ବିକାଶ ନାମରେ ତୀର୍ଥଭୂମିର ଅସ୍ତିତ୍ୱ ବିଲୁପ୍ତ ହେଉଛି: ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ

ପୁରୀ ଅଫିସ,୨୬।୫: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ ଦିନକୁ ଦିନ ବଢୁଥିବା ବେଳେ ଏହି ପ୍ରସଙ୍ଗରେ ବୁଧବାର ଜଗଦଗୁରୁ ଶଙ୍କରାଚାର୍ଯ୍ୟ ମତ ରଖିଛନ୍ତି। ବିକାଶ ନାମରେ ତୀର୍ଥଭୂମିର ଆଦର୍ଶ, ଅସ୍ତିତ୍ୱ ବିଲୁପ୍ତ କରାଯାଉଛି। ଏଥିପ୍ରତି ଧ୍ୟାନ ଦେଇ ତୀର୍ଥସ୍ଥଳକୁ ଭୋଗସ୍ଥଳୀର ରୂପ ଦିଆ ନ ଯାଉ ବୋଲି ଶଙ୍କରାଚାର୍ଯ୍ୟ କହିଛନ୍ତି। ସୂଚନାଯୋଗ୍ୟ, ମଙ୍ଗଳବାର ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦକୁ ନେଇ ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀଙ୍କ ଉପସ୍ଥିତିରେ ପୁରୀ ଗୋବର୍ଦ୍ଧନ ମଠ ପରିସରରେ ଏକ ମିଳିତ ବୈଠକ ଅନୁଷ୍ଠିତ ହୋଇଥିଲା। ବିଭିନ୍ନ ଦଳର ନେତା, ସଂଗଠକ, ବୃଦ୍ଧିଜୀବୀ, ଐତିହ୍ୟ ବିଶାରଦ ଉପସ୍ଥିତ ରହି ପ୍ରକଳ୍ପ ପାଇଁ ମତ ରଖୁଥିବା ବେଳେ ସପକ୍ଷବାଦୀ ଏବଂ ବିପକ୍ଷବାଦୀ ନେଇ ଆଲୋଚନା ହୋଇଥିଲା। ଦୀର୍ଘସମୟ ଧରି ଆଲୋଚନା ହେବା ପରେ ବୈଠକର ପରଦିନ ଶଙ୍କରାଚାର୍ଯ୍ୟ ତାଙ୍କ ମତ ରଖିଛନ୍ତି। ସେ କହିଛନ୍ତି, ଧାର୍ମିକ ସହର ପୁରୀ ସମେତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିକାଶର ମୁଁ ପକ୍ଷଧର କିନ୍ତୁ ତୀର୍ଥର ଅସ୍ତିତ୍ୱ ଆଦର୍ଶ ବିକାଶ ନାମରେ ବିଲୁପ୍ତ ହେଉ ତାହାର ସପକ୍ଷରେ ନାହିଁ। ମାର୍ଗକୁ ପ୍ରଶସ୍ତ କରିବା ପାଇଁ ମଠ ମନ୍ଦିର ଭାଙ୍ଗି ଯେଉଁ ବିନାଶ ଚାଲିଛି ତାହାର ପକ୍ଷଧର ମୁଁ ନୁହେଁ। ଦେବଦେବୀଙ୍କ ସ୍ଥାନକୁ ବିଲୁପ୍ତ କରାଯାଉଛି। ବିକାଶ ନାମରେ ମଠ ଭାଙ୍ଗିବା ଅନୁଚିତ। ରାସ୍ତା ପ୍ରଶସ୍ତ ଆଳରେ ଏକ ପ୍ରକାର ପ୍ରର୍ଦଶନସ୍ଥଳୀ କରିବା ଉଚିତ ନୁହେଁ। ବିକାଶ ନାମରେ ଯେଉଁ କାର୍ଯ୍ୟ ଚାଲିଛି ଏଥିରେ ଦେବଦେବୀ କ୍ରୋଧିତ ହେବେ, ଫଳରେ ରାଜ୍ୟରେ ସଙ୍କଟ ଦେଖାଦେବ। ଗଣତନ୍ତ୍ରକୁ ଆଧ୍ୟାତ୍ମିକ କ୍ଷେତ୍ରରେ ସହଭାଗିତା ଓ ସହଯୋଗିତାର ଅଧିକାର ରହିଛି। ନିଜ ଆଡୁ ନିର୍ଣ୍ଣୟ ନେବାର ଅଧିକାର ନାହିଁ। ତେଣୁ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ଧ୍ୟାନ ଦେବା ଉଚିତ। ଦେବଦେବୀଙ୍କ ଆସ୍ଥାନ ଭଙ୍ଗାଯାଇଥିବାରୁ ସରକାର ଦୁଃଖ ପ୍ରକାଶ କରନ୍ତୁ ବୋଲି ଶଙ୍କରାଚାର୍ଯ୍ୟ ମତ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କମର ଭାଙ୍ଗିଦେଲା କଟକଣା

ଅନୁଗୋଳ ଅଫିସ, ୫।୧୧:  କରୋନା କାରଣରୁ ଚଳିତବର୍ଷ ପୂଜା ଉତ୍ସବ ନିରାଡମ୍ବରରେ ପାଳନ କରାଯାଇଛି। ଫଳରେ ପ୍ରତିବର୍ଷ ଏହି ସମୟରେ ହେଉଥିବା କୋଟି କୋଟି ଟଙ୍କାର ବ୍ୟବସାୟ...

ଗୁଣିଗାରେଡ଼ି ସନ୍ଦେହରେ ଦମ୍ପତିଙ୍କୁ ହାଣି ଦେଲେ

ସୁନ୍ଦରଗଡ଼,୨୧।୧୦(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ରାଏବଗା ଥାନା ଅଧୀନ ଭଦ୍ରାଟୋଲିରେ ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧ ଦମ୍ପତିଙ୍କୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରାଯାଇଛି। ମୃତକ ହେଲେ ଲୋହିଆ...

ରୁଦ୍ରପୁର ଗ୍ରାମରେ ରାଜନୈତିକ ଗୋଷ୍ଠୀ ସଂଘର୍ଷ, ଦୁଇ ଗୁରୁତର ପୂର୍ବତନ ସରପଞ୍ଚଙ୍କ ସମେତ ୩ ଗିରଫ

ବିଞ୍ଝାରପୁର,୪ା୧୨(ଡି.ଏନ୍‌.ଏ)- ଗତ ସାଧାରଣ ନିର୍ବାଚନ ପରଠାରୁ ବିଞ୍ଝାରପୁର ବ୍ଲକ କଲ୍ୟାଣପୁର ପଞ୍ଚାୟତର ରୁଦ୍ରପୁର ଗ୍ରାମରେ ବିଜେଡି ଓ ଭାଜପା ସମର୍ଥକଙ୍କ ମଧ୍ୟରେ ଲାଗି ରହିଥିବା ଛକାପଞ୍ଝା...

ଟାଟୁ ଦେଖି ଚିହ୍ନିିଲେ ଭଉଣୀଭାଇ

ଧାମନଗର, ୪।୯(ସ୍ବ.ପ୍ର.): ମାତ୍ର ୧୪ ବର୍ଷ ବୟସରେ ଘରୁ ପଳାଇଥିଲେ। ଏପଟେ ପୁଅକୁ ଝୁରି ଝୁରି ମା’ ଆରପାରିକୁ ଚାଲିଗଲେ। ମା’ଙ୍କ ପରେ ପରେ ବାପା...

ସନ୍ଦେହ ଘେରରେ ନାବାଳିକାଙ୍କ ମୃତ୍ୟୁ, ୫ ଦିନ ପରେ ଥାନାର ଦ୍ୱାରସ୍ଥ ହେଲେ ଦୁଇ ଗୋଷ୍ଠୀ

କୋରୁକୋଣ୍ଡା,୩ା୫(ଡି.ଏନ୍‌.ଏ.): ଜଣେ ନାବାଳିକାଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ୫ ଦିନ ପରେ ଦୁଇ ଗୋଷ୍ଠୀ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ମାଲକାନଗିରି...

ଭୁଶୁଡ଼ିଲା ଶ୍ରେଣୀଗୃହ

ବାଲିଗୁଡ଼ା,୧୩ା୯(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ବ୍ଲକ ଅନ୍ତର୍ଗତ ସିନ୍ଦ୍ରିଗାଁ ପଞ୍ଚାୟତର କିଲୁପଡ଼ାରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟର ଶ୍ରେଣୀ ଗୃହ ଭୁଶୁଡ଼ି ପଡ଼ିଛି।...

‘ମହାଦ୍ରୁମରୁ କେବଳ ପତ୍ର ଝଡ଼ିଛି’

ଖଇରା, ୪ା୫(ଡି.ଏନ.ଏ.): ବାଲେଶ୍ୱର ଜିଲା ଅଧୀନ ଖଇରାଠାରେ ବିଜେଡିର ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ପୂର୍ବତନ ଜିଲା ପରିଷଦ ସଭ୍ୟ ରାଧାକାନ୍ତ ପାତ୍ର ଓ...

ବୁଲୁଛି ଗୋଠଛଡ଼ା ଦନ୍ତା, ଲୋକେ ଆତଙ୍କିତ

ପାଟଣା,୨।୬ (ସ୍ବ.ପ୍ର.)-: କେନ୍ଦୁଝର ଜିଲା ଘଟଗାଁ ରେଞ୍ଜ୍‌ରୁ ଏକ ଗୋଠଛଡ଼ା ଦନ୍ତା ପାଟଣା ରେଞ୍ଜ୍‌କୁ ଆସି ଆତଙ୍କ ଖେଳାଇଛି। ଏହି ଦନ୍ତା ହାତୀ ପାଟଣା ରେଞ୍ଜ୍‌ର...

Advertisement
Archives

Model This Week