ଏଇ ଭାରତରେ

ତ୍ରିପୁରାରେ ବାଲ୍ୟବିବାହ ବନ୍ଦ କରିବା ସହ ପଢ଼ା ଛାଡ଼ୁଥିବା ଝିଅମାନଙ୍କୁ ପୁଣି ସ୍କୁଲକୁ ଫେରାଇ ଆଣିବା ଲାଗି ଆଇଏଏସ୍‌ ଅଧିକାରୀ ସାଜୁ ବହିଦଙ୍କ ପ୍ରୟାସ ପ୍ରଶଂସନୀୟ। ସେ ଦକ୍ଷିଣ ତ୍ରିପୁରା ଜିଲାର ଜିଲାପାଳ ଅଛନ୍ତି। ପ୍ରତି ୧୦ ଜଣରେ ଜଣେ ଝିଅ ୧୮ ବର୍ଷ ବୟସ ପୂର୍ବରୁ ତ୍ରିପୁରାରେ ବିବାହ କରୁଥିବାରୁ ସେଠାରେ ଏଭଳି ଏକ ପ୍ରଥାକୁ ରୋକିବା ଲାଗି ସେ ଜିଲାର ୧୫୮ଟି ସ୍କୁଲରେ ସ୍କୁଲ କ୍ଲବ ସହିତ ମଞ୍ଚ ଗଠନ କରାଯାଇଛି। ଏହାର ନାମ ରଖିଥିଲେ ‘ବାଳିକା ମଞ୍ଚ’ ଓ ଏହା ମାଧ୍ୟମରେ ବହିଦ କାର୍ଯ୍ୟ ସଂଚାଳନ କରୁଛନ୍ତି। ଏହି ମଞ୍ଚ ୨୦୨୦ରେ ଜିଲାର ପୂର୍ବତନ ଜିଲାପାଳ ଦେବପ୍ରିୟ ବର୍ଦ୍ଧନଙ୍କ ଦ୍ୱାରା ଗଠନ କରାଯାଇଥିଲା। କୋଭିଡ୍‌ରେ ଏହା ବନ୍ଦ ରହିଥିଲା ଓ ପରେ ବହିଦ ତାକୁ ପୁନର୍ଗଠନ କରିଛନ୍ତି। ସ୍କୁଲରେ ଗଠିତ ବାଳିକା ମଞ୍ଚର ଅଧ୍ୟକ୍ଷା ରହିଛନ୍ତି ଜଣେ ଶିକ୍ଷୟିତ୍ରୀ ଓ ଜଣେ ଛାତ୍ରୀ ସଂଯୋଜକ ଭାବେ କାର୍ଯ୍ୟ କରୁଛନ୍ତି। ୬-୧୨ ଶ୍ରେଣୀର ଝିଅମାନେ କ୍ଲବର ସଦସ୍ୟ ଅଛନ୍ତି। ବାଲ୍ୟବିବାହ ସମ୍ପର୍କରେ ଖବର ପାଇବା କ୍ଷଣି ଏହି ମଞ୍ଚ ଜିଲାପାଳଙ୍କୁ ଅବଗତ କରୁଛି। ପରେ ଜିଲାପାଳ ସ୍ଥାନୀୟ ଅଧିକାରୀମାନଙ୍କ ସହାୟତାରେ ତାହାକୁ ରୋକିପାରୁଛନ୍ତି। ଗତ ବର୍ଷ ୯୦ଟି ବାଲ୍ୟବିବାହକୁ ରୋକାଯାଇଛି। ତେବେ ଏବେ ସୁଦ୍ଧା ଜିଲାରେ ମୋଟ ୯୦% ବାଲ୍ୟବିବାହ ବନ୍ଦ କରାଯାଇପାରିଛି। ଏହା ବ୍ୟତୀତ ଯେଉଁ ଛାତ୍ରୀ ସପ୍ତାହରୁ ଅଧିକ ସମୟ ସ୍କୁଲକୁ ଆସୁନାହାନ୍ତି ସେମାନଙ୍କ ଘରେ ଏହି ମଞ୍ଚ ପହଞ୍ଚି ବାସ୍ତବତା ଅନୁଧ୍ୟାନ କରୁଛନ୍ତି ଓ ପିଲାକୁ ବୁଝାଇ ପୁଣି ସ୍କୁଲକୁ ଆଣିବାରେ ସକ୍ଷମ ହେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦେଶୀ ଗଛର ସୁରକ୍ଷା କରୁଛନ୍ତି ମହାରାଷ୍ଟ୍ରର ଅନନ୍ତ ଭିକାଜି ତୟାଡେ। ସେ ୩୫୦ କିସମର ଦେଶୀ ଗଛ ପୁନରୁଦ୍ଧାର କରିପାରିଛନ୍ତି। ଅନନ୍ତ ୧୯୭୭ରେ ବିଦର୍ଭ ଅଞ୍ଚଳର ଫୁଲି…

ଐଶ୍ୱର୍ଯ୍ୟ ଭିଡ଼ରେ ନିର୍ବାସନ

ଥରେ ଜଣେ ରାଜା ନିଜର ଶିକ୍ଷା, ଦକ୍ଷତା, ବିସ୍ତାରବାଦୀ ଚିନ୍ତାଧାରା, ଯୁଦ୍ଧଖୋର ମନୋବୃତ୍ତିଜନିତ ଅର୍ଥନୈତିକ ସୁଖ ସମୃଦ୍ଧି ଯୋଗୁ ଖୁବ୍‌ କମ୍‌ ଦିନରେ ଜଣେ ବିଚକ୍ଷଣ ସମ୍ରାଟ…

ଭୂଦାନ କନ୍ୟା ନନ୍ଦିନୀ

ଓଡ଼ିଆ ସାହିତ୍ୟରେ ସବୁଜ ଯୁଗର ଅନ୍ୟତମ ଉଜ୍ଜ୍ବଳ ଜ୍ୟୋତିଷ୍କ ପଦ୍ମଶ୍ରୀ କାଳିନ୍ଦୀ ଚରଣ ପାଣିଗ୍ରାହୀ। ଗାନ୍ଧିବାଦ ଆଧାରରେ ରଚିତ ତାଙ୍କ ଉପନ୍ୟାସ ‘ମାଟିର ମଣିଷ’ କିଛି ସାଧାରଣ…

ଉତୁରୁଛି ଅପରାଧ

ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଶିବାଜୀ କଲେଜରେ ଆସିଷ୍ଟାଣ୍ଟ ପ୍ରଫେସର ଭାବେ କାର୍ଯ୍ୟ କରୁଥିବା ଦେବୋସ୍ମିତା ପଲ୍‌ଙ୍କୁ ୩ ଜୁନ୍‌ରେ ଯେଭଳି ଭାବେ ହତ୍ୟା କରାଯାଇଛି, ତାହା ଏବେ ଦେଶସାରା…

ସାଗର ଓ ନୀଳ ଅର୍ଥନୀତି

ପୃଥିବୀର ମୋଟ ଆୟତନର ପ୍ରାୟ ୭୧ ଭାଗ ହେଉଛି ମହାସାଗର ଏବଂ ଏଥିରେ ପୃଥିବୀର ମୋଟ ଜଳର ୯୮ ପ୍ରତିଶତ ଅଛି। ମହାସାଗରଗୁଡ଼ିକ ପରସ୍ପର ସହିତ ସଂଯୁକ୍ତ…

ସୁନା ପଞ୍ଜୁରିରେ ‘ଶିକ୍ଷିତ ପକ୍ଷୀ’

ଆଧୁନିକ ସହର ଏବେ ଭୂସମାନ୍ତର ସମ୍ପ୍ରସାରଣ ଅପେକ୍ଷା ଭୂଲମ୍ବ ସମ୍ପ୍ରସାରଣ ଉପରେ ଅଧିକ ଗୁରୁତ୍ୱ ଦେଉଛି। ସେଥିପାଇଁ ସହର ଭିତରେ ଗଢା ଚାଲିଛି ବହୁତଳ ଆପାର୍ଟମେଣ୍ଟ। ସାଧାରଣ…

ବିକାଶ ବନାମ ଭବିଷ୍ୟତ

ଜୁନ୍‌ ୫ରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି। ପ୍ରକୃତି ଓ ପରିବେଶକୁ ସୁରକ୍ଷିତ ରଖିବା ଲାଗି ଅନେକ ସ୍ଥାନରେ ବହୁବିଧ ପଦକ୍ଷେପ ନେବା ଲାଗି ନିଷ୍ପତ୍ତି…

ବିକଳ୍ପର ବାର୍ତ୍ତାବହ

ଅଭିଜିତ ଦୀପ୍‌କେ ରାଜନୀତି ଏଭଳି ଏକ କ୍ଷେତ୍ର, ଯେଉଁଥିରେ ଯାହାଙ୍କର ଯେତେ ବ୍ୟକ୍ତିଗତ ସମ୍ପର୍କ ଥାଏ ସେ ସେତେ ଲୋକପ୍ରିୟତା ଅର୍ଜନ କରିଥାଏ। ହେଲେ ଭାରତୀୟ ରାଜନୈତିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri