ଏଇ ଭାରତରେ

ପାର୍କିନସନରେ ପୀଡ଼ିତ, ବୟସ ୬୨, ତଥାପି ପ୍ରତିଦିନ ଖେଚୁଡ଼ି ପ୍ରସ୍ତୁତ କରି ୧୦୦ ଜଣ ରୋଗୀଙ୍କୁ ମାଗଣାରେ ଖାଇବାକୁ ଦେଉଛନ୍ତି କିରନ କମଦାର। ସେ ମହାରାଷ୍ଟ୍ରର ପାଲଘରସ୍ଥିତ ଡି.ଏମ୍‌. ପେଟିଟ୍‌ ଗଭର୍ନମେଣ୍ଟ ହସ୍ପିଟାଲରେ ରୋଗୀମାନଙ୍କୁ ଖେଚୁଡ଼ି ଖାଇବାକୁ ଦେଉଛନ୍ତି। ଏହି କାର୍ଯ୍ୟ ସେ ୩ ବର୍ଷ ହେଲା କରି ଆସୁଛନ୍ତି। ସବୁଠୁ ବଡ଼ କଥା ହେଉଛି, ରୋଗୀଙ୍କୁ ଖାଦ୍ୟ ଦେବାରେ ଗୋଟିଏ ଦିନ ବି ବନ୍ଦ କରିନାହାନ୍ତି। ହସ୍‌ପିଟାଲକୁ ଆଖପାଖ ୧୫ଟି ଗାଁଁରୁ ରୋଗୀମାନେ ଆସନ୍ତି। ଅପରାହ୍ନ ୨ଟାରେ ଓପିଡି ବନ୍ଦ ହେବା ପରେ ସେମାନେ କିରନଙ୍କ ବାଟକୁ ଚାହଁି ବସିଥାନ୍ତି। ସେ ମଧ୍ୟ ଠିକ୍‌ ସମୟରେ ଏକ ଟ୍ରଲିରେ ଖାଦ୍ୟ ନେଇ ପହଞ୍ଚିଯାଇଥାନ୍ତି। ତାଙ୍କ ଘର ପାଖରୁ ହସ୍ପିଟାଲ ୪ କି.ମି. ଦୂର ହେଲେ ମଧ୍ୟ ପ୍ରତିଦିନ ସେ ଠିକ୍‌ ସମୟରେ ସେଠାରେ ପହଞ୍ଚିଯାଆନ୍ତି। ପରେ ହସ୍ପିଟାଲର ପ୍ରତ୍ୟେକ ରୁମ୍‌କୁ ଯାଇ ରୋଗୀମାନଙ୍କୁ ଖେଚୁଡ଼ି ଦେଇଥାନ୍ତି। ସେ ନିୟମିତ ସକାଳ ୫ଟାରୁ ଉଠି ଖାଦ୍ୟ ପ୍ରସ୍ତୁତ କରୁଛନ୍ତି। ଏହି କାର୍ଯ୍ୟରେ ତାଙ୍କ ସ୍ବାମୀ ଓ ପରିବାର ସଦସ୍ୟମାନେ ସହଯୋଗ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥା ଓ ପରମ୍ପରା

ବିଶ୍ୱର ସାମାଜିକ ଚଳଣିରେ ଅନେକ ପ୍ରଥା ଓ ପରମ୍ପରା ସନ୍ନିବେସିତ, ଯାହା ମଣିଷକୁ ଏକ ଅନୁଶାସନରେ ରହି ଶୃଙ୍ଖଳିତ ଜୀବନଯାପନ କରିବାକୁ ପ୍ରେରଣା ଦେଇଥାଏ। ବିଶ୍ୱ ସାମାଜିକ…

ଓଡ଼ିଶାରେ ସମବାୟ

୧୮୯୭ ମସିହାରେ ଉତ୍କଳ ଗୌରବ ମଧୁସୂଦନ ଦାସ ୟୁରୋପ ଦେଶଗୁଡ଼ିକୁ ଭ୍ରମଣ କାଳରେ ସେଠାରେ ଦେଖାଦେଇଥିବା ଶିଳ୍ପ ବିପ୍ଳବର ମୁକାବିଲା ପାଇଁ ସମବାୟଭିତ୍ତିକ ଅନୁଷ୍ଠାନଗୁଡ଼ିକ ସଫଳତାର ସହିତ…

ଫୁଟ୍‌ବଲରେ ଟ୍ରମ୍ପ୍‌ କାର୍ଡ

ବିଶ୍ୱକପ୍‌ ଫୁଟ୍‌ବଲ ୨୦୨୬ କ୍ରୀଡ଼ାପ୍ରେମୀଙ୍କୁ ଆବୋରି ରଖିଛି। ଏହି ସମୟରେ ଗୋଟେ ମିମ୍‌ ସୋସିଆଲ ମିଡିଆରେ ବେଶି ଘୂରି ବୁଲୁଥିବା ଦେଖାଯାଉଛି। ଆମେରିକା ଫୁଟ୍‌ବଲ ଦଳର ଷ୍ଟ୍ରାଇକର୍‌ଙ୍କୁ…

ହାତରୁ ଖସୁଛି ସୁରକ୍ଷା

ଭାରତରେ ହାତଟଣା ରିକ୍ସା ଓ ସାଇକେଲ-ରିକ୍ସା ସ୍ବଳ୍ପ ବାଟ ଯିବା ଆସିବାରେ ବହୁଳ ବ୍ୟବହୃତ ହେଉଥତ୍ଲା। ରିକ୍ସା ଚାଳକ ଉପରେ ଶାରୀରିକ କଷ୍ଟ, ଧତ୍ମା ଗତି ଓ…

ଏଇ ଭାରତରେ

ଅବସର ଜୀବନ ଶେଷ ନୁହେଁ। ଏହାପରେ ନିଜେ ଭଲ ପାଉଥିବା ଯେକୌଣସି ବୃତ୍ତିକୁ ଆପଣାଇ ପୁନର୍ବାର ରୋଜଗାର କରିବା ସହ ଏକ ସୁସ୍ଥ ଓ ଚଳଚଞ୍ଚଳ ଜୀବନ…

ମଣିଷକୃତ ବିପର୍ଯ୍ୟୟ

ପର୍ଯ୍ୟାୟକ୍ରମେ ଘଟୁନଥିବା ବିପଦକୁ ବିପର୍ଯ୍ୟୟ କୁହାଯାଏ। ଆଗକାଳରେ ଆଗରୁ ତାହା ଜାଣିହେଉନଥିଲା ବୋଲି ପର୍ଯ୍ୟାୟ-ହୀନ ବା ବିପର୍ଯ୍ୟୟ କୁହାଯାଉଛି। ତାହା ଯଦି ଭୌଗୋଳିକ କାରଣରୁ ଘଟିଥାଏ, ତାକୁ…

ଚାକିରିଆ ମାନସିକତା

ମୁଁ ପାଠ ପଢ଼ିବି। ବଡ଼ ମଣିଷ ହେବି। ବଡ଼ ଚାକିରି କରିବି। ବେସରକାରୀ ଚାକିରି ନୁହେଁ, କେବଳ ସରକାରୀ ଚାକିରି। ସମସ୍ତଙ୍କ ମୁହଁରେ ଏଇ ଗୋଟିଏ କଥା।…

ଏଇ ଭାରତରେ

ରକ୍ତଦାନ ମହାପୁଣ୍ୟ, ଏହି ଉକ୍ତିର ଯଥାର୍ଥତା ପ୍ରତିପାଦନ କରିଛନ୍ତି ତେଲଙ୍ଗାନାର ଭି. ରାମକୃଷ୍ଣ ରେଡ୍ଡୀ। ସେ ୩୦ ବର୍ଷ ଧରି ରକ୍ତଦାନ କାର୍ଯ୍ୟକ୍ରମକୁ ସଫଳତାର ସହ ସଞ୍ଚାଳନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri