ଏଇ ଭାରତରେ

ହଜିଯାଇଥିବା ପିଲାମାନଙ୍କୁୁ ଖୋଜିଆଣି ସେମାନଙ୍କ ପରିବାରକୁ ଦେଉଛନ୍ତି ଆଇଏଏସ୍‌ ଅଧିକାରୀ ହିମାଂଶୁ ନାଗପାଲ। ବାରାଣସୀରେ ହଜିଯାଇଥିବା ୭୩୦ ପିଲାଙ୍କୁ ଖୋଜିପାଇବାରେ ସେ ସକ୍ଷମ ହୋଇଛନ୍ତି। ହିମାଂଶୁଙ୍କ ଜନ୍ମ ହରିୟାଣାର ହିସାର ଜିଲାରେ। ୨୦୧୯ ବ୍ୟାଚ୍‌ ଆଇଏଏସ୍‌ ଅଧିକାରୀ ହିମାଂଶୁଙ୍କୁ ଗତବର୍ଷ ବାରାଣସୀରେ ଚିଫ୍‌ ଡେଭଲପ୍‌ମେଣ୍ଟ ଅଫିସର ଭାବେ ନିଯୁକ୍ତ କରାଯାଇଥିଲା। ସେ ବିଭିନ୍ନ ସ୍ଥାନକୁ ଯିବା ସମୟରେ ପିଲାମାନେ ଭିକ ମାଗୁଥିବା ଦେଖିବାକୁ ପାଇଥିଲେ। ପିଲାମାନଙ୍କ ସହ କଥା ହେବା ପରେ ସେମାନେ ଏକ ପ୍ଲାଏ ଓଭର ତଳେ ରହୁଥିବା ଜାଣିବାକୁ ପାଇଥିଲେ। ସେମାନଙ୍କ ବୟସ ୫ରୁ ୧୮ ବର୍ଷ ମଧ୍ୟରେ। ମା’ବାପଙ୍କ ସହ ବାରାଣସୀ ଆସି ହଜିଯିବା ପରେ ସେମାନେ ଏହି ବୃତ୍ତିରେ ବଞ୍ଚୁଥିବା କହିଥିେଲେ। ଏହା ଜାଣିବା ପରେ ହିମାଂଶୁ ପିଲାମାନଙ୍କ ସମ୍ପର୍କରେ ସବିଶେଷ ତଥ୍ୟ ହାସଲ କରି ସେମାନଙ୍କ ପରିବାର ନିକଟରେ ପହଞ୍ଚାଇ ଦେଉଛନ୍ତି। ଏହି କାର୍ଯ୍ୟ ଲାଗି ସେ ୧୨ଟି ଟିମ୍‌ ଗଠନ କରିଛନ୍ତି, ଯେଉଁଥିରେ ରହିଛନ୍ତି ୬୦ ଜଣ ଅଧିକାରୀ। ଯେଉଁ ପିଲାମାନଙ୍କ ଠିକଣା ମିଳୁନାହିଁ ସେମାନଙ୍କୁ ସ୍ଥାନୀୟ ପ୍ରାଥମିକ ସ୍କୁଲରେ ନାମ ଲେଖାଇ ବଢ଼ିବାର ସୁଯୋଗ ଦେଉଛନ୍ତି ଓ ସେମାନଙ୍କ ଖର୍ଚ୍ଚ ମଧ୍ୟ ବହନ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

ଏକଲବ୍ୟ ଓ ଅଙ୍ଗୁଳିମାଳ

କଲବ୍ୟଙ୍କ କାହାଣୀ ହେଉଛି ଜଣେ ନିମ୍ନଜାତିର ବନବାସୀ ବାଳକଙ୍କ କଥା। ବ୍ରାହ୍ମଣ ଗୁରୁ ଦ୍ରୋଣ ତାଙ୍କୁ ଶିଷ୍ୟ ଭାବେ ଗ୍ରହଣ କରିବାକୁ ମନା କରିଥିଲେ। ଏହା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri