ଏଇ ଭାରତରେ

ଜୀବନରେ ବହୁ ଝଡ଼ଝଞ୍ଜା ସହି ଅସହାୟଙ୍କ ସାହାରା ପାଲଟିଛନ୍ତି ରାଜସ୍ଥାନର ସୁମନ ମଣ୍ଡଳ ମେହରା। ସେ ଏବେ ସୁଦ୍ଧା ୧୦୦୦ରୁ ଅଧିକ ଅସହାୟ ଲୋକଙ୍କୁ ମାଗଣାରେ ଚିକିତ୍ସା କରି ସୁସ୍ଥ କରିବା ସହ ସେମାନଙ୍କ ଆତ୍ମୀୟଙ୍କ ନିକଟରେ ପହଞ୍ଚାଇସାରିଲେଣି। କେବଳ ଏତିକି ନୁହେଁ ସେ ମାନବ ସେବା ଆଶ୍ରମ ନାମକ ଏକ ଆଶ୍ରୟ ସ୍ଥଳ ନିର୍ମାଣ କରି ସେଠାରେ ୫୦ ଜଣ ଅସହାୟ ଲୋକଙ୍କୁ ରଖିଛନ୍ତି। ସେମାନଙ୍କ ଖାଇବା ଓ ଚିକିତ୍ସା ଖର୍ଚ୍ଚ ସେ ନିଜେ ବହନ କରୁଛନ୍ତି। ସୁମନ ଜଣେ ଗରିବ ଘରର ଝିଅ ଥିଲେ। ମାତ୍ର ୧୪ ବର୍ଷ ବୟସରେ ତାଙ୍କର ବାହାଘର ହୋଇଥିଲା। ପରେ ସେ ଆମତ୍ନିର୍ଭର ହେବା ପାଇଁ ନର୍ସିଂ ପଢ଼ିବାକୁ ସ୍ଥିର କରିଥିଲେ। ଅର୍ଥାଭାବ ଏଥିରେ ବାଧକ ସାଜିଥିଲେ ମଧ୍ୟ ତାଙ୍କ ସ୍ବାମୀ ଦିନମଜୁରିଆ ଭାବେ କାମ କରି ସେହି ରୋଜଗାରରେ ପରିବାର ଚଳାଇ ସୁମନଙ୍କୁ ପଢା ଖର୍ଚ୍ଚ ଯୋଗାଇଦେଇଥିଲେ। ସୁମନ ନର୍ସିଂରେ ଡିଗ୍ରୀ ହାସଲ କରି ଏକ ହସ୍ପିଟାଲରେ ଚାକିରି କଲେ। ଥରେ ସଡ଼କରେ ଜଣେ ଅପରିଚିତ ଅସହାୟ ଲୋକ ଦୁର୍ଘଟଣାର ଶିକାର ହେବା ପରେ ତାଙ୍କୁ ଚିକିତ୍ସା କରି ସୁସ୍ଥ କରିଥିଲେ। ସେହି ଘଟଣା ତାଙ୍କୁ ରାସ୍ତାକଡ଼ରେ ରହୁଥିବା ଅନ୍ୟ ଅସହାୟମାନଙ୍କ ସେବା ଲାଗି ପ୍ରେରିତ କରିଥିଲା। ଏବେ ଏହି କାର୍ଯ୍ୟ ପାଇଁ ସାମାଜିକ ସ୍ତରରୁ ବହୁ ସହଯୋଗ ମିଳୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଅହିଂସା ଓ ଅସ୍ପୃଶ୍ୟତା

ଅହିଂସାକୁ ହିନ୍ଦୁଧର୍ମରେ ଶ୍ରେଷ୍ଠ ସଦାଚାର ବା ଗୁଣ ବୋଲି ବିବେଚନା କରାଯାଏ। ଏହା ସଦାଚାରୀ ସନ୍ନ୍ୟାସୀ, ଦୟାଶୀଳ ଋଷି ତଥା ଶ୍ରେଷ୍ଠ ନୈତିକ ଜୀବନର ଭାବମୂର୍ତ୍ତିକୁ ପରିପ୍ରକାଶକରେ।…

ଏମିତି ଥିଲା ଗାଁ

ଭାରତର ଆତ୍ମା ହେଉଛି ଗାଁ। ସଭ୍ୟତା, ସଂସ୍କୃତି, ପରମ୍ପରା, ସାମାଜିକ ବନ୍ଧନ ଓ ସଦାଚାରର ପ୍ରାଣକେନ୍ଦ୍ର ଯେଉଁଠି ଗୋଟିଏ ଘରେ ସୋରିଷ ଫୁଟିଲେ ସମ୍ପୂର୍ଣ୍ଣ ଗାଁକୁ ବାସିଥାଏ।…

କୃଷି ରପ୍ତାନିର ନୂତନ ଆଶା

ରାଜ୍ୟର କୃଷିବିକାଶ ଓ କୃଷକମାନଙ୍କ ଆୟବୃଦ୍ଧି ପାଇଁ କୃଷି-ରପ୍ତାନି ଏକ ପ୍ରମୁଖ ମାର୍ଗ। କୃଷି-ରପ୍ତାନି ପାଇଁ ପାରମ୍ପରିକ ଜୈବିକ କୃଷି ଓ ଅତ୍ୟାଧୁନିକ କୃଷି ଅଧିକ ସୁଯୋଗ…

ଲକ୍ଷ୍ୟହୀନ ଯୁଦ୍ଧ

ଇରାନ୍‌ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ପରେ ମଧ୍ୟପ୍ରାଚ୍ୟରେ ସୃଷ୍ଟି ହୋଇଥିବା ଯୁଦ୍ଧ ୨୩ ମାର୍ଚ୍ଚରେ ଭିନ୍ନ ମୋଡ଼ରେ ପହଞ୍ଚିଥିଲା। ଏହିଦିନ ଆମେରିକା ରାଷ୍ଟ୍ରପତି…

ଜୀବନର ନୈତିକ ମୂଲ୍ୟବୋଧ

କଥାରେ ଅଛି-‘ଥିଲେ ଥାଉ ପଛେ ଗୁଣ ହଜାର, ଚରିତ୍ର ନଥିଲେ ସବୁ ଅସାର।’ ସୁତରାଂ ଆମ ଜୀବନରେ ନୈତିକ ମୂଲ୍ୟବୋଧର ଏକ ମୁଖ୍ୟ ଆଧାର ହେଉଛି –…

ପେଟ୍ରୋଡଲାର ସାମ୍ରାଜ୍ୟ

ପୃଥିବୀର କୌଣସି ଏକ ପେଟ୍ରୋଲ୍‌ ପମ୍ପରେ ଗାଡ଼ିରେ ଇନ୍ଧନ ଭରିବା ଦୃଶ୍ୟ ସାଧାରଣ ହୋଇପାରେ, କିନ୍ତୁ ଏହା ପ୍ରଚ୍ଛଦପଟରେ ଏକ ବିଶାଳ ଆର୍ଥିକ ବ୍ୟବସ୍ଥା କାମ କରୁଥାଏ,…

ଆମେରିକା ଅପଦସ୍ଥ

ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜକୁ ୪୮ ଘଣ୍ଟା ମଧ୍ୟରେ ସମ୍ପୂର୍ଣ୍ଣ ଖୋଲା ନ କଲେ ଇରାନକୁ ଭୟାବହ ସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ…

ତିନି ଚିରଞ୍ଜୀବୀଙ୍କ ବିଚାର

ଶହୀଦ ଭଗତ ସିଂ, ସୁଖଦେବ ଓ ଶିବରାମ ରାଜଗୁରୁଙ୍କ ଅପରାଧଜନିତ ବିଚାରକୁ କଦାପି ବିଚାର କୁହାଯାଇ ପାରିବ ନାହିଁ। ତାହା ଅନ୍ୟାୟ, ଅବିବେକିତା ଓ ଅସଭ୍ୟତାର ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri