ଏଇ ଭାରତରେ

ଫିଲ୍ମରେ ଦେଖିବାକୁ ମିଳିଥାଏ କୁକୁର କିପରି ତା’ର ମାଲିକକୁ ଅପେକ୍ଷା କରି ବସିଥାଏ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କେରଳର କୋଝିକୋଡେରେ। ଯେଉଁଠାରେ କୁକୁର ମାଲିକଙ୍କ ମୃତ୍ୟୁ ପରେ ବି ଶବାଗାର ବାହାରେ ଅପେକ୍ଷା କରି ବସିଛି। ବୋଧହୁଏ ସେ ଜାଣିନି ତା’ ମାଲିକ ଆଉ ଏହି ଦୁନିଆରେ ନାହାନ୍ତି। କିନ୍ତୁ କାଳେ ମାଲିକ ଶବାଗାରରୁ ଆସିବେ ସେଥିପାଇଁ କୁକୁର ଅପେକ୍ଷା କରି ବସି ରହିଛି। ଏହି କୁକୁର ବିଷୟରେ ସୋସିଆଲ ମିଡିଆରେ ୟୁଜରମାନେ ଅନେକ ପ୍ରତିକ୍ରିୟା ଦେଇଛନ୍ତି। କେହି କେହି ଏହାକୁ ମଣିଷର ସାଥୀ ବୋଲି କହୁଥିବା ବେଳେ ଅନ୍ୟମାନେ ଏହାକୁ ପ୍ରକୃତ ବିଶ୍ୱସ୍ତତା ବୋଲି କହୁଛନ୍ତି । ଚାରିମାସ ଧରି କେରଳର କନ୍ନୁର ଜିଲା ଡାକ୍ତରଖାନାର ଶବାଗାର ବାହାରେ ଏକ କୁକୁର ଅପେକ୍ଷା କରିଛି। ଡାକ୍ତରଖାନା ଅଧିକାରୀମାନେ କୁକୁରର ମାଲିକଙ୍କୁ ଚିହ୍ନଟ କରିବାରେ ଅସମର୍ଥ ହୋଇଛନ୍ତି। ହସ୍ପିଟାଲ କର୍ମଚାରୀ ରାଜେଶ କୁମାର କହିଛନ୍ତି, ପ୍ରଥମ ଦିନରେ ଆମେ କୁକୁର ପ୍ରତି ଧ୍ୟାନ ଦେଇ ନ ଥିଲୁ। କିନ୍ତୁ ପରଦିନ ସେ ସେଠାରେ ଜଗି ବସିଥିଲା। ଯେତେବେଳେ ଆମେ ସ୍ଥାନୀୟ ଲୋକଙ୍କୁ ଏ ବିଷୟରେ ପଚାରିଲୁ, ସେମାନେ କହିଥିଲେ, ଏହି କୁକୁରଟି ଜଣେ ରୋଗୀଙ୍କ ସହିତ ଡାକ୍ତରଖାନାକୁ ଆସିଥିଲା । ହେଲେ ତାଙ୍କର ମୃତ୍ୟୁ ଘଟିଛି। କୁକୁରଟିକୁ ମୃତଦେହ ନିଆଯାଉଥିବା ରାମ୍ପରେ ବସିଥିବାର ଦେଖିବାକୁ ମିଳୁଛି। କୁକୁରଟି ନିକଟସ୍ଥ ଫିଜିଓଥେରାପି ବିଭାଗ ବିଲ୍ଡିଂକୁ ଯାଉଛି ରାତିରେ ଶବାଗାରକୁ ଫେରିଆସୁଛି। କୁକୁରକୁ ପୋଷ୍ୟ ଭାବେ ଗ୍ରହଣ କରିବା ପାଇଁ କନ୍ନୁରରୁ ଜଣେ ମହିଳା ଇଚ୍ଛା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାଗରିକ ଚେତନା

ଅଷ୍ଟ୍ରେଲିଆର ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର ମାଥ୍ୟୁ ହେଡେନଙ୍କୁ ସମ୍ପ୍ରତି ଖେଳ ପଡ଼ିଆରେ ଅଳିଆ ଉଠାଇ ସଫା କରୁଥିବାର ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ଦେଖିବାକୁ ମିଳିଥିଲା। ପ୍ରଥମ ଦୃଷ୍ଟିରେ…

ସତ୍ୟରେ ସମାଧାନ

ଗୋଟିଏ ମୁହୂର୍ତ୍ତ ପାଇଁ ଭାବନ୍ତୁ ଯେ ମୁଁ ଜଣେ ଶକ୍ତିଶାଳୀ ବ୍ୟକ୍ତି। ଯିଏ ସହଜରେ ଭାରି ଓଜନ ଉଠାଇପାରେ ଏବଂ ମୁଁ ପୂରା ଫିଟ୍‌। ଯଦି କେହି…

ସମସ୍ୟା- ଅର୍ଥନୀତିର ନା ମୂଲ୍ୟବୋଧର

ଆମେ ଭାରତୀୟମାନେ ଏବେ ଦୈନନ୍ଦିନ ଆମର ଜୀବନଟିକୁ ଯେପରି ବଞ୍ଚୁଛୁ ତାହା ହିଁ ଏବର ଭାରତ ନିର୍ମାଣ କରୁଛି, ଯେଉଁ ଜୀବନ ଦର୍ଶନ ଓ ଜଗତ ଦୃଷ୍ଟିକୁ…

ଅପହୃତ କଳାକୃତି

ଆମ ରାଜ୍ୟର ଶିଳ୍ପୀମାନେ ନିପୁଣ କାରିଗରି କୌଶଳ ପ୍ରୟୋଗକରି ନିହାଣ ମୁନରେ ପଥର ଦେହରେ ଜୀବନ୍ତ କଳାକୃତି ନିର୍ମାଣ କରିପାରୁଥିଲେ। ସେଥିରେ ଦୈନନ୍ଦିନର ଜୀବନଶୈଳୀ ସହ ଆମ…

ସ୍ଥିରତାକୁ ଗୁରୁତ୍ୱ

ସିବିଆଇ ନିର୍ଦ୍ଦେଶକ ଭାବରେ ପ୍ରବୀଣ ସୁଦ୍‌ଙ୍କ କାର୍ଯ୍ୟକାଳ ଆଉ ୧ବର୍ଷ ବଢ଼ିିବା ଅପ୍ରତ୍ୟାଶିତ ନ ଥିଲା। ଔପଚାରିକ ଭାବରେ, ସରକାର ନିରନ୍ତରତା ଏବଂ ସ୍ଥିରତା ନାମରେ ଏହି…

ଏଇ ଭାରତରେ

ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ପରିବାର ପ୍ରଚେଷ୍ଟାରେ ମହାରାଷ୍ଟ୍ର ରାଜ୍ୟ ପୁଣେର ଜୁନ୍ନାର ପାହାଡ଼ ଏବେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଏହାର ସବୁଜ ଆକର୍ଷଣ ପର୍ଯ୍ୟଟକଙ୍କୁ ବିମୋହିତ…

ପରିସ୍ଥିତିର ଦାସ ମଣିଷ

ମହାନ୍‌ ମାନବବାଦୀ ନେତା ଆବ୍ରାହମ୍‌ ଲିଙ୍କନ ଥରେ କହିଥିଲେ, ”ମୁଁ ମୋର ସାମ୍ନା କରିଥିବା ପରିସ୍ଥିତିର ଫଳ“ ଅର୍ଥାତ୍‌ ସେ ଯେଉଁ ଆସନରେ ମଣ୍ଡିତ ଥିଲେ ତାହା…

ଜୀବନ ନଦୀର ଦୁଇ କୂଳ

ଶ୍ରଦ୍ଧାବାନ୍‌ ଲଭ୍ୟତେ ଜ୍ଞାନମ୍‌ ଓ ସଂଶୟାତ୍ମା ବିନଶ୍ୟତି’ର ମହତ୍ତ୍ୱ ହୃଦୟଙ୍ଗମ କରିବା ଉଚିତ। ଜ୍ଞାନ ପାଇଁ ସଂଶୟହୀନତା ଓ ଶ୍ରଦ୍ଧା ଉଭୟ ଆବଶ୍ୟକ, ଠିକ୍‌ ଯେପରି ଆଲୋକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri