ପ୍ରଥମ ପର୍ଯ୍ୟାୟରେ ୩.୨ ଲକ୍ଷ ଲୋକଙ୍କୁ ଟିକା

ଭୁବନେଶ୍ୱର, ୧୬।୧୨(ବ୍ୟୁରୋ): କରୋନା ଟିକାକରଣ ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ଜୋର୍‌ଦାର ଚାଲିଛି। ପ୍ରଥମ ପର୍ଯ୍ୟାୟରେ ୩ ଲକ୍ଷ ୨୦ ହଜାର ଲୋକଙ୍କୁ ଟିକା ଦିଆଯିବ। ମଙ୍ଗଳବାର ଏ ସଂକ୍ରାନ୍ତରେ ସୂଚନା ଦେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି, ରାଜ୍ୟରେ ୨୯, ୨୭୬ ଟିକାକରଣ କେନ୍ଦ୍ର ଚିହ୍ନଟ ହୋଇଛି। ୮,୨୭୬ ଟିକା କର୍ମୀ ନିୟୋଜିତ ହୋଇଛନ୍ତି। ସମସ୍ତଙ୍କ ଡାଟା ଅପ୍‌ଲୋଡ଼ ସରିଛି। ଟିକା ସଂରକ୍ଷଣ ପାଇଁ ୧,୨୨୨ କୋଲ୍ଡ ଚେନ୍‌ ରହିଛି। ଟିକା ନେବା ଆଣିବା ପାଇଁ ୧,୭୯୬ ଆଇଏଲ୍‌ଆର୍‌ ଓ ୧,୭୭୧ ଫ୍ରିଜର ପ୍ରସ୍ତୁତ ରହିଛି। ଗୋଟିଏ ରାଜ୍ୟସ୍ତରୀୟ ଟିକାକରଣ ଷ୍ଟୋର୍‌ ଥିବାବେଳେ ୯ଟି ଆଞ୍ଚଳିକ ଓ ୩୨ଟି ଜିଲାସ୍ତରୀୟ ଟିକାକରଣ ଷ୍ଟୋର୍‌ ରହିଛି। ପ୍ରତି ଟିକାକରଣ କେନ୍ଦ୍ରରେ ପ୍ରେକ୍ଷାଳୟ, ନିରୀକ୍ଷଣ ଓ ଟିକାକରଣ ରୁମ୍‌ ରହିବ। ୫ଜଣ କର୍ମଚାରୀଙ୍କୁ ନିୟୋଜିତ କରାଯିବ। ଜଣେ ଭ୍ୟାକ୍ସିନେଟର, ଜଣେ ଭ୍ୟାକ୍ସିନେଶନ ଅଧିକାରୀ, ଜଣେ ଭେରିଫାୟର ଓ ୨ ଜଣ ସୁପରଭାଇଜର ରହିବେ। ଟିକାକରଣ ସରିବା ପରେ ୩୦ ମିନିଟ ନିରୀକ୍ଷଣରେ ରଖାଯିବ। ଏହାପରେ ସାର୍ଟିଫିକେଟ୍‌ ଦିଆଯିବ ବୋଲି ପାଣିଗ୍ରାହୀ କହିଛନ୍ତି।
ଡିଏମ୍‌ଇଟି ସିବିକେ ମହାନ୍ତି କହିଛନ୍ତି ଯେ, କରୋନା ଟିକା ଆସିଲେ ସ୍ବାସ୍ଥ୍ୟ କର୍ମୀ, ବୟସ୍କ ବ୍ୟକ୍ତି, ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇଥିବା ବୟସ୍କ ବ୍ୟକ୍ତିଙ୍କୁ ପ୍ରାଥମିକତା ଦିଆଯିବ। କେନ୍ଦ୍ର ସରକାରଙ୍କ ନିୟମାନୁସାରେ ଆଗୁଆ ନିଜ ନାମକୁ ପଞ୍ଜୀକରଣ କରିବାକୁ ପଡ଼ିବ। ସ୍ପଟ୍‌ ନୁହେଁ, କେବଳ ପୋର୍ଟାଲରେ ପଞ୍ଜୀକରଣ ହେବ। ଗୋଟିଏ ସେଣ୍ଟରରେ ଶହେରୁ ଦୁଇ ଶହ ଲୋକଙ୍କୁ ଟିକା ଦିଆଯିବ। ଟିକାକରଣକୁ ସୁବ୍ୟବସ୍ଥିତ କରିବା ପାଇଁ ରାଜ୍ୟସ୍ତରରୁ ବ୍ଲକ ପର୍ଯ୍ୟନ୍ତ ଟ୍ୟାସ୍କ ଫୋର୍ସ ଗଠନ କରାଯାଇଛି। ଟିକା ଦେବା ପାଇଁ ଆବଶ୍ୟକ ତାଲିମପ୍ରାପ୍ତ ସ୍ବାସ୍ଥ୍ୟକର୍ମୀ ରହିଥିବା ଡିଏମଇଟି କହିଛନ୍ତି। ଟିକା ପ୍ରଦାନ ନେଇ କେନ୍ଦ୍ର ସରକାର ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି। କେବଳ ପୂର୍ବ ପଞ୍ଜୀକୃତଙ୍କୁ ହିଁ ଟିକା ମିଳିବ। ପଞ୍ଜୀକରଣ ପାଇଁ ୧୨ ପ୍ରକାର ପରିଚୟପତ୍ର ଦେଖାଇବା ଜରୁରୀ। ଭୋଟର ପରିଚୟପତ୍ର, ଆଧାର, ଡିଏଲ୍‌ ଆଦି ୧୨ ପ୍ରକାର ପରିଚୟପତ୍ର ଦେଖାଇବାକୁ ପଡ଼ିବ ବୋଲି ଗାଇଡ୍‌ଲାଇନ୍‌ ରହିଛି।
ସେପଟେ ରାଜ୍ୟରେ ଗତ ୨୪ଘଣ୍ଟାରେ ୨୬ଟି ଜିଲାରୁ ଆଉ ୩୦୦ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସବୁ ଜିଲାରେ ୫୦ତଳକୁ ଆକ୍ରାନ୍ତ ରହିଥିବାବେଳେ ଅନୁଗୋଳରେ ସର୍ବାଧିକ ୪୪ଜଣ ରହିଛନ୍ତି। ବର୍ତ୍ତମାନ ରାଜ୍ୟରେ ମୋଟ ସଂକ୍ରମିତ ସଂଖ୍ୟା ୩,୨୪,୩୮୯ରେ ପହଞ୍ଚତ୍ଛି। ଅପରପକ୍ଷରେ ଆଉ ୪ଜଣଙ୍କ କରୋନାରେ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ମୟୂରଭଞ୍ଜରୁ ୨ଜଣ ଥିବା ବେଳେ ଜଗତ୍‌ସିଂହପୁର ଓ ସମ୍ବଲପୁରରୁ ଜଣେ ଲେଖାଏ ରହିଛନ୍ତି। ଫଳରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୧,୮୧୫କୁ ବୃଦ୍ଧି ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri