ନୂଆବର୍ଷରେ ଦେଶକୁ ମିଳିଛି ୨ କରୋନା ଟିକା: ମୋଦି

ନୂଆଦିଲ୍ଲୀ,୪।୧: ଏବେ ଅନ୍ତର୍ଜାତୀୟସ୍ତରରେ ଆତ୍ମନିର୍ଭର ଭାରତ ପରିଚିତି ହାସଲ କରିପାରିଛି। ନୂଆବର୍ଷରେ ଦେଶକୁ ୨ କରୋନା ଟିକା ମିଳିଛି। କୋଭିଶିଲ୍ଡ୍‌ ଏବଂ କୋଭାକ୍ସିନ୍‌ର ବ୍ୟବହାର ଏବେ ସାର୍ବଜନୀକ ଭାବେ କରାଯିବ। ଦେଶରେ ବଡ଼ ଧରଣର କରୋନା ଟିକାଦାନ କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଯାଉଛି। ଏନେଇ ପ୍ରସ୍ତୁତି ଶେଷ ହୋଇଛି। ନ୍ୟାଶନାଲ ମେଟ୍ରୋଲୋଜି କନକ୍ଲେଭ୍‌ରେ ଭିଡ଼ିଓ କନଫରେନ୍ସିଂରେ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଏଭଳି କହିଛନ୍ତି। ଭାରତର ସେବା ଏବଂ ଉତ୍ପାଦ ଗୁଣବତ୍ତାଯୁକ୍ତ। ଏହା ବିଦେଶରେ ସ୍ବତନ୍ତ୍ର ସ୍ଥାନ ହାସଲ କରିପାରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏହି ଅବସରରେ ସେ ନ୍ୟାଶନାଲ ଆଟମିକ୍‌ ଟାଇମ୍ସସ୍କେଲ୍‌ ଏବଂ ଭାରତୀୟ ନିର୍ଦ୍ଦେଶକ ଦ୍ରବ୍ୟର ଲୋକାର୍ପଣ ମଧ୍ୟ କରିଛନ୍ତି। ଏହା ସହିତ ପ୍ରଧାନମନ୍ତ୍ରୀ ନ୍ୟାଶନାଲ୍‌ ଏନଭାର୍ନମେଣ୍ଟାଲ ଷ୍ଟାଣ୍ଡାର୍ଡ ଲାବୋରେଟୋରିର ଶିଳାନ୍ୟାସ କରିଛନ୍ତି। ଆଟମିକ୍‌ ଟାଇମ୍ସସ୍କେଲ୍‌ ଦ୍ୱାରା ଏଣିକି ଭାରତୀୟ ମାନକ ସମୟକୁ ୨.୮ ନାନୋ ସେକେଣ୍ଡ ପର୍ଯ୍ୟନ୍ତ ଠିକ୍‌ ଭାବେ ମାପ କରାଯାଇ ପାରିବ। ଅର୍ଥାତ୍‌ ଭାରତ ଏବେ ଏକ ସେକେଣ୍ଡର ଶହେ କୋଟି ଭାଗେ ଠିକ୍‌ ରୂପେ ମାପିବାକୁ ସକ୍ଷମ ବୋଲି ସେ କହିଛନ୍ତି। ସେହିପରି ଭାରତୀୟ ନିର୍ଦ୍ଦେଶକ ଦ୍ରବ୍ୟ ଅନ୍ତର୍ଜାତୀୟ ମାନକ ଆଧାରରେ ଉତ୍ପାଦର ଗୁଣବତ୍ତାକୁ ସୁନିଶ୍ଚିତ କରାଇ ପାରିବ। ନ୍ୟାଶନାଲ୍‌ ଏନଭାର୍ନମେଣ୍ଟାଲ ଷ୍ଟାଣ୍ଡାର୍ଡ ଲାବୋରେଟୋରି ସହାୟତାରେ ବାୟୁ ଏବଂ ଉଦ୍ୟୋଗିକ ପ୍ରଦୂଷଣ ତଥା ନିର୍ଗମଣର ଯାଞ୍ଚ୍‌ କରାଯାଇ ପାରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଛତ୍ରପୁରରେ ଚାଞ୍ଚଲ୍ୟ: ଚିକିତ୍ସାଳୟରୁ ମୂକ ଶିଶୁକନ୍ୟା ଚୋରି, ସିସିଟିଭି ଯାଞ୍ଚ କରୁଛି ପୋଲିସ

ଛତ୍ରପୁର,୩୦ା୮(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗୋଟିଏ ୫ ବର୍ଷର ମୂକ ଶିଶୁକନ୍ୟାକୁ ଜଣେ ବ୍ୟକ୍ତି ଚୋରି…

ଘରେ ପଶି ମୂକ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ, ଜେଲ୍‌ ଗଲେ ଯୁବକ

ଦିଗପହଣ୍ଡି,୩୦ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁରେ ଶନିବାର ମଧ୍ୟାହ୍ନରେ ଘରେ ପଶି ଜଣେ ମାନସିକ ଅନଗ୍ରସର ଓ ମୂକ ଯୁବତୀ(୨୧)ଙ୍କୁ…

ନାବାଳିକା ଛାତ୍ରୀଙ୍କୁ ଅପହରଣ କରିନେଲେ ୨୨ ବର୍ଷୀୟ ଯୁବକ, ଗାଁରେ ଉତ୍ତେଜନା ପରେ…

ହାଟଡିହୀ/ଛେନାପଦୀ,୩୦ା୮(ଶୁଭକାନ୍ତ ନାୟକ/ନିରାକାର): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ନନ୍ଦିପଦା ଥାନା ଅଞ୍ଚଳରେ ଜଣେ ନାବାଳିକା ଦଶମ ଶ୍ରେଣୀ ଛାତ୍ରୀକୁ ଅପହରଣ କରାଯାଇଥିବା ଥାନାରେ ଅଭିଯୋଗ ହୋଇଛି। ଏହାକୁ…

ଓଡ଼ିଆ ସାହିତ୍ୟର ଜଣେ ଅମର ନକ୍ଷତ୍ର ଥିଲେ ସ୍ବଭାବ କବି ଗଙ୍ଗାଧର ମେହେର, ତାଙ୍କ କଲମ ଚାଳନାରେ ଥିଲା…

କେସିଙ୍ଗା,୩୦ା୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗାସ୍ଥିତ ଚେତାବନୀ ସାହିତ୍ୟ ସଂସଦ ପକ୍ଷରୁ ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ୧୬୫ତମ ଜୟନ୍ତୀ ସମାରୋହ ଅନୁଷ୍ଠାନର ସଭାପତି ଯାଜ୍ଞସେନୀ ସାହାଙ୍କ…

ନିଟ୍‌ରେ ସଫଳ ଦୁଇ ଭଉଣୀଙ୍କ ଡାକ୍ତରୀ ପାଠରେ ଅର୍ଥ ସାଜିଛି ବାଧକ, ସ୍ବପ୍ନରେ ରହିଯିବ କି ଉଭୟଙ୍କ…

କର୍ଲାମୁଣ୍ଡା,୩୦ା୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ଗ୍ରାମର ଏକ ମେଧାବୀ ପରିବାରର ଦୁଇ ଭଉଣୀ ଏକାସାଙ୍ଗେ ନିଟ୍‌ ପରୀକ୍ଷାରେ ସଫଳତା ହାସଲ କରିବା…

ଭୟଙ୍କର ଦୁର୍ଘଟଣା: ୨୭୦ ଲୋକଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ିଲା, ଏବେ ବି ଜାରିରହିଛି…

ଆଙ୍କରା,୩୦ା୮: ଉତ୍ତର ସାଇପ୍ରସ ଉପକୂଳରେ ଏକ ଭୟଙ୍କର ଡଙ୍ଗା ବୁଡ଼ି ଦୁର୍ଘଟଣା ଘଟିଛି। ରବିବାର ଅପରାହ୍ନରେ ଉତ୍ତର ସାଇପ୍ରସର କାଇରେନିଆ ବନ୍ଦରରୁ ତୁର୍କୀର ମର୍ସିନ ପ୍ରଦେଶସ୍ଥିତ ତାସୁକୁ…

୩୨ କେଭି ବିଦ୍ୟୁତ୍‌ ତାରରେ ବାଜିଗଲା ଛାତ୍ରଙ୍କ ହାତ, ଚାଲିଗଲା ଜୀବନ

ପାତ୍ରପୁର,୩୦ା୮(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ତହସିଲ ଜରଡ଼ା ଥାନା ଅନ୍ତର୍ଗତ ଭୈରପୁର ଗ୍ରାମର ସୁଶାନ୍ତ ପ୍ରଧାନଙ୍କ ପୁଅ ଚନ୍ଦନ( ୧୬)ଙ୍କ ବିଦ୍ୟୁତ୍‌ ଆଘାତରେ ମୃତ୍ୟୁ…

ଛାତ୍ରୀଛାତ୍ରଙ୍କୁ ନିଶାଠାରୁ ଦୂରେଇ ରହିବାକୁ ଆହ୍ବାନ

ବଞ୍ଚୋ,୩୦ା୮(ପ୍ରଦୋଷ ବିଶ୍ୱାଳ): କେନ୍ଦୁଝର ଜିଲା ଆନନ୍ଦପୁର ବଞ୍ଚୋର ପ୍ରାଣବଲ୍ଲଭ ପବ୍ଲିକ ସ୍କୁଲରେ ‘ନିଶାମୁକ୍ତ ଭାରତ ଅଭିଯାନ’ ଅଧୀନରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆନନ୍ଦପୁର ଏସ୍‌ଡିପିଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri