କଲେଜରେ ପଢ଼ୁଥିବା ସମୟରୁ ହିଁ ସେ ବ୍ୟାଣ୍ଡ୍‌ରେ ଯୋଗଦେଇ ମ୍ୟୁଜିକ୍‌ କମ୍ପୋଜ କରିବା ଆରମ୍ଭ କରିଦେଇଥିଲେ। ଜଣେ କିବୋର୍ଡ ଆର୍ଟିଷ୍ଟ ଭାବେ କ୍ୟାରିୟର ଆରମ୍ଭ କରିଥିବା ରିକି ୨ବର୍ଷ ପରେ ଜଣେ ଫୁଲ୍‌ଟାଇମ୍‌ କମ୍ପୋଜର ଭାବେ ପରିଚିତି ହାସଲ କରିଥିଲେ। ସେତେବେଳକୁ ଅର୍ଥାତ୍‌ ୨୦୦୩ରେ ସେ ବେଙ୍ଗାଲୁରୁରେ ରାଭେଲ୍ୟୁଶନ୍‌ ନାମକ ଏକ ବ୍ୟାଣ୍ଡ୍‌ ଆରମ୍ଭ କରିସାରିଥିଲେ। ପ୍ରଥମେ ସେ ବିଜ୍ଞାପନ ଏବଂ କାନାଡ଼ା ଫିଲ୍ମ ପାଇଁ କମ୍ପୋଜ୍‌ କଲେ। ୨୦୦୮ରେ ଜିଙ୍ଗଲ-ଟ୍ରିଜ ଫର୍‌ ଫ୍ରି, ୨୦୦୯ରେ ଜିଙ୍ଗଲ-ସେଭେଣ୍ଟି ଏମ୍‌ଏମ୍‌ ମୁଭି ରେଣ୍ଟାଲ୍‌ସ, ୨୦୧୦ରେ ଶାନ୍ତି ଅର୍କେଷ୍ଟ୍ରା, ୨୦୧୩ରେ ଫର୍‌ ଏଭର, ୨୦୧୫ରେ ଉଇଣ୍ଡସ୍‌ ଅଫ୍‌ ସମ୍‌ସାର, ମହାତ୍ମା, ନିୟୁ ଆର୍ଥ କଲିଙ୍ଗ, ପାନାସୋନିକ ପି୮୧, ୨୦୧୭ରେ ଗଙ୍ଗା, ୨୦୧୯ରେ ୱାନ୍‌ ଉଇଥ୍‌ ଆର୍ଥ ସଙ୍ଗ୍‌, ମାଇଁ ଆର୍ଥ ସଙ୍ଗ୍‌, ବ୍ରେଦ୍‌ ଲାଇଫ୍‌ ଭଳି ଲୋକପ୍ରିୟ ସଙ୍ଗୀତ ଓ ଆଡ୍‌ କମ୍ପୋଜ୍‌ କରିଛନ୍ତି। ୨୦୧୮ରେ ଜାତିସଂଘରୁ ବଛା ଯାଇଥିବା ରିୟଲ ଲିଡର୍ସ ୧୦୦ ମଧ୍ୟରେ ଭାରତରୁ ରିକି ହିଁ ଏକମାତ୍ର ପ୍ରତିନିଧିତ୍ୱ କରିଥିଲେ। ୧୭ଟି ନିରନ୍ତର ବିକାଶ ଲକ୍ଷ୍ୟକୁ ନେଇ ସେ ‘ମାଇଁ ଆର୍ଥ’ ଗୀତ ପ୍ରସ୍ତୁତ କରିଥିଲେ। ଏହି ଗୀତକୁ ୟୁନିସେଫ୍‌ ଲଞ୍ଚ କରିବା ସହ ଇଂଲିଶ, ହିନ୍ଦୀ ଓ କନ୍ନଡ଼ ଭାଷାରେ ପାଖାପାଖି ୫ମିଲିୟନ୍‌ରୁ ଅଧିକ ପୁସ୍ତକରେ ଏହା ପ୍ରକାଶ ପାଇଛି। ରିକିଙ୍କ ୧୭ଟି ଷ୍ଟୁଡିଓ ଆଲବମ୍‌ ରିଲିଜ ହୋଇଛି। ମାତ୍ର ସବୁଗୁଡ଼ିକ ୟୁନାଇଟେଡ୍‌ ଷ୍ଟେଟ୍‌ସରେ ରିଲିଜ ହୋଇଥିବାବେଳେ ନିଜ ଦେଶରେ ଗୋଟିଏ ବି ହୋଇନାହିଁ। ଏ ନେଇ ରିକିଙ୍କ ମତ ଯେ ଭାରତରେ ସଙ୍ଗୀତକୁ କିଣିବା ଭଳି ଏକ ପୋର୍‌ କଲ୍‌ଚର ରହିଛି। ଏଥିସହ ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରିର ଡୋମିନାଣ୍ଟ ପ୍ରେଜେନ୍ସ ପାଇଁ ସେ ଭାରତରେ କମ୍ପୋଜ୍‌ କରନ୍ତି ନାହିଁ ବୋଲି କହିଛନ୍ତି। ୨୦୧୪ରେ ରିକି ବର୍ଷା ଗୌଡ଼ାଙ୍କୁ ବିବାହ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସୁନା ରୁପା ଛାଡ଼, ରସୁଣ-ପିଆଜ ଧର: ବଲାଙ୍ଗିରରେ ଚୋରଙ୍କ ନୂଆ ଷ୍ଟାଇଲ୍

ବଲାଙ୍ଗୀର, ୨୯।୧୧ (ସୁନିଲ କୁମାର ମହାନ୍ତି) : ବଲାଙ୍ଗୀର ସହରରେ ଦିନକୁ ଦିନ ଚୋରି ବଢ଼ିବାରେ ଲାଗିଛି। ଅନ୍ଧାର ରାତିରେ ବିଭିନ୍ନ ଘରକୁ ଟାର୍ଗେଟ କରି ଚୋର…

କ୍ରମାଗତ ତୃତୀୟ ଥର ଚାମ୍ପିୟନ୍ସ ଟ୍ରଫି ଜିତି ଇତିହାସ ସୃଷ୍ଟି କରିଛି ଭାରତ

ନୂଆଦିଲ୍ଲୀ,୨୯।୧୧: ଭାରତ ଫାଇନାଲରେ ଚାଇନାକୁ ୩-୧ ଗୋଲରେ ପରାସ୍ତ କରି ମହିଳା ହକି ଏସୀୟ ଚାମ୍ପିୟନ୍ସ ଟ୍ରଫି ଟାଇଟଲ ଜିତିଛି। ମହିଳା ଏସୀୟ ଚାମ୍ପିୟନ୍ସ ଟ୍ରଫିରେ କ୍ରମାଗତ…

ମୁସ୍ତାକ ଅଲି ଟ୍ରଫିରେ ୨୧୪ ରନ: ପୁଣି ଥରେ ଟିମ ଇଣ୍ଡିଆରେ ସାମିଲ ହେବା ପାଇଁ ଦାବି ଜଣାଇଲେ ସୂର୍ଯ୍ୟକୁମାର ଯାଦବ

ନୂଆଦିଲ୍ଲୀ,୨୯।୧୧: ଭାରତୀୟ ଟି-୨୦ ଦଳର ପୂର୍ବତନ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ପୁଣିଥରେ ଭାରତୀୟ ଦଳରେ ସାମିଲ ହେବା ପାଇଁ ଦାବିଦାର ହୋଇ ଉଭା ହୋଇଛନ୍ତି। ବର୍ତ୍ତମାନ ଚାଲିଥିବା…

ବ୍ୟାରିୟରମୁକ୍ତ ଟୋଲ୍‌ ପ୍ଲାଜାରେ ଟୋଲ୍‌ ଫାଙ୍କିଲେ ଦେବାକୁ ହେବ ୫ଗୁଣା ଜରିମାନା

ନୂଆଦିଲ୍ଲୀ, ୨୯ା୧୧: ନୂଆକରି ଆରମ୍ଭ ହୋଇଥିବା ବ୍ୟାରିୟର-ମୁକ୍ତ ଟୋଲ୍‌ ପ୍ଲାଜାଗୁଡ଼ିକରେ ଟୋଲ୍‌ ଫାଙ୍କିବା ପାଇଁ ଯେଉଁ ଗାଡ଼ି ମାଲିକମାନେ ଜାଣିଶୁଣି ପଞ୍ଜୀକରଣ ନମ୍ବର ପ୍ଲେଟକୁ ଘୋଡ଼ାଇବେ, ବିକୃତ…

ହାତୀ ଆକ୍ରମଣରେ ୬୨ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ: ଧାନ ଫସଲ ଜଗିଥିବା ବେଳେ ଦନ୍ତା ହାତୀର ଆକ୍ରମଣ; ୨୯ ଟିକିଆ ହାତୀପଲ ଆତଙ୍କ

ପାଟଣା, ୨୯।୧୧ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବନାଞ୍ଚଳ ଅନ୍ତର୍ଗତ ଏରେଣ୍ଡେଇ ଗ୍ରାମର ବୈତରଣୀ ନଦୀକୂଳ ବିଲ ନିକଟରେ ଶନିବାର ବିଳମ୍ବିତ ରାତିରେ ହାତୀ…

କେସିଙ୍ଗାରେ ନୂତନ ନର୍ସିଂ କଲେଜ ଉଦ୍‌ଘାଟିତ: ନର୍ସିଂ ଶିକ୍ଷା କ୍ଷେତ୍ରରେ ନୂଆ ଅଧ୍ୟାୟ; ଉପକୃତ ହେବେ ଗରିବ ଓ ଆଦିବାସୀ ଛାତ୍ରୀ ଛାତ୍ର

କେସିଙ୍ଗା, ୨୯।୧୧ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହରର ବୋରିଂପଦରସ୍ଥିତ ନ୍ୟୁ ଲାଇଫ୍ ଏକାଡେମୀର ମେନ୍ କ୍ୟାମ୍ପସ୍‌ରେ ‘କ୍ରିଷ୍ଟିନା ସ୍କୁଲ୍ ଅଫ୍ ନର୍ସିଂ’ର ଶୁଭ ଉଦ୍‌ଘାଟନ…

ଆଜିଠୁ ବଢ଼ିବ ଶୀତ: ଥରିବ ଓଡ଼ିଶା

ଭୁବନେଶ୍ୱର, ୨୯।୧୧ (ବନ୍ଦନା ସେଠୀ):ରାଜ୍ୟରେ ଶୀତର ପ୍ରଭାବ ଜାରି ରହିଛି। ଦିନରେ ଖରା ହେଉଥିଲେ ମଧ୍ୟ ଶୀତଳ ପବନ ଦେହକୁ ସୁହାଉଛି। ହେଲେ ରାତିରେ ଥଣ୍ଡା ଅନୁଭୂତ…

ଏହି କାରଣରୁ ଭାରତର ଅଧିନାୟକ ହୋଇପାରିଲେ ନାହିଁ…ପନ୍ତଙ୍କ ବର୍ଷିଲେ ରବିଚନ୍ଦ୍ରନ ଅଶ୍ୱିନ

ନୂଆଦିଲ୍ଲୀ,୨୮।୧୧: ଭାରତୀୟ ଟେଷ୍ଟ କ୍ରିକେଟରେ ଋଷଭ ପନ୍ତ ନିଜର ନିର୍ଭୀକ ଓ ଆକ୍ରାମକ ବ୍ୟାଟିଂ ପାଇଁ ବେଶ୍ ପରିଚିତ। ମାତ୍ର କ୍ରାଇଷ୍ଟଚର୍ଚ୍ଚରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳାଯାଉଥିବା ଦ୍ୱିତୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?