ଏଇ ଭାରତରେ

କଲେଜରେ ପଢ଼ିବା ସହ ଗୋଟିଏ ବଖରା ଘରେ ଛତୁଚାଷ କରି ତିନିଜଣ ଛାତ୍ର ମାସକୁ ପାଖାପାଖି ୭୬ ହଜାର ଟଙ୍କା ରୋଜଗାର କରିବା ଆଶ୍ଚର୍ଯ୍ୟ ଲାଗୁଥିଲେ ହେଁ ସତ। କର୍ନାଟକ ମହୀଶୂରର ଜେଏସ୍‌ଏସ୍‌ ଏକାଡେମୀ ଅଫ୍‌ ହାୟର ଏଡୁକଶେନ ଆଣ୍ଡ୍‌ ରିସର୍ଚ୍ଚର ଏମ୍‌ଏସ୍‌ସି (ମାଇକ୍ରୋବାୟୋଲୋଜି) ଛାତ୍ର କ୍ଲିଣ୍ଟ ଡେଭିସଙ୍କ ତତ୍ତ୍ୱାବଧାନରେ ଏହି ଛତୁଚାଷ ହେଉଛି। ସେହି କଲେଜରେ ବିଏସ୍‌ସି ଶେଷ ବର୍ଷ ଛାତ୍ର ଥିବା ସମୟରେ ୨୦୧୭ରେ ସେ ଛତୁଚାଷ ଆରମ୍ଭ କରିଥିଲେ ବୋଲି କହନ୍ତି ୨୪ ବର୍ଷୀୟ ଡେଭିସ। ଏଥିପାଇଁ ସେ ‘ଫୁଙ୍ଗେ ମସ୍‌ରୁମ୍‌’ ଷ୍ଟାର୍ଟଅପ୍‌ ମାଧ୍ୟମରେ ପ୍ରଥମେ ଏକାକୀ ୨୫୦ ବର୍ଗଫୁଟ୍‌ର ଭଡ଼ାଘରେ ଚାଷ ଆରମ୍ଭ କରିଥିଲେ। ଏଥିପାଇଁ ସ୍ଥାନୀୟ ହର୍ଟିକଲଚର ବିଭାଗର ସାହାଯ୍ୟ ଲୋଡିଥିଲେ। ପ୍ରଥମେ ୧୦ କେଜି ଛତୁ ଉତ୍ପାଦନ କରି ବିକ୍ରି କରିଥିଲେ। ପରେ ରୁମ୍‌ମେଟ୍‌ ଅଜୟ ଜୋସେ ଓ ରାଜ କିରଣ ଏଥିରେ ସାମିଲ ହୋଇଥିଲେ। ସେମାନେ ଅର୍ଗାନିକ ଛତୁ ଉତ୍ପାଦନ ଆରମ୍ଭ କରି ତିନିବର୍ଷ ପରେ ଚାଷରୁ ଏବେ ମାସକୁ ଉପରୋକ୍ତ ପରିମାଣର ଟଙ୍କା ଆୟ କରୁଛନ୍ତି। ଚାଷକୁ ବଢ଼ାଇବା ଲାଗି ସେମାନେ କ୍ୟାଟରିଂ ଓ ଡେଲିଭରି ଜବ୍‌ ଭଳି ପାର୍ଟଟାଇମ୍‌ କାମ କରି ପାଣ୍ଠି ଯୋଗାଡ଼ କରିଥିଲେ। ସେହି ଛୋଟ ଘର କଡ଼ରେ ଏବେ ୫୨୫ ବର୍ଗଫୁଟର ଶେଡ୍‌ ନିର୍ମାଣ କରି ଚାଷକୁ ବଢାଇଛନ୍ତି। ପ୍ରାୟ ୫ ଲକ୍ଷ ଟଙ୍କା ନିବେଶ କରିଛନ୍ତି। ଏଥିପାଇଁ ଆବଶ୍ୟକ ହ୍ୟୁମିଡିଫାୟର ଓ ଟେମ୍ପରେଚର ରେଗୁଲେଟିଂ ଫ୍ୟାନ୍‌ ସେମାନେ ନିଜେ ତିଆରି କରିଛନ୍ତି। ଚାଷ କରୁଥିବା ମିଲ୍କି ମସ୍‌ରୁମ୍‌ ବା ଧଳା ଛତୁର ଚାହିଦା ବି ବେଶି ଓ ଏହାକୁ କିଲୋ ପ୍ରତି ୩୫୦ ଟଙ୍କାରେ ବିକ୍ରିକରି ସେମାନେ ପ୍ରଚୁର ଲାଭ କରୁଛନ୍ତି। ତିନିଜଣ ତିନି ମାସରେ ୧,୦୦୦ କେଜି ଛତୁ ଉତ୍ପାଦନ କରୁଛନ୍ତି। ଏଥିପାଇଁ ଏହି ଛାତ୍ରମାନଙ୍କୁ ପୁରସ୍କୃତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍‌…

ନୀରବତା ଏକ ମୃଗତୃଷ୍ଣା

ଜଡ! ତୁମେ ନିଷ୍କ୍ରିୟ ହୋଇ ପଡ଼ିରହିଛ। ତୁମକୁ ମଣିଷ ହୋଇ ବଞ୍ଚି ରହିବାର କୌଣସି ଅଧିକାର ନାହିଁ। ଅତିଶୟ ଅନ୍ୟାୟର ବଳୟରେ ସୁପ୍ତପ୍ରାୟ ତୁମ ଜୀବନ ଧିକ୍‌…

ସର୍ଜନଶୀଳ ଓଡ଼ିଶା

ଥିବୀର ଯେକୌଣସି ଗୌରବମୟ ସଂସ୍କୃତି ମଧ୍ୟରେ ଓଡ଼ିଆ ସଂସ୍କୃତି କେବଳ ଅନ୍ୟତମ ନୁହେଁ, ଅନନ୍ୟ। ଓଡ଼ିଆଙ୍କ ଜୀବନ ଦର୍ଶନ, ଚିନ୍ତା ଚେତନା,ଭାବଭାବନା ତଥା ଏ ଜାତିର କାରୁକାର୍ଯ୍ୟ,…

ଅନେକ ମେରୁ

ଯେତେବେଳେ ସାଧାରଣ ନାଗରିକ କୌଣସି ଯୁଦ୍ଧରେ ଏକତ୍ରିତ ହୋଇ ଲାଗିପଡ଼ନ୍ତି, ସେହି ଯୁଦ୍ଧ ସମ୍ପୂର୍ଣ୍ଣ ଭିନ୍ନ ରୂପ ନେଇଥାଏ। ତାହା ନାଗରିକଙ୍କ ଯୁଦ୍ଧ ପାଲଟିଯାଇଥାଏ; ଯେତେବେଳେ ନେତୃତ୍ୱ…

ଏଇ ଭାରତରେ

ବହୁ ସମୟରେ ବ୍ୟକ୍ତି ସମ୍ମୁଖରେ ବୟସ ହାର ମାନେ, ଯାହାର ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଜମ୍ମୁରେ। ୭୨ ବର୍ଷ ବୟସରେ ବିଦ୍ୟା କୌର ନିର୍ଭୟରେ କାର ଚଳାଇ…

ପିତୃ ଶବ୍ଦର ମହାନତା

ପିତୃ’ ବା ତତ୍ସମ ଶବ୍ଦ ଯଥା ପିତା, ତାତ, ଜନକ, ବାପା, ବାପୁ, ବାବୁ, ପାପା, ନନା, ବାବା, ଡାଡି, ଡାଡ୍‌, ଡେ’ ଏହିପରି ଏକାର୍ଥବୋଧକ ଯେତେ…

ମଣିମା ଶୁଣିମା ହେଉ

ବାଲ୍ୟକାଳରେ ଶୁଣିଥିବା କାହାଣୀ ବେଳେବେଳେ ବିସ୍ମୃତିରୁ ବାହୁଡ଼ିଆସେ। ସେତେବେଳେ ଶିଶୁମନକୁ ଖୁବ୍‌ ପ୍ରଭାବିତ କରିଥିବା କାହାଣୀର ବିଲୋଳ ଚରିତ୍ର ଆଖି ଆଗରେ ଉଭାହୁଏ। ସାମ୍ପ୍ରତିକ ସମୟର ଲାଞ୍ଚମିଛ,…

କେବଳ ଦର୍ଶକ

ମଧ୍ୟପ୍ରାଚ୍ୟ ଯୁଦ୍ଧ ଏବେ ଦ୍ୱିତୀୟ ମାସରେ ପ୍ରବେଶ କରିଛି। ଏହା ଏକ ଲମ୍ବା ଯୁଦ୍ଧ ହେବାକୁ ଯାଉଛି ଏବଂ ଏ ସମ୍ପର୍କରେ ମୁଁ କିଛି ଟିପ୍ପଣୀ ଦେବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri