ଏଇ ଭାରତରେ

ପିତାଙ୍କ ସ୍ମୃତିରେ ଜଙ୍ଗଲ ସୃଷ୍ଟି କରି ଏକ ନିଆରା କାର୍ଯ୍ୟ କରୁଛନ୍ତି ପୁତ୍ର ଜର୍ଜ ରେମିଡିଓସ। ଜର୍ଜ ଏକ ବିଜ୍ଞାପନ ଏଜେନ୍ସିରୁ ଚାକିରି ଛାଡ଼ି ‘ଦି ଟର୍ନିଂ ଟାଇଡ୍‌’ ସଂସ୍ଥା ଗଠନ କରି ତା’ ମାଧ୍ୟମରେ ମୁମ୍ବାଇର କେନ୍ଦ୍ରସ୍ଥଳୀରେ ୧୨ଟି ଜଙ୍ଗଲ କରିଛନ୍ତି। ପ୍ରତ୍ୟେକଟି ଜଙ୍ଗଲ ପାଇଁ ସେ ୧୫ରୁ ୩୦ ହଜାର ଟଙ୍କା ଖର୍ଚ୍ଚ କରିଛନ୍ତି। ବିଗତ ୮ ବର୍ଷରେ ସେ ତାଙ୍କ ସଂସ୍ଥା ଦ୍ୱାରା ୨୬,୦୦୦ ଗଛ ରୋପଣ କରି ଏଭଳିି ଜଙ୍ଗଲ କରିପାରିଛନ୍ତି। ଏହି ଜଙ୍ଗଲଗୁଡ଼ିକ ଲୋକମାନଙ୍କୁ ବିଭିନ୍ନ କିସମର ଫଳ ଯୋଗାଉଛି। ଜଙ୍ଗଲରୁ ଆମ୍ବ, ପିଜୁଳି, ଡାଳିମ୍ବ ଓ କଦଳୀ ଆଦି ଫଳ ମିଳୁଛି। ଜଙ୍ଗଲର ଯତ୍ନ ନେବା ଲାଗି ସେ ବୃଦ୍ଧାଶ୍ରମ ଓ ଅନାଥ ଆଶ୍ରମଗୁଡ଼ିକୁ ଦାୟିତ୍ୱ ଦେଇଛନ୍ତି। ସେ ସୀମିତ ଜାଗାରେ ସମାନ ପ୍ରକାର ଜଙ୍ଗଲ ସୃଷ୍ଟି କରିବାକୁ ଲୋକମାନଙ୍କୁ ଉତ୍ସାହିତ କରୁଛନ୍ତି। ଜର୍ଜଙ୍କୁ ୯ ବର୍ଷ ବୟସ ହୋଇଥିବାବେଳେ ସେ ଗଛପ୍ରିୟ ଥିଲେ ଯାହା ପରବର୍ତ୍ତୀ ସମୟରେ ତାଙ୍କୁ ଏଭଳି କାର୍ଯ୍ୟ କରିବାକୁ ପ୍ରେରିତ କରିଛି। ମୁମ୍ବାଇ ପରେ ପୁଣେ, ତିରୁଚିରାପଲ୍ଲୀ, ପାରା ଓ ତରଙ୍ଗମ୍ବାଡିରେ ଜଙ୍ଗଲ ସୃୃଷ୍ଟି କରିବା ଲାଗି ସେ ଯୋଜନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବର୍ଜ୍ୟ ପରିଚାଳନାରେ ବେଙ୍ଗାଲୁରୁର ବ୍ରିଗେଡ ମିଡୋଜ କଲୋନି ଏକ ଉଦାହରଣ ସୃଷ୍ଟି କରିଛି। ଏହି କଲୋନିର ଆପାର୍ଟମେଣ୍ଟଗୁଡ଼ିକରେ ପାଖାପାଖି ୭,୦୦୦ ପରିବାର ରହୁଛନ୍ତି। ସେମାନେ ଏକ ସୋସାଇଟି…

ଚାଲ ଦୁଷ୍ଟାମି କରିବା

ପିଲା ଜନ୍ମ ହେଲା। ଘରେ ମିଠା ବଣ୍ଟାଗଲା। ଫୋନ୍‌ରେ ଫଟୋ ଉଠିଲା। ସୋସିଆଲ ମିଡିଆରେ ପୋଷ୍ଟହେଲା ‘ଆମ ଘରକୁ ନୂଆ ଅତିଥି ଆସିଲା।’କେହି କହିଲେ ‘ଲକ୍ଷ୍ମୀ ଆସିଛି।’…

ଶାସକ, ଶାସନ ଓ ସଭ୍ୟତା

ତ କିଛି ବର୍ଷ ପୂର୍ବେ ‘ମୋଗଲ ତାମସା’ର ଏକ ମଞ୍ଚାଭିନୟ ଦେଖିବାର ସୁଯୋଗ ପାଇଥିଲି, ଯାହାକୁ ପରିଚାଳନା କରୁଥିଲେ ଭଦ୍ରକର ବାଦଲ ସିକଦାର। ନୃତ୍ୟ ଓ ଅଭିନୟର…

ବିଚାରପତି ଭଗବାନ୍‌ ନୁହନ୍ତି

ସାଧାରଣରେ ଲୋକେ କହିଥାଆନ୍ତି, ବିଚାର କୋର୍ଟରେ ହେବ। ଅର୍ଥାତ୍‌ କୌଣସି ବିବାଦ ଦେଖାଦେଲେ ଅଦାଲତ ଉପରେ ଜନସାଧାରଣଙ୍କ ଭରସା ଥିଲା। ଏବେ ଏକ ଭିନ୍ନ ଚିତ୍ର ଦେଖିବାକୁ…

କଠିନ ପଥ

ଏବେ ଦେଶ ସମ୍ମୁଖରେ କ’ଣ ସମସ୍ୟା ଅଛି, ସ୍ୱାଧୀନତାର ମୌଳିକ ଲକ୍ଷ୍ୟ ପୂରଣ ହୋଇଛି କି ନା ତାହା ଆଲୋଚନା ହେବା ଉଚିତ। ରାଜନୈତିକ ସ୍ୱାଧୀନତା ସତରେ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

ପବିତ୍ର ବନ

ବନ ସଂରକ୍ଷଣ ୨ପ୍ରକାର ପଦ୍ଧତିରେ କରାଯାଇଥାଏ। ପ୍ରଥମରେ ‘ଇନ୍‌ ସିଟୁ’ ଏବଂ ୨ୟରେ ‘ଏକ୍‌ସ ସିଟୁ’ ସଂରକ୍ଷଣ। କିନ୍ତୁ ଜଙ୍ଗଲକୁ ତା’ର ପ୍ରାକୃତିକ ସ୍ଥିତିରେ ସଂରକ୍ଷିତ ବା…

ସ୍ବାଗତଯୋଗ୍ୟ ସମୀକ୍ଷା

ଓଡ଼ିଶାର ପରବର୍ତ୍ତୀ ପୋଲିସ ମହାନିର୍ଦ୍ଦେଶକ(ଡିଜିପି) ନିଯୁକ୍ତିକୁ ନେଇ ବିବାଦ ଲାଗିରହିଛି। ପ୍ରକୃତରେ ସଞ୍ଜୀବ ପଣ୍ଡା କିମ୍ବା ଏହି ଦୌଡ଼ରେ ଥିବା ଅନ୍ୟ ଅଧିକାରୀମାନଙ୍କୁ ନେଇ ଏହା ହୋଇନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri