ବ୍ରିଟେନରେ ଦିନକୁ ୧୨ ହଜାର ଓମିକ୍ରନ୍‌ ମାମଲା

ଲଣ୍ଡନ, ୨୧।୧୨(ପି.ଟି.): ବ୍ରିଟେନରେ ଓମିକ୍ରନ୍‌ ସଂକ୍ରମଣ ଦ୍ରୁତ ବେଗରେ ମାଡ଼ିଚାଲିଛି। ସେଠାରେ ଦୈନିକ ସଂକ୍ରମଣ ୧୨,୧୩୩ରେ ପହଞ୍ଚତ୍ଛି। ତେଣୁ କଠୋର ଲକ୍‌ଡାଉନ୍‌ ଲଗାଇବା ନେଇ ସୋମବାର ବ୍ରିଟିଶ କ୍ୟାବିନେଟରେ ଆଲୋଚନା ହୋଇଛି। ଦେଶରେ ମୋଟ ଓମିକ୍ରନ୍‌ ମାମଲା ୩୭,୧୦୧ରେ ପହଞ୍ଚତ୍ଛି। ରବିବାର ସେଠାରେ ୮୨,୮୮୬ କୋଭିଡ୍‌ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି ଓ ୪୫ ଜଣଙ୍କ ମୃତ୍ୟୁ ଘଟିଛି। ବ୍ରିଟେନରେ ଓମିକ୍ରନ୍‌ ଭାରିଆଣ୍ଟ ଜନିତ ମୃତ୍ୟୁସଂଖ୍ୟା ୧୨ରେ ପହଞ୍ଚତ୍ଛି। କଠୋର ଲକ୍‌ଡାଉନ ସପକ୍ଷରେ ନ ଥିବା ବ୍ରିଟିଶ ଉପପ୍ରଧାନମନ୍ତ୍ରୀ ଡୋମିନିକ୍‌ ରାବ୍‌ କହିଛନ୍ତି। ଟିକାକରଣ ବଢ଼ିଥିବା ସହ ଅଧିକାଂଶ ଲୋକଙ୍କୁ ବୁଷ୍ଟର ଡୋଜ୍‌ ଦିଆଗଲାଣି। ଚଳିତ ବର୍ଷ ପୂର୍ବବର୍ଷ ଅପେକ୍ଷା ଖ୍ରୀଷ୍ଟମାସ ଉତ୍ସବ ଭଲ ହେବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି। ତେବେ ଲୋକମାନେ ଯତ୍ନଶୀଳ ହେବା ସହ ସତର୍କ ରହିବା ଜରୁରୀ। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ କୋଭିଡ୍‌ କଟକଣା ବଢ଼ାଇବା ପାଇଁ ପ୍ରଶାସନ ପକ୍ଷରୁ ସରକାରଙ୍କୁ ୩ଟି ବିକଳ୍ପ ପ୍ରସ୍ତାବ ଦିଆଯାଇଛି। ଅତ୍ୟଧିକ ସଂକ୍ରମଣ ପାଇଁ କଠୋର ଗାଇଡ୍‌ଲାଇନ, ଦୋକାନ ଓ ରେଷ୍ଟୁରାଣ୍ଟଗୁଡ଼ିକୁ ଶୀଘ୍ର ବନ୍ଦ କରିବା ଏବଂ ଜନ ସମାଗମ କମ୍‌ କରିବା ଲାଗି ପରାମର୍ଶ ଦିଆଯାଇଥିବା ଜଣାପଡ଼ିଛି। ପୂର୍ବରୁ ଲକ୍‌ଡାଉନ ଯୋଗୁ ବ୍ୟବସାୟ ଗୁରୁତର ପ୍ରଭାବିତ ହୋଇଛି। ତେଣୁ କଠୋର ଲକ୍‌ଡାଉନ ବ୍ୟବସ୍ଥାକୁ ବ୍ରିଟିଶ ଚାନ୍‌ସେଲର ରିଷି ସୁନକଙ୍କ ସମେତ ଅନେକ ବିରୋଧ କରୁଛନ୍ତି। ତେବେ ସରକାରଙ୍କ ବୈଜ୍ଞାନିକ ପରାମର୍ଶଦାତା କଟକଣା କଡ଼ାକଡି କରିବା ସପକ୍ଷରେ ମତ ଦେଇଛନ୍ତି। ସୂଚନାଯୋଗ୍ୟ, ନେଦରଲାଣ୍ଡସ୍‌ରେ ଓମିକ୍ରନ୍‌ ସଂକ୍ରମଣ ବଢ଼ୁଥିବାରୁ ସେଠାରେ ଜାନୁୟାରୀ ମଧ୍ୟଭାଗ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଜାନୁୟାରୀ ୧୪ ପର୍ଯ୍ୟନ୍ତ ନେଦରଲାଣ୍ଡସ୍‌ରେ ସମସ୍ତ ଅଣଅତ୍ୟାବଶ୍ୟକ ସାମଗ୍ରୀ ବ୍ୟବସାୟ ପ୍ରତିଷ୍ଠାନ, ବାର୍‌, ରେଷ୍ଟୁରାଣ୍ଟ ବନ୍ଦ ରହିବା ସହ ୯ ପର୍ଯ୍ୟନ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ। ଫ୍ରାନ୍ସ, ସାଇପ୍ରସ୍‌, ଅଷ୍ଟ୍ରିଆ ଆଦି ଦେଶ ଯାତାୟାତରେ କଟକଣା ଲଗାଇଛନ୍ତି। ଡେନ୍‌ମାର୍କରେ ଥିଏଟର, କନସର୍ଟ ହଲ୍‌, ପ୍ରମୋଦ ଉଦ୍ୟାନ ଓ ମ୍ୟୁଜିୟମକୁ ବନ୍ଦ କରିଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri