ବ୍ରିଟେନରେ ଦିନକୁ ୧୨ ହଜାର ଓମିକ୍ରନ୍‌ ମାମଲା

ଲଣ୍ଡନ, ୨୧।୧୨(ପି.ଟି.): ବ୍ରିଟେନରେ ଓମିକ୍ରନ୍‌ ସଂକ୍ରମଣ ଦ୍ରୁତ ବେଗରେ ମାଡ଼ିଚାଲିଛି। ସେଠାରେ ଦୈନିକ ସଂକ୍ରମଣ ୧୨,୧୩୩ରେ ପହଞ୍ଚତ୍ଛି। ତେଣୁ କଠୋର ଲକ୍‌ଡାଉନ୍‌ ଲଗାଇବା ନେଇ ସୋମବାର ବ୍ରିଟିଶ କ୍ୟାବିନେଟରେ ଆଲୋଚନା ହୋଇଛି। ଦେଶରେ ମୋଟ ଓମିକ୍ରନ୍‌ ମାମଲା ୩୭,୧୦୧ରେ ପହଞ୍ଚତ୍ଛି। ରବିବାର ସେଠାରେ ୮୨,୮୮୬ କୋଭିଡ୍‌ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି ଓ ୪୫ ଜଣଙ୍କ ମୃତ୍ୟୁ ଘଟିଛି। ବ୍ରିଟେନରେ ଓମିକ୍ରନ୍‌ ଭାରିଆଣ୍ଟ ଜନିତ ମୃତ୍ୟୁସଂଖ୍ୟା ୧୨ରେ ପହଞ୍ଚତ୍ଛି। କଠୋର ଲକ୍‌ଡାଉନ ସପକ୍ଷରେ ନ ଥିବା ବ୍ରିଟିଶ ଉପପ୍ରଧାନମନ୍ତ୍ରୀ ଡୋମିନିକ୍‌ ରାବ୍‌ କହିଛନ୍ତି। ଟିକାକରଣ ବଢ଼ିଥିବା ସହ ଅଧିକାଂଶ ଲୋକଙ୍କୁ ବୁଷ୍ଟର ଡୋଜ୍‌ ଦିଆଗଲାଣି। ଚଳିତ ବର୍ଷ ପୂର୍ବବର୍ଷ ଅପେକ୍ଷା ଖ୍ରୀଷ୍ଟମାସ ଉତ୍ସବ ଭଲ ହେବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି। ତେବେ ଲୋକମାନେ ଯତ୍ନଶୀଳ ହେବା ସହ ସତର୍କ ରହିବା ଜରୁରୀ। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ କୋଭିଡ୍‌ କଟକଣା ବଢ଼ାଇବା ପାଇଁ ପ୍ରଶାସନ ପକ୍ଷରୁ ସରକାରଙ୍କୁ ୩ଟି ବିକଳ୍ପ ପ୍ରସ୍ତାବ ଦିଆଯାଇଛି। ଅତ୍ୟଧିକ ସଂକ୍ରମଣ ପାଇଁ କଠୋର ଗାଇଡ୍‌ଲାଇନ, ଦୋକାନ ଓ ରେଷ୍ଟୁରାଣ୍ଟଗୁଡ଼ିକୁ ଶୀଘ୍ର ବନ୍ଦ କରିବା ଏବଂ ଜନ ସମାଗମ କମ୍‌ କରିବା ଲାଗି ପରାମର୍ଶ ଦିଆଯାଇଥିବା ଜଣାପଡ଼ିଛି। ପୂର୍ବରୁ ଲକ୍‌ଡାଉନ ଯୋଗୁ ବ୍ୟବସାୟ ଗୁରୁତର ପ୍ରଭାବିତ ହୋଇଛି। ତେଣୁ କଠୋର ଲକ୍‌ଡାଉନ ବ୍ୟବସ୍ଥାକୁ ବ୍ରିଟିଶ ଚାନ୍‌ସେଲର ରିଷି ସୁନକଙ୍କ ସମେତ ଅନେକ ବିରୋଧ କରୁଛନ୍ତି। ତେବେ ସରକାରଙ୍କ ବୈଜ୍ଞାନିକ ପରାମର୍ଶଦାତା କଟକଣା କଡ଼ାକଡି କରିବା ସପକ୍ଷରେ ମତ ଦେଇଛନ୍ତି। ସୂଚନାଯୋଗ୍ୟ, ନେଦରଲାଣ୍ଡସ୍‌ରେ ଓମିକ୍ରନ୍‌ ସଂକ୍ରମଣ ବଢ଼ୁଥିବାରୁ ସେଠାରେ ଜାନୁୟାରୀ ମଧ୍ୟଭାଗ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଜାନୁୟାରୀ ୧୪ ପର୍ଯ୍ୟନ୍ତ ନେଦରଲାଣ୍ଡସ୍‌ରେ ସମସ୍ତ ଅଣଅତ୍ୟାବଶ୍ୟକ ସାମଗ୍ରୀ ବ୍ୟବସାୟ ପ୍ରତିଷ୍ଠାନ, ବାର୍‌, ରେଷ୍ଟୁରାଣ୍ଟ ବନ୍ଦ ରହିବା ସହ ୯ ପର୍ଯ୍ୟନ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ। ଫ୍ରାନ୍ସ, ସାଇପ୍ରସ୍‌, ଅଷ୍ଟ୍ରିଆ ଆଦି ଦେଶ ଯାତାୟାତରେ କଟକଣା ଲଗାଇଛନ୍ତି। ଡେନ୍‌ମାର୍କରେ ଥିଏଟର, କନସର୍ଟ ହଲ୍‌, ପ୍ରମୋଦ ଉଦ୍ୟାନ ଓ ମ୍ୟୁଜିୟମକୁ ବନ୍ଦ କରିଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଭାରତ ରୁଷରୁ ତେଲ କିଣିବ ନାହିଁ’, ଆମେରିକା ଦାବିର କଡ଼ା ଜବାବ ଦେଲେ ଏସ ଜୟଶଙ୍କର

କଲମ୍ବୋ,୧୫।୨: ରୁଷିଆରୁ ତେଲ ଆମଦାନୀକୁ ନେଇ ଆମେରିକା ଏବଂ ଭାରତ ମଧ୍ୟରେ ପୁଣି ଥରେ କୂଟନୈତିକ ବାକ୍‌ଯୁଦ୍ଧ ଦେଖିବାକୁ ମିଳିଛି। ଜର୍ମାନୀରେ ଅନୁଷ୍ଠିତ ମ୍ୟୁନିକ୍ ସୁରକ୍ଷା ସମ୍ମିଳନୀରେ…

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri