ଏଇ ଭାରତରେ

ଏକ ରିପୋର୍ଟରୁ ଜଣାପଡ଼ିଛି ଯେ, ଭାରତରେ ସାପ କାମୁଡ଼ାରେ ପ୍ରତିବର୍ଷ ୬୪,୦୦୦ ଲୋକଙ୍କ ମୃତ୍ୟୁ ହେଉଛି ଓ ଏହା ବେଶି ଗ୍ରାମାଞ୍ଚଳରେ ଘଟୁଛି। ତେବେ ସାପକାମୁଡ଼ାଜନିତ ମୃତ୍ୟୁ ରୋକିବା ଲାଗି ମହାରାଷ୍ଟ୍ରର ଦମ୍ପତି ଯେଉଁ ପଦକ୍ଷେପ ନେଉଛନ୍ତି ତାହା ବାସ୍ତବରେ ପ୍ରଶଂସନୀୟ। ଡ. ସଦାନନ୍ଦ ଓ ତାଙ୍କ ସ୍ତ୍ରୀ ପଲ୍ଲବୀ ରାଉତ ସାପ କାମୁଡ଼ିଥିବା ଲୋକମାନଙ୍କୁ ଠିକ୍‌ ସମୟରେ ଚିକିତ୍ସା ଯୋଗାଇ ଜୀବନ ରକ୍ଷା କରୁଛନ୍ତି। ଏବେସୁଦ୍ଧା ସେମାନେ ୬,୦୦୦ ଲୋକଙ୍କୁ ଜୀବନ ବଞ୍ଚାଇ ସାରିଲେଣି। ସଦାନନ୍ଦ ମେଡିସିନ୍‌ରେ ଡିଗ୍ରୀ ହାସଲ କରିଛନ୍ତି। ନାରାୟଣଗାଁର ସେ ୧୯୯୨ରେ କ୍ଲିନିକ ଖୋଲି ଲୋକଙ୍କ ଚିକିତ୍ସା କରୁଥିଲେ ।
ପରେ ସେଠାରେ ୧୯୯୫ରୁ ମାଗଣାରେ ବିଷଧର ସାପ କାମୁଡ଼ାର ଆକ୍ରାନ୍ତ ରୋଗୀଙ୍କ ଚିକିତ୍ସା କରୁଛନ୍ତି। ଏହି କାର୍ଯ୍ୟରେ ତାଙ୍କ ସ୍ତ୍ରୀ ପଲ୍ଲବୀ ସମ୍ପୂର୍ଣ୍ଣ ସହଯୋଗ କରିଆସୁଛନ୍ତି। ଏହାବ୍ୟତୀତ ଏହି ଦମ୍ପତି ସାପକାମୁଡ଼ା ସମ୍ପର୍କରେ ବିଭିନ୍ନ ଗାଁ, ସ୍କୁଲ ଓ କଲେଜରେ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରୁଛନ୍ତି। ସେମାନେ ଏଯାବତ୍‌ ୧୦,୦୦୦ ଛାତ୍ରୀଛାତ୍ର ଓ ୨୦୦୦ ଶିକ୍ଷକଙ୍କୁ ଏ ସମ୍ପର୍କରେ ସଚେତନ କରିବା ସହ ସାପକାମୁଡ଼ାର ପ୍ରାରମ୍ଭିକ ଚିକିତ୍ସା ଉପରେ ପ୍ରଶିକ୍ଷଣ ଦେଇସାରିଲେଣି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବର୍ଜ୍ୟ ପରିଚାଳନାରେ ବେଙ୍ଗାଲୁରୁର ବ୍ରିଗେଡ ମିଡୋଜ କଲୋନି ଏକ ଉଦାହରଣ ସୃଷ୍ଟି କରିଛି। ଏହି କଲୋନିର ଆପାର୍ଟମେଣ୍ଟଗୁଡ଼ିକରେ ପାଖାପାଖି ୭,୦୦୦ ପରିବାର ରହୁଛନ୍ତି। ସେମାନେ ଏକ ସୋସାଇଟି…

ଚାଲ ଦୁଷ୍ଟାମି କରିବା

ପିଲା ଜନ୍ମ ହେଲା। ଘରେ ମିଠା ବଣ୍ଟାଗଲା। ଫୋନ୍‌ରେ ଫଟୋ ଉଠିଲା। ସୋସିଆଲ ମିଡିଆରେ ପୋଷ୍ଟହେଲା ‘ଆମ ଘରକୁ ନୂଆ ଅତିଥି ଆସିଲା।’କେହି କହିଲେ ‘ଲକ୍ଷ୍ମୀ ଆସିଛି।’…

ଶାସକ, ଶାସନ ଓ ସଭ୍ୟତା

ତ କିଛି ବର୍ଷ ପୂର୍ବେ ‘ମୋଗଲ ତାମସା’ର ଏକ ମଞ୍ଚାଭିନୟ ଦେଖିବାର ସୁଯୋଗ ପାଇଥିଲି, ଯାହାକୁ ପରିଚାଳନା କରୁଥିଲେ ଭଦ୍ରକର ବାଦଲ ସିକଦାର। ନୃତ୍ୟ ଓ ଅଭିନୟର…

ବିଚାରପତି ଭଗବାନ୍‌ ନୁହନ୍ତି

ସାଧାରଣରେ ଲୋକେ କହିଥାଆନ୍ତି, ବିଚାର କୋର୍ଟରେ ହେବ। ଅର୍ଥାତ୍‌ କୌଣସି ବିବାଦ ଦେଖାଦେଲେ ଅଦାଲତ ଉପରେ ଜନସାଧାରଣଙ୍କ ଭରସା ଥିଲା। ଏବେ ଏକ ଭିନ୍ନ ଚିତ୍ର ଦେଖିବାକୁ…

କଠିନ ପଥ

ଏବେ ଦେଶ ସମ୍ମୁଖରେ କ’ଣ ସମସ୍ୟା ଅଛି, ସ୍ୱାଧୀନତାର ମୌଳିକ ଲକ୍ଷ୍ୟ ପୂରଣ ହୋଇଛି କି ନା ତାହା ଆଲୋଚନା ହେବା ଉଚିତ। ରାଜନୈତିକ ସ୍ୱାଧୀନତା ସତରେ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

ପବିତ୍ର ବନ

ବନ ସଂରକ୍ଷଣ ୨ପ୍ରକାର ପଦ୍ଧତିରେ କରାଯାଇଥାଏ। ପ୍ରଥମରେ ‘ଇନ୍‌ ସିଟୁ’ ଏବଂ ୨ୟରେ ‘ଏକ୍‌ସ ସିଟୁ’ ସଂରକ୍ଷଣ। କିନ୍ତୁ ଜଙ୍ଗଲକୁ ତା’ର ପ୍ରାକୃତିକ ସ୍ଥିତିରେ ସଂରକ୍ଷିତ ବା…

ସ୍ବାଗତଯୋଗ୍ୟ ସମୀକ୍ଷା

ଓଡ଼ିଶାର ପରବର୍ତ୍ତୀ ପୋଲିସ ମହାନିର୍ଦ୍ଦେଶକ(ଡିଜିପି) ନିଯୁକ୍ତିକୁ ନେଇ ବିବାଦ ଲାଗିରହିଛି। ପ୍ରକୃତରେ ସଞ୍ଜୀବ ପଣ୍ଡା କିମ୍ବା ଏହି ଦୌଡ଼ରେ ଥିବା ଅନ୍ୟ ଅଧିକାରୀମାନଙ୍କୁ ନେଇ ଏହା ହୋଇନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri