Posted inଫୁରସତ

୩ ଘଣ୍ଟା ଲାଗି ସମାଧି ନେଲେ ସାଧୁ; ମାଟି ତଳୁ ବାହାରିବା ପରେ ଗିରଫ କଲା ପୋଲିସ

ହମିରପୁର, ୨୯।୬- ମାଟି ତଳେ ୩ ଘଣ୍ଟା ପାଇଁ ଜୀବନ୍ତ ସମାଧି ନେଲେ ସାଧୁ। କିନ୍ତୁ ୩ ଘଣ୍ଟା ପରେ ଯେତେବେଳେ ସାଧୁ ମାଟି ତଳୁ ବାହାରିଲେ ପୋଲିସ ତାଙ୍କୁ ଗିରଫ କରିଛି। କରୋନା ନିୟମ ଉଲ୍ଲଘଂନ କରିଥିବା ଅଭିଯୋଗରେ ପୋଲିସ ଏହି ସାଧୁଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ଏମିତି ଏକ ଘଟଣା ଉତ୍ତର ପ୍ରଦେଶ ହମିରପୁର ଜିଲା ମାଉଦା କୋଟଓ୍ବାଲୀ ଅଞ୍ଚଳରେ। ସୋମବାର ଦ୍ୱିପହର ସମୟରେ ଜୁନା ଆଖଡ଼ାର ଜଣେ ସାଧୁ ଗୋବିନ୍ଦ ଗିରିଜ ମହାରାଜ ମାଟି ତଳେ ଜୀବନ୍ତ ସମାଧି ନେବାକୁ ପ୍ରସ୍ତୁତ ହେଉଥିଲେ। ସାମାଧି ପାଇଁ ମାଟି ଖୋଳାଯାଇ ବିରାଟ ଗାତ ସୃଷ୍ଟି କରାଯାଇଥିଲା। ସାଧୁ ଗାତ ମଧ୍ୟକୁ ପ୍ରବେଶ କରିବା ପରେ ଭକ୍ତମାନେ ଗାତ ଉପରେ ପଟା ଥୋଇ ପରେ ମାଟି ପକାଇ ପୋତି ଦେଇଥିଲେ। ୩ ଘଣ୍ଟା ପରେ ସାଧୁଙ୍କୁ ମାଟି ଉଠାଇ ଉଦ୍ଧାର କରାଯାଇଥିଲା। ସାଧୁ ବାହାରକୁ ଆସିବା ପରେ ଚାରିଆଡ଼େ ତାଙ୍କର ଜୟ ଜୟକାର ଗାନ କରାଯାଇଥିଲା। ତେବେ ସାଧୁଙ୍କ ସମାଧି ଦେଖିବା ପାଇଁ ଆଖପାଖରେ ଅନେକ ଲୋକ ସେଠାରେ ରୁଣ୍ଡ ହୋଇଥିଲେ। ଏହି ସମୟରେ ଲୋକମାନେ ମୁହଁରେ ମାକ୍ସ ପିନ୍ଧି ନ ଥିଲେ କି ସାମାଜିକ ଦୂରତା ନିୟମକୁ ପାଳନ କରି ନ ଥିଲେ। ଏକାଠି ହୋଇ ସମସ୍ତେ ସାଧୁଙ୍କ ଜୀବନ୍ତ ସମାଧି ଦୃଶ୍ୟକୁ ଉପଭୋଗ କରିବା ସହ ମୋବାଇଲରେ ଏହାର ଭିଡିଓ ବନାଇଥିଲେ। ପୋଲିସ ଏହା ଜାଣିବା ପରେ ଘଟଣାସ୍ଥଳକୁ ଯାଇ ସାଧୁଙ୍କୁ ଗିରଫ କରିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ଛାଡ଼ିବା ଖୁସିରେ ଢୋଲ ବଜାଇ ମାଲିକଙ୍କ ସାମ୍ନାରେ ନାଚିଲେ କର୍ମଚାରୀ, ଚକିତ କରୁଛି Video

ଚାକିରି ଛାଡ଼ିବା ବେଳେ ଦୁଃଖ ଲାଗେ। କାରଣ କମ୍ପାନୀ ଏବଂ ସାଙ୍ଗରେ କାମ କରୁଥିବା ସହକର୍ମୀଙ୍କ ସହ ଏକପ୍ରକାର ନିବିଡ଼ତା ହୋଇଯାଇଥାଏ। ହେଲେ ସୋସିଆଲ ମିଡିଆରେ...

Video: ‘ଜୟ ଶ୍ରୀରାମ’ ନାରା ଦେଇ ଚର୍ଚ୍ଚାରେ ପାକିସ୍ତାନର ପ୍ରଥମ ହିନ୍ଦୁ ବ୍ଲଗର୍‌, ଭାବବିହ୍ବଳ କରୁଛି…

ଆଜିକାଲି ସମୟରେ ବ୍ଲଗିଂ ଏକ ସାଧାରଣ କଥାରେ ପରିଣତ ହେଲାଣି। ଏଭଳି କରି ଭଲ ଦୁଇ ପଇସା ରୋଜଗାର ବି କରିହେଉଛି। ହେଲେ ଚ୍ୟାଲେଞ୍ଜିଂ ସମୟରେ...

ସୋସିଆଲ ମିଡିଆରେ ଛାତ୍ରୀଙ୍କ ପାଠପଢା କେତେ ସୁରକ୍ଷିତ? ମାନସିକ ସ୍ବାସ୍ଥ୍ୟ ଉପରେ ପଡୁଛି ପ୍ରଭାବ: ରିପୋର୍ଟ

ନୂଆଦିଲ୍ଲୀ, ୨୬।୪: ଗୁରୁବାର ‘ଟେକ୍ନୋଲୋଜି ଅନ ଟର୍ମ’ ଶୀର୍ଷକ ଏକ ରିପୋର୍ଟ ସାର୍ବଜନୀନ କରାଯାଇଛି। ଏହା ପ୍ରକାଶ କରିଛି ଯେ ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାରରେ ଥିବା...

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri