ଏଇ ଭାରତରେ

୩୫ ଝିଅଙ୍କ ପିତା ଜଣେ। ଏକଥା ବିଶ୍ୱାସ ହେଉ ନ ଥିଲେ ବି ସତ। ଝାଡ଼ଖଣ୍ଡର ଦେଓଗଡ଼ ନିବାସୀ ୬୬ ବର୍ଷୀୟ ହରେରାମ ପାଣ୍ଡେ ହେଉଛନ୍ତି ସେହି ପିତା, ଯିଏ ୩୫ ଝିଅଙ୍କୁ ଲାଳନପାଳନ କରି ବଢ଼ାଉଛନ୍ତି। ସମସ୍ତେ ତାଙ୍କୁ ବାବା(ବାପା) ଡାକୁଛନ୍ତି। ମାତାପିତା ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ ହୋଇ ଜନ୍ମ ପରେ ଝିଅମାନଙ୍କୁ ଜଙ୍ଗଲ ଓ ଟ୍ରେନ୍‌ରେ ଛାଡ଼ି ଚାଲିଯିବା ପରେ ସେମାନଙ୍କୁ ପାଣ୍ଡେ ଉଦ୍ଧାର କରିଛନ୍ତି। ସେ ନାରାୟଣ ସେବା ଆଶ୍ରମ ଗଠନ କରି ସେଠାରେ ଏମାନଙ୍କୁ ରଖିଛନ୍ତି। ସେ ପ୍ରଥମେ ତାପସୀ ନାମ୍ନୀ ଝିଅକୁ ଉଦ୍ଧାର କରିଥିଲେ। ତାକୁ ୨୧ ଦିନ ବ୍ୟାପୀ ଚିକିତ୍ସା ପରେ ସୁସ୍ଥ କରି ଘରକୁ ଆଣିଥିଲେ। ଏବେ ସେହି ଝିଅର ବୟସ ୧୯ । ତାପସୀର ଜନ୍ମଦିନରେ ସେ ଖୁସିଙ୍କୁ ଉଦ୍ଧାର କରିବା ପରେ ସେବାଶ୍ରମ ଗଠନ କରିଥିଲେ। ପାଣ୍ଡେ ଓ ତାଙ୍କ ସ୍ତ୍ରୀ ଏହି ଝିଅମାନଙ୍କ ଯତ୍ନ ନେଉଛନ୍ତି। ଦେଓଗଡ଼ ପୋଲିସ କିମ୍ବା ରେଲ୍‌ଓ୍ବେ କର୍ମଚାରୀମାନେ କୌଣସି ପରିତ୍ୟକ୍ତ ସ୍ଥାନରେ ଝିଅଟିଏ ଦେଖିଲେ ତୁରନ୍ତ ପାଣ୍ଡେଙ୍କୁ ଖବର ଦେଉଛନ୍ତି। ପାଣ୍ଡେ ଏବେ ୩୫ ଝିଅଙ୍କ ସହ ୪୦ ସଦସ୍ୟ ବିଶିଷ୍ଟ ପରିବାର ପ୍ରତିପୋଷଣ କରୁଛନ୍ତି। ମାସକୁ ପାଖାପାଖି ୧.୫ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି। ଅନେକ ଝିଅଙ୍କୁ ସେ ଡିଏଭିରେ ନାମ ଲେଖାଇଛନ୍ତି। ଅନୁଦାନ ଓ ସ୍ବରୋଜଗାରରେ ସେ ଆଶ୍ରମକୁ ଚଳାଉଥିଲେ ବି ଅର୍ଥାଭାବ ଦେଖାଯାଉଛି। ତଥାପି ଅବିଚଳିତ ଭାବେ ତାଙ୍କ ବଡ଼ ପରିବାରକୁ ଚଳାଇବାରେ ଅବହେଳା କରିନାହାନ୍ତି ପାଣ୍ଡେ।


Enter your email to get our daily news in your inbox.

All Right Reserved By Dharitri.Com

ଆମ ବ୍ୟବସ୍ଥା ଓ ସାଧାରଣ ଜନତା

କେନ୍ଦୁଝରର ଜିତୁ ମୁଣ୍ଡା ଏବେ ସାରା ଭାରତ ଓ ବିଶ୍ୱରେ ଚର୍ଚ୍ଚିତ ହୋଇଛନ୍ତି। ନିଜ ମୃତ ଭଉଣୀଙ୍କ ନାମରେ ବ୍ୟାଙ୍କରେ ଥିବା ଟଙ୍କାକୁ ଉଠେଇବାକୁ ଯାଇ ବାରମ୍ବାର…

ପିଇବା ପାଣିର ବଜାରୀକରଣ

ବିଗତ ସତୁରି ଅଶୀ ଦଶକର କଥା। ବିନା ଦ୍ୱନ୍ଦ୍ୱରେ କୂଅ ଓ ନଳକୂଅରୁ ସିଧା ସଳଖ ଆମେ ପାଣି ପିଇ ଦେଉଥିଲୁ। ଏ କଥା ଏବେ ଭାବିଲା…

ଯୁକ୍ତିଯୁକ୍ତ ଦୃଷ୍ଟିକୋଣ

ଭାରତର ସଦ୍ୟତମ ବାବୁ ଅଦଳବଦଳ ପ୍ରକୃତରେ ବଦଳି କିମ୍ବା ନିଯୁକ୍ତି ବିଷୟକୁ ନୁହେଁ, ବରଂ ନୂଆଦିଲ୍ଲୀର ଶାସକୀୟ ଦୃଷ୍ଟିକୋଣର ଏକ ଗଭୀର ପରିବର୍ତ୍ତନକୁ ସୂଚିତ କରୁଛି। ସୂତ୍ରରୁ…

ଏଇ ଭାରତରେ

ମହାରାଷ୍ଟ୍ର ବିଦର୍ଭ ଏକ ମରୁଡ଼ିପ୍ରବଣ ଅଞ୍ଚଳ। ବର୍ଷାଦିନ ପରେ ଏଠାରୁ ଭାରଓ୍ବାଡ ଯାଯାବର ସମ୍ପ୍ରଦାୟର ଲୋକେ ଗୃହପାଳିତ ପଶୁଙ୍କୁ ନେଇ ଅନ୍ୟ ଚାରଣଭୂମି ଅଞ୍ଚଳକୁ ଚାଲିଯାଆନ୍ତି। ସେମାନେ…

ପ୍ରକୃତିର ସ୍ବରୂପ

ପତଞ୍ଜଳି ଯୋଗ ଦର୍ଶନର ଦ୍ୱିତୀୟ ପାଦ ସୂତ୍ର ସଂଖ୍ୟା-୧୮ରେ କୁହାଯାଇଛି, ”ପ୍ରକାଶ କ୍ରିୟା ସ୍ଥିତି ଶୀଳଂ ଭୂତେନ୍ଦ୍ରିୟାତ୍ମକଂ ଭେଗାପବର୍ଗାଥଂ ଦୃଶ୍ୟମ“। ଏହାର ଅର୍ଥ ହେଲା ପ୍ରକାଶ, କ୍ରିୟା…

ସବୁଜ ସାଧକ କାଳିନ୍ଦୀ ଚରଣ

ଜନ୍ମ ଆମର ମଣିଷ କୁଳରେ ନାହିଁ ଇଜ୍ଜତ୍‌ ମାନ, ଆମ ଝିଅବୋହୂ ସବୁରି ଶାଳୀ ହେ ଆମେ ଶଳା ସଇତାନ“। କବିତାରେ ସର୍ବହରା ମଣିଷର ଏହି ଇସ୍ତାହାର…

ଜଳବାୟୁ ଆଇନ ପାଇଁ ଆହ୍ବାନ

ଗତବର୍ଷ ଇଣ୍ଟରନ୍ୟାଶନାଲ କୋର୍ଟ ଅଫ୍‌ ଜଷ୍ଟିସ୍‌ (ଆଇସିଜେ) ଜଳବାୟୁ ପରିବର୍ତ୍ତନ ଉପରେ ଏକ ଆଇନଗତ ମତ ବା ରାୟ ପ୍ରକାଶ କରିଥିଲେ, ଯାହା ୨୦୧୫ ପ୍ୟାରିସ ଚୁକ୍ତି…

ସେବାରୁ ଆରମ୍ଭ, ସ୍ୱାର୍ଥରେ ଶେଷ

ଏବକାର ଭାରତରେ ରାଜନୀତିଜ୍ଞମାନେ ଇଂଲିଶ ଅକ୍ଷର ଏସ୍‌(S)କୁ ଜପାମାଳି କରି ଦେଇଛନ୍ତି। ଏହା ମାଧ୍ୟମରେ ସେମାନେ ଦେଶସେବା କରିବାର ଛଳନା କରୁଛନ୍ତି। ପ୍ରତ୍ୟେକ ସ୍ଲୋଗାନ, ପ୍ରତ୍ୟେକ ଯୋଜନା,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri