ପଞ୍ଚାୟତରେ ଗୋଷ୍ଠୀ କନ୍ଦଳ, ପ୍ରଭାବିତ ହେଉଛି ଗାଁର ବିକାଶ

ରସୁଲପୁର,୨୩ା୬(ରଞ୍ଜିତ ରାଉତ): ଯାଜପୁର ଜିଲା ରସୁଲପୁର ବ୍ଲକର ୨୮ ପଞ୍ଚାୟତ ଯାଜପୁର ଜିଲାର ୩ ପ୍ରମୁଖ ନିର୍ବାଚନମଣ୍ଡଳୀ ବରୀ, କୋରେଇ ଓ ଧର୍ମଶାଳାରେ ବାଣ୍ଟି ହୋଇରହିଛି। ଏବେ ବ୍ଲକର ବିଭିନ୍ନ ପଞ୍ଚାୟତରେ ଗୋଷ୍ଠୀ କନ୍ଦଳ ଦେଖାଦେଇଛି। ୨୦୨୪ ନିର୍ବାଚନ ପରେ ବିଧାୟକ ଓ ପଞ୍ଚାୟତ ପ୍ରତିନିଧିଙ୍କ ମଧ୍ୟରେ ଶୀତଳ ଯୁଦ୍ଧ ଆରମ୍ଭ ହୋଇଯାଇଛି। ଅଧିକାଂଶ ପଞ୍ଚାୟତରେ ନବନିର୍ବାଚିତ ବିଧାୟକ ଓ ପଞ୍ଚାୟତ ପ୍ରତିନିଧିଙ୍କ ସମର୍ଥକକୁ ନେଇ ଦୁଇ ଗୋଷ୍ଠୀରେ ବିଭାଜିତ ହୋଇଯାଇଥିବା ଦେଖିବାକୁ ମିଳୁଛି। ଗୋଷ୍ଠୀ କନ୍ଦଳ ଯୋଗୁ ଗାଁର ବିକାଶଧାରା ପ୍ରଭାବିତ ହେବା ଆରମ୍ଭ କଲାଣି।
ସାଧାରଣ ନିର୍ବାଚନ ଫଳ ବିଜେଡି ସପକ୍ଷରେ ଯାଇଥିଲା। ବ୍ଲକରେ ୩ଜଣ ବିଧାୟକ ବିଜେଡିରୁ ନିର୍ବାଚିତ ହୋଇଥିଲେ। ୨୦୨୪ ସାଧାରଣ ନିର୍ବାଚନ ଫଳାଫଳ ଭିନ୍ନ ରହିଛି। ଧର୍ମଶାଳାରେ ସ୍ବାଧୀନ ବିଧାୟକ ହିମାଂଶୁ ଶେଖର ସାହୁ, କୋରେଇରେ ଭାଜପା ବିଧାୟକ ଆକାଶ ଦାସନାୟକ ନିର୍ବାଚିତ ହୋଇଥିବା ବେଳେ ବରୀରେ ବିଜେଡି ପ୍ରାର୍ଥୀ ବିଶ୍ୱରଞ୍ଜନ ମଲ୍ଲିକ ବିଧାୟକ ହୋଇଛନ୍ତି। ସ୍ବାଧୀନ ବିଧାୟକ ହିମାଂଶୁ ଭାଜପାରେ ସାମିଲ ହେବା ପରେ ବ୍ଲକରେ ଭାଜପା ବିଧାୟକ ସଂଖ୍ୟା ୨କୁ ବୃଦ୍ଧି ପାଇଥିବା ବେଳେ ଦଳ ତା’ର ପ୍ରଭାବ ବିସ୍ତାର କରିବା ଆରମ୍ଭ କରିଛି। ବରୀରେ ବିଶ୍ୱରଞ୍ଜନ ବିଜେଡିରୁ ଜିତିଥିବା ବେଳେ ପୂର୍ବତନ ବିଧାୟକ ସୁନନ୍ଦା ଦାସ ଓ ବିଶ୍ୱରଞ୍ଜନ ଗୋଷ୍ଠୀଙ୍କ ମଧ୍ୟରେ ଦୂରତା ସ୍ପଷ୍ଟ ବାରି ହୋଇପଡୁଛି। ୨୦୨୨ ପଞ୍ଚାୟତ ନିର୍ବାଚନରେ ଫଳାଫଳ ବିଜେଡି ସପକ୍ଷରେ ଯାଇଥିଲା। ଏବେ ବି ବ୍ଲକର ଅଧିକାଂଶ ପଞ୍ଚାୟତରେ ବିଜେଡି ସମର୍ଥତ୍ତ ସରପଞ୍ଚ ଓ ସମିତି ସଭ୍ୟାସଭ୍ୟ କାର୍ଯ୍ୟ କରୁଛନ୍ତି। ଏବର ସ୍ଥିତିରେ ନବନିର୍ବାଚିତ ବିଧାୟକ ଓ ପଞ୍ଚାୟତ ପ୍ରତିନିଧିମାନଙ୍କ ମଧ୍ୟରେ ଦୂରତା ବଢ଼ିବାରେ ଲାଗିଛି। ନିର୍ବାଚନ ପରଠାରୁ ବିଧାୟକ ସମର୍ଥତ୍ତ ଗୋଷ୍ଠୀ ପ୍ରଭାବ ବିସ୍ତାର କରୁଥିବା ସାଧାରଣରେ ପରିଲକ୍ଷିତ ହେଉଛି । ଫଳରେ ଅନେକ ସ୍ଥାନରେ ପଞ୍ଚାୟତ ପ୍ରତିନିଧି ଗୋଷ୍ଠୀମାନଙ୍କ ଦ୍ୱାରା କରାଯାଉଥିବା ଉନ୍ନୟନକାର୍ଯ୍ୟକୁ ବିରୋଧ କରାଯାଉଛି। କେତେ ଜଣ ନାମ ଗୋପନ ରଖି କହୁଛନ୍ତି, ବିଧାୟକଙ୍କ ସମର୍ଥକମାନେ ନିର୍ବାଚନ ପୂର୍ବରୁ ଜାରି ରହିଥିବା ଉନ୍ନୟନକାର୍ଯ୍ୟକୁ ବିରୋଧ କରିବା ସହ ଅନେକ ସ୍ଥାନରେ କାର୍ଯ୍ୟ ବନ୍ଦ ପାଇଁ ବିଭାଗୀୟ ଅଧିକାରୀ, ବ୍ଲକରେ କାର୍ଯ୍ୟରତ ଅଧିକାରୀମାନଙ୍କ ଉପରେ ଚାପ ପକାଉଛନ୍ତି। ଦେଖିବାକୁ ଗଲେ ବିଭିନ୍ନ ପଞ୍ଚାୟତରେ ଅନେକ କୋଟି ଟଙ୍କାର ଉନ୍ନୟନମୂଳକ କାର୍ଯ୍ୟ ବନ୍ଦ ହୋଇଯାଇଛି। ରାଜନୈତିକ ବିବାଦ ଯୋଗୁ ବିକାଶମୂଳକ କାର୍ଯ୍ୟ ଆଗେଇ ପାରୁ ନ ଥିବାରୁ ନିର୍ବାଚିତ ବିଧାୟକମାନେ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେବା ସ୍ବାଭାବିକ।


Enter your email to get our daily news in your inbox.

All Right Reserved By Dharitri.Com

ୱେଷ୍ଟଇଣ୍ଡିଜ୍ ସିରିଜ୍ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ବଡ଼ ଝଟ୍‌କା! ଆହତ ହେଲେ ଅଧିନାୟକ ଶୁଭମନ ଗିଲ୍‌, ସିରାଜଙ୍କ ଦ୍ରୁତ ବଲ୍‌…

ତିରୁବନନ୍ତପୁରମ୍, ୨୫।୯: ୱେଷ୍ଟଇଣ୍ଡିଜ୍ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଆରମ୍ଭ ହେବାର ଠିକ୍ ୪୮ ଘଣ୍ଟା ପୂର୍ବରୁ ଭାରତୀୟ ଶିବିରରୁ ଏକ ଚିନ୍ତାଜନକ ଖବର…

ୟୁଏନ୍‌ରେ ପାକିସ୍ତାନୀ ଖବରଦାତାଙ୍କୁ ଏସ୍‌. ଜୟଶଙ୍କରଙ୍କ କଡ଼ା ଜବାବ: କହିଲେ, ‘ଜଣେ ଆତଙ୍କବାଦୀ ଦେଶ ମୋତେ ଏମିତି ପ୍ରଶ୍ନ ପଚାରୁଛି’

ନ୍ୟୁୟର୍କ,୨୫।୯: ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଶୁକ୍ରବାର ୮୧ତମ ସଂଯୁକ୍ତ ରାଷ୍ଟ୍ର ସାଧାରଣ ସଭା (UNGA) ଅବସରରେ ଏକ ଖବରଦାତା ସମ୍ମିଳନୀରେ ଜଣେ ପାକିସ୍ତାନୀ ଖବରଦାତାଙ୍କୁ କଡ଼ା…

ସନ୍ଦେହଜନକ କାରକୁ ଗୋଡ଼ାଇ ଧରିଲା ନନ୍ଦିପଦା ପୋଲିସ: ଚାଳକ-ଅନ୍ୟମାନେ ଫେରାର, ତଦନ୍ତ ଜାରି

ହାଟଡିହୀ, ୨୫।୯ (ଶୁଭକାନ୍ତ ନାୟକ): ଭଦ୍ରକ ପାର୍ଶ୍ୱରୁ କେନ୍ଦୁଝର ଜିଲା ଆନନ୍ଦପୁର ଅଭିମୁଖେ ୫୩ ନମ୍ବର ରାଜ୍ୟ ରାଜପଥରେ ଶୁକ୍ରବାର ରାତି ପ୍ରାୟ ୯ଟା ସମୟରେ ଯାଉଥିବା…

ଦିଗପହଣ୍ଡିରେ ଜଳବନ୍ଦୀ ସମସ୍ୟା: ପୂର୍ତ୍ତବିଭାଗ ବୈଷୟିକ ଟିମ୍ ର ଅନୁଧ୍ୟାନ

ଦିଗପହଣ୍ଡି,୨୫|୯(ଅଶେଷ ନାଥ ମିଶ୍ର) ଲଘୁଚାପ ଜନିତ ଲଗାଣ ବର୍ଷାରେ ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ପୁରୁଣା ବସଷ୍ଟାଣ୍ଡ ମୁଖ୍ୟ ରାସ୍ତାରେ ପ୍ରାୟ ୨ ଫୁଟ ଉଚ୍ଚତାରେ ବର୍ଷାଜଳ…

ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ; ଚାଷୀଙ୍କ ପାଇଁ ବଡ଼ ଘୋଷଣା

ଭୁବନେଶ୍ୱର,୨୫।୯: ରାଜ୍ୟରେ କୃଷି ଓ କୃଷକଙ୍କ ବିକାଶ ପାଇଁ ସମବାୟ କ୍ଷେତ୍ରରେ ଏକ ନୂତନ ଯୁଗର ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଆନୁଷ୍ଠାନିକ…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଟ୍ରକ୍‌ ଧକ୍କାରେ ମହିଳା ଶ୍ରମିକ ମୃତ, ୭ ଆହତ

ସମ୍ବଲପୁର, ୨୫।୯ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଯୋମୁରା ଥାନା ଅନ୍ତର୍ଗତ କଂସର ଗ୍ରାମ ନିକଟ ଜିଓ ପେଟ୍ରୋଲ ପମ୍ପ ସମ୍ମୁଖ ଜାତୀୟ ରାଜପଥ ନଂ. ୫୫…

ନଦୀରେ ଭାସିଯିବାବେଳେ ସାହାରା ହେଲା ଗଛଡାଳ: ପୋଲ ଉପରୁ ଖସିପଡ଼ି ଅଧ କି.ମି. ଭାସିଗଲେ ବୃଦ୍ଧ

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ବ୍ଲକ୍‌ ତେଲକନାଡି ଗ୍ରାମର ସୁବାସ ଭତ୍ରା (୫୫) ଭାସ୍କେଲ ନଦୀ ପୋଲ ଉପରେ ଠିଆ ହୋଇଥିବାବେବେଳେ ଗୋଡ଼ ଖସିଯିବାରୁ ତଳକୁ ପଡ଼ିଯାଇଥିଲେ।…

ଛାତ୍ରାବାସରେ ପଶିଲା ପାଣି

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ସ୍ଥିତ ସରକାରୀ ଭୂତପୂର୍ବ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଡ୍ରେନେଜ ସୁବିଧା ନ ଥିବା ଯୋଗୁ ଛାତ୍ରାବାସରେ ବର୍ଷାପାଣି ପ୍ରବେଶ କରିଥିଲା। ପ୍ରଧାନଶିକ୍ଷକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?