ଏଇ ଭାରତରେ

ପରିବାର ଚଳାଇବା ଲାଗି ପିତାଙ୍କ ସହ ମାଛ ବିକୁଥିବା ଝିଅଟିଏ ବିଶ୍ୱର ସବୁଠୁ ଉଚ୍ଚ ରାସ୍ତାର ଲକ୍ଷ୍ୟ ସ୍ଥଳରେ ପହଞ୍ଚି ରେକର୍ଡ କରିଛନ୍ତି। ଛାପ୍ରା ଜିଲା ବାସିନ୍ଦା ସବିତା ମାହାତୋ ସମୁଦ୍ର ପତ୍ତନରୁ ୧୯,୦୦୦ ଫୁଟ ଉଚ୍ଚରେ ଥିବା ଲଦାଖର ଉମଲିଙ୍ଗ ଲା ପାସ୍‌ରେ ସାଇକେଲରେ ପହଞ୍ଚିଛନ୍ତି। ଏହା ପୃଥିବୀର ଉଚ୍ଚତମ ରାସ୍ତା। ସେ ମାଛ ବିକିବା ସମୟରେ ଖେଳିବାକୁ ଚାହିଁଥିଲେ ଓ ଜାତୀୟସ୍ତରର ଭଲିବଲ ଖେଳାଳି ହୋଇପାରିଥିଲେ। ପରେ ସେ ଉମଲିଙ୍ଗ ଲା ପାସ୍‌ରେ ପହଞ୍ଚିବା ଲାଗି ଲକ୍ଷ୍ୟରଖି ଅଭ୍ୟାସ ଆରମ୍ଭ କରିଥିଲେ। ସେ ସାଇକେଲରେ ଦିଲ୍ଲୀରୁ ଉମଲିଙ୍ଗ ଲା ପାସ୍‌ରେ ପହଞ୍ଚିବାରେ ପ୍ରଥମ ମହିଳା ହୋଇପାରିଛନ୍ତି। ମନାଲିଠାରୁ ସେ ପାଦରେ ଚାଲି ୫୭୦ କି.ମି. ଅତିକ୍ରମ କରି ଉମଲିଙ୍ଗ ଲାରେ ବି ପହଞ୍ଚିପାରିଛନ୍ତି। ଏଥିପାଇଁ ତାଙ୍କୁ ୧୮ ଦିନ ସମୟ ଲାଗିଥିଲା। ପ୍ରତିଦିନ ସେ ୪୦-୪୫ କିଲୋମିଟର ଚାଲୁୁଥିଲେ। ଏହା ବ୍ୟତୀତ ସବିତା ସାଇକେଲରେ ଉଚ୍ଚସ୍ଥାନରେ ଥିବା ୩୩,୦୦୦ କି.ମି ରାସ୍ତା ଅତିକ୍ରମ କରିବା ସହ ୧୨ଟି ପାହାଡ଼ ଚଢିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍‌…

ନୀରବତା ଏକ ମୃଗତୃଷ୍ଣା

ଜଡ! ତୁମେ ନିଷ୍କ୍ରିୟ ହୋଇ ପଡ଼ିରହିଛ। ତୁମକୁ ମଣିଷ ହୋଇ ବଞ୍ଚି ରହିବାର କୌଣସି ଅଧିକାର ନାହିଁ। ଅତିଶୟ ଅନ୍ୟାୟର ବଳୟରେ ସୁପ୍ତପ୍ରାୟ ତୁମ ଜୀବନ ଧିକ୍‌…

ସର୍ଜନଶୀଳ ଓଡ଼ିଶା

ଥିବୀର ଯେକୌଣସି ଗୌରବମୟ ସଂସ୍କୃତି ମଧ୍ୟରେ ଓଡ଼ିଆ ସଂସ୍କୃତି କେବଳ ଅନ୍ୟତମ ନୁହେଁ, ଅନନ୍ୟ। ଓଡ଼ିଆଙ୍କ ଜୀବନ ଦର୍ଶନ, ଚିନ୍ତା ଚେତନା,ଭାବଭାବନା ତଥା ଏ ଜାତିର କାରୁକାର୍ଯ୍ୟ,…

ଅନେକ ମେରୁ

ଯେତେବେଳେ ସାଧାରଣ ନାଗରିକ କୌଣସି ଯୁଦ୍ଧରେ ଏକତ୍ରିତ ହୋଇ ଲାଗିପଡ଼ନ୍ତି, ସେହି ଯୁଦ୍ଧ ସମ୍ପୂର୍ଣ୍ଣ ଭିନ୍ନ ରୂପ ନେଇଥାଏ। ତାହା ନାଗରିକଙ୍କ ଯୁଦ୍ଧ ପାଲଟିଯାଇଥାଏ; ଯେତେବେଳେ ନେତୃତ୍ୱ…

ଏଇ ଭାରତରେ

ବହୁ ସମୟରେ ବ୍ୟକ୍ତି ସମ୍ମୁଖରେ ବୟସ ହାର ମାନେ, ଯାହାର ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଜମ୍ମୁରେ। ୭୨ ବର୍ଷ ବୟସରେ ବିଦ୍ୟା କୌର ନିର୍ଭୟରେ କାର ଚଳାଇ…

ପିତୃ ଶବ୍ଦର ମହାନତା

ପିତୃ’ ବା ତତ୍ସମ ଶବ୍ଦ ଯଥା ପିତା, ତାତ, ଜନକ, ବାପା, ବାପୁ, ବାବୁ, ପାପା, ନନା, ବାବା, ଡାଡି, ଡାଡ୍‌, ଡେ’ ଏହିପରି ଏକାର୍ଥବୋଧକ ଯେତେ…

ମଣିମା ଶୁଣିମା ହେଉ

ବାଲ୍ୟକାଳରେ ଶୁଣିଥିବା କାହାଣୀ ବେଳେବେଳେ ବିସ୍ମୃତିରୁ ବାହୁଡ଼ିଆସେ। ସେତେବେଳେ ଶିଶୁମନକୁ ଖୁବ୍‌ ପ୍ରଭାବିତ କରିଥିବା କାହାଣୀର ବିଲୋଳ ଚରିତ୍ର ଆଖି ଆଗରେ ଉଭାହୁଏ। ସାମ୍ପ୍ରତିକ ସମୟର ଲାଞ୍ଚମିଛ,…

କେବଳ ଦର୍ଶକ

ମଧ୍ୟପ୍ରାଚ୍ୟ ଯୁଦ୍ଧ ଏବେ ଦ୍ୱିତୀୟ ମାସରେ ପ୍ରବେଶ କରିଛି। ଏହା ଏକ ଲମ୍ବା ଯୁଦ୍ଧ ହେବାକୁ ଯାଉଛି ଏବଂ ଏ ସମ୍ପର୍କରେ ମୁଁ କିଛି ଟିପ୍ପଣୀ ଦେବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri