ଏଇ ଭାରତରେ

୩୫ ଝିଅଙ୍କ ପିତା ଜଣେ। ଏକଥା ବିଶ୍ୱାସ ହେଉ ନ ଥିଲେ ବି ସତ। ଝାଡ଼ଖଣ୍ଡର ଦେଓଗଡ଼ ନିବାସୀ ୬୬ ବର୍ଷୀୟ ହରେରାମ ପାଣ୍ଡେ ହେଉଛନ୍ତି ସେହି ପିତା, ଯିଏ ୩୫ ଝିଅଙ୍କୁ ଲାଳନପାଳନ କରି ବଢ଼ାଉଛନ୍ତି। ସମସ୍ତେ ତାଙ୍କୁ ବାବା(ବାପା) ଡାକୁଛନ୍ତି। ମାତାପିତା ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ ହୋଇ ଜନ୍ମ ପରେ ଝିଅମାନଙ୍କୁ ଜଙ୍ଗଲ ଓ ଟ୍ରେନ୍‌ରେ ଛାଡ଼ି ଚାଲିଯିବା ପରେ ସେମାନଙ୍କୁ ପାଣ୍ଡେ ଉଦ୍ଧାର କରିଛନ୍ତି। ସେ ନାରାୟଣ ସେବା ଆଶ୍ରମ ଗଠନ କରି ସେଠାରେ ଏମାନଙ୍କୁ ରଖିଛନ୍ତି। ସେ ପ୍ରଥମେ ତାପସୀ ନାମ୍ନୀ ଝିଅକୁ ଉଦ୍ଧାର କରିଥିଲେ। ତାକୁ ୨୧ ଦିନ ବ୍ୟାପୀ ଚିକିତ୍ସା ପରେ ସୁସ୍ଥ କରି ଘରକୁ ଆଣିଥିଲେ। ଏବେ ସେହି ଝିଅର ବୟସ ୧୯ । ତାପସୀର ଜନ୍ମଦିନରେ ସେ ଖୁସିଙ୍କୁ ଉଦ୍ଧାର କରିବା ପରେ ସେବାଶ୍ରମ ଗଠନ କରିଥିଲେ। ପାଣ୍ଡେ ଓ ତାଙ୍କ ସ୍ତ୍ରୀ ଏହି ଝିଅମାନଙ୍କ ଯତ୍ନ ନେଉଛନ୍ତି। ଦେଓଗଡ଼ ପୋଲିସ କିମ୍ବା ରେଲ୍‌ଓ୍ବେ କର୍ମଚାରୀମାନେ କୌଣସି ପରିତ୍ୟକ୍ତ ସ୍ଥାନରେ ଝିଅଟିଏ ଦେଖିଲେ ତୁରନ୍ତ ପାଣ୍ଡେଙ୍କୁ ଖବର ଦେଉଛନ୍ତି। ପାଣ୍ଡେ ଏବେ ୩୫ ଝିଅଙ୍କ ସହ ୪୦ ସଦସ୍ୟ ବିଶିଷ୍ଟ ପରିବାର ପ୍ରତିପୋଷଣ କରୁଛନ୍ତି। ମାସକୁ ପାଖାପାଖି ୧.୫ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି। ଅନେକ ଝିଅଙ୍କୁ ସେ ଡିଏଭିରେ ନାମ ଲେଖାଇଛନ୍ତି। ଅନୁଦାନ ଓ ସ୍ବରୋଜଗାରରେ ସେ ଆଶ୍ରମକୁ ଚଳାଉଥିଲେ ବି ଅର୍ଥାଭାବ ଦେଖାଯାଉଛି। ତଥାପି ଅବିଚଳିତ ଭାବେ ତାଙ୍କ ବଡ଼ ପରିବାରକୁ ଚଳାଇବାରେ ଅବହେଳା କରିନାହାନ୍ତି ପାଣ୍ଡେ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

କୋଭିଡ୍‌ ମହାମାରୀ ସମୟରେ ଅନ୍‌ଲାଇନ ପଢ଼ାରେ ପିଲାମାନେ ଅଭ୍ୟସ୍ତ ହୋଇଯାଇଥିଲେ। ଘରେ ରହିଲେ ମଧ୍ୟ ପିଲାମାନେ ମୋବାଇଲ ଆସକ୍ତି ଛାଡ଼ି ପାରୁନାହାନ୍ତି। ପିଲାଙ୍କ ମାନସିକ ସ୍ଥିତି...

ପରିବେଶତନ୍ତ୍ରୀ

”ଆଜି ଯେଉଁଠି ପହଞ୍ଚଛି ସେଥିପାଇଁ ପ୍ରେରଣା ସ୍ଥାନୀୟ ଗ୍ରାମରୁ ପାଇଛି, ଯେଉଁଠି ଲୋକମାନେ ମୋ ସହ ଠିଆ ହୋଇଥିଲେ। ହେନ୍ତାଳବଣକୁ ନିଜର ଭାବି ପରିଷ୍କାର କରିବାରେ...

ଭାରତ ମାତାର ଦୁଃଖ

ଏଇ କେଇଦିନ ତଳେ ସଂସଦ ଭବନରେ ପ୍ରଧାନମନ୍ତ୍ରୀ ମୋଦି ‘ବନ୍ଦେ ମାତରଂ’କୁ ନେଇ ଏକ ଦୀର୍ଘକାଳୀନ ବିଚାର ବିଶ୍ଳେଷଣ ରଖିଥିଲେ। ‘ବନ୍ଦେ ମାତରଂ’କୁ ନେଇ ପାର୍ଲାମେଣ୍ଟ...

ସୁଶାସନରେ ସମସ୍ୟା

ଅନେକ ସମୟରେ ଶାସନରେ ସୁଫଳ ପାଇବା କଷ୍ଟକର ହେଲେ ବିଫଳତାକୁ ସ୍ବୀକାରକରିବା ପରିବର୍ତ୍ତେ ରାଜନୈତିକ କୌଶଳ ବା ଦୃଷ୍ଟିକୋଣ ଉପରେ ନିର୍ଭର କରାଯାଇପାରେ, ଯାହା ଏକ...

ଏଇ ଭାରତରେ

ଭାରତୀୟ ବନ ସେବା ଅଧିକାରୀ (ଆଇଏଫ୍‌ଏସ୍‌) ବିନିତ କୁମାର ଓ ତାଙ୍କ ସ୍ତ୍ରୀ ତଥା ବନ୍ୟପ୍ରାଣୀ ସଂରକ୍ଷକ ରୂପା ଯାଦବ ଆନ୍ଧ୍ରପ୍ରଦେଶ ଅନନ୍ତପୁର ଜିଲାର ମରୁଡ଼ିପ୍ରବଣ...

ଶିକ୍ଷକ ହେବା କି ସହଜ କଥା

କେବଳ ପାଠ ପଢ଼େଇଦେଲେ ବା ବିଦ୍ୟା ସମ୍ବନ୍ଧୀୟ ଜ୍ଞାନ ଦେଇଦେଲେ କେହି ପ୍ରକୃତ ଶିକ୍ଷକ ହୋଇଯାଏ ନାହିଁ। ଏଥି ପାଇଁ ଦରକାର ବିଶାଳ ହୃଦୟ, ଦରଦୀ...

ବିମାନବନ୍ଦର କାହା ସ୍ବାର୍ଥରେ

ଆମ ଉପକୂଳ ଅଞ୍ଚଳ ଏକ ବାତ୍ୟାପ୍ରବଣ ଅଞ୍ଚଳ ଭାବେ ବ୍ରିଟିଶ ଶାସନ ସମୟରୁ ଘୋଷଣା କରାଯାଇଛି। ଏହାର ନିରାକରଣ ନିମନ୍ତେ ୧୯୭୨ ମସିହାରୁ ସରକାରୀ ସ୍ତରରେ...

ବିଶେଷଜ୍ଞ ଲୋଡ଼ା

ଆମେ ପ୍ରାୟତଃ ଅଣଦେଖା କରୁଥିବା କଥାକୁ ଇଣ୍ଡିଗୋ ଘଟଣା ପୁଣି ଥରେ ମନେପକାଇ ଦେଇଛି। ବିଶ୍ୱରେ ଦ୍ରୁତଗତିରେ ବୃଦ୍ଧିପାଉଥିବା ଆଭିଏସନ ମାର୍କେଟ ମଧ୍ୟରେ ଭାରତ ଅନ୍ୟତମ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri