ଏଇ ଭାରତରେ

ବୁଲାପ୍ରାଣୀଙ୍କ ପେଟ ଭରିବା ସହ ସେମାନଙ୍କ ସେବାରେ ସଦା ବ୍ୟସ୍ତ ରହୁଛନ୍ତି ଗାଜିଆବାଦର ନୀହାରିକା ରାଣା। ସେ ପ୍ରତିଦିନ ୧୦୦ଟି ବୁଲାକୁକୁରଙ୍କୁ ଖାଇବାକୁ ଦେଉଛନ୍ତି। ଏବେ ସୁଦ୍ଧା ସେ ମୋଟରେ ୫୦୦ ବୁଲା କୁକୁରଙ୍କୁ ଉଦ୍ଧାର କରିସାରିଲେଣି। ନୀହାରିକାଙ୍କ ବୟସ ଏବେ ୨୫। ସେ ୩ ବର୍ଷ ହେଲା ଆହତ ପ୍ରାଣୀଙ୍କୁ ଉଦ୍ଧାର କରୁଛନ୍ତି। ଏହି ଅଭିଯାନ ନିଜେ ଓ ନିଜ ଚାକିରି ଆୟରୁ ଖର୍ଚ୍ଚ କରୁଛନ୍ତି। ପିଲାବେଳୁ ନୀହାରିକା ରାସ୍ତାରେ ବୁଲୁଥିବା କୁକୁରମାନଙ୍କୁ ଖାଇବାକୁ ଦେଉଥିଲେ। ସେ ତାଙ୍କ କଲେଜ ପ୍ରୋଜେକ୍ଟ ପାଇଁ ପ୍ରାଣୀ ଉଦ୍ଧାର କରିବା କାର୍ଯ୍ୟକୁ ଚୟନ କରିଥିଲେ, ଯେଉଁଥିରେ ସେ ରାସ୍ତାରେ ବୁଲି ଆହତ କିମ୍ବା ରୋଗଗ୍ରସ୍ତ କୁକୁରମାନଙ୍କୁ ସାହାଯ୍ୟ କରୁଥିଲେ। କିଛିଦିନ ପରେ ଏହି ପ୍ରୋଜେକ୍ଟ ଶେଷ ହୋଇଯିବା ପରେ ସେ ଆଉ ତାହା ବନ୍ଦ କରି ନ ଥିଲେ। କୋଭିଡ୍‌ ମହାମାରୀ ସମୟରେ ସେ ଏହି କାର୍ଯ୍ୟକୁ ବଢ଼ାଇଥିଲେ। ସେତେବେଳେ ସେ ପ୍ରଥମେ ୨୫ଟି କୁକୁରଙ୍କୁ ଖାଇବାକୁ ଦେଉଥିଲେ ଓ ତାହା ବଢି ୧୨୦ରେ ପହଞ୍ଚିଥିଲା। କୋଭିଡ୍‌ ସମୟରେ ନୀହାରିକା ଘରପାଖରୁ ୧୦ କି.ମି. ଦୂର ଯାଇ କୁକୁରଙ୍କୁ ଖାଇବାକୁ ଦେଉଥିଲେ। ପ୍ରତିଦିନ ସକାଳୁ ଉଠି ସେ ଖାଦ୍ୟ ପ୍ରସ୍ତୁତ କରି ତାହାକୁ ନେଇ ରାସ୍ତାକୁ ବାହାରିଯାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସବୁ ଜଣାଇବ ‘ଫାଇବ୍ରୋ ସ୍କାନ୍‌’

ବର୍ଷାଋତୁରେ ଲିଭର ସମ୍ବନ୍ଧୀୟ ବଡ଼ ସମସ୍ୟା କାରକ ରୋଗଗୁଡ଼ିକ ହେଉଛି ‘ଜଣ୍ଡିସ୍‌’, ‘ଡେଙ୍ଗୁ’, ‘ଝାଡ଼ାବାନ୍ତି’ ଇତ୍ୟାଦି। ତେବେ ଏସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ ହେଉଛି ଅନେକଙ୍କ କ୍ଷେତ୍ରରେ ପେଟ…

ଯେଉଁ ଅନ୍ଧକାରର ଅବସାନ ନାହିଁ

ଆମ ଦେଶରେ କେତେକ ଘଟଣା ବର୍ତ୍ତମାନର ପ୍ରବାହରେ ଘଟିଚାଲିଛି ଯାହାର ଅନ୍ତ ଘଟୁନାହିଁ। ଆମେ କାଳର ହିସାବ ରଖନ୍ତି ନାହିଁ। ଯେପରି ଆଜି ପରେ କାଲି, ବିଂଶଶତାବ୍ଦୀ…

ରୋଷେଇ ଘରେ ଇଥାନଲ

ମଣିଷ ଆଦିମ ଯୁଗରେ ପଥରକୁ ପଥରରେ ଘସି ନିଅଁା ବାହାର କରିଥିଲା। ସେବେଠାରୁ ତାହାର ଅନୁସନ୍ଧିତ୍ସୁ ମନ ବିକଳ୍ପ ବାହାର କରିବାରେ ଲାଗିରହିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ…

ଏଇ ଭାରତରେ

ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ନୂତନତ୍ୱ ସନ୍ଧାନର ପଥ ଦେଖାଏ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟର…

ମଶାରି ମଶା

ମଣିଷ କୁଆଡେ ସମୟର ଦାସ। ଏ କଥା କହନ୍ତି ସଭିଏଁ। ବୋଧହୁଏ ସମୟ ସୁଅରେ ସେଇ ଉକ୍ତିରେ ସାମାନ୍ୟ ବ୍ୟତିକ୍ରମ ହେଲା ଭଳିଆ ଛୋଟିଆ ଅନୁଭବଟେ କାହିଁକି…

ଜୁଆଙ୍ଗ ଯୁବତୀଙ୍କ ଜଳନ୍ତା ଜୁଇ

କିଛିଦିନ ହେଲାଣି ଅରୁଚିକର ଖବରମାନଙ୍କର ଶୋଭାଯାତ୍ରାରେ ଓଡ଼ିଶାବାସୀ ବ୍ୟଥିତ-ଭାବପ୍ରବଣ ଓଡ଼ିଆଙ୍କ ପାଇଁ ଅନେକ ଚିନ୍ତାର କାରଣ ପାଲଟିଛି। ଜୁନ୍‌ ଏକୋଇଶରେ ତାମିଲନାଡୁର ଚିଙ୍ଗୁଡ଼ି ପ୍ରସ୍ତୁତୀକରଣ କାରଖାନାରେ ହୋଇଥିବା…

ଇସ୍ରୋ ସଙ୍କଟ

ଘରୋଇ ମହାକାଶ ଗବେଷଣା କ୍ଷେତ୍ରରେ ଭାରତକୁ ୧୮ ଜୁଲାଇରେ ବଡ଼ ସଫଳତା ମିଳିଛି । ହାଇଦ୍ରାବାଦର ବେସରକାରୀ ମହାକାଶ ସଂସ୍ଥା ସ୍କାଏରୁଟ୍‌ ଏରୋସ୍ପେସ୍‌ ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ…

ଏଇ ଭାରତରେ

ଏମ୍‌. ନାଗରାଜୈହ ବେଙ୍ଗାଲୁରୁର ବସ୍ତିରେ ରହୁଥିବା ପିଲାଙ୍କ ଭବିଷ୍ୟତ ଗଢ଼ିବା ଲାଗି ଚେଷ୍ଟା ଜାରି ରଖିଛନ୍ତି। ସେ ଅଧାରୁ ପାଠ ଛାଡ଼ିଦେଇଥିବା ଏବଂ ଶିଶୁ ଶ୍ରମିକ ଭାବରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri