ଏଇ ଭାରତରେ

ପାଠ ଚାପରେ କେତେକ ଶିକ୍ଷାର୍ଥୀ ସ୍କୁଲ ଅବା କଲେଜ ଯିବାକୁ ବନ୍ଦ କରନ୍ତି କିମ୍ବା ମିଛ କହନ୍ତି। ମାତ୍ର ଏବେ ପାଠ ଚାପରୁ ମୁକ୍ତି ପାଇଁ ଶିକ୍ଷାର୍ଥୀ ନୂଆ ନୂଆ କୌଶଳ ଆପଣେଇଲେଣି, ଯାହାର ଏକ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଗୁଜରାଟରେ। ଗୁଜରାଟର ପପାଟପାରା ଅଞ୍ଚଳର ଜଣେ ୧୦ ବର୍ଷର ଛାତ୍ରୀ ହୋମ୍‌ୱାର୍କ ନ କରି ଟ୍ୟୁଶନ ନ ଯିବା ଲାଗି ଅପହରଣ ନାଟକ ରଚିଛନ୍ତି। ନାବାଳିକା ଜଣକ ତାଙ୍କ ପିତାଙ୍କ ସହ ପ୍ରଦ୍ୟୁମାନ ନଗର ପୋଲିସ ଷ୍ଟେଶନରେ ପହଞ୍ଚି ତାଙ୍କୁ ଅପହରଣ କରାଯାଇଥିଲା ବୋଲି ଅଭିଯୋଗ ଆଣିଥିଲେ। ଏହି ଘଟଣାର ତଦନ୍ତ ପାଇଁ ପୋଲିସର ଏକ ଟିମ୍‌ ନିୟୋଜିତ କରାଯାଇଥିଲା। ନାବାଳିକା ଜଣକ ପୋଲିସକୁ କହିଥିଲେ ଯେ, ଟ୍ୟୁଶନକୁ ଯାଉଥିବା ବେଳେ ତାଙ୍କୁ ଏକ ଏସ୍‌ୟୁଭିରେ ଅପହରଣ କରାଯାଇଥିଲା।
ଅପହରଣକାରୀମାନେ ତାଙ୍କୁ କାର୍‌ରେ ବସାଇବା ସହ ରାସ୍ତାରେ ଅନ୍ୟ ଜଣେ ଝିଅକୁ ମଧ୍ୟ ନେଇଯାଇଥିଲେ। ସେ କହିଥିଲେ ଯେ ସେମାନେ ଅନ୍ୟ ଝିଅଟିକୁ ରେଳ ବ୍ରିଜ୍‌ ତଳେ ଛାଡ଼ି ଦେଇଥିବା ବେଳେ ତାଙ୍କୁ ରେଳଷ୍ଟେଶନ ଆଡ଼କୁ ନେଇ ଛାଡ଼ିଦେଇଥିଲେ। ପୋଲିସ ସର୍ଚ୍ଚ ଅପରେଶନ ଆରମ୍ଭ କରି ସେହି ଅଞ୍ଚଳର ସିସିଟିଭି ଫୁଟେଜ ସ୍କାନ୍‌ କରିଥିଲା। ଫୁଟେଜରେ ଝିଅଟି ଚାଲୁଥିବାର ଦେଖାଯାଇଥିଲା, କିନ୍ତୁ ତାଙ୍କ ଚାରିପାଖରେ କୌଣସି ଗାଡି ଦେଖାଯାଇ ନ ଥିଲା। ତା’ପରେ ଝିଅଟି ସତ ସ୍ବୀକାର କରିଥିଲେ। ଝିଅଟି କହିଥିଲେ, ସେ ଟ୍ୟୁଶନ କ୍ଲାସ୍‌କୁ ଯିବାକୁ ଚାହୁଁନାହାନ୍ତି, କିନ୍ତୁ ତାଙ୍କ ମା’ ତାଙ୍କୁ ସବୁବେଳେ ପାଠପଢ଼ିବାକୁ ବାଧ୍ୟ କରୁଥିବାରୁ ସେ ଏଭଳି ଅପହରଣ ନାଟକ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ମଣିପୁର ପାଇଁ ସମୟ ନାହିଁ

କିଛି ଦିନର ବ୍ୟବଧାନ ପରେ ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ସଦ୍ୟ ହିଂସା ଦେଖାଦେଇଛି। ବିଷ୍ଣୁପୁର ଜିଲାର ମୋଇରାଙ୍ଗ ତ୍ରୋଙ୍ଗଲାଓବି ଅଞ୍ଚଳରେ ୬ ଏପ୍ରିଲରେ ଉଗ୍ରବାଦୀଙ୍କ ବୋମା…

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

ମାଷ୍ଟର ନାହାନ୍ତି

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ) ପକ୍ଷରୁ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ନୂଆ ପାଠ୍ୟକ୍ରମ ଅଣାଯାଇଛି। ଛାତ୍ରୀଛାତ୍ରମାନେ ୩ଟି ଭାଷା ପଢ଼ିବାର ବ୍ୟବସ୍ଥା ହୋଇଥିବା ବେଳେ ସେଥିମଧ୍ୟରୁ…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri