Posted inଖେଳ

ସେମି ଫାଇନାଲରେ ଟିଆଫୋ, ଫ୍ରିଟ୍ଜ

ନ୍ୟୁୟର୍କ,୫ା୯(ପି.ଟି.): ବର୍ଷର ଅନ୍ତିମ ଗ୍ରାଣ୍ଡସ୍ଲାମ ୟୁଏସ୍‌ ଓପନର ସେମି ଫାଇନାଲରେ ପ୍ରବେଶ କରିଛନ୍ତି ଫ୍ରାନ୍ସିସ ଟିଆଫୋ, ଟେଲର ଫ୍ରିଟ୍ଜ ଓ ଆରିନା ସାବାଲେଙ୍କା। ମଙ୍ଗଳବାର ଅନୁଷ୍ଠିତ କ୍ୱାର୍ଟର ଫାଇନାଲ ମ୍ୟାଚ୍‌ରେ ଟେଲର ଫ୍ରିଟ୍ଜ ୭-୬(୭/୨), ୩-୬, ୬-୪ ଓ ୭-୬(୭/୩) ସେଟରେ ଜର୍ମାନୀର ଆଲେକଜାଣ୍ଡାର ଜେଭରେଭଙ୍କୁ ପରାସ୍ତ କରିଥିଲେ। ଅନ୍ୟ ଏକ ମ୍ୟାଚ୍‌ରେ ଫ୍ରାନ୍ସିସ୍‌ ଟିଆଫୋ ଓ୍ବାକଓଭର ପାଇ ସେମିରେ ପ୍ରବେଶ କରିଛନ୍ତି। ମହିଳା ସିଙ୍ଗଲ୍ସ ବର୍ଗରେ ବିଶ୍ୱ ମାନ୍ୟତାର ଦ୍ୱିତୀୟ ସ୍ଥାନରେ ଥିବା ଆରିନା ସାବାଲେଙ୍କା ଅଲିମ୍ପିକ୍ସ ସ୍ବର୍ଣ୍ଣ ବିଜେତା କ୍ୱିନଓ୍ବେନ ଝାଙ୍ଗଙ୍କୁ ପରାସ୍ତ କରିଥିଲେ।
ଦୀର୍ଘ ୧୮ ବର୍ଷ ପରେ ୟୁଏସ୍‌ ଓପନ ଫାଇନାଲରେ ଜଣେ ଆମେରିକୀୟ ନଜର ଆସିବେ। ଫ୍ରାନ୍ସିସ୍‌ ଟିଆଫୋ ଓ ଟେଲର ଫ୍ରିଟ୍ଜ ସେମି ଫାଇନାଲରେ ପରସ୍ପର ବିପକ୍ଷରେ ଖେଳିବାକୁ ଯାଉଥିବା ବେଳେ ଯିଏ ବି ବିଜୟୀ ହେଲେ ଜଣେ ଆମେରିକୀୟ ଫାଇନାଲରେ ପ୍ରବେଶ କରିବେ। ୨୦ ନମ୍ବର ସିଡ ଟିଆଫୋ ୬-୩, ୬-୭(୫/୮), ୬-୩ ଓ ୪-୧ରେ ଗ୍ରିଗୋର ଦିମିତ୍ରୋଭଙ୍କ ବିପକ୍ଷରେ ଆଗୁଆ ରହିଥିଲେ। ଦିମିତ୍ରୋଭ ଆହତ ହେବା କାରଣରୁ ଓହରି ଯିବା କାରଣରୁ ଟିଆଫୋଙ୍କୁ ଓ୍ବାକଓଭର ମିଳିଥିଲା।
ପୂର୍ବରୁ ପ୍ରଥମ ମ୍ୟାଚରେ ଟେଲର ଫ୍ରିଟ୍ଜ କଡା ସଂଘର୍ଷପୂର୍ଣ୍ଣ ମ୍ୟାଚରେ ବିଶ୍ୱ ମାନ୍ୟତାର ୪ ନମ୍ବର ସ୍ଥାନରେ ଥିବା ଆଲେକଜାଣ୍ଡାର ଜେଭରେଭ୍‌ଙ୍କୁ ପରାସ୍ତ କରିଥିଲେ। ୭-୬(୭/୨), ୩-୬, ୬-୪ ଓ ୭-୬(୭/୩) ସେଟରେ ଫ୍ରିଟ୍ଜ ବିଜୟୀ ହୋଇଥିଲେ। ପ୍ରଥମ ସେଟ ଓ ଅନ୍ତିମ ସେଟ୍‌ ଟାଇବ୍ରେକରକୁ ଯାଇଥିବା ବେଳେ ଫ୍ରିଟ୍ଜ ବିଜୟୀ ହୋଇଥିଲେ। ଅନ୍ୟ ପକ୍ଷରେ ସେମି ଫାଇନାଲରେ ଉଭୟ ଫ୍ରାନ୍ସିସ ଟିଆଫୋ ଓ ଟେଲର ଫ୍ରିଟ୍ଜ ପରସ୍ପର ମୁକାବିଲା କରିବେ। ଟେଲର କୌଣସି ଗ୍ରାଣ୍ଡସ୍ଲାମର ସେମି ଫାଇନାଲ ଖେଳି ନ ଥିଲେ ମଧ୍ୟ ଟିଆଫୋଙ୍କ ବିପକ୍ଷରେ ତାଙ୍କର ୬-୧ର ବିଜୟ ରେକର୍ଡ ରହିଛି।
ମହିଳା ସିଙ୍ଗଲ୍ସରେ ଖେଳା ଯାଇଥିବା କ୍ୱାର୍ଟର ଫାଇନାଲ ମ୍ୟାଚ୍‌ରେ ଚାଇନାର କ୍ୱିନଓ୍ବେନ ଝାଙ୍ଗଙ୍କୁ ସିଧାସଳଖ ସେଟରେ ପରାସ୍ତ କରିଥିଲେ ଆରିନା ସାବାଲେଙ୍କା। ୬-୪, ୬-୨ରେ ସାବାଲେଙ୍କା ବିଜୟୀ ହୋଇଥିବା ବେଳେ ଏମ୍ମା ନାଭାରୋଙ୍କ ସହ ଖେଳିବେ।


Enter your email to get our daily news in your inbox.

All Right Reserved By Dharitri.Com

ବଢିଲା କ୍ୟାନସର ରୋଗୀଙ୍କ ଚିନ୍ତା! ୧ ଲକ୍ଷ ଟଙ୍କାର ଇଞ୍ଜେକ୍ସନରେ କେବଳ ପାଣି ଆଉ ଜୀବାଣୁ

ନୂଆଦିଲ୍ଲୀ,୨୬।୮: ଯେତେବେଳେ ପ୍ରାୟ ଏକ ଲକ୍ଷ ଟଙ୍କା ମୂଲ୍ୟର ଏକ ଇଞ୍ଜେକ୍ସନ ଜଣେ ଗରିବ କର୍କଟ ରୋଗୀଙ୍କ ମାଗଣା ଚିକିତ୍ସା ପାଇଁ ଉଦ୍ଦିଷ୍ଟ ସରକାରୀ ହସ୍ପିଟାଲରୁ ଗାଏବ…

ଜଳୁନି ଷ୍ଟ୍ରିଟ ଲାଇଟ: ଚେତାବନୀ ଦେଲେ ଲକ୍ଷ୍ମୀପୁର ଗ୍ରାମବାସୀ, ପଞ୍ଚାୟତ ନିର୍ବାଚନରେ…

ଗଞ୍ଜାମ,୨୬।୮(ବିଦ୍ୟାଧର ସାହୁ): ସରକାର ପଞ୍ଚାୟତର ବିକାଶ ହେଉଛି ବୋଲି ଡିଣ୍ଡିପ ପିଟୁଥିବାବେଳେ ଏବେ ବି କିଛି ପଞ୍ଚାୟତ ଅବହେଳିତ ଅବସ୍ଥାରେ ରହିଛି। ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତର…

ଛାତରୁ ଖସୁଛି କଂକ୍ରିଟ୍‌, ତଳେ ପଢ଼ୁଛନ୍ତି ପିଲା: ଶ୍ରେଣୀଗୃହରେ ଜମୁଛି ପାଣି

ଆନନ୍ଦପୁର,୨6ା୮(ସୁଶାନ୍ତ କୁମାର ସାହୁ):କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ଆଦିବାସୀ ଅଧ୍ୟୁଷିତ ମନୋହରପୁର ପଞ୍ଚାୟତ ମନୋହରପୁର ଉଚ୍ଚ ବିଦ୍ୟାଳୟ ଅବହେଳିତ ହୋଇପଡ଼ିଛି। ଶ୍ରେଣୀଗୃହ ଭଗ୍ନ ଅବସ୍ଥାରେ ଥିବାବେଳେ ଛାତରୁ…

ରକ୍ଷା ବନ୍ଧନ ବିଜ୍ଞାପନ ପ୍ରତ୍ୟାହାର କଲା GIVA; କୃତି ସାନନଙ୍କ ପୋଷାକକୁ ନେଇ ହଙ୍ଗାମା

ମୁମ୍ବାଇ,୨୬।୮: ଅଳଙ୍କାର ବ୍ରାଣ୍ଡ GIVA ବଲିଉଡ ଅଭିନେତ୍ରୀ କୃତି ସାନନଙ୍କ ସହିତ ତାଙ୍କର ରକ୍ଷା ବନ୍ଧନ ବିଜ୍ଞାପନ ପ୍ରତ୍ୟାହାର କରିନେଇଛି। ବିଜ୍ଞାପନରେ କୃତି ସାନନ ପିନ୍ଧିଥିବା ପୋଷାକକୁ…

ସରକାରଙ୍କ ବଡ଼ ନିଷ୍ପତ୍ତି: ବୃଦ୍ଧ ମାତାପିତାଙ୍କ ପ୍ରତି ଅତ୍ୟାଚାର କରୁଥିବା ପିଲାମାନଙ୍କୁ ମିଳବ ନାହିଁ ସମ୍ପତ୍ତିରେ ଅଧିକାର

ଲକ୍ଷ୍ନୌ,୨୬।୮: ଉତ୍ତର ପ୍ରଦେଶରେ, ବୃଦ୍ଧ ମାତାପିତା ଏବେ ସେମାନଙ୍କୁ ଅବହେଳା କିମ୍ବା ଦୁର୍ବ୍ୟବହାର କରୁଥିବା ପିଲାମାନଙ୍କୁ ସହଜରେ ସମ୍ପତ୍ତିରୁ ବେଦଖଲ କରିପାରିବେ। ବରିଷ୍ଠ ନାଗରିକଙ୍କ ଅଧିକାରକୁ ସୁରକ୍ଷିତ…

ବୟଫ୍ରେଣ୍ଡଙ୍କ କାର୍‌ରେ ୩୪୦୦ ଚୁମ୍ବନ ଦେଲେ ଗର୍ଲଫ୍ରେଣ୍ଡ: ଶେଷରେ ଭୋଗିବାକୁ ପଡ଼ିଲା…

ଗ୍ବାଲିୟର, ୨୬।୮:ସୋସିଆଲ ମିଡିଆରେ ଭାଇରାଲ ହେବା ପାଇଁ ପ୍ରେମ ପ୍ରକାଶର ଏକ ଅଜବ ଉପାୟ ଜଣେ ଯୁବକଙ୍କୁ ମହଙ୍ଗା ପଡ଼ିଛି। ଗ୍ବାଲିୟରରେ ଜଣେ ଯୁବତୀ ନିଜ ପ୍ରେମିକଙ୍କ…

ରକ୍ଷାବନ୍ଧନରେ ହେଉଛି ଅଦ୍ଭୁତ ତ୍ରିବେଣୀ ସଂଗମ: ଏହି ଶୁଭ ମୁହୂର୍ତ୍ତରେ ରାକ୍ଷୀ ବାନ୍ଧିଲେ ଚମକିବ ଭାଇଙ୍କ ଭାଗ୍ୟ!

ରକ୍ଷାବନ୍ଧନ ଭାଇ-ଭଉଣୀଙ୍କ ପବିତ୍ର ସମ୍ପର୍କର ପ୍ରତୀକ। ଏହି ପର୍ବରେ ଯେତେବେଳେ ଶୁଭ ଯୋଗ ଗଠିତ ହୁଏ, ସେତେବେଳେ ଏହାର ମହତ୍ତ୍ୱ ଆହୁରି ବଢ଼ିଯାଏ। ଚଳିତ ବର୍ଷ ଅଗଷ୍ଟ…

ସରକାରଙ୍କ ବଡ଼ ଘୋଷଣା: ଇଣ୍ଟରକାଷ୍ଟରେ ବିବାହ କଲେ ମହିଳାଙ୍କୁ ମିଳିବ ଅଢ଼େଇ ଲକ୍ଷ!

ନୂଆଦିଲ୍ଲୀ,୨୬।୮: ବିହାରର ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ରାଜ୍ୟର ମହିଳା, ବିଶେଷକରି ଅନୁସୂଚିତ ଜାତି (SC) ଓ ଅନୁସୂଚିତ ଜନଜାତି (ST) ବର୍ଗର ମହିଳାଙ୍କ ପାଇଁ ବଡ଼ ଘୋଷଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri